ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ 6 ଜୁଲାଇ 2022 ରେ ପ୍ରକଳ୍ପ ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ 2022-23 ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍ ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସ ସମୟରେ ସମୁଦାୟ 27.7 ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି। ଏହା ଆର୍ଥିକ ବର୍ଷ 2021-22 ର ସମାନ ଅବଧିରେ ଉତ୍ପାଦିତ 15.5 ମିଲିୟନ ଟନ କୋଇଲାରୁ 79 ପ୍ରତିଶତ ଅଧିକ ଅଟେ।
ମନ୍ତ୍ରଣାଳୟ କୋଇଲା ଉତ୍ପାଦନରେ ଏତେ ଅଧିକ ବୃଦ୍ଧି କରିଥିବାରୁ କୋଇଲା ବ୍ଲକ୍ ଆବଣ୍ଟକମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହିତ, ଏହା ଆଶା କରିଛନ୍ତି ଯେ ଆର୍ଥିକ ବର୍ଷ 2022-23 ର ଦ୍ବିତୀୟ ତ୍ରୟମାସରେ କୋଇଲା ବ୍ଲକ୍ ରୁ 32 ମିଲିୟନ ଟନ୍ ଉତ୍ପାଦନର ଲକ୍ଷ ପ୍ରାପ୍ତ କରାଯିବ। ଏହା ବ୍ୟତୀତ ଏହାର ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ବାଣିଜ୍ୟିକ ନିଲାମୀ ସଂସ୍କାର ଅନ୍ତର୍ଗତ 2021 ରେ ନିଲାମ କରାଯାଇଥିବା ଦୁଇଟି ଖଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଏଥିରୁ ପ୍ରଥମ ତ୍ରୟମାସରେ 1.57 ନିୟୁତ ଟନ୍ ର ଉତ୍ପାଦନ କରାଯାଇଛି।
ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12 ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ। ଏହା ଦେଶରେ କୋଇଲାର ଚାହିଦାକୁ ପୂରଣ କରିବାରେ ନିଜର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।
ଏହା ବ୍ୟତୀତ ପ୍ରକଳ୍ପ ପ୍ରସ୍ତାବକ ନିଜର ପ୍ରଚେଷ୍ଟା ଏବଂ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କଲେ। ସେହିପରି କୋଇଲା ମନ୍ତ୍ରଣାଳୟ ଏହି ବିଷୟର ସମାଧାନରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆଶ୍ବାସନା ପ୍ରଦାନ କରିଛନ୍ତି।