Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ କମିବାର ନାଁ ନେଉନି କରୋନା, ଆଜି ଆଉ 51, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ବର, ଭୁବନେଶ୍ବରରେ କମିବାର ନାଁ ନେଉନି କରୋନା। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରାଜଧାନୀର ସବୁ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 51 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 35 ଓ ଲୋକାଲ କଣ୍ଟାକ୍ଟ କେସ୍ 16 ବୋଲି ବିଏମସି ସୂଚନା ଦେଇଛି।

Image

ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର 7ମ ବାଟାଲିଅ ନିକଟରୁ 2 ଲୋକାଲ କେସ୍ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ବ୍ୟକ୍ତି, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ 2 ମହିଳା ଲୋକାଲ କଣ୍ଟାକ୍ଟରେ ପଜିଟିଭ ହୋଇଛନ୍ତି।

ଖାରବେଳ ନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ, ୟୁନିଟ-6 ଗଙ୍ଗନଗର ଅଞ୍ଚଳରୁ 2 ଯୁବକ, ଶାସ୍ତ୍ରୀନଗରରୁ ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ, ନୟାପଲ୍ଲୀର ଜଣେ ଯୁବତୀଙ୍କ ସହ ସମ୍ପୃକ୍ତ ଅଞ୍ଚଳରୁ ଆଉ ଜଣେ ଯୁବକ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ନୂତନ 51 ଆକ୍ରାନ୍ତଙ୍କ ପରେ ରାଜଧାନୀ ଭୁବନେଶ୍ବରରେ ସର୍ବମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 769ରେ ପହଞ୍ଚିଛି । ସେହିପରି ଭୁବନେଶ୍ବରରେ କରୋନା ଯୋଗୁଁ ଆଜି ଜଣକର ମୃତ୍ୟୁ ହୋଇଥିବାବେଳେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା10କୁ ବୃଦ୍ଧି ହୋଇଛି । ଆଜି ଭୁବନେଶ୍ବରରୁ 5 ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 361କୁ ବୃଦ୍ଧି ହୋଇଛି । ସେହିପରି ଏବେ ସୁଦ୍ଧା ଭୁବନେଶ୍ବରରେ 397ଟି ସକ୍ରିୟ ମାମଲା ରହିଛି ।