ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-2025 ବର୍ଷ ପାଇଁ ଓଡିଶା ବଜେଟ ଉପସ୍ଥାପାନା କରିଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟନସଭା ପରିସରରେ ଥିବା ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇ ବଜେଟ ଗେଜେଟ ପ୍ରଦାନ କରିଛନ୍ତି। ବିଧାନସଭାର ନିୟମ ଅନୁସାରେ ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀମାନେ ବାଚସ୍ପତିଙ୍କୁ ଭେଟି ଏହି ବଜେଟ ପ୍ରଦାନ କରିଥାନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ, ଜଳସେଚନ, ଗ୍ରାମ୍ଯ ଉନ୍ନୟନ, ସହରାଞ୍ଚଳ ବିକାଶ, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଅନୂସୁଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ତଥା ସମସ୍ତ ବର୍ଗର ବିକାଶ ନିମନ୍ତେ ଗୁରୁତ୍ଵାରୋପ କରାଯାଇଛି।
ଏଥିରେ ମହିଳା ସଶକ୍ତିକରଣ ନିମନ୍ତେ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁଭଦ୍ରା ଯୋଜନା ନିମନ୍ତେ ୧୦ ହଜାର କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ତଥା କୃଷି ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ୩୩, ୯୧୯ କୋଟି ଟଙ୍କା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ୧୪,୧୧୧ କୋଟି ଟଙ୍କା, ଗ୍ରାମ୍ଯ ଉନ୍ନୟନ ନିମନ୍ତେ ୩୬,୬୭୩ ଟଙ୍କା ଏବଂ ସହରାଞ୍ଚଳ ବିକାଶ ନିମନ୍ତେ ୯,୬୧୬ ଟଙ୍କାର ବ୍ୟୟବରାଦ କରାଯାଇଛି।