Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟର ମହାପୁରୁଷଙ୍କ ଗାଁଗୁଡିକ ହେବ ଆଦର୍ଶ ଗ୍ରାମ, ସରକାର କରିବେ ବିକାଶ

ଭୁବନେଶ୍ବର: ଓଡିଶାର ମହାପୁରଷମାନେ ଜନ୍ମ ଗ୍ରହଣ କରିଥିବା ଗ୍ରାମଗୁଡିକ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିଛି। ଏଣିକି ସେହି ଗ୍ରାମଗୁଡିକ ଚିହ୍ନଟ କରାଯାଇ ବିକଶିତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାୟକ। ସେ କହିଛନ୍ତି ଯେ ଏହି କାର୍ଯ୍ୟ ସଂସ୍କୃତି ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ପରି ବହୁ ବିଭାଗର ମିଳିତ ସହଯୋଗରେ କରାଯିବ।

ବର୍ତ୍ତମାନ ଓଡିଶାର ବହୁ ମହାପୁରୁଷ ଜନ୍ମ ଗ୍ରହଣ କରିଥିବା ଗ୍ରାମଗୁଡିକ ଅବହେଳିତ ହୋଇ ପଡିରହିଛି। ସେହି ଗ୍ରାମବାସୀ ଯେଉଁ ଗର୍ବ କରିବା କଥା ତାହା ହୋଇପାରୁ ନାହିଁ। ସେଥିପାଇଁ ରାଜ୍ୟ ସରକାର ସେହି ଗ୍ରାମଗୁଡିକ ଚିହ୍ନଟ କରି ବିକାଶ କରିବେ। ଏହି ଚିହ୍ନଟ ପକ୍ରିୟା ପଞ୍ଚାୟତିରାଜ ବିଭାଗ ଓ ସଂସ୍କୃତି ବିଭାଗ ମିଳିତ ଭାବେ କରିବେ। ଖୁବ ଶିଘ୍ର ଏହାର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ଆଦର୍ଶ ଗ୍ରାମ ହେବ ବିଳିପଡ଼ା: ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା ଲତିକା ପ୍ରଧାନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତର ବିଲିପଡା ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବିଲିପଡା ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଶୀ ସରପଞ୍ଚ ନବୀନ ଦଳେଇ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ବିଲିପଡା ଗ୍ରାମକୁ ଯାଇ ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥା ସମେତ ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଲାଗୁ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟିକା। ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ଯେଉଁ ସବୁ ପଦକ୍ଷେପ ନିଆଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଦର୍ଶ ଗ୍ରାମ ହେବା ପର୍ଯ୍ୟନ୍ତ ଅନବରତ ଭାବେ ଏହି ଗ୍ରାମକୁ ଫୋକସ୍ ରେ ରଖାଯିବ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ।