ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର ସଂକଟ । ବିଶ୍ବର 212ଟି ଦେଶରେ ଏବେ କରୋନା ବ୍ୟାପି ସାରିଛି । ଏହି ମହାମାରୀ ଯୋଗୁଁ 2 ଲକ୍ଷ 39 ହଜାର 588 ଜଣଙ୍କ ଜୀବନ ଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ନୂତନ 94,552ଟି ମାମଲା ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ 5,624କୁ ବୃଦ୍ଧି ଘଟିଛି । ସେହିପରି ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ 98 ହଜାର 473ରେ ପହଞ୍ଚିଥିବାବେଳେ 1,080,101 ଜଣ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।
ଆମେରିକା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 65 ହଜାର ପାର୍ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 11,31,280ରେ ପହଞ୍ଚିଛି । ସେହିପରି ଇଟାଲୀରେ ଦ୍ବିତୀୟ ସର୍ବାଧିକ 28,236 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏଠାରେ ସଂକ୍ରମିତଙ୍କ ସଂଖ୍ୟା 207,428ରେ ପହଞ୍ଚିଛି । ଏହା ପରେ ଫ୍ରାନ୍ସ, ଜର୍ମାନୀ, ୟୁକେ, ତୁର୍କୀ, ଇରାନ, ଚୀନ, ରୁସ୍, ବ୍ରାଜିଲ୍, କାନାଡା ପରି ଦେଶ ମଧ୍ୟ କରୋନା ଯୋଗୁଁ ବହୁ ପ୍ରଭାବିତ ହୋଇଛନ୍ତି ।
ୟୁକେରେ 177,454ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,510ରେ ପହଞ୍ଚିଛି। ସେହିପରି ସ୍ପେନ୍ରେ 24, 824ଜଣ ମୃତ୍ୟୁବରଣ କରିଥିବାବେଳେ 2,42,988ଜଣ ସଂକ୍ରମିତ ହୋଇଛନ୍ତି । ୟୁକେରେ 27,510ଜଣ ମୃତ୍ୟୁବରଣ କରିଥିବାବେଳେ 1,77,454ଜଣ ସଂକ୍ରମିତ ହୋଇଛନ୍ତି । ଫ୍ରାନ୍ସରେ 24,594 ଜଣ ମୃତ୍ୟୁବରଣ କରିଥିବାବେଳେ 1,67,346 ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ 6 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 1,64,077 । ରୁସ୍ରେ 1000ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ 1ଲକ୍ଷରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିଛି । ସେହିପରି କାନାଡାରେ 50 ହଜାରୁର ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁସଂଖ୍ୟା 3000 ଟପିଛି । ବେଲଜିୟମରେ ମୃତ୍ୟୁସଂଖ୍ୟା 7,703 ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 49 ହଜାର ଟପିଛି । ବ୍ରାଜିଲ୍ରେ 92 ହଜାରୁରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳ ମୃତ୍ୟୁବରଣ କରିଛନ୍ତି 6000ରୁ ଉର୍ଦ୍ଧ୍ବ । ସେହିପରି ତର୍କୀରେ 1,22,392 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 3,258ଜଣ । (ଏଜେନ୍ସି)