Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଉନମୋଚିତ, ଯୋଗ ଦେଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଗ୍ରାମ କେଉଁଝର ଜିଲ୍ଲା ରାଇକେଲାରେ ଉନମୋଚିତ ହୋଇଛି। ଏହାକୁ ଓଡିଶା ଟେଲିଭିଜନ ନେଟୱର୍କର ଏମଡି ଜାଗୀ ମଙ୍ଗତ ପଣ୍ଡା ଉନମୋଚନ କରିଥିଲେ। ଏଥିରେ ଅରିନ୍ଦମଙ୍କ ମାଆ, ପରିବାର ଏବଂ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ଓଟିଭିର ନ୍ୟୁଜ ଏଡିଟର ରାଧାମାଧବ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।

ତିଥି ଅନୁସାରେ ଆଜି ହେଉଛି ଅରିନ୍ଦମଙ୍କ ମୃତ୍ୟୁ ବାର୍ଷିକ। ହେଲେ ତାରିଖ ଅନୁସାରେ ସେ 2021 ସେପ୍ଟେମ୍ବର 24 ତାରିଖରେ ମୃତ୍ୟୁ ବରଣ କରିଥିଲେ। ସେଦିନ ସେ ମୁଣ୍ଡୁଳିଠାରେ ମହାନଦୀରେ ଫସି ରହିଥିବା ଏକ ହାତୀ ଉଦ୍ଧାର ଟିମରେ ଯାଇଥିଲେ। ଓଡ୍ରାଫ ଟିମର ଏହି ବୋଟଟି ପାଣି ଭିତରେ ବୁଡିଯାଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବୋଟ ଦୁର୍ଘଟଣାରେ ପରଲୋକ

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ‘ଓ’ଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ଆଜି ଅକାଳ ବିୟୋଗ ହୋଇଯାଇଛି। କଟକ ମୁଣ୍ଡୁଳିଠାରେ ମହାନଦୀରେ ଏକ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ଓଲଟି ପଡିବାରୁ ସେ ଭାସିଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ସହିତ ଯାଇଥିବା କ୍ୟାମେରାମ୍ୟାନ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଆଜି ସକାଳୁ ପଲେ ହାତୀ ମୁଣ୍ଡୁଳି ମହାନଦୀରେ ଫସି ଯାଇଥିଲେ। ସବୁ ହାତି ପାଣିରୁ ବାହାରି ପଳାଇଯାଇଥିଲେ ମଧ୍ୟ ଗୋଟିଏ ହାତୀ ବାହାରିପାରି ନ ଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ଏନଡିଆରଏଫ ଟିମ ଏକ ବୋଟ ନେଇ ନଦୀ ଭିତରକୁ ଯାଇଥିଲେ। ସେହି ବୋଟରେ ଅରିନ୍ଦମ ଏବଂ ତାଙ୍କର କ୍ୟାମେରାମ୍ୟାନ ମଧ୍ୟ ଥିଲେ।

ହାତୀକୁ ଘଉଡାଇବା ବେଳେ ହଠାତ ବୋଟଟି ଓଲଟି ପଡିଯାଇଥିଲା। କଣ ଘଟିଲା ବୋଲି ଜାଣିବା ବେଳକୁ ବୋଟରେ ଥିବା ଏନଡିଆରଏଫ ଟିମ ଏବଂ ଦୁଇ ସାମ୍ବାଦିକ ପାଣିରେ ବୁଡିଗଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତେ ଚେଷ୍ଠା କରିଥିଲେ। ହେଲେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ତୁରନ୍ତ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅରିନ୍ଦମ ଧରିତ୍ରୀର କ୍ରାଇମ ରିପୋର୍ଟର ଭାବେ କାର୍ଯ୍ୟ ଆରମ୍ଭ କରି ଓଟିଭିର ଚିଫ ରିର୍ପୋଟର ଭାବେ କାର୍ଯ୍ୟ କରୁଥିଲେ। ସେ ବିଶେଷ କରି ଦୁଃସାହାସିକ ରିପୋର୍ଟି କରିବାକୁ ବେଶ୍ ପସନ୍ଦ କରୁଥିଲେ। ଦୁର୍ଗମ ଅଞ୍ଚଳ ହେଉ କିମ୍ବା ବିପଦପୂର୍ଣ୍ଣ ସ୍ଥାନ, ସେସବୁ ସ୍ଥାନକୁ ଯାଇ ରିପୋର୍ଟି କରିବାରେ ଦକ୍ଷ ଥିଲେ ଅରିନ୍ଦମ। ସେହିପରି ବାତ୍ୟା ଏବଂ ବନ୍ୟା ପାଣିରେ ପଶି ରିପୋର୍ଟି କରିବାରେ ଓସ୍ତାଦ ଥିଲେ ଅରିନ୍ଦମ। ଆଜି ତାଙ୍କର ବିୟୋଗ ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।