Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ଯୋଗଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ। ଭୁବନେଶ୍ବର ଜନତା ମଇଦାନରେ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ବ୍ୟାପକ ଆୟୋଜନ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଗତକାଲିଠାରୁ ଭୁବନେଶ୍ବରରେ ଅଛନ୍ତି। ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଫଳରେ ବିଜେପି କର୍ମିଙ୍କ ମହଲରେ ବେଶ ଉତ୍ସାହ ଲାଗିରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ସେହି ମୋହନ ମାଝୀ ? ଯିଏ କି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆସନରେ ବସିବେ

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାମ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜାରୀ ରହିଛି। କାରଣ ସେ ଦୀର୍ଘ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ହଟାଇ ସେଠାରେ ସେ ବସିବେ। ତେଣୁ ଓଡିଶାର ଗାଁ ଗହଳିଠାରୁ ଆରମ୍ଭ କରି ସାରା ଦେଶରେ ମୋହନ ମାଝୀ କିଏ ଆଲୋଚନା ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ କେନ୍ଦୁଝର ସଦର ବିଧାୟକ ହେଉଛନ୍ତି ୫୨ ବର୍ଷୀୟ ମୋହନ ମାଝୀ। ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ଗତ ବିଧାନସଭାରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ। ସେ ନେତା ଭାବରେ ଯେତିକି ପରିଚିତ, ଜଣେ ଶାନ୍ତ ଶିଷ୍ଠ ମଣିଷ ଭାବେ ସେତିକି ପରିଚିତ।

ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ ମୋହନ ମାଝୀ ୧୯୯୪ ମସିହାରେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ଶିକ୍ଷକତା ଛାଡି ସେ ୧୯୯୭ ରେ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

୨୦୦୦ ଓ ୨୦୦୪ରେ ଳଗାତର ବିଜୟ ପରେ ମୋହନ ଚରଣ ମାଝୀ ୨୦୦୯ ଓ ୨୦୧୪ରେ ପରାଜୟ ବରଣ କରିଥିଲେ। ପ୍ରଥମେ ଦୁଇଟି ବିଜୟ ପରେ ଦୁଇଟି ପରାଜୟର ବରଣ କରିବା ପରେ ମୋହନ ପୁଣି ୨୦୧୯ରେ ନିର୍ବାଚିତ ହୋଇଥିଲେ। ସେତେବେଳେ ମୋହନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ କରାଯାଇଥିଲା। ଏବେ ଭାଗ୍ୟ ସାଥ ଦେବାରୁ ସେ ସରପଞ୍ଚରୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ କଣ କହିଲେ ମୋହନ ମାଝୀ, ଜାଣନ୍ତୁ

ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନା ଅବସାନ ଘଟାଇ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ହେବେ ଓଡିଶାର 15 ତମ ମୁଖ୍ୟମନ୍ତ୍ରୀ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦର ଯାଦବ।

ବୈଠକ ସରିବା ପରେ ରାଜନାଥ ସିଂ ଗଣମାଧ୍ୟକୁ କହିଥିଲେ ଯେ, ଆଜି ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନିତ କରାଯାଇଛି। ଆଜିର ଏହି ବୈଠକରେ ଶ୍ରୀ କେ ଭି ସିଂହଦେଓ ତାଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାପରେ ପ୍ରଭାତୀ ପରିଡା, ପୃଥୀରାଜ ହରିଚନ୍ଦନ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ। ଏହାପରେ ତାଙ୍କ ନାମ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି।

ଏହାପରେ ରାଜନାଥ ସିଂ ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତି ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ଭାବେ ଘୋଷଣା କରିଥିଲେ। ଏହାପରେ ରାଜନାଥ ମୋହନ ମାଝୀଙ୍କୁ କିଛି କହିବା ପାଇଁ ଅନୁରୋଧ କରିଥିଲେ।

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମେ ଜୟ ଜଗନ୍ନାଥ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସେକହିଥିଲେ ଯେ, ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦରୁ ଆଜି ବିଜେପି ରାଜ୍ୟରେ ସଫଳତା ହାସଲ କରିଛି। ସେହିପରି ଓଡିଶାର ସାଢେ ଚାରି କୋଟି ଜନତାଙ୍କ ଆମ ଉପରେ ଆର୍ଶିବାଦ ରହିଛି। ଫଳରେ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ଦଳକୁ ପରିତ୍ୟାଗ କରି ଆମକୁ ଜିତାଇଛନ୍ତି।

ସେ ଆହୁରି କହିଥିଲେ ଯେ, ଓଡିଶା ସର୍ବ ଭାରତୀୟ ସ୍ତରରେ ନମ୍ବର ୱାନ ହେବ। ସେଥିପାଇଁ ସମସ୍ତ ପ୍ରଚେଷ୍ଠା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସୁଛି ନୂଆ ସରକାର, ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଗଠନ ହେବ ନୂଆ ସରକାର। ସେଥିପାଇଁ ସରକାରୀ କର୍ମଚାରୀଙ୍କ ଦାୟିତ୍ବ ବଢିବ। ସେଥିପାଇଁ ଆସନ୍ତା ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ  ସାଧାରଣ ପ୍ରଶାସନ ବିଭାଗ  ପକ୍ଷରୁ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।

ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ । ସେଥିପାଇଁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ । ହେଡକ୍ୱାର୍ଟର ନଛାଡିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନ ରହିବାକୁ କୁହାଯାଇଛି । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଏକ ବନ୍ଦ ଲଫାପାରେ ଧରି ଓଡିଶା ଆସିବେ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆସନ୍ତାକାଲି ସ୍ପଷ୍ଟ ହେବ। ମଙ୍ଗଳବାର ଦିନ ଦିଲ୍ଲୀରୁ ଏକ ବନ୍ଦ ଲଫାପାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଧରି ଓଡିଶା ଆସିବେ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ। ସେମାନେ ବିଜେପି ବିଧାୟକ ଦଳରେ ଯୋଗ ଦେବେ।

ଏହି ଲଫାପାରେ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ନିଷ୍ପତି କରି ଏହି ଦୁଇ ନେତା ହାତରେ ପଠାଇଛନ୍ତି। ସେମାନେ ବିଧାୟକ ଦଳ ବୈଠକରେ ତାହା ଘୋଷଣା କରିବେ। ଏହାପରେ ସମସ୍ତେ ଏହି ନାମକୁ ସମର୍ଥନ କରିବେ। ଏହା ନିଷ୍ପତି ସରିବା ପରେ ବୁଧବାର ଅପରାହ୍ନରେ ଭୁବନେଶ୍ବର ଜନତା ମଇଦାନରେ ଶପଥ ପାଠ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।