Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଭାବିଥିଲେ, ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ଅପ୍ରଚାର କରିବାରେ ଲାଗିଥିଲେ। ସେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ କହି ନିଜେ ମୁଖ୍ୟମନ୍ତ୍ରୀ ହେବେ। ସେଥିପାଇଁ ସେ କେତେକ ବିଧାୟକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାଙ୍କର ଏପରି ହୀନ ଉଦ୍ୟମ ସଫଳ ହେଲା ନାହିଁ।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇ କୁ ଏକ ସାକ୍ଷାତକାର ଦେଇ ଏପରି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛିନ୍ତି ଯେ, ମୁଖ୍ୟମନ୍ତ୍ରୀ ଏପରି ବୟସରେ ମଧ୍ୟ ବେଶ ଫିଟ ଅଛନ୍ତି। ସ୍ବାଭାବିକ ଭାବେ ମଣିଷ ବୟସ ହେଲେ ଯାହା ହେବା କଥା ତାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟୁଛି। ହେଲେ ତାହାକୁ ଅପ୍ରଚାର କରି ନିଜର ଫାଇଦା ହାସଲ କରିବାକୁ ବିଜେଡି ନେତା ଓ ବିରୋଧୀ ଦଳ ଚାହୁଁଥିଲେ।

ସିଧା ବୈଜୟନ୍ତଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ସେ ବାରମ୍ବାର ପ୍ରଚାର କରିବାକୁ ଲାଗିଥିଲେ। ଏପରିକି ଦିଲ୍ଲୀର କେତେକ ମନ୍ତ୍ରୀ ଓ ନେତା ମଧ୍ୟ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାସ୍ଥ୍ୟ ବିଷୟରେ ଫୋନ କରିଥିଲେ। ଯେଉଁ କେନ୍ଦ୍ର ମନ୍ତ୍ରୀ ଓଡିଶା ଆସୁଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ବେଳେ ପ୍ରଥମେ ସ୍ବାସ୍ଥ୍ୟ ବିଷୟରେ ପଚାରୁଥିଲେ। ସ୍ବାସ୍ଥ୍ୟ ଖରାପ କଥା କିଏ କହିଲା ବୋଲି ସେମାନଙ୍କୁ ପଚାରିବାରୁ ସେମାନେ ବୈଜୟନ୍ତଙ୍କ ନାମ କହୁଥିଲେ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ବହୁତ ଖରାପ ଭାବିଲେ ବୋଲି ପାଣ୍ଡିଆନ କହିଛନ୍ତି।

ଯେଉଁ ନେତା ମୁଖ୍ୟମନ୍ତ୍ରୀଙ୍କ ସହିତ ଲଞ୍ଚ ଓ ଡିନର କରୁଥିଲେ, ସେହି ନେତା ଏପରି ଅପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ପସନ୍ଦ କରିଥିଲେ। ପରବର୍ତ୍ତି ସମୟରେ ସେ ସଂସଦୀୟ ଅର୍ଥ କମିଟର ଅଧ୍ୟକ୍ଷ ହେବା ପାଇଁ ଚାହିଁଥିଲେ। ସେଥିପାଇଁ ସେ ପ୍ରବଳ ଚାପ ମଧ୍ୟ ପକାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ତାହା କରାଇ ଦେଇ ନ ଥିଲେ ବୋଲି ପାଣ୍ଡିଆନ ଖୋଲାସା କରିଛନ୍ତି। କାରଣ ତାଙ୍କ ବିରୋଧରେ ନିଜ ଘରୋଇ କଂପାନୀର ଋଣ ଛାଡ କରିବା ଅଭିଯୋଗ ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସେହି ପଦବୀ ଦେବାକୁ ଚାହିଁ ନ ଥିଲେ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ବିରୋଧୀ ଦଳକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଖରାପକୁ ଅଧିକ ପ୍ରଚାର କରିବାରେ ଲାଗିଲେ। କାରଣ ସେମାନେ ଚାହୁଥିଲେ ଏହିପରି ଅପ୍ରଚାର କରି ବିଜେଡକୁ ବଦନାମ କରିବେ। କିନ୍ତୁ ସେମାନଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଛି। ଦୀର୍ଘ ଦଶ ବର୍ଷ ତଳେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପ୍ରଚାର କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ବେଶ ଭଲ ଭାବରେ କାମ କରି ଆସୁଛନ୍ତି।

କାର୍ତ୍ତିକ ପାଣ୍ଡିଆନଙ୍କ ଏହି ସାକ୍ଷାତକାର ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି।