Categories
ଆଜିର ଖବର ରାଜ୍ୟ ଖବର

ଭୀମସାରରେ ୨୯ ଛାତ୍ରଛାତ୍ରୀ କରୋନା ସଂକ୍ରମଣ: ବାତିଲ ହେଲା ଅଫଲାଇନ ଏମବିବିଏସ ପରୀକ୍ଷା

ଭୁବନେଶ୍ଵର: ଆଜି ଭୀମସାରରେ ୨୯ ଛାତ୍ରଛାତ୍ରୀ କରୋନା ସଂକ୍ରମଣ ହୋଇଛନ୍ତି। ୨୨ ଜଣ ଛାତ୍ରୀ ଏବଂ ୭ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଭୀମସାର ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଆସନ୍ତା ଏମବିବିଏସ ଅଫଲାଇନ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏମବିବିଏସ ଅଫଲାଇନ ପରୀକ୍ଷାକୁ ଭୀମସାର କର୍ତ୍ତୁପକ୍ଷ ବାତିଲ କରିଛନ୍ତି। କିନ୍ତୁ ଏହି ପରୀକ୍ଷାକୁ ଅନଲାଇନରେ କରିବା ପାଇଁ ନିଷ୍ପତ୍ତି ହୋଇଛି।