Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଆଶ୍ଚର୍ଯ୍ୟ !! ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ, ହେଲେ ସେହି ଆସନରେ ବସିଲେ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ଦିନ ଆତିଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ଦାୟିତ୍ବ ସମ୍ଭାଳିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ଆସନରେ ନ ବସି ପାଖରେ ଅନ୍ୟ ଏକ ଚ୍ୟାୟର ପକାଇ ବସିଲେ। ଅରବିନ୍ଦ କେଜ୍ରୱାଲ ବସୁଥିବା ଆସନଟି ସେ ଖାଲି ଛାଡି ଦେଇଛନ୍ତି।

ଏ ନେଇ ଆତିଶୀ କହିଛନ୍ତି ଯେ, ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ଗ୍ରହଣ କରିଛି। ଆଜି ମୋର ମନରେ ମଧ୍ୟ ସମାନ ଯନ୍ତ୍ରଣା ଅଛି ଯାହା ରାମାୟଣର ଭରତଙ୍କ ମନରେ ଥିଲା। ଯେତେବେଳେ ତାଙ୍କ ବଡ଼ ଭାଇ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସରେ ଯାଇଥିଲେ ସେତେବେଳେ ଭରତଙ୍କୁ ଅଯୋଧ୍ୟା ଶାସନ ଦାୟିତ୍ବ ନେବାକୁ ପଡିଲା। ଭରତ ଯେପରି ୧୪ ବର୍ଷ ପର୍ଯ୍ୟନ୍ତ ଭଗବାନ ଶ୍ରୀରାମଙ୍କ ସିଂହାସନ ରକ୍ଷା କରି ଅଯୋଧ୍ୟାକୁ ଶାସନ କରିଥିଲେ, ଠିକ୍ ସେହିଭଳି ମୁଁ ୪ ମାସ ପାଇଁ ଦିଲ୍ଲୀ ସରକାର ଚଳାଇବି।

ଏହାର ଅର୍ଥ ହେଲା ଆଉ ୪ ମାସ ପରେ ଦିଲ୍ଲୀର ନିର୍ବାଚନ ହେବ। ସେତେବେଳେ ଅରବିନ୍ଦ କେଜ୍ରିୱାଲ ନିର୍ବାଚିତ ହୋଇ ଆସିଲେ ସେ ସେହି ଆସନରେ ବସିବେ। ସେଥିପାଇଁ ଆତିଶୀ ଭରତଙ୍କ ପରି କେଜ୍ରୱାଲ ବସୁଥିବା ଆସନରେ ନ ବସି ପାଖରେ ଆଉ ଏକ ଆସନ ପକାଇ ଚାରି ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।