ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ବିଚାର ପାଇଁ ଆଇଏସଆରଡବ୍ଲୁଡି ଆଇନର ଧାରା ୫(୧) ଅଧୀନରେ ବର୍ତ୍ତମାନର କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ (କେଡବ୍ଲୁଡିଟି-୨)କୁ ଅଧିକ ଟର୍ମସ ଅଫ୍ ରେଫରେନ୍ସ (ଟିଓଆର) ପ୍ରଦାନ କୁ ଅନୁମୋଦନ ମିଳିଛି। ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ଆଇଏସଆରଡବ୍ଲୁଡି) ଆଇନ ୧୯୫୬ର ଧାରା (୩) ଅଧୀନରେ ତେଲଙ୍ଗାନା ସରକାର ସେମାନଙ୍କ ଅଭିଯୋଗରେ ଉପସ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାପ୍ତ ଆଇନଗତ ମତାମତ ଉପରେ ଏହା ଆଧାରିତ।
କ୍ରିଷ୍ଣା ନଦୀ ଜଳର ବ୍ୟବହାର, ବିତରଣ କିମ୍ବା ନିୟନ୍ତ୍ରଣକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ଦ୍ୱାରା ଉଭୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବିକାଶର ନୂତନ ମାର୍ଗ ଖୋଲିବ। ଏଥିସହିତ ଦୁଇ ରାଜ୍ୟର ଲୋକଙ୍କ ପାଇଁ ଲାଭଦାୟକ ପରିଣାମ ମିଳିବ ଯାହା ଆମ ଦେଶକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।
ଆଇଏସଆରଡବ୍ଲୁଡି ଆଇନ, ୧୯୫୬ର ଧାରା ୩ ଅଧୀନରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୦୨.୦୪.୨୦୦୪ରେ କ୍ରିଷ୍ଣା ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ -୨ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ, ୦୨. ୦୬. ୨୦୧୪ରେ ଭାରତର ଏକ ନୂଆ ରାଜ୍ୟ ଭାବେ ତେଲଙ୍ଗାନାର ଗଠନ ହୋଇଥିଲା। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ (ଏପିଆରଏ), ୨୦୧୪ର ଧାରା ୮୯ ଅନୁଯାୟୀ, ଏପିଆରଏ ୨୦୧୪ର ଉକ୍ତ ଧାରା (ଏ) ଏବଂ (ବି)ର ସମାଧାନ ପାଇଁ କେଡବ୍ଲୁଡିଟି-୨ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।
ଏହାପରେ କ୍ରିଷ୍ଣ ନଦୀ ଜଳର ବ୍ୟବହାର, ବିତରଣ ଉପରେ ବିବାଦକୁ ଦର୍ଶାଇ ୧୪.୦୭. ୨୦୧୪ରେ ତେଲଙ୍ଗାନା ସରକାର ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର (ଡିଓଡବ୍ଲୁଆର, ଆରଡି ଓ ଜିଆର)କୁ ଏକ ଅଭିଯୋଗ ପଠାଇଥିଲେ। ୨୦୧୫ରେ ମାନ୍ୟବର ସୁପ୍ରିମ୍ କୋର୍ଟରେ ଏହି ମାମଲାରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା। କେବଳ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ରେଫରେନ୍ସର ପରିସରକୁ ସୀମିତ ରଖି ବର୍ତ୍ତମାନର କେଡବ୍ଲୁଡିଟି -୨କୁ ଅଭିଯୋଗ ପଠାଇବା ଲାଗି ୨୦୧୮ରେ, ତେଲଙ୍ଗାନା ସରକାର ଡିଓଡବ୍ଲୁଆର, ଆରଡି ଓ ଜିଆରକୁ ଅନୁରୋଧ କରିଥିଲା। ପରେ ୨୦୨୦ରେ ମାନ୍ୟବର ମନ୍ତ୍ରୀ (ଜଳଶକ୍ତି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଦ୍ୱିତୀୟ ସର୍ବୋଚ୍ଚ ପରିଷଦ ବୈଠକରେ ଆଲୋଚନା ଅନୁଯାୟୀ, ୨୦୨୧ରେ ତେଲଙ୍ଗାନା ସରକାର ଉକ୍ତ ରିଟ୍ ପିଟିସନ୍ ପ୍ରତ୍ୟାହାର କରିନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଡିଓଡବ୍ଲୁଆର, ଆରଡି ଓ ଜିଆର ବିଭାଗ ଏହି ମାମଲାରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନଗତ ମତାମତ ମାଗିଥିଲେ।