Categories
ଆଜିର ଖବର ରାଜ୍ୟ ଖବର

ପୋସ୍କୋ ବିରୋଧୀ ଆନ୍ଦୋଳନକୁ ନେଇ ଉପନ୍ୟାସ ‘ମାଟି ମୁକ୍ତି’

କୁଜଙ୍ଗ: ଦୀର୍ଘ ବାରବର୍ଷ ଧରି ଚାଲିଥିବା ଲଢେଇ ଫଳରେ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ଓଡିଶା ଛାଡିବାକୁ ପଡିଲା। ଏହି କମ୍ପାନୀକୁ ବିରୋଧ କରିବାକୁ ଯାଇ ଅନେକ ଲୋକଙ୍କୁ ଜେଲ ଜୋରିମାନା ଭୋଗିବାକୁ ପଡିଛି, ପୁଣି ଗାଁ ଗଣ୍ଡା ଛାଡି ଦେଶାନ୍ତରୀ ହେବାକୁ ହୋଇଛି। ପାଞ୍ଚଜଣ ମଣିଷଙ୍କୁ ଜୀବନ ଦେବା ସହିତ ମହିଳା ମାନଙ୍କୁ ସୁଦ୍ଧା ଉଲଗ୍ନ ପ୍ରତିବାଦ କରିବାକୁ ହୋଇଛି, ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ହଟାଇବା ନିମନ୍ତେ ନବୀନ ନିବାସ ଠାରୁ ଆରମ୍ଭ କରି ଆକାଶବାଣୀ କଟକ କେନ୍ଦ୍ର ଯାଏ, ପୁଣି ଢିଙ୍କିଆ ବାଲିବନ୍ଧ ଠାରୁ ଆରମ୍ଭ କରି ନୂଆଗାଁ ଗଡକୁଜଙ୍ଗ ପର୍ଯ୍ୟନ୍ତ ଅନେକ ସଂଗ୍ରାମର କାହାଣୀକୁ ଏକ ଉପନ୍ୟାସର ରୂପ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଦୀର୍ଘ ବାରବର୍ଷ ଧରି ଏହି ଘଟଣାର ରିପୋର୍ଟିଂ କରିଥିବା ଡକ୍ଟର ରଘୁନାଥ ସାହୁ।

ମାଟି ମୁକ୍ତି ଉପନ୍ୟାସ କେବଳ ପୋସ୍କୋ ବିରୋଧୀ ଆନ୍ଦୋଳନ ନୁହେଁ, କାହାର ବିକାଶ ପାଇଁ ପୋସ୍କୋ ଆସିଥିଲା ସେସବୁକୁ ସ୍ପଷ୍ଟ କରିଛି ବୋଲି ବ୍ଲାକ ଇଗଲ ବୁକ୍ସ ଦ୍ଵାରା ପ୍ରକାଶିତ ମାଟି ମୁକ୍ତି ଉପନ୍ୟାସର ଉନ୍ମୋଚନ କରି ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଛନ୍ତି। ଲୋହିଆ ଏକାଡେମୀ ପରିସରରେ କୁଜଙ୍ଗ – ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସଂଗଠନ ପ୍ରିୟବନ୍ଧୁ ପକ୍ଷରୁ ବିଶିଷ୍ଟ ପୋସ୍କୋ ବିରୋଧୀ ନେତା ଡାକ୍ତର ବିଶ୍ଵଜିତ ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଗ୍ରୀନ ନୋବେଲ ବିଜେତା ତଥା ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ପୋସ୍କୋ ପରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଲୋକଙ୍କ ଉପରେ କରୁଥିବା ଅତ୍ୟାଚାର ବାବଦରେ କ୍ଷୋଭ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ଶୈଳଜ ରବି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପୀତାମ୍ବର ତରାଇ, ସମାଜସେବୀ ରଞ୍ଜନ କୁମାର ଦାସ, ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାଶ, ପ୍ରଶାସକ ଅରୁଣ ବିଶ୍ଵାଳ,ସାମ୍ବାଦିକ ଦୁଷ୍ମନ୍ତ ମାଝୀ ପ୍ରମୁଖ ମାଟି ମୁକ୍ତି ଉପନ୍ୟାସ ଓ ପୋସ୍କୋ ବିରୋଧୀ ଆନ୍ଦୋଳନ ବାବଦରେ ନିଜ ନିଜର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଡ଼ ଗଙ୍ଗାଧର ସାମନ୍ତରାୟ ପୁସ୍ତକ ସମୀକ୍ଷା କରିଥିବା ବେଳେ ଯୁବନେତା ମାନସ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ତଥା ପ୍ରଫେସର ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଉପରେ ଆଧାରିତ ଉପନ୍ୟାସ ଲେଖିବେ ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କ ପରବର୍ତ୍ତୀ ଉପନ୍ୟାସ ଭାରତ ଉପରେ ଆଧାରିତ ହୋଇପାରେ ଏବଂ ସେ ଏହାକୁ ଲେଖିବା ପାଇଁ ପୁଣି ଥରେ ଏଠାକୁ ଫେରିପାରନ୍ତି। ନ୍ୟୁୟର୍କରେ ରହୁଥିବା ରୁଶଦୀ ନିଜେ ରବିବାର ଏକ ଭର୍ଚୁଆଲ୍ ପ୍ରୋଗ୍ରାମରେ ଏ ବିଷୟରେ ସୂଚନା ଦେଇଛନ୍ତି। ରୁଶଦୀ ନିଜେ ଭାରତରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ ମସିହା ପରେ ପ୍ରଥମ ଥର ପାଇଁ ରୁଶଦୀ ଭାରତରେ ଏକ ସାହିତ୍ୟ ଉତ୍ସବରେ ଭାଗ ନେଇଥିଲେ। ୨୦୧୨ ମସିହାରେ ଜୟପୁର ସାହିତ୍ୟିକ ଫେଷ୍ଟରେ ବିବାଦ ହେବାରୁ ସେ ହଟିଯାଇଥିଲେ।

ସଲମାନ ୨୦୧୨ ମସିହା ରବିବାର ଦିନ ଟାଇମ୍ସ ସାହିତ୍ୟିକ ଫେଷ୍ଟରେ ଅଂଶଗ୍ରହଣ କରିଥିଲେ। ରୁଶଦୀ କହିଛନ୍ତି ଯେ, “ଗତ ଦଶ ବର୍ଷ ଧରି ମୁଁ ପାଶ୍ଚାତ୍ୟ ଦେଶ ଉପରେ ଆଧାର କରି ଉପନ୍ୟାସ ଲେଖୁଥିଲି। ବର୍ତ୍ତମାନ ମୁଁ ଏକ ପୁସ୍ତକ ଲେଖିବାକୁ ଯାଉଛି ଯାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ପରିବେଶ ଉପରେ ଆଧାରିତ ହେବ। ଯାହାର ଅର୍ଥ ହେଉଛି ମୋତେ ସେଠାକୁ ଆସିବାକୁ ପଡିବ।”୧୯୮୮ ରେ ରୁଶଦୀଙ୍କ ଦ୍ୱାରା ଲିଖିତ ବିବାଦୀୟ ଉପନ୍ୟାସ ‘ଦି ସତାନିକ ଭର୍ସେସ’ ଭାରତରେ ନିଷେଦ୍ଧ ହୋଇଛି।

କାଳ୍ପନିକ ପ୍ରତି ଲେଖକଙ୍କ ସଚ୍ଚୋଟତା ବିଷୟରେ ରୁଶଦୀ କହିଛନ୍ତି, “ଯେତେବେଳେ ସମଗ୍ର ବିଶ୍ୱ ମିଥ୍ୟାରେ ପରିପୂର୍ଣ୍ଣ, ତୁମେ କାହିଁକି ଏହି ପରିବେଶରେ ନିଜ ସହିତ କଥାବାର୍ତ୍ତା କରୁଛ? ମୋର ବିଶ୍ୱାସ ଯେ କାଳ୍ପନିକ ମିଥ୍ୟାଠାରୁ ଭିନ୍ନ ଅଟେ। ସାହିତ୍ୟର ଉଦ୍ଦେଶ୍ୟ ହେଉଛି ଆମେ କିଏ ଏବଂ କାହିଁକି ବର୍ଣ୍ଣନା କରି ମଣିଷର ସତ୍ୟତା ଆଡକୁ ଯିବାକୁ ପଡିବ। ଯେଉଁଠାରେ ମିଥ୍ୟାର କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି ଏବଂ ତାହା ହେଉଛି ସତ୍ୟକୁ ଲୁଚାଇବା। କ୍ଷମତାରେ ଥିବା ଲୋକମାନେ ସର୍ବଦା ଲେଖକଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ”

ଏହି କାର୍ଯ୍ୟକ୍ରମରେ ୭୪ ବର୍ଷିୟ ସଲମାନ ରୁଶଦୀ କହିଛନ୍ତି, “ମୁଁ ପ୍ରାୟ ସାତ ବର୍ଷ ପୂର୍ବେ ମୁମ୍ବାଇ ଆସିଥିଲି। ବେଳେବେଳେ ଏଠାକୁ ଆସିବା ମୋ ପକ୍ଷେ ସହଜ ନୁହେଁ। ବେଳେବେଳେ ଧାର୍ମିକ ବିରୋଧ ଯୋଗୁଁ ଏବଂ ବେଳେବେଳେ ସୁରକ୍ଷା କାରଣରୁ ଏହା ମୋ ପାଇଁ ସହଜ ନୁହେଁ। କୋଲବାର ଜନଗହଳି ଅଞ୍ଚଳରେ ସାଙ୍ଗମାନଙ୍କ ସହ ମିଶି ଏଏଫଆଇ ପିଇବା ସହଜ ନୁହେଁ। ଯେତେବେଳେ ଆପଣଙ୍କ ସୁରକ୍ଷା ପାଇଁ ଏତେ ଲୋକ ଲଗାଇଦିଆଯାଏ, ସେତେବେଳେ ମଣିଷ ଜୀବନ ଜିଇବା ସହଜ ହୋଇନଥାଏ।

ରୁଶଦୀ ନିଜକୁ ‘ବମ୍ବେ ବାଳକ’ ବୋଲି କହି ବହୁତ ଆନନ୍ଦିତ ହୁଅନ୍ତି। ମୁମ୍ବାଇ ବ୍ୟତୀତ ସେ ଲଣ୍ଡନ ଏବଂ ନ୍ୟୁୟର୍କରେ ରହୁଛନ୍ତି। ତଥାପି, ତାଙ୍କ କାହାଣୀ ସବୁବେଳେ ବିଭିନ୍ନ ଉପାୟରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ଅଞ୍ଚଳର ଝଲକ ଦେଇଥାଏ। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ରୁଶଦୀଙ୍କ ପିଲାଦିନ ଅତିବାହିତ ହୋଇଥିଲା।