ନୂଆଦିଲ୍ଲୀ: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ ପ୍ରଦାନ କରିଛି । ଏହା ଫଳରେ ଛ’ଟି କୋଇଲା ସମୃଦ୍ଧ ରାଜ୍ୟ ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ପଶ୍ଚିମବଙ୍ଗ ଉପକୃତ ହେବେ । ଏହି ଅର୍ଥରାଶି ହସ୍ତାନ୍ତର ଦ୍ୱାରା ସମ୍ପୃକ୍ତ ଛ’ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ।
ଏହି ୭୦୪ କୋଟି ଟଙ୍କାର ଅର୍ଥ ସମ୍ପୃକ୍ତ ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତିରେ ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୮ଟି କୋଇଲା ଖଣିର ସଫଳ ନିଲାମ ହୋଇଥିଲା ସେ ବାବଦ ଲବ୍ଧ ଅର୍ଥରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦେଇଛି । ବ୍ୟାବସାୟିକ କୋଇଲା ଖଣିର ଷଷ୍ଠ ପର୍ଯ୍ୟାୟ ଏବଂ ପଂଚମ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ ଏହି ୧୮ଟି ଖଣି ନିଲାମ ହୋଇଥିଲା ।
କେଉଁ ରାଜ୍ୟକୁ କେତେ ଅର୍ଥ ଏ ବାବଦରେ ପ୍ରଦାନ କରାଯାଇଛି ତାହା ନିମ୍ନରେ ଦିଆଗଲା
କ୍ରମିକ ସଂଖ୍ୟା | ରାଜ୍ୟ | ପ୍ରଥମ କିସ୍ତିର ଅଗ୍ରୀମ ଅର୍ଥର ପରିମାଣ |
୧ | ଛତିଶଗଡ | ୧, ୪୭, ୧୮,୩୦, ୬୨୫ ଟଙ୍କା |
୨ | ଝାଡଖଣ୍ଡ | ୧, ୩୦, ୯୯, ୧୦, ୬୮୪ ଟଙ୍କା |
୩ | ମଧ୍ୟପ୍ରଦେଶ | ୧,୮୮, ୮୫, ୯୨, ୭୮୧ ଟଙ୍କା |
୪ | ମହାରାଷ୍ଟ୍ର | ୧୮, ୭୫, ୦୦, ୦୦୦ ଟଙ୍କା |
୫ | ଓଡିଶା | ୧, ୯୯, ୮୧, ୪୩, ୭୯୫ ଟଙ୍କା |
୬ | ପଶ୍ଚିମବଙ୍ଗ | ୧୮,୭୫, ୦୦, ୦୦୦ ଟଙ୍କା |
ସର୍ବମୋଟ ୭, ୦୪, ୩୦, ୭୭, ୮୮୫ଟଙ୍କା
ଏ କ୍ଷେତ୍ରରେ କୋଇଲା ଖଣିର ବିକାଶ ଓ ଉତ୍ପାଦନ ରାଜିନାମା (ସିଏମ୍ସିଡିଏ) ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସିଏମ୍ପିଡିଏ ଅନୁସାରେ ସଫଳ ନିଲାମଧାରୀ (ବିଡର) କୋଇଲା ମନ୍ତ୍ରଣାଳୟ ନିକଟରେ ଆଗୁଆ ପ୍ରଥମ କିସ୍ତିର ରାଜସ୍ୱ ଦାଖଲ କରିଥିଲେ । ଏବେ ସମ୍ପୃକ୍ତ କୋଇଲାଖଣି ନିଲାମଧାରୀମାନଙ୍କୁ ପରବର୍ତ୍ତୀ ତିନି କିସ୍ତି ସମ୍ପୃକ୍ତ କୋଇଲା ଖଣି ରାଜ୍ୟ ସରକାରମାନଙ୍କୁ ସିଧାସଳଖ ହସ୍ତାନ୍ତର କରିବ । ଏହା ଦ୍ୱାରା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।
କୋଇଲା ଖଣି ନିଲାମ ଫଳରେ ରାଜ୍ୟ ସରକାର ଯେଉଁ ଉଲ୍ଲେଖନୀୟ ରାଜସ୍ୱ ପାଇବେ ଏହାକୁ ନିଜର ବିଭିନ୍ନ୍ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହି ଅର୍ଥ ଭିତ୍ତିଭୂମି ବିକାଶ, ଶିକ୍ଷା ସୁବିଧା ନିର୍ମାଣ, ସ୍ୱାସ୍ଥ୍ୟ ସେବା କାମ ଓ ଅନ୍ୟାନ୍ୟ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ ହୋଇପାରିବ । ଏହା ଦ୍ୱାରା ଲୋକେ ଉପକୃତ ହେବେ ଏବଂ ସେହି ରାଜ୍ୟର ଅଭିବୃଦ୍ଧି ବଢିବ ।
ଦେଶରେ ବ୍ୟବସାୟିକ କୋଇଲା ଉତ୍ତୋଳନ ଆରମ୍ଭ ହେବା ପରେ କୋଇଲା ଉଦ୍ୟୋଗ ରାଜ୍ୟସରକାରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେ ନେଇ ରାଜସ୍ୱ ପ୍ରଦାନ କରିଆସୁଛି । ଆହୁରି ମଧ୍ୟ ଥରେ କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ତାହାର ରାଜଭାଗ (ରୟାଲିଟି) ଓ ମାସିକ ପ୍ରିମିୟମ ଆକାରରେ ସମ୍ପୃକ୍ତ ରାଜ୍ୟର ବିକାଶର ସହାୟତା ଯୋଗାଉଛି । ଏସବୁ ଖଣିରୁ ମିଳୁଥିବା ରାଜସ୍ୱକୁ ସମ୍ପୃକ୍ତ ରାଜ୍ୟ ସରକାର ନିଜର ବିକାଶମୂଳକ କାମ ପାଇଁ ବିନିଯୋଗ କରିପାରିବେ । ଏହା ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବେ ଓ ସେହି ଟଙ୍କା ଖର୍ଚ୍ଚ କରି ସେମାନେ ଅତ୍ୟାବଶ୍ୟକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିପାରିବେ । ସମ୍ପୃକ୍ତ ରାଜ୍ୟର ଅବହେଳିତ ଓ ବଂଚିତ ବର୍ଗର ଲୋକଙ୍କ କଲ୍ୟାଣ କାମରେ ଏହି ଅର୍ଥ ବିନିଯୋଗ ହୋଇପାରିବ ଏବଂ ରାଜ୍ୟର ବିକାଶମୂଳକ ପ୍ରକ୍ରିୟା ମଧ୍ୟ ଏହା ଦ୍ୱାରା ତ୍ୱରାନ୍ୱିତ ହେବ ।