Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଦିନକରେ 49 ହଜାର 393 କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ 24ଘଣ୍ଟାରେ 49 ହଜାର 393 କରୋନା ଟେଷ୍ଟ କରାଯାଇଛି । ରାଜ୍ୟରେ କରାଯାଇଥିବା ଟେଷ୍ଟମଧ୍ୟରେ ଆରଟିପିସିଆର ମାଧ୍ୟମରେ 8 ହଜାର 728ଟି ଟେଷ୍ଟ କରାଯାଇଥିବାବେଳେ ଆଣ୍ଟିଜେନ୍‌ ମାଧ୍ୟମରେ 40 ହଜାର 514 ଓ ଟ୍ରୁନଟ୍‌ ମାଧ୍ୟମରେ 151ଟି ନମୁନା ପରୀକ୍ଷଣ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 4 ହଜାର 771 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ,  ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 50 ହଜାର 807 ଥିବାବେଳେ 1ଲକ୍ଷ 18 ହଜାର 642 ଜଣ ସୁସ୍ଥ ହୋଇଛନ୍ତି ।  ସେହିପରି କରୋନା  ଜନିତ ମୃତ୍ୟୁ ସଂଖ୍ୟା 626ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 56 ହଜାରରୁ ଉର୍ଦ୍ଧ୍ବ ନମୁନା ପରୀକ୍ଷଣ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ 56 ହଜାର 479 ନମୁନା ପରୀକ୍ଷା କରାଯାଇଛି । ମୋଟ୍‌ ପରୀକ୍ଷା ମଧ୍ୟରୁ 44 ହଜାର 950ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବାବେଳେ ଆର୍‌ଟିପିସିଆର ମାଧ୍ୟମରେ 11 ହଜାର 358ଓ ଟ୍ରୁନାଟ୍‌ ମାଧ୍ୟମରେ 17ଟି ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ 11 ଲକ୍ଷ 72 ହଜାର 426 ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଗତକାଲିର ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ କରୋନା ଟେଷ୍ଟ ନେଗେଟିଭ୍‌

ଭୁବନେଶ୍ବର : ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ କରୋନା ଟେଷ୍ଟ ନେଗେଟିଭ୍‌ ବୋଲି ଜଣାପଡିଛି । କାଲି ସମୁଦାୟ 843ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାର ସୂଚନା ରହିଥିଲା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍‌ ଟେଷ୍ଟ ହୋଇଛି । ଏହି 7577 ସାମ୍ପଲ୍‌ରୁ 7517ଟି ନେଗେଟିଭ୍‌ ରହିଥିବାବେଳେ 60ଟି ପଜିଟିଭ୍‌ ରହିଛି । 60 ପଜିଟିଭ୍‌ ମଧ୍ୟରୁ 40 ଜଣ ଚିକିତ୍ସାଧୀନ ରହିଥିବାବେଳେ 19ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଯୋଗୁଁ ଜଣକର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ ତରଫରୁ ଏନେଇ ସୂଚନା ଜାରି କରାଯାଇଛି ।