Categories
ଆଜିର ଖବର ଜାତୀୟ ଖବର ଧର୍ମ

ଜନ୍ମାଷ୍ଟମୀରେ ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ପରିଦର୍ଶନ କରି ଦୂର କରନ୍ତୁ ସମସ୍ତ ଦୁଃଖ ଓ ଯନ୍ତ୍ରଣା

ନୂଆଦିଲ୍ଲୀ: ଭଗବାନ କୃଷ୍ଣ ଭାଦ୍ରବ ମାସର ରୋହିଣୀ ନକ୍ଷତ୍ରରେ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ କୃଷ୍ଣ ଜନ୍ମତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନ ମଥୁରା ଏବଂ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। କୃଷ୍ଣ ଭକ୍ତିରେ ଏଠାକାର ପରିବେଶ ଭରିଯାଏ। ଏହା ବ୍ୟତୀତ ଭାରତରେ ଆହୁରି ଅନେକ ଶ୍ରୀକୃଷ୍ଣ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଭକ୍ତିର ରସପାନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚନ୍ତି। ଆଜି, କୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ଆମେ ଆପଣଙ୍କୁ ଦକ୍ଷିଣ ଭାରତରେ ଥିବା ତାଙ୍କ କୃଷ୍ଣ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁ ପ୍ରାଚୀନ ଏବଂ ପ୍ରସିଦ୍ଧ ଅଟେ। ଏଠାକୁ ଆସିବା ଦ୍ଵାରା ମଥୁରା-ଶ୍ରୀମନ୍ଦିର ଭଳି ଅନୁଭବ ହୁଏ…

ଜଗନ୍ନାଥ ପୁରୀ, ଓଡ଼ିଶା:

ଓଡ଼ିଶାର ଜଗନ୍ନାଥ ପୁରୀ ମନ୍ଦିରର ମହିମା କିଏ ଜାଣେ ନାହିଁ? ଭାରତର ଚାରି ଧାମ ମଧ୍ୟରୁ ଏହି ମନ୍ଦିରରେ ଭଗବାନ କୃଷ୍ଣ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ବସିଛନ୍ତି। ବିଶ୍ୱାସ କରାଯାଏ ଯେ ଦ୍ଵାପର ଯୁଗ ପରେ ପ୍ରଭୁ ପୁରୀକୁ ଯାଇ ଏଠାରେ ରହିବାକୁ ଲାଗିଲେ। ପ୍ରତିବର୍ଷ ରଥଯାତ୍ରା ଜଗନ୍ନାଥ ପୁରୀରେ ହୋଇଥାଏ, ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଭକ୍ତମାନେ କୃଷ୍ଣଙ୍କ ରଥ ଟାଣିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଆପଣ ଭଗବାନଙ୍କୁ ଦେଖିବା ପାଇଁ ଜଗନ୍ନାଥ ପୁରୀ ଧାମକୁ ଯାଇପାରିବେ।

ଶ୍ରୀକୃଷ୍ଣ ମଠ ମନ୍ଦିର ଉଡୁପି, କର୍ଣ୍ଣାଟକ:

କର୍ଣ୍ଣାଟକର ଉଡୁପିରେ ଅବସ୍ଥିତ ଶ୍ରୀକୃଷ୍ଣ ମଠ ଦକ୍ଷିଣ ଭାରତର ଭଗବାନ କୃଷ୍ଣଙ୍କର ଅନ୍ୟତମ ପ୍ରସିଦ୍ଧ ମନ୍ଦିର। ଏହି ମନ୍ଦିର କାଠ ଓ ପଥରରୁ ନିର୍ମିତ ହୋଇଛି। ଏଠାରେ ଭଗବାନ କୃଷ୍ଣଙ୍କୁ ଝରକାର ନଅଟି ଛିଦ୍ର ଦେଇ ପୂଜା କରାଯାଏ। ମନ୍ଦିର ନିକଟରେ ଏକ ପୋଖରୀ ଅଛି, ଯେଉଁଥିରେ ମନ୍ଦିରର ପ୍ରତିଫଳନ ଦେଖାଯାଏ। ପ୍ରତିବର୍ଷ ଜଜନ୍ମାଷ୍ଟମୀ ଅବସରରେ ଏଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ପ୍ରଭୁଙ୍କ ଜନ୍ମ ବାର୍ଷିକୀ ଏଠାରେ ଏକ ମହାନ ଉପାୟରେ ପାଳନ କରାଯାଏ। ଜନ୍ମାଷ୍ଟମୀ ଅବସରରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ।

ଗୁରୁଭାୟୁର ମନ୍ଦିର, କେରଳ:

ଦକ୍ଷିଣର ଦ୍ୱାରକା ନାମରେ ଜଣାଶୁଣା ଗୁରୁଭାୟୁ ମନ୍ଦିର କେରଳରେ ଅଛି। ଏହି ମନ୍ଦିରକୁ ଭୁଲୋକା ବୈକୁଣ୍ଠ ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ, ଏହା ପୃଥିବୀରେ ଭଗବାନ ବିଷ୍ଣୁଙ୍କ ପବିତ୍ର ବାସସ୍ଥାନ ଅଟେ। ଏଠାରେ ଭଗବାନ କୃଷ୍ଣ ମଧ୍ୟ ଏକ ଶିଶୁ ରୂପରେ ବସିଛନ୍ତି, ଯାହାକୁ ଗୁରୁଭାଇରପନ୍ କୁହାଯାଏ। ଏହି ମନ୍ଦିର ବିଷୟରେ ଏକ କିମ୍ବଦନ୍ତୀ ଅଛି ଯେ ଗୁଜୁରାଟର ଦ୍ୱାରକାଠାରେ ଯେତେବେଳେ ବନ୍ୟା ଆସିଲା ସେତେବେଳେ ଭଗବାନ କୃଷ୍ଣଙ୍କ ପ୍ରତିମା ବନ୍ୟାରେ ଧୋଇ ହୋଇଗଲା। ଏହି ପ୍ରତିମାକୁ ପାଣିରେ ଦେଖି ବୃହସ୍ପତି ଜୀ ଏହାକୁ ସାଙ୍ଗରେ ଆଣି ପୁନର୍ବାର ସ୍ଥାପନ କରିବାକୁ ଚିନ୍ତା କଲେ। ସେ ସେହି ସ୍ଥାନ ଖୋଜୁଥିବା ସମୟରେ କେରଳରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଦର୍ଶନ କରିଥିଲେ। ସେ କୃଷ୍ଣଙ୍କ ମୂର୍ତ୍ତି ନିଜେ କେରଳରେ ସ୍ଥାପନ କରିବାକୁ ବୃହସ୍ପତି ଦେବଙ୍କୁ କହିଥିଲେ। ଯାହା ପରେ ବୃହସ୍ପତି ଜୀ ବାୟୁ ଦେବଙ୍କ ସାହାଯ୍ୟରେ ଏହି ପ୍ରତିମା ସ୍ଥାପନ କଲେ। ତେଣୁ ଏହି ମନ୍ଦିରକୁ ଗୁରୁ ବୃହସ୍ପତି ଏବଂ ବାୟୁ ଦେବଙ୍କ ନାମରେ ଗୁରୁଭାୟୁର ନାମ ଦିଆଗଲା।

ପାର୍ଥସାରଥୀ ମନ୍ଦିର ତ୍ରିପଲୀକେନ, ଚେନ୍ନାଇ:

ଚେନ୍ନାଇର ପାର୍ଥସାରଥୀ ମନ୍ଦିରକୁ ଦକ୍ଷିଣ ଭାରତର ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ମଧ୍ୟରେ ନାମିତ କରାଯାଇଛି। ଏହି ମନ୍ଦିର ତ୍ରିପଲୀକେନରେ ଅବସ୍ଥିତ। ଏହି ମନ୍ଦିର ସହିତ ଜଡିତ ଅନେକ ବିଶ୍ୱାସ ଅଛି। ମନ୍ଦିରର ଇତିହାସ ବହୁ ପୁରୁଣା ବୋଲି କୁହାଯାଏ। ଏହାର ସ୍ଥାପତ୍ୟ ପାଇଁ ମଧ୍ୟ ଏହା ପ୍ରସିଦ୍ଧ। ଏହା ହେଉଛି ଏକ ମନ୍ଦିର ଯେଉଁଠାରେ ଭଗବାନ ବିଷ୍ଣୁଙ୍କର ଚାରୋଟି ଅବତାର କୃଷ୍ଣ, ରାମ, ନରସିଂହ ଏବଂ ଭଗବାନ ବାରହା ଭାବରେ ପୂଜା କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି। ରାଜ୍ୟତଥା ଦେଶର ପ୍ରତ୍ୟେକ ଶକ୍ତିପୀଠମାନଙ୍କରେ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯାହା ମୂଳାଷ୍ଟମୀ ଭାବରେ ପରିଚିତ ଏହି ଦିନଠାରୁ ଶୁକ୍ଳ ଦଶମୀ ଦିନ ଯାହା ଦଶହରା ଭାବରେ ସର୍ବତ୍ର ପରିଚିତ ଏହି ଦିନ ପର୍ଯ୍ୟନ୍ତ ଷୋଡଷ ଦିବସ ଧରି ଶାରଦୀୟ ଦୂର୍ଗା ପୂଜାରେ ମାତୃଶକ୍ତିର ପୂଜା ଆରାଧନା କରାଯାଉଥିବା ବେଳେ ବାଣ ପୁରରେ ବର୍ଷର ପ୍ରାରମ୍ଭ ବିଷ୍ଣୁବ ସଂକ୍ରାନ୍ତି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ। ସର୍ବତ୍ରପୀଠ ଦେବୀଙ୍କୁ ଏକାକୀ କେବଳ ପୂଜାର୍ଚ୍ଚନା କରାଯାଉଥିବାବେଳେ ଏଠାରେ ପୀଠ ଦେବୀ ମା’ ଭଗବତୀଙ୍କ ସହିତ, ପ୍ରାଚୀନବଙ୍କାଡ ରାଜ୍ୟ ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା’ନାରାୟଣୀ, ମା’କାଳିଜାଇ, ମା’ଶିଦ୍ଧେଶ୍ଵରୀ, ମା’ବିରିଜାଇ, ବଙ୍କାଡଗଡ଼ଦେବୀ ମା’ କନକଦୁର୍ଗା, ଓ ମା’ ବୁଢୀ ଠାକୁରାଣୀ ଏହି ପରି ସପ୍ତମାତୃଶକ୍ତି ଯାହା ସାତ ଭଉଣୀ ଭାବରେ ପରିଚିତ ସମସ୍ତଙ୍କୁ ସାଥିରେ ନେଇ ଦୁର୍ଗୋତ୍ସବ ପାଳନ କରାଯାଉଥିବାର ନିଆରା ପରମ୍ପରା, କାହିଁକେଉଁକାଳରୁ ଚଳି ଆସିଛି।

ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ଵତନ୍ତ୍ର ପୀଠ ରହିଛି ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ। ଆଶ୍ଵିନ ଅମାବାସ୍ୟା ମହାଳୟା ଅମାବାସ୍ୟା ଭାବରେ ସର୍ବତ୍ର ପରିଚିତ ଥିବାବେଳେ ବାଣପୁରରେ ଏହି ତିଥିକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।

ପଶ୍ଚିମଓଡିଶାର ନୂଆଖାଇ ଭେଟଘାଟ ପର୍ବ ପରି ବାଣପୁରର ଭେଟ ଅମାବାସ୍ୟା ପର୍ବ ଅବିଭକ୍ତ ପୁରୀ ଜିଲ୍ଲା ସହିତ ଉତ୍ତର ଗଞ୍ଜାମ ଅଞ୍ଚଳରେ ମା’ ଭଗବତୀଙ୍କ ପ୍ରଧାନ ପର୍ବ ଭାବରେ ଜନମାନସରେ ପରିଚିତ। ବର୍ଷର ଏହି ଦିବସକୁ ବାଣପୁର ବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି। ଆଶ୍ଵିନ ଅମାବାସ୍ୟା ତିଥି ପରେ ପ୍ରତିପଦା ଲାଗି ହେଲେ ଏହି ପବିତ୍ର ଲଗ୍ନରେ ସପ୍ତମାତୃଶକ୍ତି ମାନଙ୍କର ମହାମିଳନ ବା ଭେଟଉତ୍ସବ ବାଣପୁର ବଡ଼ ଦାଣ୍ଡରେ ଅନୁଷ୍ଠିତ ହୁଏ।

ଶାରଦୀୟ ଦୁର୍ଗା ଉତ୍ସବର ଏହି ଦିବସଟି ଅନେକ ତାପ୍ତର୍ଯ୍ୟ ବହନ କରେ। ଏହି ପୁଣ୍ୟ ତିଥିରେ ମାତୃ ଶକ୍ତିର ମହାମିଳନକୁ ଦର୍ଶନ କରିବା ପାଇଁ ସ୍ଵର୍ଗର ଦେବତା, ଗନ୍ଧର୍ବ, କିନ୍ନର ମଧ୍ୟଏକତ୍ର ହୋଇପୁଷ୍ପ ବୃଷ୍ଟି କରନ୍ତି ବୋଲି ବିଶ୍ୱାସ ଅଛି। ଆସୁରିକ ଶକ୍ତିଙ୍କୁ ସଂହାର କରି ଧରାପୃଷ୍ଠରେ ସୁଖ, ଶାନ୍ତି ,ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମାତୃଶକ୍ତିର ବନ୍ଦନା କରାଯାଏ। ଏହି ଶୁଭଲଗ୍ନରେ ମା’ମାନଙ୍କୁ ଦର୍ଶନ କରି ଅଶେଷ ମାତୃ କୃପାଲାଭ କରିବା ପାଇଁ ବାଣପୁର ବାସୀ ଅପେକ୍ଷା କରିଥାନ୍ତି। ଏହି ଦିନ ଘରେ ଘରେ ବନ୍ଧୁ ବାନ୍ଧବ, ସାଙ୍ଗସାଥି,କୁଣିଆ ମୈତ୍ର,ଝୀ ଅଝିଆରୀ, ଦୁର ଦୁରାନ୍ତରରୁ ଆସି ପହଞ୍ଚିଯାଆନ୍ତି। ସମସ୍ତଙ୍କର ପରସ୍ପର ପରସ୍ପର ଭିତରେ ଭେଟ ହୁଏ।

ଘରମାନଙ୍କରେ ପର୍ବ ଆସର ଜମେ।ସୁସ୍ଵାଦୁ ପର୍ବଘାଣ୍ଟ ହେଉଛି ବାଣ ପୁର ଅଞ୍ଚଳରେଏହି ସମୟର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ। ପ୍ରତି ଗାଁ ଗଣ୍ଡା,ପୁରପଲ୍ଲୀର ଦେବୀ ପୀଠମାନଙ୍କରେ ଏହି ପର୍ବଘାଣ୍ଟର ମହ ମହ ବାସ୍ନା ସମସ୍ତଙ୍କୁ ଆତୁର କରିଦିଏ। ଗାଁମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେଏକତା , ସଂହତି,ଭାଇଚାରା ଭାବ ସୃଷ୍ଟି କରିଥାଏ ଏହି ଶାରଦୀୟ ପର୍ବ ଘାଣ୍ଟ। ବନ୍ଧୁବାନ୍ଧବ ମୈତ୍ରୀ ଭାବନାକୁ ବାନ୍ଧିରଖିବାରେ ଏହି ମା’ଙ୍କ ପର୍ବ ଘାଣ୍ଟ ବିଶେଷ ସହାୟକ ହୋଇଥାଏ। ଦିନରେ ମା’ଙ୍କପର୍ବ ପ୍ରସାଦ, ଘାଣ୍ଟ ଖାଇ ରାତିରେ ଭେଟ ଉତ୍ସବ ଦର୍ଶନ କରିବା ସହିତ ମାତୃ କୃପାଲାଭ କରିବା ପାଇଁ ଅଗଣିତଜନ ସମୁଦ୍ର ବାଣ ପୁର ବଡ଼ ଦାଣ୍ଡରେ ଏକାଠି ହୁଅନ୍ତି।

କେବଳ ମା’ଭଗବତୀ ଓ ମା’ ବିରି ଜାଇଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ସେବାୟତମାନେ ଘଣ୍ଟା ଘଣ୍ଟ ବୀର ବାଦ୍ୟ କାହାଳୀର ତାଳେ ତାଳେ ନୃତ୍ୟ କରାଇପରସ୍ପରଙ୍କୁ ଭେଟକରାଉଥିବାବେଳେ ଅନ୍ୟ ପାଞ୍ଚ ଦେବୀଙ୍କର ଆଜ୍ଞାମାଳ ଓ ଦେବୀ ପ୍ରତିମାକୁ ମଧ୍ୟ ଏକ ତ୍ର ଭେଟ କରାଇ ପ ର୍ବଗୃହକୁ ବିଜେ କରାଯିବା ପରେ ପର୍ବ ପୂଜା ଆରମ୍ଭ ହୁଏ। ଥାଟ ପଟୁଆର ବାଜାରୋଷଣୀ, ଶଙ୍ଖ ହୁଳହୁଳି, ମା’ଙ୍କ ଜୟ ଜୟକାର ଧ୍ଵନୀରେ ବଡ଼ ଦାଣ୍ଡ ଉଛୁଳି ପଡ଼େ। ଚଳିତବର୍ଷ ଏହି ଯାତ୍ରା ମହାଳୟାଅମାବାସ୍ୟା ତିଥି ଶନିବାର ତା ୧୪_୧୦- ୨୩ରିଖ ରାତ୍ର ୯ ଘଟିକାରୁ ଆରମ୍ଭ ହୋଇରାତ୍ର ୧୧ ଘଟିକାରେ ଶେଷ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସ୍ଥିର କରାଯାଇଛି।

ଏହାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ଦିବ୍ଯଦର୍ଶନ କରାଇବା ପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ହେଉଛି ପ୍ରଥମାଷ୍ଟମୀ, ଜାଣନ୍ତୁ ଘରର ପ୍ରଥମ ସନ୍ତାନଙ୍କୁ କେମିତି କରିବେ ପୂଜା

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ।

ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ

ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି।

ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି।  ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ।

ପ୍ରଥମାଷ୍ଟମୀରେ କେମିତି କରାଯାଏ ପୂଜା

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାଆନ୍ତି। ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ।

ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର, ତାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ। ଏହାପରେ ଦିଅଁଙ୍କ ଆଗରେ ଏକ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ସନ୍ତାନର ମାଆ ବନ୍ଦାପନା କରିଥାନ୍ତି।

ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି।

ପ୍ରଥମାଷ୍ଟମୀର ମୁଖ୍ୟ ଭୋଗ ହେଉଛି ହଳଦୀ ପତ୍ରର ଏଣ୍ଡୁରି ପିଠା

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି। ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ। ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇ ପୂଜା କରିବାର ପରଂପରା କେତେକ ଅଞ୍ଚଳରେ ରହିଛି।

ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ରହିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ