Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ପୋଲିସକୁ ବଡ ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବା ସହ ବହୁ ମାରଣାସ୍ତ୍ର କଲା ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଥିଲା। ଏହି ଭଳି ପରିସ୍ଥିତିରେ ପ୍ରଶାସନର ଦୃଢ଼ ଇଚ୍ଛାଶକ୍ତି ବଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଦୁଇ ଥର ବହୁ ଦୁର୍ଦ୍ଦାନ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ସହ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଛି।

ମାତ୍ର କିଛି ଦିନ ଅନ୍ତରରେ ପୁଣି ଗଞ୍ଜାମ ଜିଲ୍ଲା ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି। ଯାହାକି ଆଜି ବ୍ରହ୍ମପୁର ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମୀଳନୀରେ ଗଞ୍ଜାମ ଏସ୍ ପି ଶୁଭେନ୍ଦୁ ପାତ୍ର, ଆସ୍କା ଏସ୍ ଡି ପି ଓ ସନ୍ତୋଷ କୁମାର ଯେନା ଙ୍କ ସମେତ ଆସ୍କା, ପୋଲସରା, କବିସୂର୍ଯ୍ୟ ନଗର ଓ କୋଟିନୋଡା ଥାନା ଅଧିକାରୀ ଙ୍କ ଉପସ୍ଥିତିରେ ବିବୃତ୍ତି ରଖିଛନ୍ତି।

ଏହି ସମ୍ମୀଳନୀରେ ସେ ପ୍ରକାଶ କରିଛନ୍ତି ୨୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ୮ ଟି ବନ୍ଧୁକ, ୩୨ ଟି ଜୀବନ୍ତ ଗୁଳି ବହୁ ପରିମାଣର ମାଗାଜିନ୍ ଓ ମୋବାଇଲ ଫୋନ ଜବତ କରି ବିଭିନ୍ନ ସ୍ଥାନରେ ଅପରାଧ ଘଟାଇଥିବା ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଯ’ଦ୍ଵାରା ଉକ୍ତ ସମସ୍ତ ଅଞ୍ଚଳର ସାଧାରଣ ଜନତା ପୋଲିସ ପ୍ରଶାସନର ଏହି ଭଳି ପଦକ୍ଷେପ କୁ ପ୍ରଶଂସା କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପରାଧୀକ ଷଡ଼ଯନ୍ତ୍ର ମାମଲା: ଅଭିଯୁକ୍ତ ବିଧାୟକ ରମେଶ ଜେନାଙ୍କ ସମେତ ୯ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଗଣ୍ଡଗୋଳର ସୁଚନା ପାଇ ପାଟପୁର ଥାନା ପୋଲିସ୍ ଗମ୍ଭାରିଡା ଗ୍ରାମକୁ ଘେରାଉ କରି ରଖିଥିଲା। ଏହି ସମୟରେ ଗୋଟିଏ ସ୍କର୍ପିଓ ଗାଡ଼ି ସେହି ରାସ୍ତାଦେଇ ଗଲାବେଳେ ସନ୍ଦେହ ପ୍ରକଟ କରି ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କଲା ବେଳେ ସେହି ଗାଡ଼ି ଭିତରୁ ବୋମା, ଖଣ୍ଡା, ଠେଙ୍ଗା ଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହ ୮ ଜଣ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

ସେମାନେ ତତ୍କାଳୀନ ବିଧାୟକ ରମେଶ ଜେନାଙ୍କ ନିର୍ଦ୍ଦେଶନାରେ ଗଣ୍ଡଗୋଳ ଘଟାଇବା ପାଇଁ ଆସିଥିଲେ ବୋଲି ବୟାନ ଦେଇଥିଲେ। ଅଟକ ଯୁବକ ମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ଉକ୍ତ ଯୁବକ ମାନଙ୍କ ସହ ରମେଶ ଜେନାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଜିଲ୍ଲା ଅଦାଲତରେ ବିଚାରଣା ଚାଲିଥିଲା ଓ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅତିରିକ୍ତ ଜିଲ୍ଳା ଜଜ୍ ୩ ବିଧାୟକ ରମେଶ ଜେନାଙ୍କ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଠକେଇ ଅଭିଯୋଗ: ବାଣପୁର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ପୁରୁଷୋତ୍ତମପୁର/ବାଣପୁର: ଗତକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଭୀମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ।

ଅଭିଯୋଗ ମୁତାବକ, ଶ୍ରୀ ବାରିକ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରାଜେଶ କୁମାର ମୁନି (୪୧) ଙ୍କ ଠାରୁ ସର୍ବଭାରତୀୟ ବନ୍ଧୁକ ଲାଇସେନ୍ସ କରାଇଦେବା ଏବଂ ମୁମ୍ବାଇରେ ଚାକିରୀ କରାଇଦେବା କହି ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଅନଲାଇନ ମାଧ୍ୟମରେ ୬୫ ହଜାର ଏବଂ ନକଦ ୨ ହଜାର ସମୁଦାୟ ୬୭ହଜାର ଟଙ୍କା ନେଇଥିଲେ। ତେବେ ମାସ ମାସ ଧରି ରାଜେଶଙ୍କ କୌଣସି କାମ ନହେବାରୁ ସେ ପୂର୍ଣ୍ଣଙ୍କୁ ଟଙ୍କା ଫେରାଇଦେବା ପାଇଁ କହିଥିଲେ। ପୂର୍ଣ୍ଣ ଏହାକୁ ଭୃକ୍ଷେପ ନକରି ଓଲଟା ରାଜେଶଙ୍କୁ ଧମକଚମକ ଦେଉଥିଲେ।

ଏହି ପରିପ୍ରେକ୍ଷୀରେ ରାଜେଶ ଚଳିତବର୍ଷ ଜାନୁଆରୀ ୮ ତାରିଖରେ ଏ ନେଇ ପୁରୁଷୋତ୍ତମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ କେସ ନମ୍ବର ୧୫/୨୩, ଆଇପିସି ଧାରା ୪୨୦, ୫୦୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ପୋଲିସ ସହ ପୂର୍ଣ୍ଣ ପୁର୍ବରୁ ଲୁଚକାଳି ଖେଳିଆସୁଥିବା ବେଳେ ଗତକାଲି ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।