Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସମ୍ବଲପୁରରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ କଲା ଆଦିତ୍ୟ ଆଲୁମିନିୟମ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ମଧ୍ୟରେ ପାଞ୍ଚଟି ସ୍କୁଲରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ ଦ୍ୱାରା ଏସଟିଇଏମ୍‍ ଶିକ୍ଷାରେ ବୃଦ୍ଧି ଘଟାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତିକୁ ଅଧିକ ସୁଗମ ଓ ନିୟୋଜନକାରୀ କରିବା ଏବଂ ଏସଟିଇଏମ (ସାଇନ୍ସ, ଟେକ୍‍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥେମାଟିକ୍ସ)ସମ୍ପର୍କରେ ବାସ୍ତବ ବୁଝିବାକୁ ପ୍ରେତ୍ସାହିତ କରୁଛି ।

ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଜଗନ୍ନାଥ ପ୍ରସାଦ ନାୟକ, ୟୁନିଟ ହେଡ, ଆଦିତ୍ୟ ଆଲୁମିନିୟମ କହିଥିଲେ, “ଆଦିତ୍ୟ ଆଲୁମିନିୟମରେ ଆମେ ଏକ ପ୍ରଗତିଶୀଳ ସମାଜ ନିମନ୍ତେ ଶିକ୍ଷା ମୂଳାଧାର ବୋଲି ବିଶ୍ୱାସ କରୁଛୁ । ଯୁବ ମାନସିକତାଗୁଡିକ ନିମନ୍ତେ ବିଜ୍ଞାନର ଦୁନିଆଁକୁ ଜାଣିବା ସକାଶେ ସେମାନଙ୍କ ପାଇଁ ଶିକ୍ଷାଗତ ବିକାଶକୁ ପୃଷ୍ଠପୋଷକତା କରିବା ଏବଂ ସୁଯୋଗ ସୃଷ୍ଟି କରିବା ନିମନ୍ତେ ମିନି ସାଇନ୍ସ ସେଣ୍ଟରଗୁଡିକ ଆମ ପ୍ରତିବଦ୍ଧତାର ଅଂଶ ହୋଇଛି । ସମ୍ବଲପୁରରେ ସ୍କୁଲଗୁଡିକୁ ସିମର୍ଥନ କରି ଆମେ ଗର୍ବିତ ଅନୁଭବ କରୁଛୁ ଏବଂ ଏସଟିଇଏମ୍‍ ବିଷୟଗୁଡିକରେ ଛାତ୍ର ଛାତ୍ରୀ ଉତ୍କର୍ଷ ହାସଲ କରିବା ଆଶା ରଖୁଛୁ ।”

ଆନ୍ତଃକ୍ରିୟାଶୀଳ ଏବଂ ପରୀକ୍ଷାମୂଳକ ଶିକ୍ଷା ଆହରଣକୁ ସମର୍ଥନ କରୁôଥବା ଗୁଣାତ୍ମକ ଶିକ୍ଷାଦାନ ସହାୟକ ବ୍ୟବସ୍ଥା ପ୍ରଚଳନ ଦ୍ୱାରା ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ମିନି ସାଇନ୍ସ ସେଣ୍ଟର ଡିଜାଇନ କରାଯାଇଛି । ଛାତ୍ର ଛାତ୍ରୀଙ୍କର ଆପ୍‍ଟିଚ୍ୟୁଡ ଏବଂ କୌଶଳତାରେ ଉନ୍ନତି ଆଣିବା ଉପରେ ଦୃଷ୍ଟିନିବଦ୍ଧ ସହତ ଏହି ସେଣ୍ଟର ଉଭୟ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ନିମନ୍ତେ ସେମାନଙ୍କର ବିଜ୍ଞାନସମ୍ପର୍କିତ ଜ୍ଞାନ ସମ୍ପର୍କରେ ଜାଣିବା ଏବଂ ତାହା ପ୍ରଦର୍ଶନ କରିବାକୁ ଏକ ମଞ୍ଚ ଯୋଗାଇ ଦେଉଛି । ଏହି ପ୍ରୟାସ ପ୍ରାକ୍ଟିକାଲ ଶିକ୍ଷା ଓ ପ୍ରଭାବୀ ଶିକ୍ଷାଦାନ ରଣକୌଶଳ ଉପରେ ଗୁରୁତ୍ୱ ଦେଉଥିବା ଆଧୁନିକ ଶିକ୍ଷା ବ୍ୟବସ୍ଥା ଅନୁରୂପ ହୋଇଛି ।

ନିକଟରେ ଶେଷ ହୋଇଥିବା ଆର୍ଥିକ ବର୍ଷ (୨୦୨୪-୨୫)ରେ ଆଦିତ୍ୟ ଆଲୁମିନିୟମ ୫ଟି ମନୋନୀତ ସ୍କୁଲ ମଧ୍ୟରୁ ପ୍ରତ୍ୟେକକୁ ୮୦ଟି ବିଜ୍ଞାନ ଉପକରଣ ପ୍ରଦାନ କରିଥିଲା, ଯଦ୍ଦ୍ୱାରା ୫ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୬୯୭ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏହି ଉପକରଣଗୁଡିକର ସ୍ଥାପନ ବିଜ୍ଞାନ ଓ ଗଣିତ ବଷୟକୁ ଏକ ନବୋନ୍ମେଷୀ ଏବଂ ପ୍ରତ୍ୟକ୍ଷ ଶୈଳୀରେ ଶିକ୍ଷାଦାନ କରିବା କ୍ଷେତ୍ରରେ ସ୍କୁଲଗୁଡିକର ଉଲ୍ଲେଖନୀୟ ସାମର୍ଥ୍ୟ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭିତ୍ତିଭୂମି ସହିତ କମ୍ପାନୀ ମଧ୍ୟ ଶିକ୍ଷକମାନଙ୍କ ନିମନ୍ତେ ଟ୍ରେନିଂ ଫର ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯାହାଦ୍ୱାରା ସେମାନେ ଏହି ନୂତନ ସମ୍ବଳକୁ ସଫଳତାର ସହିତ ବ୍ୟବହାର କରିବା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ହେବା ସୁନିଶ୍ଚିତ କରାଯାଇଥିଲା ।

ମିନି ସାଇନ୍ସ ସେଣ୍ଟର ଉଦଘାଟନ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିଲା ।

ମନୋଜ ନାୟକ, ପ୍ରଧାନଶିକ୍ଷକ, ଲପଙ୍ଗା ସରକାରୀ ହାଇସ୍କୁଲ, ନିଜର କୃତଜ୍ଞତା ପ୍ରକାଶ କରି କହିଥିଲେ, “ମିନି ସାଇନ୍ସ ସେଣ୍ଟର ଆମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ବିଷୟରେ ନିୟୋଜିତ ରହିବା କ୍ଷେତ୍ରରେ ରୂପାନ୍ତରଣ ଆଣିଛି । ଏହା ପାଠ୍ୟପୁସ୍ତକଗୁଡିକୁ ସଜୀବ କରିଦେଉଛି, ଯାହା ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନର ନୀତିଗୁଡିକୁ କାର୍ଯ୍ୟକାରୀ ଅବସ୍ଥାରେ ଦେଖିବାକୁ ସୁଯୋଗ ଦେଉଛି । ଏହି ପ୍ରତ୍ୟକ୍ଷ ଅନୁଭୂତି ସେମାନଙ୍କର ଶିକ୍ଷାଗତ ଅଭିବୃଦ୍ଧି ନିମନ୍ତେ ବହୁ ମୂଲ୍ୟବାନ ବିବେଚିତ ହେଉଛି ।”

ନବମ ଶ୍ରେଣୀର ଜଣେ ଛାତ୍ର ଆଲୋକ ସାହୁ ନିଜର ଉତ୍ସାହ ପ୍ରକାଶ କରି କହିଥିଲେ, “ମୁଁ ସର୍ବଦା ବିଜ୍ଞାନ ବିଷୟକୁ ଚାଲେଞ୍ଜପୂର୍ଣ୍ଣ ବିଷୟ ବୋଲି ଭାବୁଥିଲି, କିନ୍ତୁ ନୂଆ ଉପକରଣଗୁଡିକ ଶିକ୍ଷା ଆହରଣକୁ ମଜାଦାର ଓ ବୁଝିବା ନିମନ୍ତେ ସହଜ କରିଦେଉଛି । ଏବେ ମୁଁ ପରୀକ୍ଷା ନିରୀକ୍ଷା କରିପାରିବି, ଯାହା ପୂର୍ବରୁ କେବଳ ଲିଖିତ ଭାବରେ ରହୁଥିଲା । ବିଷୟଗୁଡିକ କିଭଳି କାର୍ଯ୍ୟ କରୁଛି ତାହା ଜାଣିବାକୁ ମୁଁ ଅଧିକ ଅନୁସନ୍ଧିତ୍ସୁ ହୋଇଛି ।”

ମିନି ସାଇନ୍ସ ସେଣ୍ଟର ସ୍ଥାପନରୁ ପ୍ରଭାବୀ ଫଳାଫଳ ଦେଖିବାକୁ ମିଳିଛି । ଏକ ସଂସ୍ଥା ଦ୍ୱାରା କରାଯାଇଥିବା ଆକଳନରୁ ଜଣାଯାଇଛି ଯେ ଛାତ୍ର ଛାତ୍ରୀ ବିଜ୍ଞାନ ଉପକରଣଗୁଡିକୁ ନେଇ ସକ୍ରିୟ ଭାବରେ ନିୟୋଜିତ ରହୁଛନ୍ତି ଏବଂ ଶିକ୍ଷକମାନେ ବେଶ ପ୍ରଭାବୀ ଢଙ୍ଗରେ ଏହି ଉପକରଣଗୁଡିକୁ ସେମାନଙ୍କ ଶିକ୍ଷାଦାନରେ ସାମିଲ କରୁଛନ୍ତି । ଡିଇଟି ଅନ୍ତର୍ନିବେଶୀ କାର୍ଯ୍ୟକ୍ରମ ଅବସରରେ ମୂଲ୍ୟାୟନ ପରବର୍ତ୍ତୀ ଭାବ ବିନିମୟ  ଏବଂ ପ୍ରଦର୍ଶନଗୁଡିକ ଏହି ପ୍ରୟାସର ପ୍ରଗତିଶୀଳ ପ୍ରଭାବ ସୁନିଶ୍ଚିତ କରିଥିଲା ।

ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମିନି ସାଇନ୍ସ ସେଣ୍ଟରଗୁଡିକର ଫାଇଦା ସମ୍ପର୍କରେ ଆଲୋକପାତ କରିବା ସହିତ ଆଦିତ୍ୟ ଆଲୁମିନିୟମକୁ ତାହାର ସମର୍ଥନ ନିମନ୍ତେ ପ୍ରଶଂସା କରିଛନ୍ତି । ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କୁ ଏସଟିଇଏମ ବିଷୟଗୁଡିକ ଗଭୀର ଭାବରେ ବୁଝିବା ଦିଗରେ କେବଳ ସଶକ୍ତ କରୁନାହିଁ, ତାହାସହିତ ସାମାଜିକ ଦାୟିତ୍ୱବଦ୍ଧତା ଏବଂ ଶିକ୍ଷାଗତ ବିକାଶ ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହନ ଶ୍ରୀମତୀ ରାଜଶ୍ରୀ ବିଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଦ୍ୱାରା ପରିଚାଳିତ ହେଉଛି ।

ଗ୍ରୁପ୍‍ର ଲକ୍ଷ୍ୟ ହେଉଛି ଏହା ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବା । ଏହାଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉନ୍ନତ ଏବଂ ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ କରୁଛି ଏବଂ ରାଷ୍ଟ୍ରର ମାନବ ସମ୍ବଳ ସୂଚକାଙ୍କରେ ବୃଦ୍ଧି ଘଟାଉଛି । ଗ୍ରୁପ୍‍ର ସିଏସଆର ଦୂରଦୃଷ୍ଟି ଦାରିଦ୍ର‌୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ନିମନ୍ତେ ୟୁଏନଏସଡିଜି ଳକ୍ଷ୍ୟସମୂହ ଅନୁରୂପ ହୋଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାର କାଶୀପୁରସ୍ଥିତ ଉତ୍କଳ ଆଲୁମିନା ରିଫାନାରୀ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ପଛକୁ ଫେରି ଆସୁଛି ଏବଂ ଆମେ ମୁଖ୍ୟ ସ୍ରୋତକୁ ଫେରିଛୁ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ନିବେଶକମାନେ ଓଡିଶାରେ ସେମାନଙ୍କର ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି। ମହାମାରୀ ପରଠାରୁ ଆମେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗକୁ ଆକର୍ଷିତ କରିପାରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷର ଏହି ସମୟରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି।

ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ଦ୍ୱାରା ସକରାତ୍ମକ ଭୂମିକା ଗ୍ରହଣ କରି ସିଏମ୍ କହିଛନ୍ତି ଯେ ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସମ୍ପ୍ରସାରଣ ଆଦିତ୍ୟ ବିର୍ଲା ଗୋଷ୍ଠୀ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ପ୍ରମାଣ। ବିଶେଷକରି ଓଡିଶାର ଆଦିବାସୀ ଅଞ୍ଚଳରେ ଏହି ସଂପ୍ରସାରଣ ଓଡିଶାର ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସିଏମ୍ ବିଶ୍ୱାସ ପ୍ରକାଶ କରିଛନ୍ତି।

ଉତ୍କଳ ଆଲୁମିନା 1993 ମସିହାରେ ରାୟାଗଡାଠାରେ 8 ହଜାର 600 କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇ ଥିଲା। ଏହି ସମ୍ପ୍ରସାରଣ ପାଇଁ 1500 କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ନୂତନ ୟୁନିଟ୍ ପାଇଁ 500 ରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡିଶାରେ 12,000 ରୁ ଅଧିକ ଲୋକଙ୍କୁ ନିୟୋଜିତ କରିଛି ଯାହାକି ଏହାର ବିଶ୍ବ ସ୍ତରୀୟ ଶ୍ରମିକଙ୍କ 10 ପ୍ରତିଶତରୁ ଅଧିକ ଅଟେ। ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସଟି, ମନ୍ତ୍ରୀ ଜଗନ୍ନାଥ ସାରାକା ଏବଂ ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତୀଶ ପାଇ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ।

ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଇଁ ଓଡିଶା ସର୍ବାଧିକ ପୁଞ୍ଜି ବିନିଯୋଗ ସ୍ଥାନ ଭାବରେ ଉଭା ହୋଇଛି। ସେ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତାରେ ଓଡିଶା ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ରାଜ୍ୟର ବିକାଶ କାହାଣୀରେ ଗର୍ବିତ ଅଂଶୀଦାର ଭାବରେ ତାଙ୍କର ଭୂମିକା ଉପରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ CM (5-T) ସଚିବ ଶ୍ରୀ ଭି କେ ପାଣ୍ଡିଆନ୍। ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ହିଣ୍ଡାଲକୋ ମୁଖ୍ୟ ବି.ସି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ।