Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ୱରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ। ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।

ପ୍ରଥମେ ପୁରୁଣା ଭୁବନେଶ୍ୱର ର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ। ପରେ ପରେ ତିନିମୁଣ୍ଡିଆ ଛକ ରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶ ଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନ ଙ୍କ ପୂଜା କରିଥିଲେ।

ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରେ ସମବେତ ଭକ୍ତ ମାନଙ୍କୁ ଶ୍ରୀ ପଟ୍ଟନାୟକ ଗଣେଶ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ବିଭିନ୍ନ ମଣ୍ଡପରେ ପୂଜା କମିଟି କର୍ମକର୍ତ୍ତାଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ,ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଶ୍ରୀ ଗଣେଷଙ୍କୁ ୨୦ କେଜି ସୁନାର ମୁକୁଟ ଉପହାର ଦେଲେ ଏହି ବ୍ୟକ୍ତି, ଦାମ ହେବ ୧୫ କୋଟି ଟଙ୍କା

ଗଣେଷ ଚତୁର୍ଥୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ସେଥିପାଇଁ ସାରା ଭାରତରେ ଏହି ପୂଜା ବେଶ ଭକ୍ତିପୂତ ଭାବେ ପାଳନ କରାଯାଉଛି। ତେବେ ଦେଶର ସବୁଠାରୁ ବେଶ ଆକର୍ଷଣୀୟ ଭାବେ ଗଣେଷଙ୍କ ପୂଜା ମୁମ୍ବାଇ ସହରରେ ହୋଇଥାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ମାସେ ଆଗରୁ କରାଯାଇଥାଏ।

ତେବେ ଏଥର ଗଣେଷ ପୂଜାରେ ମୁମ୍ବାଇ ସହର ଚମକୁ ଥିବା ବେଳେ ଗୋଟିଏ ଘଟଣା ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଯେ, ଜଣେ ଭକ୍ତ ପ୍ରଭୃ ଗଣେଷଙ୍କୁ ୨୦ କେଜି ସୁନାରେ ତିଆରି ଏକ ମୁକୁଟ ଉପହାର ଦେଇଛନ୍ତି। ଏହି ମୁକୁଟଟି ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ସମିତର ଏଥର ଗଣେଷ ପୂଜାରେ ଏହି ମୁକୁଟ ଲଗାଯାଇଛି। ତେବେ ମୁକୁଟଟି ଚାରିଟି ଭାଗରେ ନିର୍ମାଣ କରାଯାଇଛି। ଯାହାକୁ ଶ୍ରୀଗଣେଷଙ୍କ ମୁଣ୍ଡରେ ଲଗାଇବେ ପରେ ତାହା ବେଶ ଆକର୍ଷଣୀୟ ଦେଖାଯାଉଛି। ତେବେ ଏହାକୁ ଯେ ଦାନ କରିଛନ୍ତି ସେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧକ୍ଷ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଆମ୍ବାନୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣପତି ବାବାଙ୍କ ଦର୍ଶନ ପାଇଁ ମୁମ୍ବାଇରେ ଜାରୀ ହେଲା ଡ୍ରେସ କୋଡ, ଓଡିଶାରେ ମଧ୍ୟ ଲାଗୁ ହେଉ

ମୁମ୍ବାଇ: ପ୍ରତି ବର୍ଷ ଏହି ସମୟରେ ମୁମ୍ବାଇ ସହର ଅତ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି। କାରଣ ସାରା ଭାରତରେ ଯେତେ ଗଣେଷ ପୂଜା ହୁଏ ମୁମ୍ବାଇରେ ତାହା ଭିନ୍ନ। ବହୁ ପ୍ରାଚୀନ ସମୟରୁ ମୁମ୍ବାଇ ନଗରୀ, ଗଣେଷ ପୂଜା ପାଇଁ ପ୍ରସିଦ୍ଧ ଅର୍ଜନ କରିଛି। ସେଥିପାଇଁ ଚଳିତ ବର୍ଷ ମୁମ୍ବାଇ ନଗରୀ ବେଶ ଧୂମଧାମରେ ଗଣେଷ ପୂଜାର ଆୟୋଜନ କରିଛି।

ଗତ ଦୁଇବର୍ଷ ଧରି କରୋନା ପାଇଁ ଗଣେଷ ପୂଜା ଠିକରେ ହୋଇପାରି ନ ଥିଲା। ସେଥିପାଇଁ ଚଳିତ ବର୍ଷ ଫୁଲ ଦମରେ ଏବଂ ଭକ୍ତିପୂତ ଭାବରେ ଏହି ପୂଜା କରିବା ପାଇଁ ମୁମ୍ବାଇର ସମସ୍ତ ପୂଜା ପେଣ୍ଡାଲ ତତ୍ପର ହୋଇ ଉଠିଛନ୍ତି। ଭଳିକ ଭଳିକି ତୋରଣ ଓ ମେଢର ଆକର୍ଷଣରେ ମୁମ୍ବାଇର ଚେହେରା ପୁରା ବଦଳି ଯାଇଛି।

ତେବେ ଏହି ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ମୁମ୍ବାଇର ଅନ୍ଧେରୀଚା ରାଜା ଗଣେଷ ପେଣ୍ଡାଲ ଭକ୍ତମାନଙ୍କ ପାଇଁ ଡ୍ରେସ କୋଡ ଜାରୀ କରିଛି। ଜାରୀ ହୋଇଥିବା ନିଷ୍ପତି ଅନୁସାରେ ଏହି ପୂଜା ମଣ୍ଡପକୁ କୌଣସି ଭକ୍ତ ହାପ ପ୍ୟାଣ୍ଟ ବା ସର୍ଟସ ପିନ୍ଧି ପ୍ରବେଶ କରିପାରିବେ ନାହିଁ। ସେଥିପାଇଁ ପୂଜା ମଣ୍ଡପ ତରଫରୁ ପୂଜା ପୂର୍ବରୁ ଘୋଷଣା କରି ଭକ୍ତମାନଙ୍କୁ ଜଣାଇ ଦିଆଯାଇଛି।

କେବଳ ପାରଂପାରିକ ପୋଷାକ ପିନ୍ଧି ଦର୍ଶନ କରିବାକୁ କୁହାଯାଇଛି। ଭକ୍ତଙ୍କ ଅବଗତି ପାଇଁ ପୂଜା ସମିତି ବାହାରେ ଏକ ବୋର୍ଡ ମାରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କେଉଁ ଡ୍ରେସ ପିନ୍ଧି ଦର୍ଶନ କରିବେ କେଉଁ ଡ୍ରେସକୁ ଅନୁମତି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ତେବେ ଯେଉଁମାନେ ହ୍ୟାପ ଡ୍ରେସ ପିନ୍ଧି ଆସିବେ ସେମାନଙ୍କୁ ଦର୍ଶନରୁ ବଞ୍ଚିତ ନ କରିବା ପାଇଁ ମଣ୍ଡପ କର୍ତ୍ତୁପକ୍ଷ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ମଣ୍ଡପ ନିକଟରେ ନୂଆ ଇଲାଷ୍ଟିକ ଟ୍ରାକ ପ୍ୟାଣ୍ଟ ରଖାଯାଇଛି। ସେଥିପାଇଁ ଏକ ଡ୍ରେସ ରୁମ ମଧ୍ୟ କରାଯାଇଛି। ଭକ୍ତମାନେ ସେଠାକୁ ଯାଇ ତାଙ୍କ ପ୍ୟାଣ୍ଟ ଉପରେ ତାହାକୁ ପିନ୍ଧି ପାରିବେ।

ତେବେ ଏହି ପୂଜା ମଣ୍ଡପ ନୁହେଁ ପୂର୍ବରୁ ମୁମ୍ବାଇର ଅନେକ ପୂଜା ମଣ୍ଡପ ଭକ୍ତଙ୍କୁ ପାରଂପାରିକ ପୋଷାକରେ ଦର୍ଶନ କରିବା ପାଇଁ ନିବେଦନ କରାଯାଇଛି। କେତେକ ମଣ୍ଡପରେ ପୁରୁଷମାନେ ଧୋତି ଏବଂ ମହିଳାମାନେ ଶାଢୀ ପିନ୍ଧି ଆସିବାକୁ କୁହାଯାଇଛି। ସେ ସବୁ ସଫଳ ହେବା ପରେ ବର୍ତ୍ତମାନ ମୁମ୍ବାଇର ବିଭିନ୍ନ ପୂଜା ମଣ୍ଡପ ଡ୍ରେସ କୋଡ ବ୍ୟବସ୍ଥା କରୁଛନ୍ତି।

ଓଡିଶାର ବିଭିନ୍ନ ପୂଜା ମଣ୍ଡପ ଏହା ଉପରେ ବିଚାର କରି ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପବିତ୍ର ଗଣେଷ ଚତୁର୍ଥୀରେ ପ୍ରଧାନମନ୍ତ୍ରୀ ଦେଲେ ଶୁଭ କାମନା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ। ଆଜି ପ୍ରଭୃ ବିଘ୍ନ ବିନାସନ ଗଣପତି ବାବାଙ୍କ ପୂଜା ଅନୁଷ୍ଠିତ ହେଉଛି। ସୁଉଚ୍ଚ ତୋରଣମାନ ନିର୍ମାଣ କରାଯାଇ ପ୍ରଭୃଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ସେହିପରି ସମସ୍ତେ ଘରେଘରେ ମଧ୍ୟ ପ୍ରଭୃଙ୍କ ପୂଜା କରିଥାନ୍ତି।

ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭ କାମନା ପ୍ରଦାନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭ କାମନା, ଗଣପତିବାବା ମୋରିଆ ବୋଲି ଉଲ୍ଲେଖ କରିଛନ୍ତି। ସେ ସଂସ୍କୃତର ଏକ ଗଣେଷ ବନ୍ଦନାକୁ ମଧ୍ୟ ଉପସ୍ଥାପିତ କରିଛନ୍ତି।