Categories
ଆଜିର ଖବର ଆଞ୍ଚଳିକ

କୋଭିଡ୍ ସଚେତନତା ରଥର ଜଗତସିଂହପୁର ଜିଲ୍ଲା ପରିକ୍ରମା

ରମେଶ ମହାନ୍ତି

ଜଗତସିଂହପୁର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ ଓଡିଶା ଶାଖା ସହଯୋଗରେ କୋଭିଡ୍ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ପୂର୍ବାହ୍ନରେ ଜଗତସିଂହପୁର ପୌରପରିଷଦ ସମ୍ମୁଖରେ ଏହି ରଥ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଅଭିମନ୍ୟୁ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ, ସଂସ୍କୃତି ଓ ପୌରପରିଷଦ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ସଚେତନତା ରଥ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବ। ସ୍ଥାନୀୟ କଳାକାର ମାନଙ୍କୁ ମଧ୍ୟ ଏହା କର୍ମସଂସ୍ଥାନ ଯୋଗାଇବାରେ ସହାୟକ ହେବ।

ଶୀତଋତୁକୁ ଦୃଷ୍ଟିରେ ରଖି ଏହି ସଚେତନ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି। ଏହି ସଚେତନତା ରଥରେ ୧୦ଗୋଟି ଲୋକକଳା ଦଳ ଡିସେମ୍ବର ୨୪ରୁ ୩୦ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ରଥ ଜିଲ୍ଲାର ସମସ୍ତ ୮ଟି ବ୍ଲକ୍ ପରିକ୍ରମା କରିବ।

ଉକ୍ତ କାର୍ଯ୍ୟକ୍ରମରେ କୁତାମଚଣ୍ଡି ସଂକୀର୍ତ୍ତନ ମଣ୍ଡଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା। ଏହି ସାଂସ୍କୃତିକ ଜଗତସିଂହପୁର ନାଉଗାଁ ହାଟ, ଗରାମ ପଞ୍ଚାୟତ କାର୍ଯ୍ୟାଳୟ, ଏରସମା ବଜାର, ଜଗନ୍ନାଥପୁର ବଜାର, କୁଜଙ୍ଗ ବଜାର, ରଘୁନାଥପୁର ବ୍ଲକ ଓ ବଜାର, ବିରିଡ଼ି ହାଟ, ଜଗତସିଂହପୁର ହାଟ ଓ ମା’ଶାରଳାଙ୍କ ପୀଠରେ ଲୋକକଳା ଦଳଙ୍କ ତରଫରୁ ପରିବେଷଣ କରାଯିବ।