Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Breaking News: ଘୋଷଣା ହେଲା ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ମସିହା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି।

୨୦୨୧ ମସିହା ପାଇଁ ସମ୍ବଲପୁରର ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ୨୦୨୨ ମସିହା ପାଇଁ କଟକ ଏସ୍‌.ସି.ବି ମେଡିକାଲ କଲେଜର ପ୍ରଫେସର ବିଦ୍ୟୁତ କୁମାର ଦାସଙ୍କୁ ବୈଜ୍ଞାନିକ ଉତ୍କର୍ଷ ନିମନ୍ତେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ରୌପ୍ୟ ପଦକ, ଉପଢୌକନ, ପ୍ରଶସ୍ତି ପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

ଅନୁରୂପ ଭାବରେ ୨୦୨୧ ମସିହା ପାଇଁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ହୃଦୟନାଥ ଥାଟୋଇ, ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌ର ପ୍ରମୁଖ ବୈଜ୍ଞାନିକ ଡ. ବିକାଶ କୁମାର ଜେନା, ଭୁବନେଶ୍ୱରର ଡ. ଅଶୋକ କୁମାର ସାହୁ ଓ ରୁର୍‌କି ଆଇଆଇଟିର ପ୍ରଫେସର ଡ. ନାରାୟଣ ପ୍ରସାଦ ପାଢ଼ୀ ଏବଂ ୨୦୨୨ ମସିହା ପାଇଁ ଓୟୁଏଟିର ପ୍ରଫେସର ରମେଶ ଚନ୍ଦ୍ର ପାତ୍ର, ସିଏସ୍‌ଆଇଆର୍‌ର ଡ. ଭାଗ୍ୟଧର ଭୋଇ ଓ ରୁର୍‌କିସ୍ଥିତ ସେଣ୍ଟ୍ରାଲ ବିଲ୍‌ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚୁ୍ୟଟ୍‌ର ପ୍ରଫେସର ଦେବୀପ୍ରସନ୍ନ କାନୁନ୍‌ଗୋଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ବୈଜ୍ଞାନିକ ପୁରସ୍କାର’ ମିଳିବ। ପ୍ରାପକମାନଙ୍କୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଅର୍ଥରାଶି ସହିତ ଉପଢୌକନ, ପ୍ରଶସ୍ତିପତ୍ର ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ବର୍ଗରେ ୨୦୨୧ ମସିହା ପାଇଁ ଡ. ବାସୁଦେବ କର(ଖୋର୍ଦ୍ଧା), ଡ. ସ୍ୱାଗତିକା ଦାଶ(ଭୁବନେଶ୍ୱର), ଡ. ବିଷ୍ଣୁପ୍ରସାଦ ବିଶ୍ୱାଳ(ନାଇଜର) ଏବଂ ୨୦୨୨ ମସିହା ପାଇଁ ଗବେଷକ ଡ. ସୌମ୍ୟରଞ୍ଜନ ଜେନା, ବାରିପଦା ଏମ୍‌ପିସି କଲେଜର ଡ. ଉତ୍ତମ କୁମାର ପାଣିଗ୍ରାହୀ, ଭୁବନେଶ୍ୱର ଆଇଆଇଟିର ଡ. ସୌମ୍ୟ ପ୍ରକାଶ ଦାଶ ଓ ଭୁବନେଶ୍ୱରର ଡ. ରେଖା ବିଶ୍ୱାଳ ପୁରସ୍କୃତ ହେବେ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ ।

ଲୋକପି୍ରୟ ବିଜ୍ଞାନ ପୁସ୍ତକର ଲେଖକ ବର୍ଗରେ ୨୦୨୧ ମସିହା ପାଇଁ ଶ୍ରୀ ଅରୁଣ କୁମାର ପାତ୍ର ଓ ଡ. ଅସିତ୍‌ କୁମାର ସ୍ୱାଇଁ ଏବଂ ୨୦୨୨ ମସିହା ପାଇଁ ଶ୍ରୀ କାର୍ତ୍ତିକ ସ୍ୱାଇଁ ଓ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ପୁରସ୍କାର’ ହିସାବରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

ଏହାବ୍ୟତୀତ ବରିଷ୍ଠ ବୈଜ୍ଞାନିକ ଭାବରେ ଉଲ୍ଲେଖନୀୟ ଅବଦାନ ସକାଶେ ୨୦୨୧ ମସିହା ପାଇଁ ଡ. ସୁବାସିନୀ ଲେଙ୍କା, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର ଗଣପତି ପଣ୍ଡା, ଡ. ଧୀରେନ୍ଦ୍ର କୁମାର ଦାସ, ଡ. ରାମଚନ୍ଦ୍ର ମହାନ୍ତି ଏବଂ ୨୦୨୨ ମସିହା ପାଇଁ ଡ. ସୁବୋଦ କୁମାର ସାହୁ, ଡ. ବିଜୟକେତନ ପଟ୍ଟନାୟକ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରପେସର ସତ୍ୟବାନ ଜେନା ଓ ଡ. ମନୋରଞ୍ଜନ କରଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏକାଡେମୀ ପକ୍ଷରୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଏସବୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ଓଡିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ସୁଧାକାର ପଣ୍ଡାଙ୍କୁ ବିଜୁ ସମ୍ମାନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଜଟଣୀସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମ୍‌ଏମ୍‌ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନ୍‌ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ  ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଫରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନ୍‌ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯିବ।

ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ। ଯୁବବୈଜ୍ଞାନିକ ପୁରସ୍କାର ଓ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢ଼ୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ।

ଏହା ବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ ହେବେ। ଉପରୋକ୍ତ ବୈଜ୍ଞାନିକମାନଙ୍କୁ ନିକଟ ଭବିଷ୍ୟତରେ ଏକ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ।