Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଲିଭ ରିଡଲେଙ୍କ ଗଣ ଅଣ୍ଡା ଦାନ ପର୍ବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ନିକଟ ରେ ନୂଆ ଅତିଥିଙ୍କ ଆଗମନ ହୋଇଛି। ଭୋର ସକାଳୁ ମଥା ପାତି ପାତି ସମୁଦ୍ର କୂଳ ଆଡକୁ ସାଙ୍ଗ ସାଥି ହୋଇ ଆସୁଛନ୍ତି. ବିସ୍ତିର୍ଣ୍ଣ ବେଳାଭୂମିରେ ହଜାର ହଜାର ଭିନ୍ନ ପ୍ରଜାତିର ଅତିଥିଙ୍କ ଦୃଶ୍ୟ ସମାଗମ ସମସ୍ତ ଙ୍କୁ ଆମନ୍ତ୍ରଣ କରୁଛି. ଅଚିହ୍ନା ରାଇଜରେ ଚିହ୍ନା ଚିହ୍ନା ମୁହଁକୁ ଅନ୍ୱେଷଣ କରି ବଂଶ ବିସ୍ତାର କରିବାକୁ ପ୍ରୟାସ କରୁଛନ୍ତି ନୂଆ ଅତିଥିଗଣ। ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣ. ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଚଙ୍କ ସମାଗମ. ବେଳାଭୂମି ମୁହାଁ

ଏହି ବିରଳ ପ୍ରଜାତିର ଜୀବ ଏବେ ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି। ଋଷିକୁଲ୍ୟା ନଦୀ ମୁହାଣରେ ଚଳିତବର୍ଷ ଗଣଅଣ୍ଡାଦାନ ଆରମ୍ଭ ହୋଇଛି। ବର୍ତମାନ ପାଗ ଅନୁକୂଳ ରହିଛି। ଧୀରେ ଧୀରେ ଦକ୍ଷିଣା ପବନ ଆରମ୍ଭ ହେଲାଣି ଏଣୁ ଗତଥର ଅପେକ୍ଷା ଏଥର ଲକ୍ଷାଧିକ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ସୋମବାର ଭୋର୍ ସମୟରୁ ଧୀରେ ଧୀରେ ଅଲିଭ ରିଡଲେ ଙ୍କ ଆଗମନ ହୋଇଛି। ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା। କିନ୍ତୁ ଚଳିତ ଵର୍ଷ ଗଣଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ଥିବାରୁ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ସୁଦର ଦେଶ ରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ବ୍ରହ୍ମପୁର ଡିଏଫ୍‌ଓ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଵା ସହ ବ୍ୟାରିକେଟ କରାଯାଇଛି।

ଗୋଟିଏ କଇଁଛ ପ୍ରାୟ ୪୫ ମିନିଟ ଧରି ଆନୁମାନିକ ୧୨୦ ରୁ ୧୫୦ ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ର କୁ ଚାଲି ଯାଇଥାଏ। ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ର କୁ ଚାଲି ଯାଆନ୍ତି। ଶହେ ମିଟର୍ ବ୍ୟବଧାନରେ ଗୋଟାଏ ଲେଖାଏଁ ୫୦ ଟି ସେଗମେଣ୍ଟ୍ କରାଯିବା ସହ ସହ ଆଠଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ। ବେଳାଭୂମିର ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି। ଫଳରେ କୁକୁର ଓ ବିଲୁଆ ସେହି ସ୍ଥାନକୁ ଯାଇ ପାରିବେ ନାହିଁ।

ପ୍ରତିଦିନ ବୋଟ୍ ମାଧ୍ୟମରେ ଫରେଷ୍ଟର୍ ଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି। ମିଳନ ପର୍ବ ଠାରୁ ଆରମ୍ଭ କରି ବର୍ତ୍ତମାନ ଗଣଅଣ୍ଡାଦାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇ ଥିବା ସୂଚନା ମିଳିଛି l କଇଁଛ ଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହେବା ନେଇ ବନ ବିଭାଗ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି। ନଭେମ୍ବର ୧ ମେ ୩୧ ପ୍ରଯ୍ୟନ୍ତ ସମୁଦ୍ର ଉପକୁଳ ଆର୍ଯ୍ୟପଲ୍ଲୀ ରୁ ପ୍ରୟାଗି ୨୦ କିମି କୁ ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି। ୨୦୨୪ ରେ ଅଣ୍ଡା ଦାନ ହୋଇନଥିବା ବେଳେ ଚଳିତ ବର୍ଷ ଗତ ରବିବାର ଠାରୁ ଅଲିଭ ରିଡଲେ ଗଣଅଣ୍ଡାଦାନ ଆରମ୍ଭ କରିଛନ୍ତି।

ଚଳିତ ବର୍ଷ ରେକର୍ଡ ସଂଖ୍ୟାକ ଗଣ ଅଣ୍ଡାଦାନ ହେବ ବୋଲି ଆଶା ରଖିଛନ୍ତି। ଆଜି ଦିନରେ ୧ ଲକ୍ଷ ୨୮ହଜାର ୨ ଶହ ୭୯ ରୁ ଉର୍ଦ୍ଧ ଅଣ୍ଡା ଦାନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ଗତ ରବିବାର ପ୍ରାତଃ ସମୟରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୧୮ ହଜାର ୮ ଶହ ରୁ ଉର୍ଦ୍ଧ ଅଣ୍ଡା ଦାନ ପ୍ରକ୍ରିୟା ଚାଲୁ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗ ସହ ମିଶି ଜେଡଏସଆଇ ପକ୍ଷରୁ ନିଆଯାଉଛି ପଦକ୍ଷେପ

ଭୁବନେଶ୍ଵର: ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) ସଂସ୍ଥା ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ଅଧୀନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୦୨୧ ଠାରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଜେଡଏସଆଇର ନିର୍ଦ୍ଦେଶକ ଡକ୍ଟର ଧୃତି ବାନାର୍ଜୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବାର୍ଷିକ ତଥ୍ୟ ସଂଗ୍ରହ, ଟ୍ୟାଗିଂ ଏବଂ ଟ୍ୟାଗ୍‌ ରିକ୍ୟାପଚର ପ୍ରକ୍ରିୟା ମାଧ୍ୟମରେ ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ଏହି  କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଅଲିଭ ରିଡଲେଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟ ଅତିକମରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଡକ୍ଟର ବାନାର୍ଜୀ ସୂଚନା ଦେଇଛନ୍ତି।

ଜେଡଏସଆଇର ବୈଜ୍ଞାନିକ ତଥା ଅଧିକାରୀ ଡକ୍ଟର ଅନୀଲ ମହାପାତ୍ର କହିଛନ୍ତି ଯେ, ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ବସା ଠାବ କରିବା, ଖାଦ୍ୟସ୍ଥାନ ଜାଣିବା, ସେମାନଙ୍କର ମିଳନ ପରବର୍ତ୍ତୀ ପ୍ରବାସକୁ ଅନୁଧ୍ୟାନ କରିବା, ଗତିବିଧି ଅନୁଧ୍ୟାନ କରିବା, ପ୍ରଜନନ ସମୟ ଓ ବିକାଶ ଆଦି ପାଇଁ ଏହି ଅଧ୍ୟୟନରେ ରିକ୍ୟାପ୍ଚର ପଦ୍ଧତି ଉପଯୋଗ କରାଯାଉଛି। ଏଥିପାଇଁ ଅଲିଭ ରିଡଲେଙ୍କ ଠାରେ ଧାତବ ଫ୍ଲିପର ଟ୍ୟାଗ ସଂଯୋଗ କରାଯାଇ ସେମାନଙ୍କର ଗତିବିଧି ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି। ଓଡ଼ିଶା ଉପକୂଳରେ ଜାନୁଆରୀ ୨୦୨୧ ପରଠାରୁ ମୋଟ୍‌ ୮୪୫୦ଟି କଇଁଛଙ୍କର ଟ୍ୟାଗିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮୮ଟି କଇଁଛ ଯୋଡ଼ା, ୮୨୫୨ ମାଈ ଏବଂ ୧୯୮ଟି ଅଣ୍ଡିରା କଇଁଛଙ୍କ ଟ୍ୟାଗିଂ କରାଯାଇଛି।

ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଅନୁଧ୍ୟାନ କରିବା, ସେମାନଙ୍କର ବିକାଶ ପାଇଁ ଦାୟୀ ପରିବେଶଗତ ପ୍ରଭାବକୁ ନିରୀକ୍ଷଣ କରିବା ଏବଂ ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସଂରକ୍ଷଣ ଓ ପରିଚାଳନା କରିବା ଏହି ଅଧ୍ୟୟନର ମୂଳ ଉଦ୍ଦେଶ୍ୟ। ଦୀର୍ଘସ୍ଥାୟୀ ଭିତ୍ତିରେ ଓଡ଼ିଶା ଏବଂ ଦେଶରେ ବିରଳ ଅଲିଭରିଡଲେଙ୍କ ସଂରକ୍ଷଣ ପାଇଁ ତଥ୍ୟ ସଂଗ୍ରହ ସହିତ ରାତ୍ରିକାଳୀନ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଏହି ଅଧ୍ୟୟନ ମାଧ୍ୟମରେ ଦୀର୍ଘକାଳୀନ ଭିତ୍ତିରେ ଅଲିଭ ରିଡଲେଙ୍କ ଜୀବ ବିଜ୍ଞାନ ଏବଂ ବ୍ୟବହାର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ଓଡ଼ିଶାର ଗହିରମଥା, ଦେବୀ ଏବଂ ଋଷିକୂଲ୍ୟା ମୁହାଣକୁ ଅଲିଭ ରିଡଲେଙ୍କ ନିରାପଦ ବାସସ୍ଥଳୀ ଭାବେ ବିବେଚନା କରାଯାଇଥାଏ।