Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ଧ୍ଵଜା ବନ୍ଧା ନୀତି ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ଧାର୍ଯ୍ୟ 

ପୁରୀ: କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।  ଏନେଇ ଚୁନରା ସେବକଙ୍କୁ ସ୍ଵତନ୍ତ୍ର କାର୍ଯ୍ୟାଳୟ ଆଦେଶ ନିର୍ଗମନ କରାଯାଇଛି। ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ଵଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହ ଦ୍ଵାର ବାହାର ମାର୍ଗରେ/ରାସ୍ତାରେ ବହୁତ ଭକ୍ତ ଗହଳି କରୁଛନ୍ତି। ଏଣୁ ପରବର୍ତ୍ତୀ ସପ୍ତାହଟି ପାଇଁ ୩.୩୦ ମି ସମୟରେ ଧ୍ଵଜା ବନ୍ଧା ସମାପନ କରିବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ଏନେଇ ଚୁନରା ସେବକଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ 

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହେଉଅଛି। ରାତ୍ର ପ୍ରାୟ ୧ଟାରୁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିରର ଦ୍ୱାରଫିଟା ଯାଇ ମଙ୍ଗଳ ଆଳତି ନୀତି ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା।

ଆଜି ସାକ୍ଷୀ ଗୋପୀନାଥଙ୍କର ସ୍ୱତନ୍ତ୍ର ନଟବର ବେଶ ଅନୁଷ୍ଠିତ ହୋଇଥିବା ବେଳେ ସକାଳୁ ସକାଳୁ ଭୋଗ ନୀତି ଶେଷ କରାଯାଇ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହେଉଥିବା ଜଣାପଡିଅଛି। ବର୍ଷକ କରେ ଥରେ ଶ୍ରୀରାଧା ଆଜି ଓଡିଆଣୀ ବେଶରେ ସଜ୍ଜିତ ହୋଇଥିବା ହେତୁ ରାଧା ଙ୍କର ପାଦ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ନେଇ ଦୂର ଦୁରନ୍ତାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ସାକ୍ଷୀଗୋପାଳରେ ଦେଖିବାକୁ ମିଳିଅଛି।

ବିଶ୍ଵାସ ରହିଆଛି ଆଜିର ଦିନରେ ମା ରାଧାଙ୍କୁ ଦର୍ଶନ କଲେ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇବା ସହ ପରିବାରର ମଙ୍ଗଳ ହୋଇଥାଏ। ଏଥି ସହିତ ଆଜି ହାବିଷ୍ୟାଳି ମା’ ମାନେ ମଧ୍ୟ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ର ନିଆରା ପରମ୍ପରା ମଧ୍ୟ ରହିଅଛି।ଏହି ରାଧା ପାଦ ଦର୍ଶନ ନେଇ ବ୍ୟାପକ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବ୍ୟାରିକେଡ ମାଧ୍ୟମରେ ଭକ୍ତ ଓ ଶ୍ରଦ୍ଧାଳୁ ସାକ୍ଷୀ ଗୋପୀନାଥ ମନ୍ଦିରରେ ପ୍ରବେଶ କରୁଅଛନ୍ତି।ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ପରିଲକ୍ଷିତ ହୋଇଅଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।

ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ।

ଏହି ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶ ଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶ ଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶ ଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାକୁ ପୂର୍ବପୁରୁଷମାନେ ପୃଥିବୀକୁ ଆସିଥାନ୍ତି। ଆଉ ଦୀପାବଳି ଦିନ ଦିପରେ ଆଲୋକରେ ସେମାନେ ଫେରିଯାଆନ୍ତି। ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶ ଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ବିଶ୍ବାସ ମଧ୍ୟ ରହିଛି।

ଅନେକ ପୁରା କାର୍ତ୍ତିକ ମାସ ସାରା ଏହି ଦୀପ ଲଗାଇଥାନ୍ତି। ହେଲେ କେତେକ ସ୍ଥାନରେ ଦୀପାବଳି ପରେ, କେତେକ ସ୍ଥାନରେ ଅଁଳା ନବମୀ ପରେ କରିଥାନ୍ତି। ହେଲେ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶ ଦୀପ ସ୍ଥାପନ କରୁଥିବାର ପରିଲକ୍ଷିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆଜି ହେଉଛି ଅଁଳା ନବମୀ, ଏହି ପର୍ବ କାହିଁକି ପାଳନ କରାଯାଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆଜି ପାଳିତ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ।

ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ନବମୀଙ୍କୁ ପୂଜା କରନ୍ତି।

ଏହି ପୂଜା ପିଲା ଏବଂ ପରିବାରର ଆରାମ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ଅଁଳା ନବମୀ ବା ଅକ୍ଷୟ ନବମୀ ପାଳନ କରାଯାଏ। ଦିୱାଲି ପର୍ବ ପରେ ଏହି ପର୍ବ ଆସେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କାର୍ତ୍ତିକ ମାସରେ ଏଭଳି କିଛି କାମ ଅଛି, ଯାହାକୁ ମାନିଲେ ଜୀବନରେ ମିଳିବ ପୂର୍ଣ୍ଣ ସଫଳତା

ଭୁବନେଶ୍ଵର: ଧର୍ମ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସରେ ଉପବାସ କରୁଥିବା ବା ପାଳନ କରୁଥିବା ବ୍ୟକ୍ତି ପରିତ୍ରାଣ ପାଇଥାଏ। ପୁରାଣରେ କୁହାଯାଇଛି ଯେ ଭଗବାନ ନାରାୟଣ ବ୍ରହ୍ମାଙ୍କୁ,  ବ୍ରହ୍ମା ନାରଦାଙ୍କୁ ଏବଂ ନାରଦ ମହାରାଜ ପୃଥଙ୍କୁ କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ମାସ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସରେ, ୭ ଟି ମୁଖ୍ୟ ନିୟମ ଭାବରେ ବିବେଚନା କରାଯାଏ, ଯାହା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଏହି ନିୟମ ହେଲା

ଦୀପଦାନ- ଧର୍ମ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀପ ଦାନ କରିବା। ଏହି ମାସରେ ନଦୀ, ପୋଖରୀ, ପୋଖରୀ ଇତ୍ୟାଦିରେ ଦୀପ ଦାନ କରାଯାଇଥାଏ। ଏହା ଦ୍ୱାରା ଗୁଣ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।

ତୁଳସୀ ପୂଜା- ଏହି ମାସରେ ତୁଳସୀ ପୂଜା କରିବା ଏବଂ ସେବନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯଦିଓ ସବୁ ମାସରେ ତୁଳସୀ ଖାଇବା ଏବଂ ପୂଜା କରିବା ବିଧି ରହିଛି ହେଲେ କାର୍ତ୍ତିକରେ ତୁଳସୀ ପୂଜାର ମହତ୍ତ୍ୱ ବହୁଗୁଣିତ ହୋଇଛି।

ଭୂମିରେ ଶୋଇବା- ଭୂମିରେ ଶୋଇବା କାର୍ତ୍ତିକ ମାସର ତୃତୀୟ ପ୍ରମୁଖ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଭୂମିରେ ଶୋଇଲେ ସ୍ବାତିକ ଭାବନା ଆସିବା ସହ ଅନ୍ୟାନ୍ୟ ମନ୍ଦତା ମଧ୍ୟ ନାସ ହୁଏ।

ଦେହରେ ତେଲ ପ୍ରୟୋଗ କରିବା ନିଷେଧ- ନାରକ ଚତୁଃର୍ଦ୍ଦଶୀ ବ୍ୟତିତ କାର୍ତ୍ତିକ ମାସର ଅନ୍ୟ ଦିନରେ ଶରୀରରେ ତେଲ ଲଗାଇବା ନିଷେଧ।

ଡାଲି ଖାଇବା ନିଷେଧ- କାର୍ତ୍ତିକ ମାସରେ ବିଭିନ୍ନ ପ୍ରକାରର ଡାଲି ଖାଇବା ଅନୁଚିତ। ଏହା ଧାର୍ମିକ ତଥା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ବିବେଚନ କରାଯାଏ।

ବ୍ରହ୍ମାଚାର୍ଯ୍ୟ ପାଳନ- କାର୍ତ୍ତିକ ମାସରେ ବ୍ରହ୍ମାଚାର୍ଯ୍ୟ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ।  ଯଦି ଏହା ପାଳନ କରାଯାଏ ନାହିଁ, ତେବେ ସ୍ୱାମୀ-ସ୍ତ୍ରୀ ନିଜକୁ ଦୋଷୀ ମନେ କରନ୍ତି ଏବଂ ଏହାର ଖରାପ ଫଳାଫଳ ମଧ୍ୟ ପ୍ରାପ୍ତ ହୁଏ।

ସଂଯମତା ରଖନ୍ତୁ- କାର୍ତ୍ତିକ ମାସର ଉପବାସ ପାଳନ କରୁଥିବା ବ୍ୟକ୍ତିମାନେ ନିଜକୁ ସନ୍ତୋଷ ଲାଗିବା ଭଳି ବ୍ୟବହାର କରିବା ଉଚିତ୍। ଯେପରିକି କମ୍ କଥା ହୁଅନ୍ତୁ,, କାହାକୁ ସମାଲୋଚନା କରନ୍ତୁ ନାହିଁ କିମ୍ବା ବିବାଦ କରନ୍ତୁ ନାହିଁ, ମନ ଉପରେ ସଂଯମତା ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଦୀପାବଳିରେ କେଉଁ ଦେବାଦେବୀଙ୍କୁ କରାଯାଏ ପୂଜା?: ଜାଣନ୍ତୁ

ଭୁବନେଶ୍ବର: ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପର୍ବ ପାଳନ କରାଯାଏ। ସମୟ ଗଡିବା ସହିତ ଏହି ପର୍ବ ପାଳନ କରିବାର ଉପାୟ ମଧ୍ୟ ବଦଳି ଯାଇଛି। ଏହି ପର୍ବ ପ୍ରାଚୀନ କାଳରୁ ପାଳନ କରାଯାଇ ଆସୁଛି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ପର୍ବରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିବାର ପରଂପରା ରହିଛି। ଆସନ୍ତୁ ଜାଣିବା ଏହିଦିନ କେଉଁମାନଙ୍କୁ ପୂଜା କରାଯାଇଥାଏ।

ଯକ୍ଷ ଏବଂ ଦୀପାବଳୀ: କୁହାଯାଏ ଯେ ପ୍ରଥମେ ଦୀପାବଳି ପର୍ବ ଯକ୍ଷ ଏବଂ ଗାନ୍ଧର୍ଭ ଜାତିର ଉତ୍ସବ ଥିଲା। ବିଶ୍ୱାସ କରାଯାଏ ଯେ ଦୀପାବଳି ରାତିରେ ଯକ୍ଷମାନେ ସେମାନଙ୍କ ରାଜା କୁବେରଙ୍କ ସହିତ ବିଳାସପୂର୍ଣ୍ଣ ସହିତ ଉପଭୋଗ କରୁଥିଲେ। ପରେ ଏହି ପର୍ବରେ କୁବେର ଭଗବାନଙ୍କୁ ଯକ୍ଷ ଜାତିର ଲୋକମାନେ ପୂଜା କରିବା ଆରମ୍ଭ କଲେ।

ଲକ୍ଷ୍ମୀ ଏବଂ ଦୀପାବଳୀ: ସଭ୍ୟତାର ବିକାଶ ହେତୁ ପରେ ଧନ ଦେବତା କୁବେରଙ୍କ ବଦଳରେ ଧନୀ ଦେବୀ ଲକ୍ଷ୍ମୀଙ୍କୁ ଏହି ଅବସରରେ ପୂଜା କରାଯାଇଥିଲା। କାରଣ କୁବେର କେବଳ ଯକ୍ଷ ଜାତିର ମାନ୍ୟତା ପାଇଥିଲେ, କିନ୍ତୁ ମା ଲକ୍ଷ୍ମୀ ସମସ୍ତ ଦେବତା ଏବଂ ମାନବ ଜାତିରେ ପୂଜା ମାନ୍ୟତା ପାଇଥିଲେ। ଫଳରେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ।

ଗଣେଶ ଏବଂ ଦୀପାବଳି: କୁହାଯାଏ ଯେ ଲକ୍ଷ୍ମୀ, କୁବେରଙ୍କ ସହିତ ଭଗବାନ ଗଣେଶଙ୍କ ପୂଜା ମଧ୍ୟ ଦୀପାବଳିରେ କରାଯାଏ। ଏହି ପୂଜା ଭବ-ସମ୍ପ୍ରଦାୟର ଲୋକମାନେ ଅନୁସରଣ କରିଥିଲେ। ସେ ଗଣେଶଙ୍କୁ ରିଦ୍ଧି-ସିଦ୍ଧର ଦାତା ଭାବରେ ପୂଜା କରୁଥିଲେ। ଯାହା ଆଜି ମଧ୍ୟ ଅନେକ ସ୍ଥାନରେ ଦୀପାବଳିରେ ଗଣେଷଙ୍କୁ ପୂଜା କରାଯାଉଛି।

ମା’ କାଳୀ ଓ ଦୀପାବଳି: ଦୀପାବଳି ଦିନ ମା କାଳିଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହିଦିନ କ୍ରୋଧ ଜର୍ଜରିତ ମା କାଳି ଶିବଙ୍କ ଛାତି ଉପରେ ପାଦ ସ୍ଥାପନା କରିଥିଲେ। ଫଳରେ ସେ ନିଜର ଭୁଲ ବୁଝି ମା କାଳୀ କ୍ରୋଧରୁ ଶାନ୍ତ ହୋଇଥିଲେ। ଫଳରେ ଅନେକ ରାଜ୍ୟରେ ଦୀପାବଳିରେ ମା କାଳୀଙ୍କ ପୂଜା କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କାର୍ତ୍ତିକ ମାସରେ ମାନନ୍ତୁ ଏହି ସାତୋଟି କଥା, ଜୀବନରେ ହାସଲ କରିବେ ପୂର୍ଣ୍ଣ ସଫଳତା

ଭୁବନେଶ୍ଵର: ପବିତ୍ର ମାସ କାର୍ତ୍ତିକ ମାସ ୨୯ ଅକ୍ଟୋବର ୨୦୨୨ ରୁ ଆରମ୍ଭ ହେଉଛି। ଧର୍ମ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସରେ ଉପବାସ କରୁଥିବା ବା ପାଳନ କରୁଥିବା ବ୍ୟକ୍ତି ପରିତ୍ରାଣ ପାଇଥାଏ। ପୁରାଣରେ କୁହାଯାଇଛି ଯେ ଭଗବାନ ନାରାୟଣ ବ୍ରହ୍ମାଙ୍କୁ,  ବ୍ରହ୍ମା ନାରଦାଙ୍କୁ ଏବଂ ନାରଦ ମହାରାଜ ପୃଥଙ୍କୁ କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ମାସ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସରେ, ୭ ଟି ମୁଖ୍ୟ ନିୟମ ଭାବରେ ବିବେଚନା କରାଯାଏ, ଯାହା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଏହି ନିୟମ ହେଲା

ଆଜିର ଖବର ଜାତୀୟ ଖବର

୧୮ ତାରିଖରୁ ଶ୍ରୀମନ୍ଦିରର ପ୍ରବେଶ ଉପରେ ସାମାନ୍ୟ କଟକଣା: ଜାଣନ୍ତୁ କ’ଣ ରହିଛି ନୂଆ ବ୍ୟବସ୍ଥା?

ଭୁବନେଶ୍ଵର: କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ପ୍ରବେଶ ଉପରେ ସାମାନ୍ୟ କଟକଣା ଲାଗୁ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ କେବଳ ସିଂହଦ୍ଵାରା ଏବଂ ପଶ୍ଚିମ ଦ୍ଵାରାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। କେବଳ ସିଂହଦ୍ଵାର ବ୍ୟତୀତ ଅନ୍ୟ ୩ ଟି ଦ୍ଵାରରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି। ସିଂହଦ୍ଵାରରେ ପ୍ରସ୍ଥାନ  ସଂପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ। ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି।

Image

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଧବଳେଶ୍ବର ପିଠରେ ବଡ ଓଷା, ଜାଣନ୍ତୁ କଣ ରହିଛି ଏହି ପୂଜାର ରହସ୍ୟ ଓ ବିଧି

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସ ସାରା ହେଉଛି ପବିତ୍ର ଦିନ। ହେଲେ ଏହି ମାସରେ ରାଧାପାଦ ଦର୍ଶନ, ଅଁଳା ନବମୀ ଏବଂ ବଡ ଓଷା ପରି ତିଥି ରହିଛି ଯାହା ଆହୁରି ପବିତ୍ର ବୋଲି କୁହାଯାଏ। ତେବେ ଏହି ମାସରେ ଶେଷ ତିଥୀ ହେଉଛି ବଡ ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା।

ଆସନ୍ତାକାଲି ପାଳନ ହେବ ଏହି ବଡଓଷା। କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ। ଏହି ଓଷା ମୁଖ୍ୟତଃ ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି।

ବଡଓଷାର ପୂଜାବିଧି ଓ ଉପଚାର

ବଡଓଷା ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ। ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ। ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ। ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ। ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ। ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି। ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା।

କିମ୍ବଦନ୍ତୀ

ପଦ୍ମ ପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ। ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ। ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ। ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ। ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ ।

ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା। ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ। ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସ କରୁଥିଲେ। ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ। ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ।

ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା। ତାଙ୍କର ଦୁଃଖ ବଢ଼ି ଚାଲିଲା। ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ। ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ। ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ। ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ। ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ। କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଦୀପାବଳି: ହିନ୍ଦୁମାନଙ୍କର ଏହି ଜାତୀୟ ପର୍ବ ବିଷୟରେ କିଛି ଜାଣିବା କଥା

ଦୁଷ୍ମନ୍ତ କୁମାର ପଣ୍ଡା

ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ଦୀପ୍” ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି।

ଦୀପାବଳି ହିନ୍ଦୁମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି। ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ କରିଥାନ୍ତି। ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ମୀ ପୂଜା ଦୀପାବଳିର ଏକ ପ୍ରଧାନ ଅଂଶ। ଯେ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଆସନ୍ତି।

ଆନନ୍ଦ ମୁଖରିତ ପରିବାର ବର୍ଗଙ୍କର ଦୀପସଜ୍ଜା ଏବଂ ଆତସ ବାଜିର ବିସ୍ଫୋରଣ ରେ ଗ୍ରାମ ଗ୍ରାମ ସହର ପ୍ରକାଶିତ ଓ ମୁଖରିତ ହୋଇ ଉଠେ। ସାଧାରଣ ଗରିବ ପରିବାର ମଧ୍ୟ ଗୋଠ ମାତିଳେ ଖଣ୍ଡିଆ ମାତିଲା ପରି ସାଧ୍ୟ ମତେ କିଛି ଯୋଗାଡ଼ କରି ପର୍ବ ପାଳନ କରିବାକୁ ବାଧ୍ୟ ହୋଇଥାଏ। ନୂତନ ବ୍ୟବସାୟ ଆରମ୍ଭ, ନାଟ୍ୟାରମ୍ଭ, ଅଳଙ୍କାର ଧାରଣ ଆଦି ନୂତନ କାର୍ଯ୍ୟ କରାଯାଇଥାଏ।

“କୋଷମୁଳାଃ ସର୍ବାରମ୍ଭ” ଅର୍ଥାତ ଯେ କୌଣସି ମରମର ଆରମ୍ଭ କରିବା ପାଇଁ କୋଷ ହେଉଛି ମୂଳ। ଅର୍ଥାତ ଅର୍ଥ ହେଉଛି ପ୍ରଥମ ଆବଶ୍ୟକତା, ଯେହେତୁ ଧନ ଧାନ୍ୟ ଶ୍ରୀ ଆରୋଗ୍ୟ ସୌନ୍ଦର୍ଯ୍ୟର ଦାତ୍ରୀ ଭାବେ ଭଗବତୀ ମହା ଲକ୍ଷ୍ମୀ ଏହି ଦିନ ଆରାଧୀତା ହୋଇଥାନ୍ତି। ତେଣୁ ହିନ୍ଦୁ ଆଧ୍ୟାତ୍ମିକତା ଏବଂ ଭଗବତ ବିଶ୍ବାସୀ ତାକୁ ନବ କର୍ମାରମ୍ଭ ର ପ୍ରେରଣା ଯୋଗାଇ ଦେଇଥାଏ ଓ ତାକୁ ଆସ୍ତିକ କରି ଗାଡି ତୋଳେ। ଅର୍ଥର ପ୍ରତିବନ୍ଧକୁ ଦୂର କରି ଆସ୍ତିକତା ତା ଭିତରେ ଅନ୍ତର୍ବଳ ଓ ଆତ୍ମବିଶ୍ଵାସ ଭରି ଦେଇଥାଏ ଆଗେଇ ଯିବା ପାଇଁ। ଏହି ଶରତ ଓ ହେମନ୍ତ ସନ୍ଧିର ଲକ୍ଷ୍ମୀ ପୂଜା ସମଗ୍ର ଦେଶରେ ଏକ ଯଜ୍ଞ ସ୍ବରୂପ ହୋଇପଡେ।

“ଯଜ୍ଞ କର୍ମ ସମ୍ୟୁଦଭବଃ” ଗୀତାବାଣୀ ଅନୁଯାୟୀ ସମଗ୍ର ଦେଶ କର୍ମ ମୁଖର ହୋଇଉଠେ। ଆତସବାଜି, ଦୀପ, ତେଲ, ପୂଜା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ସମେତ ମିଷ୍ଟାନ୍ନ ପ୍ରଭୃତିର ବ୍ୟବସାୟ ଓ ବ୍ୟବହାର ବଢିଯାଏ। ଅତୀତରେ ଓଡ଼ିଶାର ସାଧବ ମାନେ ବହିର୍ବାଣିଜ୍ୟ ସମାପନ କରି ଦୀପାବଳୀ ସମୟକୁ ଫେରିଆସି ପୁଣି କାର୍ତ୍ତିକ ପୁର୍ଣିମା ପରଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ। ଓଡିଆମାନେ ଦୀପଦାନ ପୂର୍ବକ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିଛନ୍ତି। ଏହା ହିଁ ଦୀପାବଳି ର ସ୍ଥାନୀୟ ତାତ୍ପର୍ଯ୍ୟ।

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୀପାବଳି ଆଲୋକ ଉତ୍ସବ ମହା ସମାରୋହରେ ପାଳନ କରାଯିବା ର ପରମ୍ପରା ରହିଛି। ଏହି ସାଂସ୍କୃତିକ ପର୍ବର ରଉପ ଅବଶ୍ୟ ଭିନ୍ନ ଭିନ୍ନ ଅଟେ। ଏହି ପର୍ବ ଭାରତୀୟ ସଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ ଆନଂଦ ଓ ଆଲୋକର ପର୍ବ ପର୍ବାଣି ଏବଂ ଆଲୋକ ର ପର୍ବ ଦୀପାବଳିକୁ ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ଶିକ୍ଷିତ ଲୋକମାନେ ବିଚାର କରୁଥିବା ବେଳେ ନିମ୍ନ ସ୍ତରର ଲୋକ ମାନେ ଭୟ ଓ ହତାଶର ବିତାଡନ ନିମନ୍ତେ ଏହାକୁ ପାଳନ କରାଯାଉଛି ବୋଲି ଧରି ନେଇଛନ୍ତି।

କେବଳ ଓଡ଼ିଶା ନୁହେଁ ସାରା ଭାରତରେ କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଇଥାଏ। ସାରାରାତି ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଓ ବାହାର ଆଲୋକିତ ହୋଇଥାଏ ଦୀପ ଆଲୋକ ମାଳ ରେ। ଏହି ଉତ୍ସବ କାହିଁକି ପାଳନ କରାଯାଏ ସେହି ବିଷୟ ରେ କଲିକା ପୁରାଣ, ସ୍କନ୍ଧ ପୂରାଣ, ଲିଙ୍ଗ ପୂରାଣ ଆଦି ରେ ବର୍ଣ୍ଣିତ ହୋଇଛି। ଦୀପାବଳି ଅମାବାସ୍ୟାର ପୂର୍ବ ଦିନ ଚତୁର୍ଦଶୀକୁ ନରକ ଚତୁର୍ଦଶୀ ବୋଲି କୁହାଯାଏ କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକକସୁରକୁ ବଧ କରିଥିଲେ।

କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି। ଏହି ଦୀପାବଳି ସହ କାଳୀପୂଜାର ସମ୍ବନ୍ଧ ଥିବାରୁ ଏହା ଦୀପାବଳି ବା ଦିବାଲି ଭାବରେ ନାମିତ ହେବା ସହ କାଳୀପୂଜା ବା ଶ୍ୟାମା କାଳୀପୂଜା ଦିବସ ରୂପେ ସର୍ବତ୍ର ସ୍ଵୀକୃତ। ଏହି ଦିନ ରାତିରେ ପ୍ରତିଘରୁ ନିଃସୃତ ହୋଇଥାଏ ଦୀପଦାନ ଏବଂ ବାଣ ଫୁଟାଇବା କାର୍ଯ୍ୟ।

ସାଧାରଣତଃ ଓଡିଆମାନେ ପିମ୍ପେଇ ଡାକ କରିଥାନ୍ତି ଆଶ୍ବିନ ମାସର ମହାଳୟା ଓ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପିତୃ ପୁରୁଷ ଙ୍କ ନିମିତ୍ତ ପୂଜା କରିବା ପାଇଁ ଶ୍ରେଷ୍ଠ ତିଥି ଅଟେ। ଏହିଦିନ ରାତିରେ ପ୍ରତିଘରୁ ନିଃସୃତ ହୁଏ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବଂଶଧର ତଥା ଆତ୍ମୀୟଙ୍କ କଣ୍ଠରୁ ନିବେଦନ “ପିତୃଲୋକ ପରିତ୍ୟଜ୍ୟ ଆଗତ ଯେ ମହାଲୟେ, ଉଜ୍ବଳଂ ଜ୍ୟୋତିଶାଂ ମାର୍ଗ ପ୍ରପସ୍ୟନ୍ତେ ବ୍ରଜନ୍ତୁତେ”। ଅର୍ଥାତ ପିତୃଲୋକ ତ୍ୟାଗ କରି ମହଳୟା ରେ ଯେଉଁ ମାନେ ଆସିଥିଲେ ସେମାନେ ଏହି ତେଜୋଦୀପ୍ତ ମାର୍ଗ ଦର୍ଶନ କରନ୍ତୁ। ମାସକ ତଳେ ମହାଳୟା ଅମାବାସ୍ୟା ଯାଇଛି, ସେହିଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା।

ଆଜି ସେହି ପିତୃ ପୁରୁଷ ତାଙ୍କର ଉତ୍ତର ପୁରୁଷ ତଥା ଆତ୍ମୀୟଙ୍କ ଘରୁ ଶ୍ରଦ୍ଧା ନିବେଦନ ଗ୍ରହଣ କରି ଫେରି ଯାଉଛନ୍ତି। ତେଣୁ ସେହି ମାନଙ୍କୁ ମାର୍ଗ ଦର୍ଶନ ପାଇଁ ଘରେ ଘରେ ଦୀପ ପ୍ରଜ୍ବଲନ କରିବା ସହିତ କାଉଁରିଆ କାଠି ଜଲାଇ ମାତୃ ଭାଷାରେ ନିବେଦନ କରାଯାଇଥାଏ।

ବିଶେଷତଃ ଓଡ଼ିଶାରେ ଦୀପାବଳୀ ଦିନ ଗୟା ଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ପାଖରେ କିମ୍ବା ପୟା ଦଣ୍ଡା ଖୋଲି କିମ୍ବା ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳ ମୂଳ ତଥା ଦୀପଦାନ କରାଯାଇଥାଏ। ବଡ ବଡିଆ ଅର୍ଥାତ ପିତୃପୁରୁଷଙ୍କୁ କଉଁରିଆ କାଠି ଜଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି। ଯେଉଁ ପିତୃ ପୁରୁଷ ମାନେ ପିତୃପକ୍ଷ ଅର୍ଥାତ ଆଶ୍ଵିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆସି ଜୀବିତ ଉତ୍ତର ଦାୟାଦଙ୍କ ଠାରୁ ତର୍ପଣ ଏବଂ ମହାଲୟାରେ ପିଣ୍ଡ ପ୍ରଭୃତି ଗ୍ରହଣ କରି ଏଠାରେ ଥାଆନ୍ତି ସେମାନଙ୍କର ପ୍ରୟାଣ ଉଦ୍ଦେଶ୍ୟରେ ପିତୃ ଲୋକେ ପଥ ପ୍ରଦର୍ଶନ ପାଇଁ ଏହି ଆଲୋକ ବର୍ତ୍ତିକା ର ପ୍ରଦର୍ଶନ ପୂର୍ବକ ଭକ୍ତିପୂତ ଭାବେ ଦୀପାବଳି ପାଳନ କରାଯାଇଥାଏ। ସାଧାରଣ ଲୋକେ କହିଥାନ୍ତି, ହେ ପିତୃପୁରୁଷ ଅନ୍ଧାରରେ ଆସିଥିଲ ଏବେ ଆଲୋକରେ ଯାଅ। ଆମର ମଙ୍ଗଳ ହେବ, ଅଜ୍ଞାନ ଅନ୍ଧାରରୁ ଅଆମକୁ ମୁକ୍ତ କରି ଜ୍ଞାନାଲୋକ ର ମାର୍ଗର ପଥିକ କର, ସତ ପଥରେ ଯିବାକୁ ମାର୍ଗ ପ୍ରଦର୍ଶନ କର।

ଏହି ପବିତ୍ର ଦୀପାବଳିରେ ଆଉ ଏକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ, ତାହା ହେଉଛି ଶ୍ୟାମା କାଳି ପୂଜା। ଭଗବତୀ ବ୍ରହ୍ମ ସ୍ବରୂପା ମହା କାଳୀଙ୍କର ଏହି ଦିନ ଆବିର୍ଭାବ ଉତ୍ସବ ପାଳିତ ହୋଇଥାଏ। ସୃଷ୍ଟି ( ମାତୃ ରୂପା ), ସ୍ଥିତି ( ବର ଓ ଅଭୟ ରୂପା ) ଏବଂ ସଂହାର ( ଖଡଗ ଓ ମୁଣ୍ଡ ଧାରିଣୀ ରୂପା) ଅର୍ଥାତ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ଜଗଦମ୍ବା ମହାକାଳୀଙ୍କର ଆରାଧନା ପଛରେ ମାନବ ସମାଜ ତାର ଦୁର୍ଗତି ନାଶ କରି ସାଂସାରିକ ଐଶ୍ବର୍ଯ୍ୟ ଭୋଗ ପୂର୍ବକ ମୁକ୍ତି କାମନା କରିଥାଏ। ଏହି ମହାଶକ୍ତି ମହାମାୟା ତ୍ରିପୁର ସୁନ୍ଦରୀ ମହାକାଳୀଙ୍କ ର ଆରାଧନା ରେ ମାନବ ଭୋଗ ଏବଂ ଐଶ୍ବର୍ଯ୍ୟ ର ଅଧିକାରୀ ହୋଇ ମୋକ୍ଷ ଲାଭ କରିଥାଏ।

ଦୀପାବଳି ପର୍ବ ପାଳନ କରିବା ପଛରେ ଅନେକ ପୌରଣିକ ଓ ଐତିହାସିକ ପୃଷ୍ଠ ଭୂମି ନିହିତ। ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରତାପୀ ନରକାସୁର ର ଅତ୍ୟାଚାର ରେ ଦେବଗଣ ଭୀତତ୍ରସ୍ତ ହୋଇ ଶ୍ରୀକୃଷ୍ଣ ଙ୍କର ଶରଣାପନ୍ନ ହେଲେ। ଷୋହଳ ସହସ୍ର କନ୍ୟାନକୁ ସେମାନଙ୍କ ଆର୍ତ୍ତନାଦ ଶୁଣି ଶ୍ରୀକୃଷ୍ଣ ବାକୁଳାଞ୍ଚଳ ପର୍ବତରେ ପ୍ରବେଶ କରି ପ୍ରଥମେ ନରକାସୁରର ପୁତ୍ର ଭଗଦତ୍ତ ର ସଂହାର କରି ପରେ ନରକାସୁର କୁ ନାଶ କରିଥିଲେ। ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀ ଦେବୀଙ୍କର ବିନୟ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ଭଗଦତ୍ତକୁ ଜୀବ ଦାନ ଦେଇ ସିଂହାସନାରୂଢ କରାଇ ବନ୍ଦୀଥିବା ଷୋହଳ ସହସ୍ର ସୁନ୍ଦରୀ କନ୍ୟା ଙ୍କୁ ମୁକ୍ତି ଦେଇ ସସମ୍ମାନେ ଦ୍ବାରିକା ପଠାଇ ଥିଲେ। ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା ଓ ଶାନ୍ତି ପ୍ରତିଷ୍ଠିତ ହେଲା। ସମସ୍ତେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କଲେ। ସେହି ଉତ୍ସବକୁ ନରକୋତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ସେହିଦିନ ଚତୁର୍ଦଶୀ ତିଥି ଥିବା ହେତୁ ସେହି ଦିନକୁ ନରକ ଚତୁର୍ଦଶି ମଧ୍ୟ କୁହା ଯାଇ ଥାଏ। ପରଦିନ ନରକାସୁର ର ବଧ ହେବା ପରେ ସମସ୍ତେ ନିର୍ଭୟରେ ଆଲୋକ ଜଲାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବାରୁ
ଦୀପା ବଳି ଉତ୍ସବ ସେହିଦିନରୁ ପାଳିତ କରାଯାଉଥିବା ଜଣାଯାଏ।

ଆଉ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଗତଜନନୀ ମାଁ ଦୂର୍ଗାଙ୍କୁ ସାଧନ କରି ବିଜୟା ଦଶମୀ ଦିନ ପାପାଚାରୀ ରାବଣ କୁ ବଧ କରିବା ପରେ ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଜା ମାନେ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଅଯୋଧ୍ୟା ନଗରୀ କୁ ଅଜସ୍ର ଦୀପଲୋକରେ ସୁସଜ୍ଜିତ କରିଥିଲେ। ସେହି ଶୋଭନୀୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଦୀପାବଳିର ସୂତ୍ରପାତ ବୋଲି କୁହ ଯାଇଥାଏ। ତ୍ରୁତୀୟତଃ ଅନ୍ୟ ହିନ୍ଦୁ ପୂରାଣ ଓ ଶାସ୍ତ୍ର ରେ ମଧ୍ୟ ଏହି ଦୀପାବଳି “ ବଳି ରାଜ୍ୟ ଉତ୍ସବ “ ଭାବରେ ପ୍ରଖ୍ୟାତ। ଏହି ଦିନ ରାଜା ବଳି ମର୍ତ୍ତ୍ୟ କୁ ଆଗମନ କରିଥିବା ଯୋଗୁଁ ତାଙ୍କର ପ୍ରଜାମାନେ ଏହି ଦିବସ ଟିକୁ ଦୀପମାଳା ରେ ସଜାଇ ରକାଙ୍କୁ ସ୍ବାଗତ କରିଥିଲେ। ଏହି ଅନନ୍ଦୋତ୍ସବ ସୂତ୍ର ରୁ ଦୀପାବଳି ଉତ୍ସବ ର ଆରମ୍ଭ ହୋଇଥିବା କୁହାଯାଇଥାଏ। ଏହି ଦିନ ଟିକୁ ବଳିରାଜ୍ୟ ଉତ୍ସବ ବୋଲି ମଧ୍ୟ କୁହ ଯାଇଥାଏ। ପୁନଶ୍ଚ ଜୀବ ଜଗତ ସୃଷ୍ଟି ହେବା ପୂର୍ବରୁ ଏ ଜଗତ ଘୋର ଅନ୍ଧକାରରେ ପୂର୍ଣ୍ଣ ଥିଲା। ସେହି ଅନ୍ଧକାର ମୟ ଧରଣି ର ଅନ୍ୟ ନାମ ହିଁ ନରକ। କାଳ କ୍ରମେ ସୁର୍ଯ୍ୟ ଙ୍କ ଉତ୍ପତ୍ତି ହେବା ପରେ ସେହି ଅନ୍ଧକାର କୁ ଦୂର କଲେ। ସେହି ଆଲୋକର ସ୍ମାରକୀ ପାଇଁ ଦକ୍ଷିଣ ଭାରତରେ ନରକାସୁର ବୃତ୍ତାନ୍ତ ପାଇଁ ଦୀପାବଳି ନାରକ ଚତୁର୍ଦଶୀ ଭାବରେ ପାଳିତ ହୋଇଥାଏ।

ଏହା ଛଡା ଐତିହାସିକ ପୃଷ୍ଠଭୂମି ର ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ଉଜ୍ଜୟନୀ ର ରାଜା ବିକ୍ରମାଦିତ୍ୟ ଏହିଦିନ ସିଂହସନାରୂଢ ହୋଇଥିବାରୁ ଲୋକେ ଦୀପ ଜାଳି ରାଜାଙ୍କୁ ଅଭ୍ୟର୍ଥନା କରିଥିଲେ। ମୋଗଲ ଯୁଗର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ ତାଙ୍କର “ ଆଇନ-ଇ-ଆକବରୀ” ରେ ଦିଵାଳି ସମ୍ବନ୍ଧରେ ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି। ବଣିକ ଗୋଷ୍ଠୀ ମଧ୍ୟରେ ଏହା ଏକ ସର୍ବାପେକ୍ଷା ଅଧିକ ଲୋକପ୍ରିୟ ପର୍ବ। ମୋଗଲ ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିବାର “ ଆଇନ-ଇ-ଆକବରୀ” ରୁ ଜଣାଯାଏ।

କନୌଜର ରାଜା ହର୍ଷବର୍ଦ୍ଧନ ତାଙ୍କର ଗୋଟିଏ ନାଟକ “ନାଗାବଳୀ” ରେ ଏହି ଉତ୍ସବକୁ “ଦୀପପ୍ରତି ପଦୂତ୍ସବ”। ଏହିସବୁ ଭିତ୍ତିଭୂମିକୁ ବଡ ଦେଲେ ସୁଦ୍ଧା ୧୬୬୨ ଖ୍ରୀଷ୍ଟାବ୍ଦ ରେ ଏହି କାର୍ତ୍ତିକ ଅମବାସ୍ୟା ତିଥିରେ ଶିଖ ଧର୍ମାବଲମ୍ବୀ ମାନଙ୍କ ଷଷ୍ଠ ଧର୍ମଗୁରୁ ଗୋବିନ୍ଦ ସିଂ ୫୨ ଜଣ ରାଜପୁତ ଙ୍କ ସହ ଗ୍ୱାଲିୟର ଦୁର୍ଗ ରୁ ମୁକ୍ତ ହୋଇଥିଲେ। ସେହି ଦିନ ଶିଖ ମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଦୀପମାଳାରେ ସୁସଜ୍ଜିତ କରିବା ସହିତ ଦରଗା ସାହେବ ପୁଷ୍କରିଣୀରେ ସ୍ନାନ କରି ଅତି ପବିତ୍ର ଭାବରେ ଦିନଟି କଟାଇ ଥାନ୍ତି। ଏତଦ ବ୍ୟତୀତ ଆର୍ଯ୍ୟ ସମାଜର ପ୍ରବର୍ତ୍ତକ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କର ତିରୋଧାନ ମଧ୍ୟ ଏହି ଦିନରେ ହୋଇଥିଲା। ସ୍ବାମୀ ରାମତୀର୍ଥ ଙ୍କ ଆବିର୍ଭାବ ଓ ତିରିଧାନ ମଧ୍ୟ ଏହି ଦିନରେ ହୋଇଥିଲା। ତେଣୁ ଆର୍ଯ୍ୟ ସମାଜର ଲୋକେ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରିଥାନ୍ତି।

ତେବେ ଦୀପାବଳି ଯେ ଏକ ସାଂସ୍କୃତିକ ପରମ୍ପରାର ପ୍ରତିକ ଏହା ଦୃଢତାର ସହ କୁହାଯାଇପାରେ। “ତମସୋ ମାଁ ଜ୍ୟୋତିର୍ଗମୟ, ମୃତ୍ୟୋ ର୍ମା ଅମୃତୋମୟ”, ଆଲୋକର ଆଲିଙ୍ଗନ ପାଇଁ ଏ ବାଣୀ କେବଳ ଯେ ପ୍ରାଚ୍ୟ ଭୂଖଣ୍ଡରେ ଉଚ୍ଚାରିତ ହୋଇଛି ତହ ନୁହେଁ। ଏ ଆକାଂକ୍ଷା ସର୍ବ ବ୍ୟାପୀ। ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ସେହି ଆକୁଳ କାକୁତି କେବଳ ଆଲୋକ ପାଇଁ। ଅଗ୍ନି ସମସ୍ତ ଜୀବ ଜଗତରେ ମୂଳ ହେତୁ ଜୀବନର ଅନ୍ୟ ନାମ ଆଲୋକ। ଏହି ଆଲୋକ ଅମୃତ ସାନ୍ନିଧ୍ୟ ଲାଭ କଲେ ମନୁଷ୍ୟର ହୃଦଯ ଉପବନରେ ଶାନ୍ତି ମୈତ୍ରୀ, କାରୁଣ୍ୟ, ସତ୍ୟ ଆଦିର ସୁବାସିତ ସୁମନ ବିକଶିତ ହୋଇଥାଏ। ଆଲୋକ ପଥର ଯାତ୍ରୀ ହେଲେ ବ୍ୟକ୍ତି ଅମରତ୍ଵ ଲାଭ କରେ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଯୋଗାଯୋଗ – ୯୧୧୪୯୩୯୩୨୯

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଜାଣନ୍ତୁ ଦୀପାବଳିରେ କେଉଁ ଦେବାଦେବୀଙ୍କୁ କରାଯାଏ ପୂଜା

ଭୁବନେଶ୍ବର: ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପର୍ବ ପାଳନ କରାଯାଏ। ସମୟ ଗଡିବା ସହିତ ଏହି ପର୍ବ ପାଳନ କରିବାର ଉପାୟ ମଧ୍ୟ ବଦଳି ଯାଇଛି। ଏହି ପର୍ବ ପ୍ରାଚୀନ କାଳରୁ ପାଳନ କରାଯାଇ ଆସୁଛି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ପର୍ବରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିବାର ପରଂପରା ରହିଛି। ଆସନ୍ତୁ ଜାଣିବା ଏହିଦିନ କେଉଁମାନଙ୍କୁ ପୂଜା କରାଯାଇଥାଏ।

ଯକ୍ଷ ଏବଂ ଦୀପାବଳୀ: କୁହାଯାଏ ଯେ ପ୍ରଥମେ ଦୀପାବଳି ପର୍ବ ଯକ୍ଷ ଏବଂ ଗାନ୍ଧର୍ଭ ଜାତିର ଉତ୍ସବ ଥିଲା। ବିଶ୍ୱାସ କରାଯାଏ ଯେ ଦୀପାବଳି ରାତିରେ ଯକ୍ଷମାନେ ସେମାନଙ୍କ ରାଜା କୁବେରଙ୍କ ସହିତ ବିଳାସପୂର୍ଣ୍ଣ ସହିତ ଉପଭୋଗ କରୁଥିଲେ। ପରେ ଏହି ପର୍ବରେ କୁବେର ଭଗବାନଙ୍କୁ ଯକ୍ଷ ଜାତିର ଲୋକମାନେ ପୂଜା କରିବା ଆରମ୍ଭ କଲେ।

ଲକ୍ଷ୍ମୀ ଏବଂ ଦୀପାବଳୀ: ସଭ୍ୟତାର ବିକାଶ ହେତୁ ପରେ ଧନ ଦେବତା କୁବେରଙ୍କ ବଦଳରେ ଧନୀ ଦେବୀ ଲକ୍ଷ୍ମୀଙ୍କୁ ଏହି ଅବସରରେ ପୂଜା କରାଯାଇଥିଲା। କାରଣ କୁବେର କେବଳ ଯକ୍ଷ ଜାତିର ମାନ୍ୟତା ପାଇଥିଲେ, କିନ୍ତୁ ମା ଲକ୍ଷ୍ମୀ ସମସ୍ତ ଦେବତା ଏବଂ ମାନବ ଜାତିରେ ପୂଜା ମାନ୍ୟତା ପାଇଥିଲେ। ଫଳରେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ।

ଗଣେଶ ଏବଂ ଦୀପାବଳି: କୁହାଯାଏ ଯେ ଲକ୍ଷ୍ମୀ, କୁବେରଙ୍କ ସହିତ ଭଗବାନ ଗଣେଶଙ୍କ ପୂଜା ମଧ୍ୟ ଦୀପାବଳିରେ କରାଯାଏ। ଏହି ପୂଜା ଭବ-ସମ୍ପ୍ରଦାୟର ଲୋକମାନେ ଅନୁସରଣ କରିଥିଲେ। ସେ ଗଣେଶଙ୍କୁ ରିଦ୍ଧି-ସିଦ୍ଧର ଦାତା ଭାବରେ ପୂଜା କରୁଥିଲେ। ଯାହା ଆଜି ମଧ୍ୟ ଅନେକ ସ୍ଥାନରେ ଦୀପାବଳିରେ ଗଣେଷଙ୍କୁ ପୂଜା କରାଯାଉଛି।

ମା’ କାଳୀ ଓ ଦୀପାବଳି: ଦୀପାବଳି ଦିନ ମା କାଳିଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହିଦିନ କ୍ରୋଧ ଜର୍ଜରିତ ମା କାଳି ଶିବଙ୍କ ଛାତି ଉପରେ ପାଦ ସ୍ଥାପନା କରିଥିଲେ। ଫଳରେ ସେ ନିଜର ଭୁଲ ବୁଝି ମା କାଳୀ କ୍ରୋଧରୁ ଶାନ୍ତ ହୋଇଥିଲେ। ଫଳରେ ଅନେକ ରାଜ୍ୟରେ ଦୀପାବଳିରେ ମା କାଳୀଙ୍କ ପୂଜା କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଭୁଲରେ ବି ମାତା ଲକ୍ଷ୍ମୀଙ୍କର ଏପରି ଫଟୋ କିମ୍ବା ପ୍ରତିମାକୁ ରଖନ୍ତୁ ନାହିଁ ଘରେ, ମିଳିବ ନାହିଁ ସମ୍ପୂର୍ଣ୍ଣ ଲାଭ

ଭୁବନେଶ୍ବର: ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ କୁହାଯାଏ। କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଦୀପାବଳି ପର୍ବ କେବଳ କାର୍ତ୍ତିକ ମାସରେ ପାଳନ କରାଯାଏ। ଦୀପାବଳିର ପର୍ବ ଆସିବାକୁ ଯାଉଛି, ମାତ୍ର କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ମାତା ଲକ୍ଷ୍ମୀଙ୍କୁ ଘରେ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଘରକୁ ସଜାଯାଉ। ଏହାକୁ ସୁନ୍ଦର କରିବା ପାଇଁ ପେଣ୍ଟିଂ କରାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କର କେଉଁ ପ୍ରତିମା କିମ୍ବା ଫଟୋ ଘରେ ରଖିବା ଉଚିତ୍?

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ମୂର୍ତ୍ତି କିମ୍ବା ଚିତ୍ରର ପ୍ରକୃତି ବିଷୟରେ କୁହାଯାଇଛି। କାର୍ତ୍ତିକ ମାସ ମାତା ଲକ୍ଷ୍ମୀଙ୍କୁ ସମର୍ପିତ। ଦୀପାବଳିରେ ମାତା ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଏ। ତେଣୁ, ଯଦି ଆପଣ ଘରେ ମାତା ଲକ୍ଷ୍ମୀଙ୍କୁ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, କିମ୍ବା ଯଦି ଆପଣ ମାତା ଲକ୍ଷ୍ମୀଙ୍କର ଚିତ୍ର ରଖିବାକୁ ଯାଉଛନ୍ତି, ତେବେ ଏହିସବୁ ଜାଣନ୍ତୁ….

ମାତା ଲକ୍ଷ୍ମୀଙ୍କର କେଉଁ ପ୍ରକାର ପ୍ରତିମା ସ୍ଥାପନ କରାଯିବା ଉଚିତ୍?:

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ମାତା ଲକ୍ଷ୍ମୀଙ୍କର ପ୍ରତିମା କିମ୍ବା ଫଟୋ ସର୍ବଦା ଆଶୀର୍ବାଦ ମୁଦ୍ରାରେ ରହିବା ଉଚିତ୍। ଏହିପରି ଫଟୋ ଲଗାଇଲେ ଘରେ ସକରାତ୍ମକ ଶକ୍ତି ରହିଥାଏ। ଭଲ ଭାବନା ମନକୁ ଆସେ। ମାତା ଲକ୍ଷ୍ମୀଙ୍କର ଅନୁଗ୍ରହ ସମଗ୍ର ପରିବାର ଉପରେ ରହିଥାଏ। ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ସହିତ ଫଟୋ କିମ୍ବା ପ୍ରତିମା ମଧ୍ୟ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହା ସହିତ, ଏପରି ଚିତ୍ର ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ, ଯେଉଁଥିରେ ମାତା ଲକ୍ଷ୍ମୀଙ୍କ ହାତରୁ ଟଙ୍କା ବର୍ଷା ହେଉଥିବ। ଏହିପରି ଫଟୋ ରଖିବା ଅର୍ଥ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ।

ଏପରି ଫଟୋ କେବେ ବି ଲଗାନ୍ତୁ ନାହିଁ:

କୌଣସି ଘରେ ଦେବୀଙ୍କର ଏପରି ଫଟୋ ଲଗାଇବା ଉଚିତ ନୁହେଁ, ଯେଉଁଠି ସେ ଏକ ଭୟଙ୍କର ରୂପରେ ଦେଖାଯାଉଥିବେ। ଅଶୂରମାନଙ୍କୁ ହତ୍ୟା କରୁଥିବା ଫଟୋ ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।

ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ।

ଏହି ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶ ଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶ ଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶ ଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାକୁ ପୂର୍ବପୁରୁଷମାନେ ପୃଥିବୀକୁ ଆସିଥାନ୍ତି। ଆଉ ଦୀପାବଳି ଦିନ ଦିପରେ ଆଲୋକରେ ସେମାନେ ଫେରିଯାଆନ୍ତି। ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶ ଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ବିଶ୍ବାସ ମଧ୍ୟ ରହିଛି।

ଅନେକ ପୁରା କାର୍ତ୍ତିକ ମାସ ସାରା ଏହି ଦୀପ ଲଗାଇଥାନ୍ତି। ହେଲେ କେତେକ ସ୍ଥାନରେ ଦୀପାବଳି ପରେ, କେତେକ ସ୍ଥାନରେ ଅଁଳା ନବମୀ ପରେ କରିଥାନ୍ତି। ହେଲେ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶ ଦୀପ ସ୍ଥାପନ କରୁଥିବାର ପରିଲକ୍ଷିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

କାର୍ତ୍ତିକ ମାସରେ ମାନନ୍ତୁ ଏହି ସାତୋଟି କଥା, ଜୀବନରେ ହାସଲ କରିବେ ପୂର୍ଣ୍ଣ ସଫଳତା

ଭୁବନେଶ୍ଵର: ପବିତ୍ର ମାସ କାର୍ତ୍ତିକ ମାସ ୨୯ ଅକ୍ଟୋବର ୨୦୨୨ ରୁ ଆରମ୍ଭ ହେଉଛି। ଧର୍ମ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସରେ ଉପବାସ କରୁଥିବା ବା ପାଳନ କରୁଥିବା ବ୍ୟକ୍ତି ପରିତ୍ରାଣ ପାଇଥାଏ। ପୁରାଣରେ କୁହାଯାଇଛି ଯେ ଭଗବାନ ନାରାୟଣ ବ୍ରହ୍ମାଙ୍କୁ,  ବ୍ରହ୍ମା ନାରଦାଙ୍କୁ ଏବଂ ନାରଦ ମହାରାଜ ପୃଥଙ୍କୁ କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ମାସ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସରେ, ୭ ଟି ମୁଖ୍ୟ ନିୟମ ଭାବରେ ବିବେଚନା କରାଯାଏ, ଯାହା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଏହି ନିୟମ ହେଲା

ଦୀପଦାନ- ଧର୍ମ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀପ ଦାନ କରିବା। ଏହି ମାସରେ ନଦୀ, ପୋଖରୀ, ପୋଖରୀ ଇତ୍ୟାଦିରେ ଦୀପ ଦାନ କରାଯାଇଥାଏ। ଏହା ଦ୍ୱାରା ଗୁଣ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।

ତୁଳସୀ ପୂଜା- ଏହି ମାସରେ ତୁଳସୀ ପୂଜା କରିବା ଏବଂ ସେବନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯଦିଓ ସବୁ ମାସରେ ତୁଳସୀ ଖାଇବା ଏବଂ ପୂଜା କରିବା ବିଧି ରହିଛି ହେଲେ କାର୍ତ୍ତିକରେ ତୁଳସୀ ପୂଜାର ମହତ୍ତ୍ୱ ବହୁଗୁଣିତ ହୋଇଛି।

ଭୂମିରେ ଶୋଇବା- ଭୂମିରେ ଶୋଇବା କାର୍ତ୍ତିକ ମାସର ତୃତୀୟ ପ୍ରମୁଖ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଭୂମିରେ ଶୋଇଲେ ସ୍ବାତିକ ଭାବନା ଆସିବା ସହ ଅନ୍ୟାନ୍ୟ ମନ୍ଦତା ମଧ୍ୟ ନାସ ହୁଏ।

ଦେହରେ ତେଲ ପ୍ରୟୋଗ କରିବା ନିଷେଧ- ନାରକ ଚତୁଃର୍ଦ୍ଦଶୀ ବ୍ୟତିତ କାର୍ତ୍ତିକ ମାସର ଅନ୍ୟ ଦିନରେ ଶରୀରରେ ତେଲ ଲଗାଇବା ନିଷେଧ।

ଡାଲି ଖାଇବା ନିଷେଧ- କାର୍ତ୍ତିକ ମାସରେ ବିଭିନ୍ନ ପ୍ରକାରର ଡାଲି ଖାଇବା ଅନୁଚିତ। ଏହା ଧାର୍ମିକ ତଥା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ବିବେଚନ କରାଯାଏ।

ବ୍ରହ୍ମାଚାର୍ଯ୍ୟ ପାଳନ- କାର୍ତ୍ତିକ ମାସରେ ବ୍ରହ୍ମାଚାର୍ଯ୍ୟ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ।  ଯଦି ଏହା ପାଳନ କରାଯାଏ ନାହିଁ, ତେବେ ସ୍ୱାମୀ-ସ୍ତ୍ରୀ ନିଜକୁ ଦୋଷୀ ମନେ କରନ୍ତି ଏବଂ ଏହାର ଖରାପ ଫଳାଫଳ ମଧ୍ୟ ପ୍ରାପ୍ତ ହୁଏ।

ସଂଯମତା ରଖନ୍ତୁ- କାର୍ତ୍ତିକ ମାସର ଉପବାସ ପାଳନ କରୁଥିବା ବ୍ୟକ୍ତିମାନେ ନିଜକୁ ସନ୍ତୋଷ ଲାଗିବା ଭଳି ବ୍ୟବହାର କରିବା ଉଚିତ୍। ଯେପରିକି କମ୍ କଥା ହୁଅନ୍ତୁ,, କାହାକୁ ସମାଲୋଚନା କରନ୍ତୁ ନାହିଁ କିମ୍ବା ବିବାଦ କରନ୍ତୁ ନାହିଁ, ମନ ଉପରେ ସଂଯମତା ରଖନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ରାତି ପାହିଲେ ଛାଡଖାଇ, ଏଥର ପର, ରୁମ ଆଉ କାତି ମିଳିବା ମଧ୍ୟ ହେବ କଷ୍ଟକର

ଭୁବନେଶ୍ବର: ଆଜି ସରିଲା କାର୍ତ୍ତିକ ପୂର୍ଣ୍ଣିମା। ଆସନ୍ତାକାଲି ହେବ ଛାଡଖାଇ। ଏଥର ଛାଡଖାଇ ବୁଧବାର ଆମିଷ ବାରରେ ପଡୁଛି। ସେଥିପାଇଁ ବର୍ତ୍ତମାନ ଗରାଖ ଆଉ ଆମିଶ ବ୍ୟବସାୟୀ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି। ସକାଳ ପାହିଲେ ଆରମ୍ଭ ହୋଇଯିବ ବେପାର।

ଅଧିକାଂଶ ସମୟରେ ଛାଡଖାଇରେ ନିରାମୀଷ ବାର ପଡୁଥାଏ। ଫଳରେ କାର୍ତ୍ତିକ ମାସସାରା ଆମିଷ ଛାଡିଥିବା ବ୍ୟକ୍ତିମାନେ ପୁଣି ଆମିଷ ବାରକୁ ଅପେକ୍ଷା କରିଥାନ୍ତି। ହେଲେ ଏଥର ତାହା ନୁହେଁ। ପୁରା ଆମିଷ ବାରରେ ପଡୁଛି ଛାଡଖାଇ। ଫଳରେ ବ୍ୟବସାୟୀମାନେ ପୁରା ପୂର୍ବ ପ୍ରସ୍ତୁତ ହୋଇ ରହିଛନ୍ତି।

ଫଳରେ ଆସନ୍ତାକାଲି ସକାଳେ ଆମିଷ ଦୋକାନରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି। ଏପରିକି ଏଥର ରୁମ, କାତି ଆଉ ପର ମଧ୍ୟ ମିଳିବା କଷ୍ଟକର ହେବ ବୋଲି କେତେକ ଗରାଖ ହସି ହସି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନ କ’ଣ କଲେ ଘରକୁ ଆସିବେ ମା’ ଲକ୍ଷ୍ମୀ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ

ଭୁବନେଶ୍ବର: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଉଚିତ।

ଆସନ୍ତୁ ଜାଣିବା କାର୍ତ୍ତକ ପୂର୍ଣ୍ଣିମାର ଲୁକ୍କାୟିତ କାରଣ ଏବଂ ଧାର୍ମିକ ମହତ୍ତ୍ବ

୧- କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଲସୀ ପୂଜନର ଧାର୍ମିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ।

୨- କାର୍ତ୍ତିକ ମାସର ଏକାଦଶୀ ଦିନ ତୁଳସୀ, ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପରେ ବିବାହ କରିଥିଲେ।

୩- କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜା ମଧ୍ୟ କରାଯାଇଥାଏ କାରଣ ବିଶ୍ୱାସ ଅନୁଯାୟୀ ତୁଳସୀ ଏହି ଦିନ ପୃଥିବୀକୁ ଆସିଥିଲେ।

୪- ଏହା ସ୍ବୀକୃତ ହୋଇଛି ଯେ ଏହି ଦିନ ତୁଳସୀ ଗଛ ସମ୍ମୁଖରେ ଦୀପ ଜାଳି ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ମା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି।

ତୁଳସୀ ପୂଜନ ପଛରେ ଲୁକ୍କାୟିତ କାରଣ

ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ତୁଲସୀ ଅଛନ୍ତି ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି। ତୁଳସୀ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତିକୁ ରୋକିବାରେ ତଥା ରୋଗ ନଷ୍ଟ କରିବାରେ ସାହାଯ୍ୟ କରେ। ପୁରାଣ ଅନୁଯାୟୀ, ଯଦି ଘରେ ଦୁର୍ଭାଗ୍ୟ ଆସିବ ସେତେବେଳେ ସର୍ବ ପ୍ରଥମେ ତୁଳସୀ ଗଛ ମରିଯାଏ କିମ୍ବା ଶୁଖିଯାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଦୀପାବଳି: ହିନ୍ଦୁମାନଙ୍କର ଏହି ଜାତୀୟ ପର୍ବ ବିଷୟରେ କିଛି ଜାଣିବା କଥା

ଦୁଷ୍ମନ୍ତ କୁମାର ପଣ୍ଡା

ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ଦୀପ୍” ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି।

ଦୀପାବଳି ହିନ୍ଦୁମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି। ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ କରିଥାନ୍ତି। ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ମୀ ପୂଜା ଦୀପାବଳିର ଏକ ପ୍ରଧାନ ଅଂଶ। ଯେ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଆସନ୍ତି।

ଆନନ୍ଦ ମୁଖରିତ ପରିବାର ବର୍ଗଙ୍କର ଦୀପସଜ୍ଜା ଏବଂ ଆତସ ବାଜିର ବିସ୍ଫୋରଣ ରେ ଗ୍ରାମ ଗ୍ରାମ ସହର ପ୍ରକାଶିତ ଓ ମୁଖରିତ ହୋଇ ଉଠେ। ସାଧାରଣ ଗରିବ ପରିବାର ମଧ୍ୟ ଗୋଠ ମାତିଳେ ଖଣ୍ଡିଆ ମାତିଲା ପରି ସାଧ୍ୟ ମତେ କିଛି ଯୋଗାଡ଼ କରି ପର୍ବ ପାଳନ କରିବାକୁ ବାଧ୍ୟ ହୋଇଥାଏ। ନୂତନ ବ୍ୟବସାୟ ଆରମ୍ଭ, ନାଟ୍ୟାରମ୍ଭ, ଅଳଙ୍କାର ଧାରଣ ଆଦି ନୂତନ କାର୍ଯ୍ୟ କରାଯାଇଥାଏ।

“କୋଷମୁଳାଃ ସର୍ବାରମ୍ଭ” ଅର୍ଥାତ ଯେ କୌଣସି ମରମର ଆରମ୍ଭ କରିବା ପାଇଁ କୋଷ ହେଉଛି ମୂଳ। ଅର୍ଥାତ ଅର୍ଥ ହେଉଛି ପ୍ରଥମ ଆବଶ୍ୟକତା, ଯେହେତୁ ଧନ ଧାନ୍ୟ ଶ୍ରୀ ଆରୋଗ୍ୟ ସୌନ୍ଦର୍ଯ୍ୟର ଦାତ୍ରୀ ଭାବେ ଭଗବତୀ ମହା ଲକ୍ଷ୍ମୀ ଏହି ଦିନ ଆରାଧୀତା ହୋଇଥାନ୍ତି। ତେଣୁ ହିନ୍ଦୁ ଆଧ୍ୟାତ୍ମିକତା ଏବଂ ଭଗବତ ବିଶ୍ବାସୀ ତାକୁ ନବ କର୍ମାରମ୍ଭ ର ପ୍ରେରଣା ଯୋଗାଇ ଦେଇଥାଏ ଓ ତାକୁ ଆସ୍ତିକ କରି ଗାଡି ତୋଳେ। ଅର୍ଥର ପ୍ରତିବନ୍ଧକୁ ଦୂର କରି ଆସ୍ତିକତା ତା ଭିତରେ ଅନ୍ତର୍ବଳ ଓ ଆତ୍ମବିଶ୍ଵାସ ଭରି ଦେଇଥାଏ ଆଗେଇ ଯିବା ପାଇଁ। ଏହି ଶରତ ଓ ହେମନ୍ତ ସନ୍ଧିର ଲକ୍ଷ୍ମୀ ପୂଜା ସମଗ୍ର ଦେଶରେ ଏକ ଯଜ୍ଞ ସ୍ବରୂପ ହୋଇପଡେ।

“ଯଜ୍ଞ କର୍ମ ସମ୍ୟୁଦଭବଃ” ଗୀତାବାଣୀ ଅନୁଯାୟୀ ସମଗ୍ର ଦେଶ କର୍ମ ମୁଖର ହୋଇଉଠେ। ଆତସବାଜି, ଦୀପ, ତେଲ, ପୂଜା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ସମେତ ମିଷ୍ଟାନ୍ନ ପ୍ରଭୃତିର ବ୍ୟବସାୟ ଓ ବ୍ୟବହାର ବଢିଯାଏ। ଅତୀତରେ ଓଡ଼ିଶାର ସାଧବ ମାନେ ବହିର୍ବାଣିଜ୍ୟ ସମାପନ କରି ଦୀପାବଳୀ ସମୟକୁ ଫେରିଆସି ପୁଣି କାର୍ତ୍ତିକ ପୁର୍ଣିମା ପରଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ। ଓଡିଆମାନେ ଦୀପଦାନ ପୂର୍ବକ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିଛନ୍ତି। ଏହା ହିଁ ଦୀପାବଳି ର ସ୍ଥାନୀୟ ତାତ୍ପର୍ଯ୍ୟ।

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୀପାବଳି ଆଲୋକ ଉତ୍ସବ ମହା ସମାରୋହରେ ପାଳନ କରାଯିବା ର ପରମ୍ପରା ରହିଛି। ଏହି ସାଂସ୍କୃତିକ ପର୍ବର ରଉପ ଅବଶ୍ୟ ଭିନ୍ନ ଭିନ୍ନ ଅଟେ। ଏହି ପର୍ବ ଭାରତୀୟ ସଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ ଆନଂଦ ଓ ଆଲୋକର ପର୍ବ ପର୍ବାଣି ଏବଂ ଆଲୋକ ର ପର୍ବ ଦୀପାବଳିକୁ ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ଶିକ୍ଷିତ ଲୋକମାନେ ବିଚାର କରୁଥିବା ବେଳେ ନିମ୍ନ ସ୍ତରର ଲୋକ ମାନେ ଭୟ ଓ ହତାଶର ବିତାଡନ ନିମନ୍ତେ ଏହାକୁ ପାଳନ କରାଯାଉଛି ବୋଲି ଧରି ନେଇଛନ୍ତି।

କେବଳ ଓଡ଼ିଶା ନୁହେଁ ସାରା ଭାରତରେ କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଇଥାଏ। ସାରାରାତି ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଓ ବାହାର ଆଲୋକିତ ହୋଇଥାଏ ଦୀପ ଆଲୋକ ମାଳ ରେ। ଏହି ଉତ୍ସବ କାହିଁକି ପାଳନ କରାଯାଏ ସେହି ବିଷୟ ରେ କଲିକା ପୁରାଣ, ସ୍କନ୍ଧ ପୂରାଣ, ଲିଙ୍ଗ ପୂରାଣ ଆଦି ରେ ବର୍ଣ୍ଣିତ ହୋଇଛି। ଦୀପାବଳି ଅମାବାସ୍ୟାର ପୂର୍ବ ଦିନ ଚତୁର୍ଦଶୀକୁ ନରକ ଚତୁର୍ଦଶୀ ବୋଲି କୁହାଯାଏ କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକକସୁରକୁ ବଧ କରିଥିଲେ।

କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି। ଏହି ଦୀପାବଳି ସହ କାଳୀପୂଜାର ସମ୍ବନ୍ଧ ଥିବାରୁ ଏହା ଦୀପାବଳି ବା ଦିବାଲି ଭାବରେ ନାମିତ ହେବା ସହ କାଳୀପୂଜା ବା ଶ୍ୟାମା କାଳୀପୂଜା ଦିବସ ରୂପେ ସର୍ବତ୍ର ସ୍ଵୀକୃତ। ଏହି ଦିନ ରାତିରେ ପ୍ରତିଘରୁ ନିଃସୃତ ହୋଇଥାଏ ଦୀପଦାନ ଏବଂ ବାଣ ଫୁଟାଇବା କାର୍ଯ୍ୟ।

ସାଧାରଣତଃ ଓଡିଆମାନେ ପିମ୍ପେଇ ଡାକ କରିଥାନ୍ତି ଆଶ୍ବିନ ମାସର ମହାଳୟା ଓ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପିତୃ ପୁରୁଷ ଙ୍କ ନିମିତ୍ତ ପୂଜା କରିବା ପାଇଁ ଶ୍ରେଷ୍ଠ ତିଥି ଅଟେ। ଏହିଦିନ ରାତିରେ ପ୍ରତିଘରୁ ନିଃସୃତ ହୁଏ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବଂଶଧର ତଥା ଆତ୍ମୀୟଙ୍କ କଣ୍ଠରୁ ନିବେଦନ “ପିତୃଲୋକ ପରିତ୍ୟଜ୍ୟ ଆଗତ ଯେ ମହାଲୟେ, ଉଜ୍ବଳଂ ଜ୍ୟୋତିଶାଂ ମାର୍ଗ ପ୍ରପସ୍ୟନ୍ତେ ବ୍ରଜନ୍ତୁତେ”। ଅର୍ଥାତ ପିତୃଲୋକ ତ୍ୟାଗ କରି ମହଳୟା ରେ ଯେଉଁ ମାନେ ଆସିଥିଲେ ସେମାନେ ଏହି ତେଜୋଦୀପ୍ତ ମାର୍ଗ ଦର୍ଶନ କରନ୍ତୁ। ମାସକ ତଳେ ମହାଳୟା ଅମାବାସ୍ୟା ଯାଇଛି, ସେହିଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା।

ଆଜି ସେହି ପିତୃ ପୁରୁଷ ତାଙ୍କର ଉତ୍ତର ପୁରୁଷ ତଥା ଆତ୍ମୀୟଙ୍କ ଘରୁ ଶ୍ରଦ୍ଧା ନିବେଦନ ଗ୍ରହଣ କରି ଫେରି ଯାଉଛନ୍ତି। ତେଣୁ ସେହି ମାନଙ୍କୁ ମାର୍ଗ ଦର୍ଶନ ପାଇଁ ଘରେ ଘରେ ଦୀପ ପ୍ରଜ୍ବଲନ କରିବା ସହିତ କାଉଁରିଆ କାଠି ଜଲାଇ ମାତୃ ଭାଷାରେ ନିବେଦନ କରାଯାଇଥାଏ।

ବିଶେଷତଃ ଓଡ଼ିଶାରେ ଦୀପାବଳୀ ଦିନ ଗୟା ଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ପାଖରେ କିମ୍ବା ପୟା ଦଣ୍ଡା ଖୋଲି କିମ୍ବା ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳ ମୂଳ ତଥା ଦୀପଦାନ କରାଯାଇଥାଏ। ବଡ ବଡିଆ ଅର୍ଥାତ ପିତୃପୁରୁଷଙ୍କୁ କଉଁରିଆ କାଠି ଜଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି। ଯେଉଁ ପିତୃ ପୁରୁଷ ମାନେ ପିତୃପକ୍ଷ ଅର୍ଥାତ ଆଶ୍ଵିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆସି ଜୀବିତ ଉତ୍ତର ଦାୟାଦଙ୍କ ଠାରୁ ତର୍ପଣ ଏବଂ ମହାଲୟାରେ ପିଣ୍ଡ ପ୍ରଭୃତି ଗ୍ରହଣ କରି ଏଠାରେ ଥାଆନ୍ତି ସେମାନଙ୍କର ପ୍ରୟାଣ ଉଦ୍ଦେଶ୍ୟରେ ପିତୃ ଲୋକେ ପଥ ପ୍ରଦର୍ଶନ ପାଇଁ ଏହି ଆଲୋକ ବର୍ତ୍ତିକା ର ପ୍ରଦର୍ଶନ ପୂର୍ବକ ଭକ୍ତିପୂତ ଭାବେ ଦୀପାବଳି ପାଳନ କରାଯାଇଥାଏ। ସାଧାରଣ ଲୋକେ କହିଥାନ୍ତି, ହେ ପିତୃପୁରୁଷ ଅନ୍ଧାରରେ ଆସିଥିଲ ଏବେ ଆଲୋକରେ ଯାଅ। ଆମର ମଙ୍ଗଳ ହେବ, ଅଜ୍ଞାନ ଅନ୍ଧାରରୁ ଅଆମକୁ ମୁକ୍ତ କରି ଜ୍ଞାନାଲୋକ ର ମାର୍ଗର ପଥିକ କର, ସତ ପଥରେ ଯିବାକୁ ମାର୍ଗ ପ୍ରଦର୍ଶନ କର।

ଏହି ପବିତ୍ର ଦୀପାବଳିରେ ଆଉ ଏକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ, ତାହା ହେଉଛି ଶ୍ୟାମା କାଳି ପୂଜା। ଭଗବତୀ ବ୍ରହ୍ମ ସ୍ବରୂପା ମହା କାଳୀଙ୍କର ଏହି ଦିନ ଆବିର୍ଭାବ ଉତ୍ସବ ପାଳିତ ହୋଇଥାଏ। ସୃଷ୍ଟି ( ମାତୃ ରୂପା ), ସ୍ଥିତି ( ବର ଓ ଅଭୟ ରୂପା ) ଏବଂ ସଂହାର ( ଖଡଗ ଓ ମୁଣ୍ଡ ଧାରିଣୀ ରୂପା) ଅର୍ଥାତ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ଜଗଦମ୍ବା ମହାକାଳୀଙ୍କର ଆରାଧନା ପଛରେ ମାନବ ସମାଜ ତାର ଦୁର୍ଗତି ନାଶ କରି ସାଂସାରିକ ଐଶ୍ବର୍ଯ୍ୟ ଭୋଗ ପୂର୍ବକ ମୁକ୍ତି କାମନା କରିଥାଏ। ଏହି ମହାଶକ୍ତି ମହାମାୟା ତ୍ରିପୁର ସୁନ୍ଦରୀ ମହାକାଳୀଙ୍କ ର ଆରାଧନା ରେ ମାନବ ଭୋଗ ଏବଂ ଐଶ୍ବର୍ଯ୍ୟ ର ଅଧିକାରୀ ହୋଇ ମୋକ୍ଷ ଲାଭ କରିଥାଏ।

ଦୀପାବଳି ପର୍ବ ପାଳନ କରିବା ପଛରେ ଅନେକ ପୌରଣିକ ଓ ଐତିହାସିକ ପୃଷ୍ଠ ଭୂମି ନିହିତ। ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରତାପୀ ନରକାସୁର ର ଅତ୍ୟାଚାର ରେ ଦେବଗଣ ଭୀତତ୍ରସ୍ତ ହୋଇ ଶ୍ରୀକୃଷ୍ଣ ଙ୍କର ଶରଣାପନ୍ନ ହେଲେ। ଷୋହଳ ସହସ୍ର କନ୍ୟାନକୁ ସେମାନଙ୍କ ଆର୍ତ୍ତନାଦ ଶୁଣି ଶ୍ରୀକୃଷ୍ଣ ବାକୁଳାଞ୍ଚଳ ପର୍ବତରେ ପ୍ରବେଶ କରି ପ୍ରଥମେ ନରକାସୁରର ପୁତ୍ର ଭଗଦତ୍ତ ର ସଂହାର କରି ପରେ ନରକାସୁର କୁ ନାଶ କରିଥିଲେ। ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀ ଦେବୀଙ୍କର ବିନୟ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ଭଗଦତ୍ତକୁ ଜୀବ ଦାନ ଦେଇ ସିଂହାସନାରୂଢ କରାଇ ବନ୍ଦୀଥିବା ଷୋହଳ ସହସ୍ର ସୁନ୍ଦରୀ କନ୍ୟା ଙ୍କୁ ମୁକ୍ତି ଦେଇ ସସମ୍ମାନେ ଦ୍ବାରିକା ପଠାଇ ଥିଲେ। ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା ଓ ଶାନ୍ତି ପ୍ରତିଷ୍ଠିତ ହେଲା। ସମସ୍ତେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କଲେ। ସେହି ଉତ୍ସବକୁ ନରକୋତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ସେହିଦିନ ଚତୁର୍ଦଶୀ ତିଥି ଥିବା ହେତୁ ସେହି ଦିନକୁ ନରକ ଚତୁର୍ଦଶି ମଧ୍ୟ କୁହା ଯାଇ ଥାଏ। ପରଦିନ ନରକାସୁର ର ବଧ ହେବା ପରେ ସମସ୍ତେ ନିର୍ଭୟରେ ଆଲୋକ ଜଲାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବାରୁ
ଦୀପା ବଳି ଉତ୍ସବ ସେହିଦିନରୁ ପାଳିତ କରାଯାଉଥିବା ଜଣାଯାଏ।

ଆଉ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଗତଜନନୀ ମାଁ ଦୂର୍ଗାଙ୍କୁ ସାଧନ କରି ବିଜୟା ଦଶମୀ ଦିନ ପାପାଚାରୀ ରାବଣ କୁ ବଧ କରିବା ପରେ ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଜା ମାନେ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଅଯୋଧ୍ୟା ନଗରୀ କୁ ଅଜସ୍ର ଦୀପଲୋକରେ ସୁସଜ୍ଜିତ କରିଥିଲେ। ସେହି ଶୋଭନୀୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଦୀପାବଳିର ସୂତ୍ରପାତ ବୋଲି କୁହ ଯାଇଥାଏ। ତ୍ରୁତୀୟତଃ ଅନ୍ୟ ହିନ୍ଦୁ ପୂରାଣ ଓ ଶାସ୍ତ୍ର ରେ ମଧ୍ୟ ଏହି ଦୀପାବଳି “ ବଳି ରାଜ୍ୟ ଉତ୍ସବ “ ଭାବରେ ପ୍ରଖ୍ୟାତ। ଏହି ଦିନ ରାଜା ବଳି ମର୍ତ୍ତ୍ୟ କୁ ଆଗମନ କରିଥିବା ଯୋଗୁଁ ତାଙ୍କର ପ୍ରଜାମାନେ ଏହି ଦିବସ ଟିକୁ ଦୀପମାଳା ରେ ସଜାଇ ରକାଙ୍କୁ ସ୍ବାଗତ କରିଥିଲେ। ଏହି ଅନନ୍ଦୋତ୍ସବ ସୂତ୍ର ରୁ ଦୀପାବଳି ଉତ୍ସବ ର ଆରମ୍ଭ ହୋଇଥିବା କୁହାଯାଇଥାଏ। ଏହି ଦିନ ଟିକୁ ବଳିରାଜ୍ୟ ଉତ୍ସବ ବୋଲି ମଧ୍ୟ କୁହ ଯାଇଥାଏ। ପୁନଶ୍ଚ ଜୀବ ଜଗତ ସୃଷ୍ଟି ହେବା ପୂର୍ବରୁ ଏ ଜଗତ ଘୋର ଅନ୍ଧକାରରେ ପୂର୍ଣ୍ଣ ଥିଲା। ସେହି ଅନ୍ଧକାର ମୟ ଧରଣି ର ଅନ୍ୟ ନାମ ହିଁ ନରକ। କାଳ କ୍ରମେ ସୁର୍ଯ୍ୟ ଙ୍କ ଉତ୍ପତ୍ତି ହେବା ପରେ ସେହି ଅନ୍ଧକାର କୁ ଦୂର କଲେ। ସେହି ଆଲୋକର ସ୍ମାରକୀ ପାଇଁ ଦକ୍ଷିଣ ଭାରତରେ ନରକାସୁର ବୃତ୍ତାନ୍ତ ପାଇଁ ଦୀପାବଳି ନାରକ ଚତୁର୍ଦଶୀ ଭାବରେ ପାଳିତ ହୋଇଥାଏ।

ଏହା ଛଡା ଐତିହାସିକ ପୃଷ୍ଠଭୂମି ର ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ଉଜ୍ଜୟନୀ ର ରାଜା ବିକ୍ରମାଦିତ୍ୟ ଏହିଦିନ ସିଂହସନାରୂଢ ହୋଇଥିବାରୁ ଲୋକେ ଦୀପ ଜାଳି ରାଜାଙ୍କୁ ଅଭ୍ୟର୍ଥନା କରିଥିଲେ। ମୋଗଲ ଯୁଗର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ ତାଙ୍କର “ ଆଇନ-ଇ-ଆକବରୀ” ରେ ଦିଵାଳି ସମ୍ବନ୍ଧରେ ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି। ବଣିକ ଗୋଷ୍ଠୀ ମଧ୍ୟରେ ଏହା ଏକ ସର୍ବାପେକ୍ଷା ଅଧିକ ଲୋକପ୍ରିୟ ପର୍ବ। ମୋଗଲ ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିବାର “ ଆଇନ-ଇ-ଆକବରୀ” ରୁ ଜଣାଯାଏ।

କନୌଜର ରାଜା ହର୍ଷବର୍ଦ୍ଧନ ତାଙ୍କର ଗୋଟିଏ ନାଟକ “ନାଗାବଳୀ” ରେ ଏହି ଉତ୍ସବକୁ “ଦୀପପ୍ରତି ପଦୂତ୍ସବ”। ଏହିସବୁ ଭିତ୍ତିଭୂମିକୁ ବଡ ଦେଲେ ସୁଦ୍ଧା ୧୬୬୨ ଖ୍ରୀଷ୍ଟାବ୍ଦ ରେ ଏହି କାର୍ତ୍ତିକ ଅମବାସ୍ୟା ତିଥିରେ ଶିଖ ଧର୍ମାବଲମ୍ବୀ ମାନଙ୍କ ଷଷ୍ଠ ଧର୍ମଗୁରୁ ଗୋବିନ୍ଦ ସିଂ ୫୨ ଜଣ ରାଜପୁତ ଙ୍କ ସହ ଗ୍ୱାଲିୟର ଦୁର୍ଗ ରୁ ମୁକ୍ତ ହୋଇଥିଲେ। ସେହି ଦିନ ଶିଖ ମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଦୀପମାଳାରେ ସୁସଜ୍ଜିତ କରିବା ସହିତ ଦରଗା ସାହେବ ପୁଷ୍କରିଣୀରେ ସ୍ନାନ କରି ଅତି ପବିତ୍ର ଭାବରେ ଦିନଟି କଟାଇ ଥାନ୍ତି। ଏତଦ ବ୍ୟତୀତ ଆର୍ଯ୍ୟ ସମାଜର ପ୍ରବର୍ତ୍ତକ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କର ତିରୋଧାନ ମଧ୍ୟ ଏହି ଦିନରେ ହୋଇଥିଲା। ସ୍ବାମୀ ରାମତୀର୍ଥ ଙ୍କ ଆବିର୍ଭାବ ଓ ତିରିଧାନ ମଧ୍ୟ ଏହି ଦିନରେ ହୋଇଥିଲା। ତେଣୁ ଆର୍ଯ୍ୟ ସମାଜର ଲୋକେ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରିଥାନ୍ତି।

ତେବେ ଦୀପାବଳି ଯେ ଏକ ସାଂସ୍କୃତିକ ପରମ୍ପରାର ପ୍ରତିକ ଏହା ଦୃଢତାର ସହ କୁହାଯାଇପାରେ। “ତମସୋ ମାଁ ଜ୍ୟୋତିର୍ଗମୟ, ମୃତ୍ୟୋ ର୍ମା ଅମୃତୋମୟ”, ଆଲୋକର ଆଲିଙ୍ଗନ ପାଇଁ ଏ ବାଣୀ କେବଳ ଯେ ପ୍ରାଚ୍ୟ ଭୂଖଣ୍ଡରେ ଉଚ୍ଚାରିତ ହୋଇଛି ତହ ନୁହେଁ। ଏ ଆକାଂକ୍ଷା ସର୍ବ ବ୍ୟାପୀ। ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ସେହି ଆକୁଳ କାକୁତି କେବଳ ଆଲୋକ ପାଇଁ। ଅଗ୍ନି ସମସ୍ତ ଜୀବ ଜଗତରେ ମୂଳ ହେତୁ ଜୀବନର ଅନ୍ୟ ନାମ ଆଲୋକ। ଏହି ଆଲୋକ ଅମୃତ ସାନ୍ନିଧ୍ୟ ଲାଭ କଲେ ମନୁଷ୍ୟର ହୃଦଯ ଉପବନରେ ଶାନ୍ତି ମୈତ୍ରୀ, କାରୁଣ୍ୟ, ସତ୍ୟ ଆଦିର ସୁବାସିତ ସୁମନ ବିକଶିତ ହୋଇଥାଏ। ଆଲୋକ ପଥର ଯାତ୍ରୀ ହେଲେ ବ୍ୟକ୍ତି ଅମରତ୍ଵ ଲାଭ କରେ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଯୋଗାଯୋଗ – ୯୧୧୪୯୩୯୩୨୯

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଜାଣନ୍ତୁ ଦୀପାବଳିରେ କେଉଁ ଦେବାଦେବୀଙ୍କୁ କରାଯାଏ ପୂଜା

ଭୁବନେଶ୍ବର: ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପର୍ବ ପାଳନ କରାଯାଏ। ସମୟ ଗଡିବା ସହିତ ଏହି ପର୍ବ ପାଳନ କରିବାର ଉପାୟ ମଧ୍ୟ ବଦଳି ଯାଇଛି। ଏହି ପର୍ବ ପ୍ରାଚୀନ କାଳରୁ ପାଳନ କରାଯାଇ ଆସୁଛି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ପର୍ବରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିବାର ପରଂପରା ରହିଛି। ଆସନ୍ତୁ ଜାଣିବା ଏହିଦିନ କେଉଁମାନଙ୍କୁ ପୂଜା କରାଯାଇଥାଏ।

ଯକ୍ଷ ଏବଂ ଦୀପାବଳୀ: କୁହାଯାଏ ଯେ ପ୍ରଥମେ ଦୀପାବଳି ପର୍ବ ଯକ୍ଷ ଏବଂ ଗାନ୍ଧର୍ଭ ଜାତିର ଉତ୍ସବ ଥିଲା। ବିଶ୍ୱାସ କରାଯାଏ ଯେ ଦୀପାବଳି ରାତିରେ ଯକ୍ଷମାନେ ସେମାନଙ୍କ ରାଜା କୁବେରଙ୍କ ସହିତ ବିଳାସପୂର୍ଣ୍ଣ ସହିତ ଉପଭୋଗ କରୁଥିଲେ। ପରେ ଏହି ପର୍ବରେ କୁବେର ଭଗବାନଙ୍କୁ ଯକ୍ଷ ଜାତିର ଲୋକମାନେ ପୂଜା କରିବା ଆରମ୍ଭ କଲେ।

ଲକ୍ଷ୍ମୀ ଏବଂ ଦୀପାବଳୀ: ସଭ୍ୟତାର ବିକାଶ ହେତୁ ପରେ ଧନ ଦେବତା କୁବେରଙ୍କ ବଦଳରେ ଧନୀ ଦେବୀ ଲକ୍ଷ୍ମୀଙ୍କୁ ଏହି ଅବସରରେ ପୂଜା କରାଯାଇଥିଲା। କାରଣ କୁବେର କେବଳ ଯକ୍ଷ ଜାତିର ମାନ୍ୟତା ପାଇଥିଲେ, କିନ୍ତୁ ମା ଲକ୍ଷ୍ମୀ ସମସ୍ତ ଦେବତା ଏବଂ ମାନବ ଜାତିରେ ପୂଜା ମାନ୍ୟତା ପାଇଥିଲେ। ଫଳରେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ।

ଗଣେଶ ଏବଂ ଦୀପାବଳି: କୁହାଯାଏ ଯେ ଲକ୍ଷ୍ମୀ, କୁବେରଙ୍କ ସହିତ ଭଗବାନ ଗଣେଶଙ୍କ ପୂଜା ମଧ୍ୟ ଦୀପାବଳିରେ କରାଯାଏ। ଏହି ପୂଜା ଭବ-ସମ୍ପ୍ରଦାୟର ଲୋକମାନେ ଅନୁସରଣ କରିଥିଲେ। ସେ ଗଣେଶଙ୍କୁ ରିଦ୍ଧି-ସିଦ୍ଧର ଦାତା ଭାବରେ ପୂଜା କରୁଥିଲେ। ଯାହା ଆଜି ମଧ୍ୟ ଅନେକ ସ୍ଥାନରେ ଦୀପାବଳିରେ ଗଣେଷଙ୍କୁ ପୂଜା କରାଯାଉଛି।

ମା’ କାଳୀ ଓ ଦୀପାବଳି: ଦୀପାବଳି ଦିନ ମା କାଳିଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହିଦିନ କ୍ରୋଧ ଜର୍ଜରିତ ମା କାଳି ଶିବଙ୍କ ଛାତି ଉପରେ ପାଦ ସ୍ଥାପନା କରିଥିଲେ। ଫଳରେ ସେ ନିଜର ଭୁଲ ବୁଝି ମା କାଳୀ କ୍ରୋଧରୁ ଶାନ୍ତ ହୋଇଥିଲେ। ଫଳରେ ଅନେକ ରାଜ୍ୟରେ ଦୀପାବଳିରେ ମା କାଳୀଙ୍କ ପୂଜା କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

କାର୍ତ୍ତିକରେ ମାନସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର: କାର୍ତ୍ତିକ ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା।

ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ।

ହଜାଇ ଥିବା ମାନସମ୍ମାନକୁ କିପରି ପାଇବେ ?

– ହଜାଇଥିବା ମାନସମ୍ମାନ ପ୍ରାପ୍ତି ପାଇଁ ଭଗବାନ ସୂର୍ଯ୍ୟନାରାୟଣଙ୍କ ବିଶେଷ ଉପାସନା କରନ୍ତୁ। ଏହା ନିଶ୍ଚିତ ଫଳଦାୟକ ହେବ।

– ଏହି ମାସରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥିବା ହେତୁ ସୂର୍ଯ୍ୟୋଦୟ ସମୟରେ ପୂଜା କରିବା କାରଣରୁ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ।

– ଏକ ନୂଆ ତମ୍ବା ଢାଳରେ ଲାଲ୍‌ ସୂତା ଗୁଡାଇ ରଖନ୍ତୁ। ଏବଂ ଏହି ଢାଳରେ ଜଳ ରଖନ୍ତୁ। ଜଳରେ କିଛି ଚିନି, କିଛି ଫଗୁ, ଫୁଲ ଓ କେଶର ପକାଇ ଭାଗବାନ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସମ୍ମାନ ଫେରିଆସିବ।

ଏହି ମାସରେ ସ୍ନାନ କରିବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ।

ରୋଗରୁ ମୁକ୍ତି ପାଇବା କିପରି ?

– ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ।

– ସ୍ନାନ କରିବା ଜଳରେ ଏକ ଚାମଚ ଗଙ୍ଗାଜଳ ପକାଇ ତିନି ଥର ଓଁ ମନ୍ତ୍ର ଜପ କରି ସ୍ନାନ କରିବା ଉଚିତ୍‌।

– ସ୍ନାନ କରିବା ପରେ ସ୍ବଚ୍ଛ ବସ୍ତ୍ର ଧାରଣ କରି ଦେଶି ଘିଅର ଏକ ଦୀପ ମାତା ବୃନ୍ଦାବତୀଙ୍କ ପାଖରେ ଜଳାଇ ରଖନ୍ତୁ।

– ଭଗବାନ ବିଷ୍ଣୁଙ୍କ ପାଖରେ ୧୦୮ ନାମ ଜପ କରନ୍ତୁ।

– ଭଗବାନ ଶିବଙ୍କୁ ପାଞ୍ଚଟି ବେଲପତ୍ରର ଧଳା ଚନ୍ଦନରେ ଓମ୍‌ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ।

– ଏହା ଦ୍ବାରା ଆପଣ ରୋଗମୁକ୍ତ ସ୍ବାସ୍ଥ୍ୟର ଅଧିକାରୀ ହୋଇପାରିବେ।

ଆପଣ ଯଦି ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଏହି ମାସରେ କରନ୍ତୁ ଏହି ମହା ଉପାୟ

– ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ

– ନିଜ ଘରର ପୂର୍ବ ଦିଗକୁ ଗଙ୍ଗାଜଳରେ ସଫା କରି ଏକ କାଠର ପିଢା ଉପରେ ଲାଲ ବସ୍ତ୍ର ପକାଇ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଫଟୋ ସ୍ଥାପିତ କରନ୍ତୁ।

– ତମ୍ବା ଦୀପରେ ଶୁଦ୍ଧ ଦେଶୀ ଘିଅ ଭରି ସଳିତାର ବତୀ ଲଗାଇ ଭଗବାନ ସୂର୍ଯ୍ୟନାରାୟଣଙ୍କ ସାମ୍ନାରେ ରଖନ୍ତୁ।

– ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କ ସୂର୍ଯ୍ୟାଷ୍ଟକ ୩ଥର ପାଠ କରନ୍ତୁ।

– ସୂର୍ଯ୍ୟାଷ୍ଟକ ପାଠ କରି ସାରିବା ପରେ ତମ୍ବା ଢାଳରେ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। କିଛି ନେତ୍ର ହୀନ ଲୋକଙ୍କୁ ମିଠା ବାଣ୍ଟନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

କାର୍ତ୍ତିକ ମାସରେ ମାନନ୍ତୁ ଏହି ସାତୋଟି କଥା, ଜୀବନରେ ହାସଲ କରିବେ ପୂର୍ଣ୍ଣ ସଫଳତା

ପବିତ୍ର ମାସ କାର୍ତ୍ତିକ ମାସ ୧୦ ଅକ୍ଟୋବର ୨୦୨୨ ରୁ ଆରମ୍ଭ ହେଉଛି। ଧର୍ମ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସରେ ଉପବାସ କରୁଥିବା ବା ପାଳନ କରୁଥିବା ବ୍ୟକ୍ତି ପରିତ୍ରାଣ ପାଇଥାଏ। ପୁରାଣରେ କୁହାଯାଇଛି ଯେ ଭଗବାନ ନାରାୟଣ ବ୍ରହ୍ମାଙ୍କୁ,  ବ୍ରହ୍ମା ନାରଦାଙ୍କୁ ଏବଂ ନାରଦ ମହାରାଜ ପୃଥଙ୍କୁ କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ମାସ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସରେ, ୭ ଟି ମୁଖ୍ୟ ନିୟମ ଭାବରେ ବିବେଚନା କରାଯାଏ, ଯାହା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଏହି ନିୟମ ହେଲା

ଦୀପଦାନ- ଧର୍ମ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀପ ଦାନ କରିବା। ଏହି ମାସରେ ନଦୀ, ପୋଖରୀ, ପୋଖରୀ ଇତ୍ୟାଦିରେ ଦୀପ ଦାନ କରାଯାଇଥାଏ। ଏହା ଦ୍ୱାରା ଗୁଣ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।

ତୁଳସୀ ପୂଜା- ଏହି ମାସରେ ତୁଳସୀ ପୂଜା କରିବା ଏବଂ ସେବନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯଦିଓ ସବୁ ମାସରେ ତୁଳସୀ ଖାଇବା ଏବଂ ପୂଜା କରିବା ବିଧି ରହିଛି ହେଲେ କାର୍ତ୍ତିକରେ ତୁଳସୀ ପୂଜାର ମହତ୍ତ୍ୱ ବହୁଗୁଣିତ ହୋଇଛି।

ଭୂମିରେ ଶୋଇବା- ଭୂମିରେ ଶୋଇବା କାର୍ତ୍ତିକ ମାସର ତୃତୀୟ ପ୍ରମୁଖ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଭୂମିରେ ଶୋଇଲେ ସ୍ବାତିକ ଭାବନା ଆସିବା ସହ ଅନ୍ୟାନ୍ୟ ମନ୍ଦତା ମଧ୍ୟ ନାସ ହୁଏ।

ଦେହରେ ତେଲ ପ୍ରୟୋଗ କରିବା ନିଷେଧ- ନାରକ ଚତୁଃର୍ଦ୍ଦଶୀ ବ୍ୟତିତ କାର୍ତ୍ତିକ ମାସର ଅନ୍ୟ ଦିନରେ ଶରୀରରେ ତେଲ ଲଗାଇବା ନିଷେଧ।

ଡାଲି ଖାଇବା ନିଷେଧ- କାର୍ତ୍ତିକ ମାସରେ ବିଭିନ୍ନ ପ୍ରକାରର ଡାଲି ଖାଇବା ଅନୁଚିତ। ଏହା ଧାର୍ମିକ ତଥା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ବିବେଚନ କରାଯାଏ।

ବ୍ରହ୍ମାଚାର୍ଯ୍ୟ ପାଳନ- କାର୍ତ୍ତିକ ମାସରେ ବ୍ରହ୍ମାଚାର୍ଯ୍ୟ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ।  ଯଦି ଏହା ପାଳନ କରାଯାଏ ନାହିଁ, ତେବେ ସ୍ୱାମୀ-ସ୍ତ୍ରୀ ନିଜକୁ ଦୋଷୀ ମନେ କରନ୍ତି ଏବଂ ଏହାର ଖରାପ ଫଳାଫଳ ମଧ୍ୟ ପ୍ରାପ୍ତ ହୁଏ।

ସଂଯମତା ରଖନ୍ତୁ- କାର୍ତ୍ତିକ ମାସର ଉପବାସ ପାଳନ କରୁଥିବା ବ୍ୟକ୍ତିମାନେ ନିଜକୁ ସନ୍ତୋଷ ଲାଗିବା ଭଳି ବ୍ୟବହାର କରିବା ଉଚିତ୍। ଯେପରିକି କମ୍ କଥା ହୁଅନ୍ତୁ,, କାହାକୁ ସମାଲୋଚନା କରନ୍ତୁ ନାହିଁ କିମ୍ବା ବିବାଦ କରନ୍ତୁ ନାହିଁ, ମନ ଉପରେ ସଂଯମତା ରଖନ୍ତୁ।

Categories
ଆଜିର ଖବର ଧର୍ମ ସଂସ୍କୃତି

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।

ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଜାତୀୟ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ।