Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର, ନେଲୋର ଓ ଶିଲଂରେ ୨୦୨୫-୨୦୨୬ ଶିକ୍ଷାବର୍ଷ ପାଇଁ ବିଏ. ବି. ଇଡି, ବି.ଏସସି. ବି.ଇଡି, ବି.ଇଡି, ବି.ଇଡି-ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ କରାଯାଉଛି ଓ ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ।

ଚଳିତ ବର୍ଷ ଆବେଦନର ଶେଷତାରିଖ ୧୭.୦୬.୨୦୨୫ ଓ ଅଧିକ ଜାଣିବାପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.riebbs.ac.inରେ ଲଗଇନ କରିବାସହ ହେଲ୍ପଲାଇନ ନମ୍ବର ୦୨୨-୬୧୩୦୬୨୭୧ରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଏନ.ସି.ଇ.ଆର.ଟି.ର ସର୍ବ ଭାରତୀୟ ଚୟନ ପରୀକ୍ଷା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର୍.ଟି.ର ବିଭିନ୍ନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର, ଭୋପାଳ, ଆଜ୍ ମେର, ମୈସୂର ଓ ଶିଲଂରେ ବି.ଇଡି, ଏମ.ଇଡି, ବିଏ.ବି.ଇଡି, ବି.ଏସ୍.ସି.ବି.ଇଡି, ଏମ୍.ଏସସି.ଇଡି ଆଦି ଉନ୍ନତମାନର ଶିକ୍ଷାଭିତ୍ତିକ ପାଠପଢ଼ାପାଇଁ ଆସନ୍ତା କାଲି ସର୍ବ ଭାରତୀୟ ଚୟନ ପରୀକ୍ଷା CEE-2024 ଅନୁଷ୍ଠିତ ହେଉଛି।

ଚଳିତବର୍ଷ ଭାରତର 29 ସହରର 58ଟି କେନ୍ଦ୍ରରେ ସକାଳ 9ଟାରୁ 11 ପର୍ଯ୍ୟନ୍ତ ହେବାକୁଥିବା ଏହି ସାଧାରଣ ଚୟନ ପରୀକ୍ଷାପାଇଁ ସମୁଦାୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା 19,547 ।  ପ୍ରକାଶ ଥାଉକି, ଚଳିତ ବର୍ଷ ପ୍ରଥମଥରପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର ଏହି ପରୀକ୍ଷା Nodal Centre ଭାବେ ପରିଚାଳନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ଏବେ ଏନ.ସି.ଇ.ଆର.ଟି.ର ୱେବସାଇଟ୍‌ରେ ଉପଲବ୍ଧ ତୃତୀୟ ଶ୍ରେଣୀର ପାଠ୍ୟପୁସ୍ତକ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି (ଏନ୍‌.ଇ.ପି.) ୨୦୨୦ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରିବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଓ ଶିକ୍ଷାଦାନରେ ସଂସ୍କାର ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୨ରେ ପ୍ରଥମ ମାଇଲ୍‌ଖୁଣ୍ଟ ହାସଲ କରାଯାଇଥିଲା, ଯେତେବେଳେ ମୌଳିକ / ପ୍ରାରମ୍ଭିକସ୍ତର ପାଠ୍ୟଚର୍ଯ୍ୟା (୨୦୨୨) ଆରମ୍ଭ ହେଲା। ଏହି ପାଠ୍ୟଚର୍ଯ୍ୟାରେ ପ୍ରସ୍ତାବ ଅନୁଯାୟୀ ‘ଯାଦୁଇ ପିଟାରା’, ଖେଳଣା, ଖେଳ, କଣ୍ଢେଇ, ପୋଷ୍ଟର, କାହାଣୀ କାର୍ଡ ଇତ୍ୟାଦି ଏବଂ ଖେଳ ଆଧାରିତ ପାଠ୍ୟପୁସ୍ତକ ସହ ଶିକ୍ଷା-ଶିକ୍ଷାଦାନ ସାମଗ୍ରୀର ସଂଗ୍ରହ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀପାଇଁ ଗତବର୍ଷ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷାନୀତି ୨୦୨୦ରେ ବହୂଭାଷିତା ସମ୍ବନ୍ଧୀୟ ଦୃଷ୍ଟିକୋଣ ଉପରେ ଧ୍ୟାନ ଦେଇ ଏନ୍‌ସିଇଆର୍‌ଟି ଭାରତୀୟ ଭାଷାର ଚଉବନଟି ପ୍ରାଇମର ପ୍ରକାଶ କରିଛି। ଏଥି ମଧ୍ୟରୁ କୁଇ ଏବଂ ଦେଶିଆ ଭଳି ଭାଷାରେ ମାତୃଭାଷାରୁ ଭାଷା ସୁଗମ ପରିବର୍ତ୍ତନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇସାରିଛି।

ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟଚର୍ଯ୍ୟା (ଏସ୍‌.ସି.ଏଫ୍‌.ଏସ୍‌.ଇ.) ୨୦୨୩ ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା। ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବରେ ଏନ୍‌.ସି.ଇ.ଆର୍‌.ଟି. ତୃତୀୟରୁ ଦ୍ୱାଦଶ ଶ୍ରେଣୀପାଇଁ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତିର କାର୍ଯ୍ୟ ଆରମ୍ଭ କଲା। ଜାତୀୟ ଶିକ୍ଷାନୀତି ୨୦୨୦ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପାଠ୍ୟପୁସ୍ତକଗୁଡ଼ିକ ଏକ ପର୍ଯ୍ୟାୟ ଅନୁଯାୟୀ ଅଣାଯିବା ଆବଶ୍ୟକ, ଯାହାଦ୍ୱାରା ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ସ୍ଥାନାନ୍ତର ହୋଇପାରିବ। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ତୃତୀୟ ଶ୍ରେଣୀ (ପ୍ରସ୍ତୁତି ସ୍ତରର ପ୍ରଥମ) ଏବଂ ଷଷ୍ଠ ଶ୍ରେଣୀ (ମଧ୍ୟସ୍ତରର ପ୍ରଥମ) ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉଛି। ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ପିଲାମାନଙ୍କର ସୂଗମ ପରିବର୍ତ୍ତନ ନିମନ୍ତେ ଷଷ୍ଠଶ୍ରେଣୀର ଏକ ମାସସଂଯୋଗ କାର୍ଯ୍ୟକ୍ରମ ଏବଂ ତୃତୀୟ ଶ୍ରେଣୀ ପାଇଁ ଦୁଇ ସପ୍ତାହର ମୌଳିକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ସବୁ କାର୍ଯ୍ୟକ୍ରମ ବିଭିନ୍ନ ବିଷୟ ଯଥା- ଆମ ଚତୁପାଶ୍ୱର୍ର ଦୁନିଆ, କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସ୍ୱସ୍ଥ୍ୟ-ସୁସ୍ଥତା ଉପରେ ପର୍ଯ୍ୟବେସିତ ହେବ। ଏତଦ୍ୱାରା ନୂତନ ପାଠ୍ୟକ୍ରମର ବିଭିନ୍ନ ଆଧାର ଯଥା ଅନୁଭୂତିଶୀଳ ଶିକ୍ଷଣ, ସାଂସ୍କୃତିକ ମୂଳତା, ବହୁଭାଷୀ ଶିକ୍ଷା, ସାମଗ୍ରିକ ବିକାଶକୁ ନେଇ ସାମଗ୍ରିକ ମୂଲ୍ୟାୟନ ଉପରେ ସେମାନଙ୍କର ଶିକ୍ଷଣ ସୁନିଶ୍ଚିତ ହେବ।

ବର୍ତ୍ତମାନ ତୃତୀୟ ଶ୍ରେଣୀର ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ପାଠ୍ୟପୁସ୍ତକ ଏନ.ସି.ଇ.ଆର.ଟି.ର ୱେବସାଇଟ୍‌ରେ ଉପଲବ୍ଧ ଅଛି। ବିଦ୍ୟାଳୟ ଶିକ୍ଷା ଜାତୀୟ ପାଠଚର୍ଯ୍ୟା ୨୦୨୩ରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରସ୍ତାବିତ ସମସ୍ତ ୧୦ଟି ବିଷୟ ପାଇଁ ଏକମାସ ସଂଯୋଗ କାର୍ଯ୍ୟକ୍ରମ ମଧ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ। ନୂତନ ପାଠ୍ୟ ପୁସ୍ତକ ବ୍ୟବହାର ପୂର୍ବରୁ ମୌଳିକ କିମ୍ବା ସଂଯୋଗ କାର୍ଯ୍ୟକ୍ରମ (Bridge Course) ସାଧାରଣତଃ ଜରୁରୀ। ପିଲାମାନେ ସେମାନଙ୍କର ମୌଳିକ ଓ ଏକମାସ ସଂଯୋଗ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ନୂତନ ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ ଏବଂ ସେମାନଙ୍କ ପାଇଁ ପାଠ୍ୟପୁସ୍ତକ ଉପଲବ୍ଧ ହେବ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ନୂତନ ପାଠ୍ୟ ପୁସ୍ତକ ପ୍ରକାଶିତ ଓ ଛାପା ଆକାରରେ ଉପଲବ୍ଧ। ସେହିପରି ସପ୍ତମ, ଅଷ୍ଟମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ମଧ୍ୟ ଛାପା ଆକାରରେ ଉପଲବ୍ଧ। ଚତୁର୍ଥ, ପଞ୍ଚମ, ନବମ ଓ ଏକାଦଶ ଶ୍ରେଣୀର ଅଧିକାଂଶ ପାଠ୍ୟପୁସ୍ତକ ପ୍ରକାଶ ପାଇସାରିଛି ଏବଂ ଚଳିତ ବର୍ଷ ମଇ ୩୧ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ହେବ। ଏହି ପାଠ୍ୟ ପୁସ୍ତକଗୁଡ଼ିକ ଡିଜିଟାଲ ଭାବେ ଏନ୍‌ସିଇଆର୍‌ଟି ୱେବ୍‌ସାଇଟ୍, ଦିକ୍ଷା ଓ ଇ-ପାଠଶାଳା ସହ ମୋବାଇଲ୍ ଆପ୍‌ରେ ମଧ୍ୟ ଉପଲବ୍ଧ। ଏଗୁଡ଼ିକ ସହଜ ଓ ମାଗଣାରେ ଡାଉନ୍‌ଲୋଡ୍ କରାଯାଇପାରିବ।

ଏନ.ସି.ଇ.ଆର.ଟି. ୱେବ୍ ସାଇଟ୍ ରେ କିମ୍ବା ଛାପା ଆକାରରେ ଉଲବଲବ୍ଧ ଥିବା ପାଠ୍ୟପୁସ୍ତକ ବ୍ୟବହାର କରିବାକୁ ସମ୍ବନ୍ଧିତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।  ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟଚର୍ଯ୍ୟା (୨୦୨୩) ସହ ସମନ୍ୱୟତା ଓ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ପାଠ୍ୟପୁସ୍ତକ (ତୃତୀୟ ଓ ଷଷ୍ଠ ଶ୍ରେଣୀ)କୁ ଚଳିତ ବର୍ଷ ଉପଲବ୍ଧ କରିବାକୁ ଏନ.ସି.ଇ.ଆର.ଟି.  ସଂକଳ୍ପବଦ୍ଧ ଏବଂ ସମସ୍ତକୁ ଏଥିପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।