Categories
ଆଜିର ଖବର ଜାତୀୟ ଖବର ସିନେମା

ଇ-ସିନେ ପ୍ରମାଣନରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହେଲା ‘‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡସ୍‌’’ ମଡ୍ୟୁଲ

ନୂଆଦିଲ୍ଲୀ: ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ’ ବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ୧୫ ସେପ୍ଟେମ୍ବର ୨୦୨୪ ଠାରୁ ଇ-ସିନେମା ପ୍ରମାଣନରେ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଆବେଦନକାରୀ ଏବେ ମାର୍ଗଦର୍ଶିକାରେ ନିର୍ଦ୍ଧାରିତ ଶ୍ରବଣ ଓ ଦୃଷ୍ଟିବାଧିତ ଲୋକଙ୍କ ପାଇଁ ଆବଶ୍ୟକ ଆକ୍ସେସିବିଲିଟି ବା ସୁଗମତା ସୁବିଧା ସହିତ ନିଜ ଚଳଚ୍ଚିତ୍ର ପାଇଁ ଆବେଦନ ଦାଖଲ କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏସବୁ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବା ଲାଗି ୧୫ ସେପ୍ଟେମ୍ବର ୨୦୨୪କୁ ଧାର୍ଯ୍ୟ ତାରିଖ ଭାବେ ନିର୍ଦ୍ଧାରିତ କରିଥିଲା।

ନୂଆ ମାର୍ଗଦର୍ଶିକା ଏବଂ ପରିବର୍ଦ୍ଧିତ ସୁଗମତା ମାନକ

ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ଲାଗି ଚଳଚ୍ଚିତ୍ର ଦେଖିବାକୁ ଅଧିକ ସମାବେଶୀ ଓ ସୁଲଭ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୧୫ ମାର୍ଚ୍ଚ ୨୦୨୪ରେ ଜାରି କାର୍ଯ୍ୟାଳୟ ବିଜ୍ଞପ୍ତି ମାଧ୍ୟମରେ ଶ୍ରବଣ ଓ ଦୃଷ୍ଟିବାଧିତ ବ୍ୟକ୍ତିବିଶେଷଙ୍କ ପାଇଁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଫିଚର ଚଳଚ୍ଚିତ୍ରର ସାର୍ବଜନୀନ ପ୍ରଦର୍ଶନରେ ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ କାର୍ଯ୍ୟକାରୀ କରିବାକୁ ମାର୍ଗଦର୍ଶିକା ଜାରି କରିଥିଲା।

ବ୍ୟବସାୟିକ ଉଦ୍ଦେଶ୍ୟରେ ସିନେମା ହଲ୍‌/ମୁଭି ଥିଏଟର୍‌ରେ ସାର୍ବଜନୀନ ପ୍ରଦର୍ଶନ ଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଫିଚର୍‌ ଚଳଚ୍ଚିତ୍ର* ଉପରେ ଏସବୁ ମାର୍ଗଦର୍ଶିକା ଲାଗୁ ହେବ। ଗୋଟିଏରୁ ଅଧିକ ଭାଷାରେ ସିବିଏଫସି ପ୍ରମାଣପତ୍ର ପାଉଥିବା ସବୁ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମ୍‌ରେ ଗୋଟିଏ ସୁଗମତା ସୁବିଧା ଯୋଗାଇ ଦେବା ଆବଶ୍ୟକ; ଅର୍ଥାତ୍‌ ବୋଲ୍ଡ କ୍ୟାପ୍ସନିଂ/ଓପନ୍‌ କ୍ୟାପ୍ସନିଂ ଏବଂ ଅଡିଓ ବିବରଣୀ ଭଳି ସୁବିଧା ଚଳଚ୍ଚିତ୍ରରେ ରହିବା ଉଚିତ୍‌।