Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସରିଲା ଗାଁ ଆମ୍ୱ ମେଳା, ଛ’ଅ ଦିନରେ ୧୩ ଲକ୍ଷରୁ ଅଧିକ କାରବାର

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜନ କରାଯାଇଥିବା ଗାଁ ଆମ୍ୱ ପସରା ବଜାର ମଙ୍ଗଳବାର ଶେଷ ହୋଇଛି। ଏହି ଛଅ ଦିନିଆ ଆମ୍ୱ ବଜାରରେ ୧୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ, ମୋଟ୍ ୨୨୯ କ୍ୱିଣ୍ଟାଲ ଆମ୍ୱ ବିକ୍ରି ହୋଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଛି।

ସେଥି ମଧ୍ୟରୁ  ଆମ୍ରପଲ୍ଲୀ ଆମ୍ୱ ସର୍ବାଧିକ ବିକ୍ରି ହୋଇଥିବା ଜଣାପଡ଼ିଛି। ମେଳାର ଉଦଯାପନୀ  ଅବସରରେ ଅଂଶଗ୍ରହଣକାରୀ ଚାଷୀମାନଙ୍କୁ ଓରମାସ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଏହି ଗାଁ ଆମ୍ୱ ପସରା ମେଳାରେ ୭ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସମ୍ୱଲପୁରର ଚାଷୀମାନଙ୍କ ବଗିଚାର ଆମ୍ବ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନି ଏବଂ ଏଫ.ପି.ଓ. ମାନଙ୍କ ସହଯୋଗରେ ବିକ୍ରି କରାଯାଇଥିଲା।

ଏଥିସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗ୍ରାହକଙ୍କୁ ଏହି ଆମ୍ୱ ଯୋଗାଇ ଦେବା ପାଇଁ, ଓରମାସ ତରଫରୁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନ ବା ମ୍ୟାଙ୍ଗୋ ଅନ୍ ହ୍ୱିଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହିପରି ଘରେ ବସି ଅନ୍ ଲାଇନରେ ମଧ୍ୟ ରାଜଧାନୀବାସୀ ଓରମାସ ଆମ୍ବ କିଣିବାର ସୁବିଧା ପାଇଥିଲେ।

ଚଳିତ ବର୍ଷ ମେଳାରେ ଆମ୍ରପଲ୍ଲୀ, ଦଶେରୀ, ଆଖୁରସ, ବେଗନପଲ୍ଲୀ, ସୁନ୍ଦରୀ, ତୋଟାପୁରୀ, ମଲ୍ଲିକା ଓ ଲେଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଆମ୍ୱ ବିକ୍ରି କରାଯାଇଥିଲା। ଗାଁ ଆମ୍ୱ ପସରା କାର‌୍ୟ୍ୟକ୍ରମରେ ଗଛ ପାକଳ ସ୍ୱାଦିଷ୍ଟ ଆମ୍ୱ ବିକ୍ରି କରାଯାଇଥିବା ବେଳେ, ରାଜଧାନୀବାସୀଙ୍କ ମଧ୍ୟରେ ଏହି ଆମ୍ୱ କିଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଗୁରୁବାର ଦିନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏହି ଆମ୍ୱ ମେଳାର ଉଦଘାଟନ କରିଥିଲେ। ଆମ୍ୱ ମେଳା ଅବସରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ମ୍ୟାଙ୍ଗୋ ବା ଓଡ଼ିଶା ଆମ୍ୱ ଲୋଗୋର  ଉନ୍ମୋଚନ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଦେଶରେ ଆରମ୍ଭ ହେଲା ସାତ ଦିନିଆ ଭାରତୀୟ ଆମ୍ବ ଉତ୍ସବ, ଖାଇବା ପାଇଁ ବିଦେଶୀଙ୍କ ଭିଡ

ନୂଆଦିଲ୍ଲୀ, ବିଦେଶରେ ଭାରତୀୟ ଆମ୍ବ ପ୍ରତି ରହିଛି ବେଶ୍ ଆଗ୍ରହ। ସେଥିପାଇଁ ପ୍ରତିବର୍ଷ ଏହି ସମୟରେ ବିଦେଶର ବିଭିନ୍ନ ସ୍ଥାନରେ ଆମ୍ବ ପ୍ରଦର୍ଶନୀ କରାଯାଇଥାଏ। ସେହିପରି ବହରିନରେ ଆଜିଠାରୁ ଆରମ୍ଭ ହୋଇଛି ଆମ୍ବ ଉତ୍ସବ।
ଏଥିରେ ଭାରତରୁ ଯାଇଥିବା ପ୍ରାୟ 87 ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀକୁ ଅଲଜଜିରା ବହରିନ ଏବଂ ଭାରତ ସରକାରଙ୍କ ଅପେଡା ଦ୍ବାରା ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀ ସାତ ଦିନ ଧରି ଚାଲିବ।