Categories
ଆଜିର ଖବର ଜାତୀୟ ଖବର

ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗରରେ ଗୁଜରାଟ ସହରୀ ବିକାଶ କାହାଣୀର 20 ବର୍ଷ ପାଳନ ସମାରୋହରେ ଉଦବୋଧନ ଦେଇଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଭଦୋଦରା, ଦାହୋଡ଼, ଭୁଜ, ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଗସ୍ତ ସମୟରେ ସେ ଅପରେସନ ସିନ୍ଦୂରର ସଫଳତା ଶବ୍ଦ ଶୁଣି ଏବଂ ତ୍ରିରଙ୍ଗା ଉଡ଼ିବାର ଦେଖିବା ସହିତ ଦେଶପ୍ରେମର ଉତ୍ସାହ ଅନୁଭବ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ଦେଖିବା ଭଳି ଏକ ଦୃଶ୍ୟ ଥିଲା ଏବଂ ଏହି ଭାବନା କେବଳ ଗୁଜରାଟରେ ନୁହେଁ, ବରଂ ଭାରତର ପ୍ରତ୍ୟେକ କୋଣ ଏବଂ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିଲା। “ଭାରତ ଆତଙ୍କବାଦର କଣ୍ଟାକୁ ଦୂର କରିବା ପାଇଁ ମନ ସ୍ଥିର କରିଥିଲା ଏବଂ ସମ୍ପୂର୍ଣ୍ଣ ଦୃଢ଼ତାର ସହିତ ଏହାକୁ କାର୍ଯ୍ୟକାରୀ କରିଥିଲା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।

ଭାରତର ଗଭୀର ସାଂସ୍କୃତିକ ମୂଲ୍ୟବୋଧକୁ ଆଲୋକପାତ କରିବା, ବସୁଧୈବ କୁଟୁମ୍ବକମ୍ ର ଦର୍ଶନ ଉପରେ ଗୁରୁତ୍ୱାରୋପ କରିବା , ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଶହ ଶହ ବର୍ଷ ଧରି ଏହି ପରମ୍ପରାକୁ ବଜାୟ ରଖିଆସିଛି ଏବଂ ଏହାର ପଡ଼ୋଶୀମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ଏବଂ ସଦ୍ଭାବନାପୂର୍ଣ ସମ୍ପର୍କ କିପରି ରଖିବ ସେଥିପାଇଁ ପ୍ରଚେଷ୍ଟା ଜାରି ରଖିଛି।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ସର୍ବଦା ଶାନ୍ତି ଏବଂ ସ୍ଥିରତା ପାଇଁ ସମର୍ଥନ କରିଆସିଛି, କିନ୍ତୁ ଏହାର ଶକ୍ତି ପ୍ରତି ବାରମ୍ବାର ଆସୁଥିବା ଆହ୍ଵାନଗୁଡ଼ିକ ପାଇଁ ଦୃଢ଼ ପ୍ରତିକ୍ରିୟା ଆବଶ୍ୟକ କରିଛି। ସେ କହିଥିଲେ ଯେ, ଐତିହାସିକ ଭାବରେ, ଯାହାକୁ ଛାୟା ଯୁଦ୍ଧ ବୋଲି କୁହାଯାଉଥିଲା ତାହା ବର୍ତ୍ତମାନ ବ୍ୟାପକ ହୋଇଛି, ବିଶେଷ କରି ମେ’ 6 ତାରିଖର ଘଟଣା ପରେ ଏହା ଅଧିକରୁ ଅଧିକ ହୋଇଛି। ସେ ଦୃଢ଼ତାର ସହିତ କହିଥିଲେ ଯେ , ସାମ୍ପ୍ରତିକ ଘଟଣାବଳୀକୁ ଦୃଷ୍ଟିରେ ରଖି, ଏପରି କାର୍ଯ୍ୟକୁ ଛାୟା ଯୁଦ୍ଧ ବୋଲି ଉଲ୍ଲେଖ କରିବା ଏକ ଭୁଲ ହେବ। ସେ ଗୁରୁତ୍ୱାରୋପ କରିଥିଲେ ଯେ 22 ମିନିଟ୍ ମଧ୍ୟରେ ନଅଟି ଚିହ୍ନଟ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା, କ୍ୟାମେରା ତଥ୍ୟକୁ ରଖି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରାଯାଇଥିଲା, ଯାହା ଫଳରେ ଘରୋଇ ସ୍ତରରେ କୌଣସି ପ୍ରମାଣ ଉପରେ ପ୍ରଶ୍ନ ଉଠିପାରିବ ନାହିଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସାମ୍ପ୍ରତିକ ଘଟଣାଗୁଡ଼ିକ ଏହା ପ୍ରମାଣ କରିଥାଏ ଯେ ଏହା ଆଉ କେବଳ ଛାୟା ଯୁଦ୍ଧ ନୁହେଁ, ବରଂ ପାକିସ୍ତାନର ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ସାମରିକ ରଣନୀତି। ମେ’ 6 ତାରିଖର କାର୍ଯ୍ୟ ପରେ, ପାକିସ୍ତାନରେ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ସମ୍ମାନର ସହିତ କରାଯାଇଥିଲା , ସେମାନଙ୍କ କଫିନକୁ ଜାତୀୟ ପତାକାରେ ଘୋଡ଼ାଯାଇଥିଲା ଏବଂ ପାକିସ୍ତାନୀ ସେନା ଦ୍ୱାରା ମଧ୍ୟ ସଲାମ ଦିଆଯାଇଥିଲା – ଏହା ସ୍ପଷ୍ଟ ସୂଚକ ଯେ ଏଗୁଡ଼ିକ ପୃଥକ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବରଂ ଏକ ସଂରଚିତ ଯୁଦ୍ଧ ପଦ୍ଧତିର ଅଂଶ ଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଛନ୍ତି ଯେ , ଯଦି ଏପରି ରଣନୀତି ପ୍ରୟୋଗ କରାଯାଏ, ତେବେ ସମାନ ଭାବରେ ନିର୍ଣ୍ଣାୟକ ଜବାବ ଦିଆଯିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ସଦାସର୍ବଦା ପ୍ରଗତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରୟାସ କରିଆସିଛି, ସଙ୍କଟ ସମୟରେ ସହାୟତା ପ୍ରଦାନ କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ତଥାପି ଏହି ପ୍ରୟାସ ସତ୍ତ୍ୱେ, ଦେଶ ପ୍ରାୟତଃ ହିଂସାତ୍ମକ ପ୍ରତିଶୋଧର ସମ୍ମୁଖୀନ ହୋଇଛି। ଯୁବ ପିଢ଼ିଙ୍କୁ ସମ୍ବୋଧିତ କରି ସେ ସେମାନଙ୍କୁ ଆହ୍ୱାନ କରିଥିଲେ ଯେ, ଦଶନ୍ଧି ଧରି ଦେଶ କିପରି ଦୁର୍ବଳ ହୋଇଛି ତାହା ଜାଣି ପାରିବା ଉଚିତ। ସିନ୍ଧୁ ଜଳ ଚୁକ୍ତିନାମା ଯାହା ସ୍ଥଗିତ ରଖାଯାଇଥିଲା, ସେ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରରେ ଜଳସମ୍ପଦ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ , ଯଦିଓ ନଦୀ ଗୁଡ଼ିକରେ ବନ୍ଧ ନିର୍ମାଣ କରାଯାଇଥିଲା, ତଥାପି ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ପଙ୍କସଫା କରିବା କାର୍ଯ୍ୟକୁ ଷାଠିଏ ବର୍ଷ ଧରି ଅବହେଳା କରାଯାଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ, ଜଳ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଗେଟଗୁଡ଼ିକୁ ଖୋଲା ରଖାଯାଇନଥିଲା, ଯାହା ଫଳରେ ସଂରକ୍ଷଣ କ୍ଷମତାରେ ବ୍ୟାପକ ହ୍ରାସ ଘଟିଥିଲା, ଯାହା ପୂର୍ଣ୍ଣ ବ୍ୟବହାରର ମାତ୍ର ଦୁଇରୁ ତିନି ପ୍ରତିଶତ। ସେ ଜୋର ଦେଇ କହିଥିଲେ ଯେ, ଭାରତୀୟମାନଙ୍କୁ ଜଳ ପାଇବାର ଅଧିକାର ମିଳିବା ଆବଶ୍ୟକ ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , ଏଥିପାଇଁ ଯଦିଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇନାହିଁ, ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ ହୋଇଛି।

ଭାରତ କୌଣସି ଶତ୍ରୁତା ଚାହେଁ ନାହିଁ ଏବଂ ଶାନ୍ତି ଓ ସମୃଦ୍ଧି ପାଇଁ ଆଶାପ୍ରକାଶ କରେ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଦେଶର ପ୍ରଗତି ଏବଂ ବିଶ୍ୱ କଲ୍ୟାଣରେ ଯୋଗଦାନ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଦୃଢ଼ ସଂକଳ୍ପ ସହିତ, ଭାରତ ଏହାର ନାଗରିକ ମାନଙ୍କର କଲ୍ୟାଣ ପାଇଁ ସମର୍ପିତ। ମେ 26 ତାରିଖକୁ ମନେ ପକାଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଏହା 2014 ରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଶପଥ ଗ୍ରହଣର ବାର୍ଷିକୀ ଥିଲା। ସେତେବେଳେ ଭାରତ ବିଶ୍ୱ ଅର୍ଥନୀତିରେ ୧୧ତମ ସ୍ଥାନରେ ଥିଲା। ସେ କୋଭିଡ-19 ବିରୋଧରେ ଲଢ଼ିବା, ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ନେଇ ରହିଥିବା ସମସ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମେତ ସାମ୍ନା କରୁଥିବା ଆହ୍ଵାନଗୁଡ଼ିକୁ ସ୍ୱୀକାର କରିଥିଲେ । ଏହି ବାଧା ସତ୍ତ୍ୱେ, ସେ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ, ଯାହା ବିଶ୍ୱ ସ୍ତରରେ ୧୧ତମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଧାନମନ୍ତ୍ରୀ ଦେଶର ବିକାଶ ଦୃଷ୍ଟିକୋଣ ଏବଂ ପ୍ରଗତି ପ୍ରତି ଏହାର ଅଟଳ ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଥିଲେ। ସେ ଗୁଜରାଟରେ ରହିଥିବା ତାଙ୍କର ମୌଳିକ ଆଧାରକୁ ମନେ ପକାଇଥିଲେ, ତାଙ୍କ ଲାଳନ ପାଳନ ଜୀବନରୁ ସେ ଯେଉଁ ଶିକ୍ଷା ଏବଂ ମୂଲ୍ୟବୋଧ ପାଇଥିଲେ ତାହା ଉପରେ ଗୁରୁତ୍ୱାରୋପ କଲେ। ନାଗରିକମାନେ ତାଙ୍କ ଉପରେ ଯେଉଁ ଆକାଂକ୍ଷା ଏବଂ ସ୍ୱପ୍ନ ନେଇ ଭରସା କରିଛନ୍ତି, ସେ ସେଥିପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, ସେମାନଙ୍କ ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସହରାଞ୍ଚଳ ବିକାଶ ପ୍ରତି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାରେ ଖୁସି ପ୍ରକାଶ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ରାଜ୍ୟ 2005 ମସିହାରେ ଏହି ପ୍ରୟାସ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହାର ଦୁଇ ଦଶନ୍ଧିର ପ୍ରଗତି ହେଉଛି। ସେ ଆଲୋକପାତ କରିଥିଲେ ଯେ , ସରକାର କେବଳ ସଫଳତାକୁ ପାଳନ କରିବା ପରିବର୍ତ୍ତେ, ଗତ 20 ବର୍ଷରେ ପାଇଥିବା ଶିକ୍ଷାକୁ ବ୍ୟବହାର କରି ଆଗାମୀ ପିଢ଼ି ପାଇଁ ପ୍ରସ୍ତୁତ ସହରାଞ୍ଚଳ ବିକାଶ ପାଇଁ ଏକ ଭବିଷ୍ୟତ-କେନ୍ଦ୍ରିତ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଗୁଜରାଟର ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ ଏହି ରୋଡମ୍ୟାପ୍, ସ୍ଥାୟୀ ପ୍ରଗତି ପାଇଁ ଏକ ସଂରଚିତ ଦୃଷ୍ଟିକୋଣକୁ ସୂଚିତ କରେ। ଏକ ଦୂରଦୃଷ୍ଟିପୂର୍ଣ୍ଣ ସହରାଞ୍ଚଳ ବିକାଶ ରଣନୀତି ଗଠନ କରିବାରେ ଉତ୍ସର୍ଗୀକୃତ ପ୍ରୟାସ ପାଇଁ ସେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କ ଦଳକୁ ଅଭିନନ୍ଦନ ଜଣାଇଥିଲେ।

ଭାରତର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ବିଶ୍ୱ ଅର୍ଥନୀତି ରାଙ୍କିଙ୍ଗରେ ଭାରତ ଷଷ୍ଠରୁ ପଞ୍ଚମ ସ୍ଥାନକୁ ଉଠିବା ସମୟରେ ନାଗରିକମାନଙ୍କ ମଧ୍ୟରେ ଥିବା ଉତ୍ସାହକୁ ମନେ ପକାଇଥିଲେ, ବିଶେଷ କରି ଯୁବପିଢ଼ିଙ୍କ ଭିତରେ ରହିଥିବା ଉତ୍ସାହକୁ ଲକ୍ଷ୍ୟ କରି ସେ ଏହା କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତର ପୂର୍ବତନ ଉପନିବେଶବାଦୀ ଶାସକ ଯୁକ୍ତରାଜ୍ୟକୁ ପଛରେ ପକାଇବା ଏକ ଐତିହାସିକ ମାଇଲଖୁଣ୍ଟ ଥିଲା। ଶ୍ରୀ ମୋଦୀ କହିଥିଲେ ଯେ , ଭାରତ ବର୍ତ୍ତମାନ ଚତୁର୍ଥ ବୃହତ ଅର୍ଥନୀତି ହୋଇଥିଲେ ମଧ୍ୟ ତୃତୀୟ ସ୍ଥାନକୁ ପହଞ୍ଚିବା ପାଇଁ ଚାପ ତୀବ୍ର ହେଉଛି। ସେ ପୁନର୍ବାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, 2047 ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ହେବାକୁ ପଡିବ, ସ୍ୱାଧୀନତାର 100 ବର୍ଷ ପୂରଣ ହେବ ଏବଂ ଏକ ସମୃଦ୍ଧ, ଶକ୍ତିଶାଳୀ ଦେଶ ଭାବରେ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିବ। ସ୍ୱାଧୀନତା ଆନ୍ଦୋଳନ ସହ ସମାନ୍ତରାଳ ଭାବେ ଶ୍ରୀ ମୋଦୀ ଭଗତ ସିଂହ, ରାଜଗୁରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସାଭରକର, ଶ୍ୟାମଜୀ କୃଷ୍ଣ ବର୍ମା, ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ମହାମନିଷୀଙ୍କ ବଳିଦାନ ଦ୍ଵାରା ଅନୁପ୍ରାଣିତ ହୋଇଥିଲେ।

ସେ ଉଲ୍ଲେଖ କରିଥିଲେ ଯେ, ସେତେବେଳର 25 -30 କୋଟି ଜନସଂଖ୍ୟା ସ୍ୱାଧୀନତା ପାଇଁ ଲଢ଼ିବାକୁ ସଂକଳ୍ପବଦ୍ଧ ହୋଇନଥିଲେ, 1947 ରେ ସ୍ୱାଧୀନତା ହାସଲ କରିବା ସମ୍ଭବ ହୋଇନଥାନ୍ତା। ସେ ଦୃଢ଼ତାର ସହିତ କହିଥିଲେ ଯେ, ଯଦି ବିଗତ ପିଢ଼ି 20 – 35 ବର୍ଷ ମଧ୍ୟରେ ଉପନିବେଶବାଦୀ ଶାସକମାନଙ୍କୁ ବିତାଡିତ କରିପାରିଲେ, ତେବେ ଆଜିର 140 କୋଟି ନାଗରିକ ଆଗାମୀ 25 ବର୍ଷ ମଧ୍ୟରେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବେ। 2035 ମସିହାକୁ ଦୃଷ୍ଟିରେ ରଖି, ଶ୍ରୀ ମୋଦୀ ଗୁଜରାଟର ୭୫ତମ ବାର୍ଷିକୀ ପାଇଁ ଯୋଜନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଳ୍ପ, କୃଷି, ଶିକ୍ଷା ଏବଂ କ୍ରୀଡା ଭଳି କ୍ଷେତ୍ରରେ ରାଜ୍ୟର ଭବିଷ୍ୟତକୁ ଗଢ଼ିବା ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅଭିବୃଦ୍ଧି ପଥ ସହିତ ଗୁଜରାଟର ପ୍ରଗତି ସୁନିଶ୍ଚିତ କରିବା ପାଇଁ ସେ ସାମୂହିକ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। ସେ 2036 ମସିହାରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତର ଆକାଂକ୍ଷା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ବିଶ୍ୱ ନେତୃତ୍ୱ ପାଇଁ ଦେଶର ପ୍ରସ୍ତୁତିକୁ ସ୍ପଷ୍ଟ କରିଛି।

ପ୍ରଧାନମନ୍ତ୍ରୀ ଗୁଜରାଟ ଗଠନ ହେବା ପରଠାରୁ ଏହାର ଉଲ୍ଲେଖନୀୟ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ ରାଜ୍ୟର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ରାଜ୍ୟର ସ୍ଥିତିକୁ ନେଇ ରହିଥିବା ସନ୍ଦେହକୁ ମନେ ପକାଇଥିଲେ, ଯେତେବେଳେ ଅନେକ ଲୋକ ଏହାର ଭୌଗୋଳିକ ଏବଂ ଆର୍ଥିକ ସୀମାବଦ୍ଧତାକୁ ଉଲ୍ଲେଖ କରି ରାଜ୍ୟର ବିକାଶର ସମ୍ଭାବନା ଉପରେ ପ୍ରଶ୍ନ ଉଠାଇଥିଲେ। ତଥାପି, ସେ ଲୁଣ ଉତ୍ପାଦନ ପାଇଁ ଜଣାଶୁଣା ଭୂମିରୁ ହୀରା ଶିଳ୍ପରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା କ୍ଷେତ୍ରରେ ଗୁଜରାଟର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ, ଏହି ସଫଳତାର କାରଣ ସଂରଚିତ ଯୋଜନା ଏବଂ ରଣନୈତିକ ପଦକ୍ଷେପ ଥିଲା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଶାସନର ଆହ୍ଵାନଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ, ଗୁରୁତ୍ୱାରୋପ କରିଥିଲେ ଯେ, ନିଶ୍ଚଳ ସରକାରୀ ବିଭାଗଗୁଡ଼ିକ ପ୍ରାୟତଃ ପ୍ରଗତିରେ ବାଧା ସୃଷ୍ଟି କରନ୍ତି। ସେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଠାରେ ବିଭିନ୍ନ ମନ୍ତ୍ରଣାଳୟ ପ୍ରଭାବଶାଳୀ ଭାବରେ ସହଯୋଗ କରନ୍ତି। ସେ ଗୁଜରାଟର ମଡେଲକୁ ଉଲ୍ଲେଖ କରି କହିଥିଲେ ଯେ, ସେ ନିର୍ଦ୍ଦିଷ୍ଟ ବର୍ଷକୁ ସ୍ଵତନ୍ତ୍ର ପଦକ୍ଷେପ ପାଇଁ ଉତ୍ସର୍ଗ କରିଥିଲେ, ଯେପରିକି 2005 ମସିହାରେ ସହରାଞ୍ଚଳ ବିକାଶ, ଅନ୍ୟ ଏକ ବର୍ଷରେ ଝିଅମାନଙ୍କ ପାଇଁ ଶିକ୍ଷା ଏବଂ ଅନ୍ୟ ଏକ ପର୍ଯ୍ୟାୟରେ ପର୍ଯ୍ୟଟନ।

ସେ “କୁଛ ଦିନ ତୋ ଗୁଜାରୋ ଗୁଜରାଟ ମେଁ” ଅଭିଯାନକୁ ମନେ ପକାଇଥିଲେ , ଯାହା ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା, ଯାହା ସୋମନାଥ, ଦ୍ୱାରକା ଏବଂ ଅମ୍ବାଜୀ ଭଳି ପର୍ଯ୍ୟଟନସ୍ଥଳୀର ବିକାଶ କରିଥିଲା। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ, ବିଶେଷ କରି ଅହମ୍ମଦାବାଦରେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ, ଯେଉଁଠାରେ ପରିବହନ ସମ୍ପ୍ରସାରଣକୁ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରତିରୋଧକୁ ସାମନା କରିବାକୁ ପଡିଥିଲା। ସେ ବର୍ଣ୍ଣନା କରିଥିଲେ ଯେ, କିପରି ସହର ବାହାରେ ଅହମ୍ମଦାବାଦର ଲାଲ ବସ୍ ପ୍ରଚଳନ ପାଇଁ ପ୍ରାରମ୍ଭିକ ପ୍ରୟାସଗୁଡ଼ିକୁ ପ୍ରଶାସନିକ ଏବଂ ରାଜନୈତିକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିଥିଲା, କିନ୍ତୁ ଦୃଢତା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଅଭିବୃଦ୍ଧି ଘଟିଥିଲା। ସେହିପରି, ସେ ସହରବ୍ୟାପୀ ଉନ୍ନତି ପାଇଁ ଜବରଦଖଲ ସଫା କରିବା ଭଳି ଆହ୍ଵାନ ବିଷୟରେ ଉଲ୍ଲେଖ କରିଥିଲେ, ଲୋକମାନେ ଏହାର ଲାଭ ଦେଖିବା ପରେ ପ୍ରାରମ୍ଭିକ ବିରୋଧ କିପରି ବ୍ୟାପକ ଜନସମର୍ଥନରେ ପରିଣତ ହୋଇଥିଲା ସେ ସମ୍ପର୍କରେ ମୋଦୀ ମତ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଗୁଜରାଟରେ ସହରାଞ୍ଚଳ ପୁନଃବିକାଶ ପ୍ରୟାସ ପ୍ରତି ବ୍ୟାପକ ପ୍ରତିରୋଧ , ବିଶେଷ କରି ରାଜନୈତିକ ବିରୋଧାଭାଷ ଏବଂ ଗଣମାଧ୍ୟମରେ ହେଉଥିବା ଆଲୋଚନାକୁ ସେ ମନେ ପକାଇଥିଲେ। ତଥାପି, ସେ ଗୁରୁତ୍ୱାରୋପ କରିଥିଲେ ଯେ ଯେତେବେଳେ ନେତାମାନେ ସଚ୍ଚୋଟତାର ସହିତ ଏବଂ ଜନସାଧାରଣଙ୍କ ହିତ ପାଇଁ ନିଷ୍ପତ୍ତି ନିଅନ୍ତି, ଦୀର୍ଘକାଳୀନ ଫଳାଫଳ ସେହି ନିଷ୍ପତ୍ତିଗୁଡ଼ିକୁ ବୈଧ କରିଥାଏ।

ସେ ଉଲ୍ଲେଖ କରିଥିଲେ ଯେ, ନିର୍ବାଚନୀ ପରାଜୟର ପ୍ରାରମ୍ଭିକ ଭୟ ସତ୍ତ୍ୱେ, ସରକାରଙ୍କ ସହରାଞ୍ଚଳ ପରିବର୍ତ୍ତନ ପଦକ୍ଷେପ ନିର୍ବାଚନୀ ବିଜୟ ଏବଂ ବ୍ୟାପକ ପ୍ରଶଂସାର ପରିଣାମ ସ୍ୱରୂପ ହୋଇଥିଲା। ପ୍ରଧାନମନ୍ତ୍ରୀ ବିକାଶକୁ ନିରନ୍ତର କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଥିଲେ। ସେ ଭାରତ ଚତୁର୍ଥ ବୃହତ୍ତମ ଅର୍ଥନୀତିରୁ ତୃତୀୟ ବୃହତ୍ତମ ଅର୍ଥନୀତିକୁ ଅଗ୍ରସର ହେବା ପାଇଁ ବୃଦ୍ଧି ପାଉଥିବା ଆଶାକୁ ସ୍ୱୀକାର କରିଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଯେ ଏପରି ମହତ୍ୱାକାଂକ୍ଷା ଦୃଢ଼ତାର ସହିତ ଅନୁସରଣ କରାଯିବ।

ସହରାଂଚଳ କେନ୍ଦ୍ରଗୁଡ଼ିକୁ କେବଳ ପ୍ରସାରିତ ହେବା ପରିବର୍ତ୍ତେ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, “ନଗରଗୁଡ଼ିକୁ ଅର୍ଥନୈତିକ କାର୍ଯ୍ୟକଳାପର ଗତିଶୀଳ କେନ୍ଦ୍ର ଭାବରେ କାର୍ଯ୍ୟ କରିବା ଉଚିତ, ଏବଂ ପୌର ସଂସ୍ଥାଗୁଡ଼ିକୁ ସକ୍ରିୟ ଭାବରେ ସେମାନଙ୍କର ପରିବର୍ତ୍ତନ ପାଇଁ ଯୋଜନା କରିବା ଉଚିତ”। ସେ ଦେଶର ପୌର ଏବଂ ମହାନଗର କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ସହର ପାଇଁ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ମୋଦୀ ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ଅର୍ଥନୀତିର ବର୍ତ୍ତମାନର ସ୍ଥିତି ମୂଲ୍ୟାଙ୍କନ କରିବାକୁ ଏବଂ ଏକ ବର୍ଷ ମଧ୍ୟରେ ଏହାକୁ ବୃଦ୍ଧି କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଉତ୍ସାହିତ କରିଥିଲେ, ଉତ୍ପାଦିତ ସାମଗ୍ରୀର ଗୁଣବତ୍ତା ଉନ୍ନତ କରିବା ଏବଂ ଆର୍ଥିକ କାର୍ଯ୍ୟକଳାପ ପାଇଁ ନୂତନ ରାସ୍ତା ଚିହ୍ନଟ କରିବା ଉପରେ ଧ୍ୟାନ ଦେଇଥିଲେ। ସେ ଦର୍ଶାଇଥିଲେ ଯେ କେବଳ ସପିଂ କମ୍ପ୍ଲେକ୍ସ ନିର୍ମାଣ କରିବା ପରିବର୍ତ୍ତେ, ସହରାଞ୍ଚଳ ସଂସ୍ଥାଗୁଡ଼ିକ କୃଷିଭିତ୍ତିକ ଶିଳ୍ପକୁ ସମର୍ଥନ କରିବା ଏବଂ ସ୍ଥାନୀୟ ବଜାର ମଧ୍ୟରେ ମୂଲ୍ୟଯୁକ୍ତ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିବା ଉଚିତ। ସେ ମନ୍ତବ୍ୟ ଦେଇଥିଲେ ଯେ ବଡ଼ ଶିଳ୍ପଗୁଡ଼ିକ ପାରମ୍ପରିକ ଭାବରେ ମହାନଗର ଅଞ୍ଚଳଗୁଡ଼ିକରେ ସମୃଦ୍ଧ ହୋଇଥିଲେ ମଧ୍ୟ, ପ୍ରାୟ ଦୁଇ ଲକ୍ଷ ଷ୍ଟାର୍ଟଅପ୍ – ମୁଖ୍ୟତଃ ଟାୟାର-୨ ଏବଂ ଟାୟାର-୩ ସହରରେ ଅବସ୍ଥିତ ଷ୍ଟାର୍ଟଅପ୍ଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦର୍ଶାଉଛି। ସେ ଗର୍ବର ସହିତ ସ୍ୱୀକାର କରିଛନ୍ତି ଯେ ଏହି ଉଦ୍ୟମଗୁଡ଼ିକ ମଧ୍ୟରୁ ଅନେକ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହା ଅର୍ଥନୈତିକ ଏବଂ ଉଦ୍ୟୋଗୀ ବିପ୍ଳବର ଏକ ନୂତନ ପରିବର୍ତନର ସଙ୍କେତ ଦେଉଛି । ଶ୍ରୀ ମୋଦୀ ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ ମଧ୍ୟ ସମାନ ପ୍ରଗତି ଉପରେ ଆଲୋକପାତ କରିଥିଲେ। ସେ ଆହୁରି କହିଛନ୍ତି ଯେ ସହରାଞ୍ଚଳ ଅର୍ଥନୈତିକ ପରିବର୍ତ୍ତନ ଉପରେ ଭାରତର ଧ୍ୟାନ କେନ୍ଦ୍ରିତ କରିବା ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଏହି ମାଇଲଖୁଣ୍ଟ ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିବା ସହିତ ସେ ପୁଣି ଥରେ ଦୃଢ଼ତାର ସହିତ କହିଥିଲେ ଯେ, ଏହା ଦେଶର ଚତୁର୍ଥ ବୃହତ୍ତମ ବିଶ୍ୱ ଅର୍ଥନୀତିରୁ ତୃତୀୟ ବୃହତ୍ତମ ଅର୍ଥନୀତିକୁ ଯାତ୍ରାକୁ ତ୍ୱରାନ୍ୱିତ କରିବ।

ଏକ ଦୃଢ଼ ଶାସନ ମଡେଲର ଗୁରୁତ୍ୱକୁ ବୁଝାଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, କିପରି ଆଦର୍ଶଗତ ବିରୋଧ ପ୍ରାୟତଃ ବିକାଶମୂଳକ ନୀତି ବିରୁଦ୍ଧରେ ପ୍ରତିରୋଧର କାରଣ ହୋଇଛି, ପଦକ୍ଷେପଗୁଡ଼ିକର ସମାଲୋଚନା ଏକ ପୁନରାବୃତ୍ତି ଧାରା ପାଲଟିଛି। ସେ ସହରାଞ୍ଚଳ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଥିଲେ ଏବଂ କିପରି ପ୍ରଶାସନିକ ବାଧା ଦୂର କରିବା ପାଇଁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ତାହା ବର୍ଣ୍ଣନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ପ୍ରାୟ 40ଟି ବିକାଶମୂଳକ ପାରାମିଟର ଆଧାରରେ ପ୍ରାୟ 100ଟି ଜିଲ୍ଲା ଚିହ୍ନଟ କରାଯାଇଥିଲା ଏବଂ ଏକ ଦୀର୍ଘକାଳୀନ ରଣନୀତି ସହିତ ଉତ୍ସର୍ଗୀକୃତ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ସେ କହିଥିଲେ ଯେ, ଏହି ପଦକ୍ଷେପ ଏବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ମଡେଲ ପାଲଟିଛି, ଯାହା ପ୍ରଭାବଶାଳୀ ଶାସନ ଉପରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରେ।

ପ୍ରଧାନମନ୍ତ୍ରୀ ଆର୍ଥିକ ଅଭିବୃଦ୍ଧିକୁ ଚାଳିତ କରିବାରେ ପର୍ଯ୍ୟଟନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଗୁଜରାଟର ପରିବର୍ତ୍ତନକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ମରୁଭୂମି ଯୋଗୁଁ ଏକଦା ଅଣଦେଖା କରାଯାଇଥିବା କଚ୍ଛ ଏବେ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବରେ କିପରି ପରିଣତ ହୋଇଛି ସେ ବିଷୟରେ ସେ ମତବ୍ୟକ୍ତ କରିଥିଲେ। ସେ ସୂଚାଇଥିଲେ ଯେ, ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ଭଳି ବଡ଼ ଧରଣର ପଦକ୍ଷେପ ଧାରଣାକୁ ପୁନଃରୂପ ଦେଇଛି ଏବଂ ଆଞ୍ଚଳିକ ଅର୍ଥନୀତିକୁ ବୃଦ୍ଧି କରିଛି।

ସେ ଭାଦନଗର ଭଳି ସ୍ଥାନଗୁଡ଼ିକର ଐତିହାସିକ ଗୁରୁତ୍ୱ ଉପରେ ଆହୁରି ଆଲୋକପାତ କରିଥିଲେ, ଏହାର ସଂଗ୍ରହାଳୟକୁ ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଐତିହ୍ୟ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ। ଭାରତର ସାମୁଦ୍ରିକ ଐତିହ୍ୟ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଲୋଥାଲ ବିଷୟରେ କହିଥିଲେ, ଯାହା ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ସାମୁଦ୍ରିକ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ। ସେ ଗିଫ୍ଟ ସିଟି ଧାରଣାକୁ ନେଇ ପ୍ରାରମ୍ଭିକ ସନ୍ଦେହକୁ ମନେ ପକାଇଥିଲେ , ଯାହା ବର୍ତ୍ତମାନ ଆର୍ଥିକ କେନ୍ଦ୍ର ପାଇଁ ଏକ ମାନଦଣ୍ଡ ପାଲଟିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଭାବଶାଳୀ ଫଳାଫଳ ପାଇବା ପାଇଁ ଅଗ୍ରଣୀ ଚିନ୍ତାଧାରାଗୁଡ଼ିକୁ ଦୃଢ଼ତାର ସହିତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସେ ସାବରମତୀ ନଦୀକୂଳ, ବିଶ୍ୱର ସର୍ବବୃହତ ଷ୍ଟାଡିୟମ ନିର୍ମାଣ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ସମେତ ଅନେକ ସଫଳ ବୃହତ ପ୍ରକଳ୍ପର ଉଦାହରଣ ଦେଇଥିଲେ, ଯାହା ଭାରତର ପରିବର୍ତ୍ତନକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାର କ୍ଷମତାକୁ ପ୍ରଦର୍ଶିତ କରେ। ସେ ଭାରତର ସମ୍ଭାବନା ବିଷୟରେ ତାଙ୍କର ଅଟଳ ଆଶାବାଦକୁ ଦୋହରାଇଲେ, ଉଲ୍ଲେଖନୀୟ ପ୍ରଗତି ଆଣିବା ପାଇଁ ଦେଶର କ୍ଷମତା ଉପରେ ବିଶ୍ୱାସ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଅତୀତର ପଦକ୍ଷେପଗୁଡ଼ିକୁ ପୁନଃଜୀବିତ କରିବାର ସୁଯୋଗ ପାଇଁ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ବିକାଶର ନେତୃତ୍ୱ ନେବାରେ ଗୁଜରାଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ରାଷ୍ଟ୍ର ପାଇଁ ଉଚ୍ଚ ମାନଦଣ୍ଡ ସ୍ଥାପନ ଜାରି ରଖିବାକୁ ରାଜ୍ୟକୁ ଅନୁରୋଧ କରିଥିଲେ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ତାଙ୍କର ବିଶ୍ୱାସକୁ ପୁନଃସ୍ଥାପିତ କରିଥିଲେ।

ମେ’ 6 ତାରିଖରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ଗୁରୁତ୍ୱ ଉପରେ ଆଲୋକପାତ କରି , ଏହା ଏହାର ମୂଳ ପରିସର ବାହାରକୁ ବିସ୍ତାର କରିବ ବୋଲି ଗୁରୁତ୍ୱାରୋପ କରି, ଜାତୀୟ ପ୍ରଗତି ପ୍ରତି ଜୀବନବ୍ୟାପୀ ପ୍ରତିବଦ୍ଧତାର ପ୍ରତୀକ ସ୍ଵରୂପ, ଭାରତ ସ୍ୱାଧୀନତାର 100 ବର୍ଷ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ସଂକଳ୍ପକୁ ଶ୍ରୀ ମୋଦୀ ପୁନଃଦୋହରାଇଲେ, ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରିବାର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ନାଗରିକମାନଙ୍କୁ ସେମାନଙ୍କର ଦୈନନ୍ଦିନ ବ୍ୟବହାର ମୂଲ୍ୟାଙ୍କନ କରିବାକୁ, ବିଦେଶୀ ଉତ୍ପାଦଗୁଡ଼ିକୁ ଚିହ୍ନଟ କରିବାକୁ ଏବଂ ସେଗୁଡ଼ିକୁ ସ୍ଥାନୀୟ ଭାବରେ ପ୍ରସ୍ତୁତ ବିକଳ୍ପ ପ୍ରତିବଦଳରେ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ସେ ଏପରି ଉଦାହରଣ ଦେଇ କହିଥିଲେ ଯେ, ଧାର୍ମିକ ପର୍ବ ପାଇଁ ମୂର୍ତ୍ତି ଭଳି ପାରମ୍ପାରିକ ଭାବରେ ଆବଶ୍ୟକ ଜିନିଷ ମଧ୍ୟ ଆମଦାନୀ କରାଯାଉଛି, ତେଣୁ ସେ ଘରୋଇ ଉତ୍ପାଦନକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ”

ସିନ୍ଦୂର ଅପରେସନ୍ କେବଳ ଏକ ସାମରିକ ପଦକ୍ଷେପ ନୁହେଁ , ବରଂ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଦ୍ୱାରା ଭାଗୀଦାରିତାର ଏକ ଦାୟିତ୍ୱ”, ଶ୍ରୀ ମୋଦୀ ପୁଣି ଥରେ ଦୋହରାଇଥିଲେ ଏବଂ ଅର୍ଥନୈତିକ ସ୍ୱାବଲମ୍ବନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି, ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ରଣନୀତି ପାଇଁ ସମର୍ଥନ କରିଥିଲେ। ସେ ସ୍ମରଣ କରାଇଥିଲେ ଯେ, ପୂର୍ବରୁ ବିଦେଶୀ ସାମଗ୍ରୀର ଚାହିଦା ଥିଲା, କିନ୍ତୁ ଆଜି ଭାରତ ଦେଶରେ ବିଶ୍ୱସ୍ତରୀୟ ଉତ୍ପାଦ ଉତ୍ପାଦନ କରିବାର କ୍ଷମତା ରଖିଛି।

ଜାତୀୟ ଗର୍ବକୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉପରେ ଗର୍ବ କରିବାକୁ ଏବଂ ସେମାନଙ୍କ ଦେଶର ଉନ୍ନତିକୁ ପାଳନ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ବକ୍ତବ୍ୟ ସମାପ୍ତ କରି ସେ ପୁଣି ଥରେ କହିଥିଲେ ଯେ , ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଏହାର ବିଶ୍ୱସ୍ତରୀୟ ସ୍ଥିତି ସୁନିଶ୍ଚିତ କରିବାରେ ଯୋଗଦାନ ଦେବା ଉଚିତ। ସେ ଗୁଜରାଟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସହରାଞ୍ଚଳ ବିକାଶରେ ଏହାର ନେତୃତ୍ୱ ଏବଂ ଦେଶର ଭିତ୍ତିଭୂମି ଅଭିବୃଦ୍ଧି ପାଇଁ ଏକ ମାର୍ଗଦର୍ଶକ ଶକ୍ତି ଭାବରେ ଏହାର ଭୂମିକାକୁ ସ୍ୱୀକାର କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ଶ୍ରୀ ସିଆର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

2005 ମସିହାରେ ଗୁଜରାଟରେ ନଗର ବିକାଶ ବର୍ଷ ଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପ, ଯାହାର ଲକ୍ଷ୍ୟ ଥିଲା ଯୋଜନାବଦ୍ଧ ଭିତ୍ତିଭୂମି, ଉତ୍ତମ ପ୍ରଶାସନ ଏବଂ ସହରାଞ୍ଚଳ ବାସିନ୍ଦାଙ୍କ ଜୀବନର ଗୁଣବତ୍ତା ଉନ୍ନତ କରି ଗୁଜରାଟର ସହରାଞ୍ଚଳ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା। 2005 ମସିହାରେ ଗୁଜରାଟ ସହରାଞ୍ଚଳ ବିକାଶ ବର୍ଷର 20 ବର୍ଷ ପୂର୍ତ୍ତି ଅବସରରେ, ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ଗୁଜରାଟ ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଏବଂ ଜଳ ଯୋଗାଣ ସହ ଜଡିତ ଏକାଧିକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ। ସେ ପିଏମଏୱାଇ ଅଧୀନରେ 22,000 ରୁ ଅଧିକ ବାସଗୃହ ଲୋକାର୍ପଣ କରିଥିଲେ। ସେ ସ୍ୱର୍ଣ୍ଣିମ ଜୟନ୍ତୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଗୁଜରାଟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ 3,300 କୋଟି ଟଙ୍କାର ପାଣ୍ଠି ମଧ୍ୟ ଜାରି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗାନ୍ଧୀନଗରରେ ବିଭିନ୍ନ ବିକାଶ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ରାଜଧାନୀ ଗାନ୍ଧୀନଗରରେ ୭୦୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଡାକ ବିଭାଗର ଲାଭ ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ନିଜର ଅଭିଭାଷଣରେ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦୀ ଗୁଜରାଟ ଭଳି ଦେଶର ବିକାଶ କରିଛନ୍ତି ଏବଂ ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକଶିତ ହେବା ଦିଗରେ ଅଗ୍ରସର ହେଉଛି।

ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦେଶର ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିନାହାନ୍ତି, ବରଂ ଏହାକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦେଶରେ ପ୍ରାୟ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣ ହେଉଥିଲା, ପାକିସ୍ତାନରୁ ଆତଙ୍କବାଦୀ ଆସି ଆମର ସୈନିକ ଏବଂ ଲୋକଙ୍କୁ ହତ୍ୟା କରୁଥିଲେ ଏବଂ ବୋମା ବିସ୍ଫୋରଣ କରୁଥିଲେ, କିନ୍ତୁ କୌଣସି ଜବାବ ଦିଆଯାଉନଥିଲା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତିନୋଟି ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି। ସେ କହିଛନ୍ତି ଯେ ପ୍ରଥମ ଆକ୍ରମଣ ଉରିରେ, ଦ୍ୱିତୀୟ ଆକ୍ରମଣ ପୁଲୱାମାରେ ଏବଂ ତୃତୀୟ ଆକ୍ରମଣ ନିକଟରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ କରାଯାଇଥିଲା। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆକ୍ରମଣର ଜବାବ ଏତେ ଶକ୍ତିଶାଳୀ ଭାବେ ଦେଇଛନ୍ତି ଯେ ଆଜି ସମଗ୍ର ବିଶ୍ୱ ଏହାକୁ ଆଶ୍ଚର୍ଯ୍ୟଜନକ ଭାବେ ଦେଖୁଛି ଏବଂ ପାକିସ୍ତାନ ଏହାକୁ ଭୟର ସହ ଅନୁଭବ କରୁଛି।

ଅମିତ ଶାହ କହିଥିଲେ ଯେ ଯେତେବେଳେ ଉରିଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ସେତେବେଳେ ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ପ୍ରତୀକାତ୍ମକ ଜବାବ ଦେଇଥିଲା ଏବଂ ପୁଲୱାମା ଆକ୍ରମଣର ଜବାବରେ ଏୟାର ଷ୍ଟ୍ରାଇକ୍ କରି ଚେତାବନୀ ଜାରି କରାଯାଇଥିଲା। ସେ କହିଥିଲେ ଯେ ପାକିସ୍ତାନ ଏବଂ ଆତଙ୍କବାଦୀମାନେ ତଥାପି ସେମାନଙ୍କ ବ୍ୟବହାରରେ ସୁଧାର ଆଣିନଥିଲେ ଏବଂ ସେମାନେ ପହଲଗାମ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ଏଥର ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱଂସ କରିଦିଆଯାଇଥିଲା। ସେ କହିଥିଲେ ଯେ, ସମଗ୍ର ବିଶ୍ୱର ସୁରକ୍ଷା ବିଶେଷଜ୍ଞମାନେ ଯେତେବେଳେ ‘ଅପରେସନ ସିନ୍ଦୂର “କୁ ବିଶ୍ଳେଷଣ କରନ୍ତି, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଜୈସ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବାର ମୁଖ୍ୟାଳୟକୁ ଧ୍ୱଂସ କରି ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେ କହିଛନ୍ତି ଯେ ପାକିସ୍ତାନୀ ଆତଙ୍କବାଦୀମାନେ ଆମର ନାଗରିକ, ପର୍ଯ୍ୟଟକ, ନିରସ୍ତ୍ର ଲୋକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ ଏବଂ ତା ‘ପରେ ସେମାନଙ୍କ ପରିବାର ଏବଂ ପିଲାମାନଙ୍କ ସମ୍ମୁଖରେ କାପୁରୁଷତାପୂର୍ଣ୍ଣ ଏବଂ ନିର୍ଦ୍ଦୟ ଭାବରେ ସେମାନଙ୍କୁ ହତ୍ୟା କରିଥିଲେ। ସେ କହିଥିଲେ ଯେ ଭାରତ ନିଜର ସଂସ୍କୃତି ଅନୁଯାୟୀ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିଲା। ଶ୍ରୀ ଶାହ କହିଥିଲେ ଯେ ଭାରତ ଜୈସ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବାର ମୁଖ୍ୟାଳୟକୁ ଉଡ଼ାଇ ଦେଇଥିଲା ଏବଂ ସାହସୀ ଭାରତୀୟ ସେନା ଏଭଳି ୯ଟି ଗୁପ୍ତ ସ୍ଥାନକୁ ଧ୍ୱଂସ କରିଦେଇଥିଲା ଯେଉଁଠାରେ ଆତଙ୍କବାଦୀମାନଙ୍କୁ ତିଆରି ଏବଂ ତାଲିମ ଦିଆଯାଉଥିଲା। ସେ କହିଥିଲେ ଯେ ଆମ ସେନା ପାକିସ୍ତାନ ସୀମା ଭିତରେ ୧୦୦ କିଲୋମିଟର ଏବଂ ପିଓକେର ଅନେକ ସ୍ଥାନରେ ଭିତରକୁ ଯାଇ ଆତଙ୍କବାଦୀମାନଙ୍କୁ ଜବାବ ଦେଇଥିଲା।

ଅମିତ ଶାହ କହିଥିଲେ ଯେ ଆମ ବୋମା ମାଡର ପ୍ରତିଧ୍ୱନି ଅନେକ ଆନ୍ତର୍ଜାତୀୟ ଆତଙ୍କବାଦୀ ଘଟଣାର ମାଷ୍ଟରମାଇଣ୍ଡ ଏବଂ ଶିବିରରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଭାରତର ଲୋକଙ୍କ ସହ କୌଣସି ପ୍ରକାରର ଦୁର୍ବ୍ୟବହାର କରାଯାଏ ଏବଂ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାର ଦୁଇଗୁଣା ଜୋରଦାର ଜବାବ ଦିଆଯିବ। ସେ କହିଥିଲେ ଯେ ଆମେ କେବଳ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲୁ, କିନ୍ତୁ ପାକିସ୍ତାନୀ ସେନା ମେ ୮ ତାରିଖରେ କଚ୍ଛରୁ କାଶ୍ମୀର ଏବଂ ଭାରତର ପଶ୍ଚିମ ସୀମା ପର୍ଯ୍ୟନ୍ତ ଆମର ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣ କରିବାର ସାହସ କରିଥିଲା। ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ କାଳରେ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥିବା ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଗୋଟିଏ ବି କ୍ଷେପଣାସ୍ତ୍ର କିମ୍ବା ଡ୍ରୋନକୁ ଭାରତ ମାଟିରେ ପଡ଼ିବାକୁ ଦେଇନଥିଲା। ସେ କହିଥିଲେ ଯେ ଭାରତ ୧୦୦ରୁ ଅଧିକ ଭୟଙ୍କର ଆତଙ୍କବାଦୀଙ୍କୁ ଧ୍ୱଂସ କରିବା ପରେ ପାକିସ୍ତାନ ଭାରତକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଇବାରେ ସଫଳ ହୋଇନାହିଁ।

ସେ କହିଥିଲେ ଯେ ପାକିସ୍ତାନୀ ସେନା ଏହା ଭାବୁଥିବାବେଳେ ମେ ୯ ତାରିଖରେ ଭାରତର ସାହସୀ ସୈନିକମାନେ ପାକିସ୍ତାନର ୧୫ଟି ସ୍ଥାନରେ ଥିବା ଅନେକ ବାୟୁସେନାଘାଟୀ ଉପରେ ଆକ୍ରମଣ କରି ସେମାନଙ୍କ ବାୟୁସେନାର କ୍ଷମତାକୁ ନଷ୍ଟ କରିଦେଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତୀୟ ସଶସ୍ତ୍ର ବାହିନୀର ସାମର୍ଥ୍ୟକୁ ଆଶ୍ଚର୍ଯ୍ୟଜନକ ଭାବେ ଦେଖୁଛି।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତ ପାକିସ୍ତାନର ୧୦୦ କିଲୋମିଟର ଭିତରକୁ  ଯାଇ ପାକିସ୍ତାନୀ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲା। ସେ କହିଥିଲେ ଯେ ଯେଉଁମାନେ ଆଣବିକ ଶକ୍ତି ନାମରେ ଆମକୁ ଭୟଭୀତ କରୁଥିଲେ, ଆମର ବାୟୁସେନା, ନୌସେନା ଏବଂ ସ୍ଥଳସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଆମ ସେନାର ଆକ୍ରମଣ ଶକ୍ତିର ସଠିକତା, ସେମାନଙ୍କ ସଂଯମ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରଶଂସା କରୁଛି। ସେ କହିଥିଲେ ଯେ ଆଜି ସମଗ୍ର ଦେଶ ଭାରତର ତିନି ସଶସ୍ତ୍ର ବାହିନୀର ସୈନିକମାନଙ୍କୁ ଅଭିବାଦନ ଜଣାଉଛି।

ଅମିତ ଶାହ କହିଥିଲେ ଯେ ଆମ ସଶସ୍ତ୍ର ବାହିନୀର ବୀରତ୍ୱ ସମଗ୍ର ଦେଶକୁ ଗର୍ବିତ କରିଛି। ସେ କହିଥିଲେ ଯେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆମ ନେତା, ଗୁଜରାଟ ଏବଂ ଭାରତ ମାତାଙ୍କ ପୁତ୍ର, ନରେନ୍ଦ୍ର ମୋଦୀ ଭାରତ ମାତାଙ୍କୁ ଗର୍ବିତ କରିବା ଏବଂ ଦେଶକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିଛନ୍ତି। ସେ କହିଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ବିଶ୍ୱରେ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନା ହେବ, ସେତେଦିନ ପର୍ଯ୍ୟନ୍ତ ଅପରେସନ ସିନ୍ଦୂର ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରୀ ଶାହା କହିଥିଲେ ଯେ, ‘ଅପରେସନ ସିନ୍ଦୂର” ର ନାମକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଆମ ମାଆ ଓ ଭଉଣୀମାନଙ୍କ ସମ୍ମାନରେ କରିଛନ୍ତି। ସେ କହିଥିଲେ ଯେ ସିନ୍ଦୂର ପ୍ରତି ସମ୍ମାନ ଏକ ଭାରତୀୟ ପରମ୍ପରା ଏବଂ ଏହାର ବାର୍ତ୍ତା ସମଗ୍ର ବିଶ୍ୱକୁ ‘ଅପରେସନ ସିନ୍ଦୂର “ନାମରେ ନାମିତ କରାଯାଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିହାରରେ ଆମେ ନିଶ୍ଚିତ ଭାବରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ଶାଶ୍ୱତ ମିଥିଳା ମହୋତ୍ସବ-୨୦୨୫” କୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରଠାରେ ‘ଶାଶ୍ୱତ ମିଥିଳା ମହୋତ୍ସବ-୨୦୨୫ “କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ କୁମାର ଝାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ ଦେଶ ତଥା ବିଶ୍ୱର ଲୋକମାନଙ୍କୁ ସ୍ୱାଗତ କରିବାର ଗୁଜରାଟର ଦୀର୍ଘ ଦିନର ପରମ୍ପରା ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଗୁଜରାଟ ସର୍ବଦା ବିବିଧ ବିଚାରଧାରା ଏବଂ ଜୀବନଶୈଳୀ ଗ୍ରହଣ କରିଛି। ବିହାରର ଲୋକମାନଙ୍କ, ବିଶେଷ କରି ମିଥିଳାଞ୍ଚଳର ଲୋକମାନଙ୍କ ଅବଦାନକୁ ସ୍ୱୀକାର କରି ସେ କହିଥିଲେ ଯେ ସେମାନେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ସୁରକ୍ଷିତ, ସମ୍ମାନିତ ଏବଂ ଗୁଜରାଟରେ ସର୍ବଦା ସ୍ୱାଗତଯୋଗ୍ୟ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମହାଭାରତ ଏବଂ ରାମାୟଣ ସମୟରୁ ମିଥିଳା ବିଦ୍ୱାନ, ବୌଦ୍ଧିକ ଆଲୋଚନା ଏବଂ ମୀମାଂସାର ଭୂମି ହୋଇ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ରାମାୟଣ ଏବଂ ମହାଭାରତ ଠାରୁ ଆରମ୍ଭ କରି ପୁରାଣ, ବେଦ-ବେଦାନ୍ତ, ମୀମାଂସା ଏବଂ ସମୃଦ୍ଧ ସାହିତ୍ୟିକ ପରମ୍ପରା ପର୍ଯ୍ୟନ୍ତ, ସେମାନଙ୍କ ସୃଷ୍ଟିର ମୂଳ ମିଥିଳା ଠାରୁ ମିଳିପାରିବ। ସେ ଉଲ୍ଲେଖ କରିଥିଲେ ଯେ ମିଥିଳା ହେଉଛି ମାତା ସୀତାଙ୍କ ଜନ୍ମସ୍ଥାନ ଏବଂ ରାଜର୍ଷି ଜନକଙ୍କ ଭୂମି, ଯେଉଁଠାରେ ଅଷ୍ଟବକ୍ର ମୁନି ଅଷ୍ଟବକ୍ର ଗୀତା ରଚନା କରିଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ପବିତ୍ର ଭୂମି ଯଜ୍ଞବଲକ୍ୟଙ୍କ ଭଳି ମହାନ ବିଦ୍ୱାନ, ଋଷି ଗୌତମ ଏବଂ ମନ୍ଦନ ମିଶ୍ରଙ୍କ ଭଳି ଦାର୍ଶନିକ ତଥା ଜ୍ୟୋତିରେଶ୍ୱର ଠାକୁର ଏବଂ ମହାକବି ବିଦ୍ୟାପତିଙ୍କ ଭଳି ପ୍ରସିଦ୍ଧ କବିଙ୍କୁ ଜନ୍ମ ଦେଇଛି।

ଶତପଥ ବ୍ରାହ୍ମଣ, ବାଲ୍ମିକୀ ରାମାୟଣ, ମହାଭାରତ, ବୌଦ୍ଧ ସାହିତ୍ୟ ଏବଂ ଜୈନ ସାହିତ୍ୟ ସମେତ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିବା ମିଥିଳା ଏବଂ ଏହାର ଅଧିବାସୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଶ୍ରୀ ଅମିତ ଶାହ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମହାନ କବି କାଳିଦାସ ତାଙ୍କ ରଚନା ‘ରଘୁବଂଶମ “ରେ ମିଥିଳା,’ ନୈଶାଧିଚରିତ” ରେ ଶ୍ରୀହର୍ଷ ଏବଂ ‘ପ୍ରସନ୍ନ ରାଘବ “ରେ ଜୟଦେବଙ୍କ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି କବିମାନେ ନିରନ୍ତର ଭାବେ ମିଥିଳାକୁ ଜ୍ଞାନର ଭୂମି ଭାବେ ଚିତ୍ରଣ କରିଛନ୍ତି, ଯାହା ଶିକ୍ଷା ଏବଂ ଦେବୀ ସରସ୍ୱତୀଙ୍କ ପୂଜା ସହିତ ନିବିଡ଼ ଭାବେ ଜଡ଼ିତ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ରେଖାଙ୍କିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଗୁରୁତ୍ୱାରୋପ କରନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ସେ ଉଲ୍ଲେଖ କରିଥିଲେ ଯେ ଭାରତରେ ଗଣତନ୍ତ୍ରର ମୂଳ ବିଦେହ ଏବଂ ମିଥିଳା ମଧ୍ୟରେ ରହିଛି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ମହାତ୍ମା ବୁଦ୍ଧ ବାରମ୍ବାର କହିଥିଲେ ଯେ ଯେ ପର୍ଯ୍ୟନ୍ତ ବିଦେହାର ଲୋକମାନେ ଏକଜୁଟ ଅଛନ୍ତି, ସେମାନଙ୍କୁ ପରାସ୍ତ କରାଯାଇପାରିବ ନାହିଁ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ମିଥିଳା ଏକ ସୁଦୃଢ଼ ଗଣତାନ୍ତ୍ରିକ ପରମ୍ପରା ପ୍ରତିଷ୍ଠା କରିଥିଲା, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଦେଶ ତଥା ବିଶ୍ୱକୁ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଆସୁଛି।

ଅମିତ ଶାହ ଗୁରୁତ୍ୱାରୋପ କରି କହିଥିଲେ ଯେ ମିଥିଳା ହେଉଛି ବୌଦ୍ଧିକ ଆଲୋଚନା ଏବଂ ଦାର୍ଶନିକ ବିତର୍କ (ଶାସ୍ତ୍ରାର୍ଥ) ର ଭୂମି। ସେ ଗୁରୁତ୍ୱାରୋପ କରିଥିଲେ ଯେ ରାଜା ଜନକ ଏବଂ ଯଜ୍ଞବଲକ୍ୟଙ୍କ ମଧ୍ୟରେ ଶାସ୍ତ୍ରାର୍ଥ ହେଉ କିମ୍ବା ମଣ୍ଡନ ମିଶ୍ର ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ କିମ୍ବଦନ୍ତୀ ବିତର୍କ ହେଉ, ମିଥିଳା ବିଶ୍ୱର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଅଧିକ ମୁକ୍ତ ଭାବରେ ବାର୍ତ୍ତାଳାପ ମାଧ୍ୟମରେ ବୌଦ୍ଧିକ ବିବାଦ ସମାଧାନ କରିବାର ପରମ୍ପରାକୁ ବଜାୟ ରଖିଥିଲା-ଏକ ପରମ୍ପରା ଯାହା ବିଶ୍ୱବ୍ୟାପୀ ସମ୍ମାନିତ ହୋଇ ରହିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଯଦି ଆମେ ଭାରତର ଜ୍ଞାନ ପରମ୍ପରାକୁ ନିବିଡ଼ ଭାବେ ଅନୁଧ୍ୟାନ କରିବା, ତେବେ ଆମେ ଜାଣିବାକୁ ପାଇବୁ ଯେ ଛଅଟି ପ୍ରମୁଖ ଦାର୍ଶନିକ ବିଦ୍ୟାଳୟ ମଧ୍ୟରୁ ଚାରୋଟି-ସାଙ୍ଖ୍ୟ ଦର୍ଶନ, ନ୍ୟାୟ ଦର୍ଶନ, ମୀମାଂସା ଏବଂ ବୈଶେଷିକ ଦର୍ଶନ-ମିଥିଳା ଅଞ୍ଚଳରେ ଉତ୍ପନ୍ନ ହୋଇଥିଲା, ଯାହା ମିଥିଳାଞ୍ଚଳର ମହାନ ବିଦ୍ୱାନମାନଙ୍କ ଦ୍ୱାରା ବିକଶିତ ହୋଇଥିଲା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରାଚୀନ କାଳରୁ ଦେଶ ପ୍ରତି ମିଥିଳାର ମହିଳାମାନଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ମିଥିଳା ସର୍ବଦା ମହିଳାମାନଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ବଜାୟ ରଖିଛନ୍ତି। ମୈତ୍ରେୟ, ଗାର୍ଗୀ ଏବଂ ଭାରତୀଙ୍କ ପରି ବିଦ୍ୱାନମାନେ ଯଜ୍ଞବଲକ୍ୟ ଏବଂ କନାଦ ମୁନିଙ୍କ ପରି ସମାନ ଭାବରେ ସମ୍ମାନିତ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ମଣ୍ଡନ ମିଶ୍ର ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ହୋଇଥିବା ଐତିହାସିକ ବିତର୍କର ଅଧ୍ୟକ୍ଷତା ଦାୟିତ୍ୱ ମଣ୍ଡନ ମିଶ୍ରଙ୍କ ପତ୍ନୀ ଭାରତୀଙ୍କୁ ଦିଆଯାଇଥିଲା। ମହାନ ଜ୍ଞାନ ଏବଂ ନିରପେକ୍ଷତା ସହିତ, ସେ ଶଙ୍କରାଚାର୍ଯ୍ୟଙ୍କୁ ବିଜେତା ଘୋଷଣା କରିଥିଲେ, ବୌଦ୍ଧିକ ଅଖଣ୍ଡତା ଏବଂ ଜ୍ଞାନ ପ୍ରତି ସମ୍ମାନର ଉଦାହରଣ ଯାହା ମିଥିଳା ପାଇଁ ଅନନ୍ୟ ।

ଅମିତ ଶାହ ଗୁରୁତ୍ୱାରୋପ କରି କହିଥିଲେ ଯେ ମିଥିଳା ହେଉଛି ମାତା ସୀତାଙ୍କ ପବିତ୍ର ଜନ୍ମସ୍ଥାନ, ଯିଏକି ଜଣେ ଆଦର୍ଶ ମହିଳା, ପତ୍ନୀ ଏବଂ ମାତାଙ୍କ ପ୍ରତିମୂର୍ତ୍ତି ତଥା ଭାରତୀୟ ସଂସ୍କୃତିର ପ୍ରତୀକ ଭାବେ ସମ୍ମାନିତ। ବିହାର ଗସ୍ତ ସମୟରେ ସେ ଉଲ୍ଲେଖ କରିଥିଲେ ଯେ ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହୋଇସାରିଥିବା ବେଳେ ଏବେ ମାତା ସୀତାଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାର ସମୟ ଆସିଛି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଅତିଶୀଘ୍ର ମିଥିଳାଠାରେ ମାତା ସୀତାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ, ଯାହା ସମଗ୍ର ବିଶ୍ୱ ପାଇଁ ଆଦର୍ଶ ଜୀବନର ଆଲୋକବର୍ତ୍ତିକା ଭାବେ କାର୍ଯ୍ୟ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଗୁଜରାଟର ବିଭିନ୍ନ ଭାଗରେ ରହୁଥିବା ମିଥିଳାଞ୍ଚଳର ଲୋକମାନେ ଗାନ୍ଧୀନଗରରେ ଏକ ସୁବିଧାକେନ୍ଦ୍ର ନିର୍ମାଣ କରିଛନ୍ତି, ଯାହା ମିଥିଳା ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ସୁବିଧାଜନକ ହେବ। ଏହା ବ୍ୟତୀତ, ଏଠାରେ ମହାକବି ବିଦ୍ୟାପତିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ପୁରସ୍କାର ଜିତିଲା ଭୁବନେଶ୍ୱର

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ଶ୍ରୀମନୋହର ଲାଲ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ ବିଭିନ୍ନ ବର୍ଗରେ ରାଜ୍ୟ ଓ ସହରାଞ୍ଚଳଗୁଡ଼ିକୁ ପୁରସ୍କୃତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି। ସେହିପରି ଶ୍ରୀନଗର ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାର ପାଇଛି।

ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ସମାଧାନର ଅଗ୍ରଗତି ପାଇଁ ଉତ୍ସର୍ଗୀକୃତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ, ଗୁଜରାଟ ସରକାରଙ୍କ ଅର୍ଥ ଏବଂ ଶକ୍ତି ମନ୍ତ୍ରୀ କନୁଭାଇ ଦେଶାଇ, ଓଡ଼ିଶା ସରକାରଙ୍କ ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀନିବାସ ଆର. କାଟିକିଥାଲାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ବର୍ତ୍ତମାନ କାର୍ଯ୍ୟକ୍ଷମ ରେଳ ନେଟୱାର୍କ ଦୃଷ୍ଟିରୁ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଖୁବ୍ ଶୀଘ୍ର ଭାରତୀୟ ମେଟ୍ରୋ ନେଟୱାର୍କ ଦ୍ୱିତୀୟ ସର୍ବବୃହତ୍ ନେଟୱାର୍କରେ ପରିଣତ ହେବ। ପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ କାର୍ଡ’ର ପରିକଳ୍ପନା, ଯାହାକୁ ‘ଜାତୀୟ ସାଧାରଣ ଗମନାଗମନ କାର୍ଡ’ (ଏନସିଏମସି) କୁହାଯାଉଛି, ଏବେ ବାସ୍ତବ ରୂପ ନେଉଛି। ଭାରତର ଅଧିକାଂଶ ମହାନଗର ଏନସିଏମସି କୁ ଗ୍ରହଣ କରିଛନ୍ତି ଏବଂ ଏହା ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ ହେବାକୁ ଯାଉଛି ବୋଲି ସେ କହିଥିଲେ।

ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ କହିଥିଲେ, ଭାରତରେ ସହରାଞ୍ଚଳ ଗମନାଗମନ ସମସ୍ୟାର ସମାଧାନ ପାଇଁ ୨୦୦୮ ମସିହାରୁ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ (ୟୁଏମ୍ଆଇ)ର ବାର୍ଷିକ ସମ୍ମିଳନୀ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଦେଶରେ ଦୈନିକ ମେଟ୍ରୋ ଟ୍ରେନରେ ୧ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ‘ବିକାଶ ଭାରତ ୨୦୪୭’ ପ୍ରତି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି।

ପରିବହନ କ୍ଷେତ୍ରରେ ବିଶେଷ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ୟୁଏମ୍ଆଇ ର ବିଭିନ୍ନ ବର୍ଗର ପୁରସ୍କାର ରହିଛି। ‘ସହରାଞ୍ଚଳ ପରିବହନରେ ଉତ୍କର୍ଷତା/ସର୍ବୋତ୍ତମ ଅଭ୍ୟାସ ପ୍ରକଳ୍ପ’ ପାଇଁ ରାଜ୍ୟ/ସହର କର୍ତ୍ତୃପକ୍ଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ ଏବଂ କ୍ଷେତ୍ର ବିଶେଷଜ୍ଞଙ୍କ ନେତୃତ୍ୱରେ ପୁରସ୍କାର ଚୟନ କମିଟି ଦ୍ୱାରା ସୁପାରିସ କରାଯାଇଥିବା ବିଜେତାଙ୍କୁ ନିମ୍ନଲିଖିତ ୧୨ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ହରିୟାଣାର ଗୁରୁଗ୍ରାମକୁ ଅଷ୍ଟାଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୫ର ଆୟୋଜନ ସ୍ଥଳୀ ଭାବେ ମଧ୍ୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପରିବହନ ପ୍ରତିଷ୍ଠାନ (ଭାରତ) ମାଧ୍ୟମରେ ଏବଂ ଗୁଜରାଟ ସରକାର ଏବଂ ଗୁଜରାଟ ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ ସହାୟତାରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସପ୍ତଦଶ ୟୁଏମଆଇ ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ଭାରତର ସହରାଞ୍ଚଳ ପରିବହନର ସର୍ବୋତ୍ତମ ଅଭ୍ୟାସ ଏବଂ ଅତ୍ୟାଧୁନିକ ସହରାଞ୍ଚଳ ପରିବହନ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ବିଦେଶରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସମେତ ୨୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀ ପ୍ରତିବର୍ଷ ଆୟୋଜିତ ହେଉଥିବା ୟୁଏମଆଇ ସମ୍ମିଳନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି କାର୍ଯ୍ୟକ୍ରମରେ ମେଟ୍ରୋ ରେଳ କମ୍ପାନୀ, ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରାୟ ୭୬ ଜଣ ପ୍ରଦର୍ଶକ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘‘ସହରାଞ୍ଚଳ ପରିବହନ ସମାଧାନର ମାନକୀକରଣ ଏବଂ ଅନୁକୂଳତା’’। ବିଶେଷ କରି ଭାରତୀୟ ସନ୍ଦର୍ଭରେ ସହରାଞ୍ଚଳର ଗତିଶୀଳତାକୁ ଅନୁକୂଳ କରିବା ପାଇଁ ଗୁଣବତ୍ତାର ସମନ୍ୱୟ ଉପରେ ଏହା ଗୁରୁତ୍ୱ ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ

ନୂଆଦିଲ୍ଲୀ: ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରୁ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରାଯାଇଛି। ସମଗ୍ର ଦେଶରେ ପୋଷଣ ସମ୍ବନ୍ଧୀୟ ସଚେତନତା ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଗୁଜରାଟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଭାନୁବେନ ବାବରିଆ, ଭାରତ ସରକାର ଏବଂ ଗୁଜରାଟ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ‘ଏକ ପେଡ଼ ମା କେ ନାମ’ ଅଭିଯାନ ଅଧୀନରେ ଦେଶବ୍ୟାପୀ ବୃକ୍ଷରୋପଣ ଅଭିଯାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଗୁଜରାଟ ଶିଶୁ ବିକାଶ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ମିଶି କେନ୍ଦ୍ର ମନ୍ତ୍ରୀ ଗାନ୍ଧୀନଗରସ୍ଥିତ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ପୁଷ୍ଟିସାଧନ ଓ ପରିବେଶ ସ୍ଥାୟୀତ୍ୱର ଗୁରୁତ୍ୱର ପ୍ରତୀକ ସ୍ୱରୂପ ଫଳ ଗଛ ରୋପଣ କରିଥିଲେ।

ମୁଖ୍ୟ କାର୍ଯ୍ୟକ୍ରମ ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଏହି ଅବସରରେ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଦେଶର ବିକାଶ ପାଇଁ ଦୃଢ଼ ଓ ସୁସ୍ଥ ମାନବ ସମ୍ବଳ ନିର୍ମାଣରେ ପୋଷଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ଅଭିଭାଷଣରେ ଶିଶୁ ଓ କିଶୋରଙ୍କ ଉନ୍ନତ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଏବଂ ଜୀବନଚର୍ଯ୍ୟା ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ପୁଷ୍ଟିହୀନତାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁଶାସନ, ସମନ୍ୱୟ, ଦକ୍ଷତା ବୃଦ୍ଧି, ଗୋଷ୍ଠୀ ଅଂଶଗ୍ରହଣ ଏବଂ ମାଲିକାନା ଭଳି ଚାରୋଟି ସ୍ତମ୍ଭ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଉପରେ ପୋଷଣ ୨.୦ର ସଫଳତା ନିର୍ଭର କରେ ।

ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅନୀଲ ମଲ୍ଲିକ ମଧ୍ୟ ଏହି ସଭାରେ ଉଦବୋଧନ ଦେଇ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହିତ କରିବା ସହ ଦୈନନ୍ଦିନ ଖାଦ୍ୟରେ ସ୍ଥାନୀୟ ସ୍ତରରେ ଉତ୍ପାଦିତ ସୁସ୍ଥ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ପୋଷଣ ଝୁଡ଼ି ଯୋଗାଇ ଦିଆଯାଇଥିଲା ଏବଂ ଶିଶୁମାନଙ୍କ ପାଇଁ ଅନ୍ନପ୍ରାସନ କରାଯାଇଥିଲା। ବାହଲି ଡିକ୍ରି ଯୋଜନା, ବିଧବା ପେନସନ୍ ଯୋଜନା, ବିଧବା ପୁନର୍ବିବାହ ସହାୟତା ଯୋଜନା ଓ ମହିଳା ସ୍ୱାଲମ୍ବନ ଯୋଜନା ସମେତ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜ ଯୋଜନାର ହକ୍‌ ପ୍ରଦାନ କରିଥିଲେ।

ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଉଥିବା ଏକ ପ୍ରଦର୍ଶନୀ ଯଥା : ପୋଷଣ ଟ୍ରାକର, ପୋଷଣ ଭି ପଢାଇ ଭି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟାନ୍ୟ ପୋଷଣ ଓ ମହିଳା ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ଯଥା ‘ଭଙ୍ଗୀ ପ୍ରସାରଣ’, ୧୮୧ ହେଲ୍ପଲାଇନ୍ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବିଭିନ୍ନ ଆଞ୍ଚଳିକ ସାଂସ୍କୃତିକ ପ୍ରଦର୍ଶନୀ ଓ ନାଟକ ପୋଷଣର ଗୁରୁତ୍ୱ ଉପରେ ଅଧିକ ଆଲୋକପାତ କରିଥିଲା।

ସପ୍ତମ  ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ରେ ରକ୍ତହୀନତା, ଅଭିବୃଦ୍ଧି ନିରୀକ୍ଷଣ, ପରିପୂରକ ଖାଦ୍ୟ, ପୋଷଣ ଭି ପଢାଇ ଭି, ଉନ୍ନତ ଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଏକ ପେଡ୍ ମା କେ ନାମ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯିବ।

ପ୍ରଧାନମନ୍ତ୍ରୀଙ୍କ ‘ସୁପୋଷିତ ଭାରତ’ର ସ୍ୱପ୍ନକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୋଷଣ ମାସ ଏକ ଦେଶବ୍ୟାପୀ ପର୍ବ ପାଲଟିଛି ଏବଂ ଏହା ଜନ ଆନ୍ଦୋଳନର ରୂପ ନେଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହାର ମିଶନ ପୋଷଣ ୨.୦ ଜରିଆରେ ସାରା ଦେଶରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ମଧ୍ୟରେ ପୁଷ୍ଟିହୀନତାର ମୁକାବିଲା କରିବାକୁ ପ୍ରତିଶ୍ରୁତିବଦ୍ଧ । ମାସେ ଧରି ଚାଲିବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ପୁଷ୍ଟିହୀନତାର ମୁକାବିଲା ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସକୁ ଆହୁରି ତୀବ୍ର କରିବା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

HM Shah Votes in Gandhinagar: ପରିବାର ସହିତ ଆସି ଭୋଟ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

HM Shah Votes in Gandhinagar: ଆଜି ଦେଶର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରୀ ରହିଛି। ଏଥିରେ ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଭୋଟ୍ ଚାଲିଛି। ସେହିପରି ଏହି ପର୍ଯ୍ୟାୟରେ ଗୁଜୁରାଟର ମଧ୍ୟ  ଲୋକସଭା ଆସନରେ ନିର୍ବାଚନ ଚାଲିଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତଦାନ କରିଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ପରିବାର ସହିତ ଆସି ଗାନ୍ଧୀନଗରରେ ମତଦାନ କରିଛନ୍ତି। ଶାହ ଧର୍ମପତ୍ନୀ ସୋନାଲ ଶାହ, ପୁତ୍ର ଜୟ ଶାହ ଏବଂ ଅନ୍ୟ ସଦସ୍ୟଙ୍କ ସହିତ ଆସି ମତଦାନ କରିଛନ୍ତି। ନିଜେ ଅମିତ ଶାହ ଗାନ୍ଧୀନଗରରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ମତଦାନ କରି ସମସ୍ତଙ୍କୁ କାଳି ଲଗା ଆଙ୍ଗୁଠି ଦେଖାଇଥିଲେ। ଏଥିସହିତ ସେ ସମସ୍ତଙ୍କୁ ମତଦାନ କରିବା ପାଇଁ ନିବେଦନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ତିମୋର-ଲେଷ୍ଟେ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଗାନ୍ଧୀନଗରରେ ଆୟୋଜିତ ଦଶମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ତିମୋର-ଲେଷ୍ଟର ରାଷ୍ଟ୍ରପତି ଡ. ଜୋସ୍ ରାମୋସ୍ ହୋର୍ଟା ଜାନୁଆରୀ ୮-୧୦, ୨୦୨୪ ରେ ଭାରତ ଗସ୍ତରେ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ହୋର୍ଟା ଆଜି ଗାନ୍ଧୀନଗରରେ ସାକ୍ଷାତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରଥମ ରାଷ୍ଟ୍ରମୁଖ୍ୟ କିମ୍ବା ସରକାର ସ୍ତରୀୟ ଗସ୍ତ ଅବସରରେ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ହୋର୍ଟା ଏବଂ ତାଙ୍କ ପ୍ରତିନିଧି ଦଳକୁ ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏକ ଭାଇବ୍ରାଣ୍ଟ “ଦିଲ୍ଲୀ-ଦିଲି” ସମ୍ପର୍କ ଗଠନ ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ସେପ୍ଟେମ୍ବର ୨୦୨୩ରେ ସେ ଦେଶରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଥିଲେ। ପାରମ୍ପରିକ ଔଷଧ ଓ ଫାର୍ମା ସମେତ ଦକ୍ଷତା ବିକାଶ, ମାନବ ସମ୍ବଳ ବିକାଶ, ଆଇଟି, ଫିନଟେକ୍, ଶକ୍ତି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତିମୋର-ଲେଷ୍ଟେଙ୍କୁ ସେ ସହାୟତା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ)ରେ ଯୋଗ ଦେବା ପାଇଁ ସେ ତିମୋର-ଲେଷ୍ଟେଙ୍କୁ ନିମନ୍ତ୍ରଣ କରିଥିଲେ।

ତିମୋର-ଲେଷ୍ଟେକୁ ଏହାର ୧୧ତମ ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ଏସିଆନର ନୀତିଗତ ନିଷ୍ପତ୍ତି ପାଇଁ ସେ ରାଷ୍ଟ୍ରପତି ହୋର୍ଟାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଖୁବଶୀଘ୍ର ଏହାର ପୂର୍ଣ୍ଣ ସଦସ୍ୟତା ହାସଲ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିବାରୁ ରାଷ୍ଟ୍ରପତି ହୋର୍ଟା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଶେଷ କରି ସ୍ୱାସ୍ଥ୍ୟସେବା ଏବଂ ଆଇଟି କ୍ଷେତ୍ରରେ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର ବିକାଶ ପ୍ରାଥମିକତା ପୂରଣ କରିବା ରେ ସେ ଭାରତର ସହଯୋଗ ଲୋଡିଥିଲେ।

ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆଞ୍ଚଳିକ ପ୍ରସଙ୍ଗ ଏବଂ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ରାଷ୍ଟ୍ରପତି ହୋର୍ଟା ଦୃଢ଼ ସମର୍ଥନ ଜଣାଇଛନ୍ତି। ବହୁପାକ୍ଷିକ କ୍ଷେତ୍ରରେ ଉତ୍କୃଷ୍ଟ ସହଯୋଗ ଜାରି ରଖିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଦୁଇଟି ସଂସ୍କରଣରେ ତିମୋର-ଲେଷ୍ଟେଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଗ୍ଲୋବାଲ ସାଉଥର ଦେଶ ଗୁଡ଼ିକ ବୈଶ୍ୱିକ ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ସମନ୍ୱିତ କରିବା ଉଚିତ ବୋଲି ସେମାନେ ସହମତ ହୋଇଥିଲେ।

ଭାରତ ଏବଂ ତିମୋର-ଲେଷ୍ଟେ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଗଣତନ୍ତ୍ର ଏବଂ ବହୁବିଧତାର ମିଳିତ ମୂଲ୍ୟବୋଧରେ ଆଧାରିତ। ୨୦୦୨ରେ ତିମୋର-ଲେଷ୍ଟେଙ୍କ ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ଭାରତ ପ୍ରଥମ ଦେଶ ମଧ୍ୟରୁ ଅନ୍ୟତମ ଥିଲା।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟର ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକ

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ଏବଂ ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ମଧ୍ୟ ସେ ସମୀକ୍ଷା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲି। ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ସମୀକ୍ଷା କରିଛୁ। ଟ୍ରଷ୍ଟ ଦ୍ୱାରା ନିଆଯାଇଥିôବା ବିଭିନ୍ନ ପରିବେଶ ଅନୁକୂଳ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯାଇଛି।’

Categories
ଆଜିର ଖବର

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ।

ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ। ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର। ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର ଭିତ୍ତିଭୂମି।

ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଂସ୍କୃତ ଶ୍ଳୋକ ଆବୃତ୍ତି କରିଥିଲେ- ଯାହାର ଅର୍ଥ ହେଲା “ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହ ପ୍ରତ୍ୟେକ କାର୍ଯ୍ୟ ହାସଲ କରିହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଥିଲେ ଯେ କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀ ଆମକୁ ସବୁବେଳେ ସ୍ମରଣ କରାଇ ଦିଏ ଯେ ସ୍ୱାସ୍ଥ୍ୟ ହିଁ ଆମ ସମସ୍ତ ନିଷ୍ପତ୍ତିର ମୁଖ୍ୟ ବିଷୟ ହେବା ଆବଶ୍ୟକ । ସମୟ ମଧ୍ୟ ଆମକୁ ସଚେତନ କରି ଦେଇଛି ଯେ ସେ ଔଷଧ ହେଉ ବା ଟୀକା ଯୋଗାଣ ବା ଲୋକଙ୍କୁ ଘରକୁ ଫେରାଇ ଆଣିବା ସବୁଥିରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତ ସରକାରଙ୍କ ମାନବ ହିତୈଷୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୈତ୍ରୀ ଟୀକା ପଦକ୍ଷେପ ଜରିଆରେ ଭାରତ ଦକ୍ଷିଣ ଗୋଲାର୍ଦ୍ଧର କେତେକ ଦେଶ ସମେତ ୧୦୦ରୁ ଅଧିକ ଦେଶକୁ ୩୦୦ ନିୟୁତ କୋଭିଡ୍-୧୯ ଟୀକା ମାତ୍ରା ପ୍ରଦାନ କରିଥିଲେ।

ବୈଶ୍ୱିକ ମହାମାରୀ କାଳରେ ନମନୀୟତାକୁ ଏକ ବିରାଟ ନୀତିବାଣୀ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ସ୍ୱାସ୍ଥ୍ୟ ପଦ୍ଧତି ନମନୀୟ ହେବା ଉଚିତ। ଆମକୁ ନିଶ୍ଚିତ ଭାବେ ପରବର୍ତ୍ତୀ ସ୍ୱାସ୍ଥ୍ୟ ଆପାତକାଳ ନିମନ୍ତେ ଏହାର ଦୂରୀକରଣ ଓ ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଆଜିର ଆନ୍ତଃ ସଂଯୋଗୀକରଣ ବିଶ୍ୱରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ବୈଶ୍ୱିକ ମହାମାରୀ ବିଶ୍ୱର ଗୋଟିଏ ପଟରେ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ସମସ୍ୟା କିପରି ଦ୍ରୁତ ଭାବେ ଅନ୍ୟପଟକୁ ବ୍ୟାପିଥାଏ ତାହା ଆମେ ଅନୁଭବ କରୁଛୁ।

“ଭାରତରେ ଆମେ ଏକ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣର ପାଖାପାଖି ପଦକ୍ଷେପ ନେଇଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛୁ, ପାରମ୍ପରିକ ଭେଷଜ ପଦ୍ଧତିକୁ ପ୍ରୋତ୍ସାନ ଦେଉଛୁ ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟର ସାର୍ବଜନୀନ ଇଚ୍ଛାର ଏକ ଇଚ୍ଛାପତ୍ର ପାଲଟିଛି। ଚଳିତ ବର୍ଷ ୨୦୨୩ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି। ଭାରତରେ ପରିଚିତ ଶ୍ରୀ ଅନ୍ନ ବା ମିଲେଟର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ବିଶ୍ୱାସ ସ୍ୱାସ୍ଥ୍ୟ ଏବଂ ସୁଧାର ପ୍ରତ୍ୟେକଙ୍କ ନମନୀୟତାକୁ ବୃଦ୍ଧି କରିବ। ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଭେଷଜ କେନ୍ଦ୍ର ପ୍ରତିଷ୍ଠା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଶ୍ୱ ସାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ବୈଶ୍ୱିକ ଶିଖର ବୈଠକ ଓ ତାହା ପୁଣି ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏହି ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ଉପାଦେୟ ହେବ। ପାରମ୍ପରିକ ଔଷଧର ବୈଶ୍ୱିକ ଗନ୍ତାଘର ସୃଷ୍ଟି କରିବା ଆମର ମିଳିତ ଉଦ୍ୟମ ହେବା ଆବଶ୍ୟକ।

ସ୍ୱାସ୍ଥ୍ୟ ଓ ପରିବେଶ ଜୈବିକ ଦୃଷ୍ଟିକୋଣରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମୁକ୍ତ ବାୟୁ, ନିରାପଦ ପାନୀୟ ଜଳ, ପର୍ଯ୍ୟାପ୍ତ ପୌଷ୍ଟିକତା ଓ ନିରାପଦ ଆଶ୍ରୟସ୍ଥଳ ସ୍ୱାସ୍ଥ୍ୟ ପାଇଁ ପ୍ରଧାନ ଅବଲମ୍ବନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଳବାୟୁ ଓ ସ୍ୱାସ୍ଥ୍ୟ ଦିଗରେ ପଦକ୍ଷେପ ନେଇଥିବାରୁ ସେ ଗଣ୍ୟମାନ୍ୟ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଣୁ କୀଟାଣୁ ପ୍ରତିରୋଧକ ନିରୋଧୀ (ଏଏମଆର)ର ଭୟ ଉପରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଏମଆର ବୈଶ୍ୱିକ ଜନ ସ୍ୱାସ୍ଥ୍ୟ ଓ ସମସ୍ତ ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ଏକ ବିରାଟ ବିପଦ ସୃଷ୍ଟି କରିଛି। ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ ‘ଗୋଟିଏ ସ୍ୱାସ୍ଥ୍ୟ’ ଓ ଆମର ଲକ୍ଷ୍ୟ ‘ଗୋଟିଏ ବିଶ୍ୱ’ ଗୋଟିଏ ସ୍ୱାସ୍ଥ୍ୟ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବ ଓ ଏ ପ୍ରକାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରିଥିଲେ। ମଣିଷ, ପ୍ରାଣୀ, ବୃକ୍ଷଲତା ଓ ପରିବେଶ ପାଇଁ ଏହି ଲକ୍ଷ୍ୟ ଉପକାରୀ। ଏପରି ସମନ୍ୱିତ ମତ କାହାରିକୁ ପଛରେ ନ ପକାଇବା ଭଳି ଗାନ୍ଧିଜୀଙ୍କ ଚିନ୍ତାଧାରା ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେକୌଣସି ସ୍ୱାସ୍ଥ୍ୟ ଜନିତ ପଦକ୍ଷେପର ସଫଳତା ଜନ ସହଯୋଗ ଉପରେ ନିର୍ଭରଶୀଳ। ଏହାର ଗୁରୁତ୍ୱ ଉପରେ ଆଲେକପାତ କରି ପ୍ରଧାନମନ୍ତ୍ରୀ ଆମର କୁଷ୍ଠ ନିରାକରଣ ଅଭିଯାନର ସଫଳତା ଏହାର ଏକ ଉଦାହରଣ ବୋଲି କହିଥିଲେ। ଆମର ଯକ୍ଷ୍ମା ଉନ୍ମେଳନ କାର୍ଯ୍ୟକ୍ରମ ମଧ୍ୟ ଜନକଲ୍ୟାଣ ଉପରେ ପର୍ଯ୍ୟବସିତ। ସେ କହିଥିଲେ ଯେ ଆମେ ଜନସାଧାରଣଙ୍କୁ ଦେଶର ନିଃ-କ୍ଷୟ ମିତ୍ର ବା ଟିବି ଦୂରୀକରଣର ବନ୍ଧୁ, ହେବା ପାଇଁ ନିବେଦନ କରିଥିଲୁ ଓ ପ୍ରାୟ ଏକ ନିୟୁତ ରୋଗୀଙ୍କୁ ନାଗରିକମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

“ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ସୁଲଭ ହେବା ନେଇ ନବୋନ୍ମେଷ ଓ ଡିଜିଟାଲ ସମାଧାନ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଉଦ୍ୟମ ଏ ଦିଗରେ ଉପାଦେୟ ହୋଇଛି ଓ ଦୂରଦୂରାନ୍ତରରେ ଥିବା ରୋଗୀମାନେ ଟେଲି ମେଡିସିନ୍ ଜରିଆରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ସେ ଭାରତୀୟ ଜାତୀୟ କାର୍ଯ୍ୟକ୍ରମ ଇ-ସଞ୍ଜିବନୀର ପ୍ରଶଂସା କରିବା ସହ ଏହା ଏ ପର୍ଯ୍ୟନ୍ତ ୧୪୦ ନିୟୁତ ଟେଲି ପରାମର୍ଶ ଯୋଗାଇ ପାରିଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କୋ-ୱିନ୍ ପ୍ଲାଟଫର୍ମ ମାନବ ଇତିହାସରେ ସଫଳ ଟୀକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଏହା ଦୁଇ ଦଶମିକ ଦୁଇ ବିଲିୟନ ଟୀକା ମାତ୍ରା ପ୍ରଦାନ କରିବା ସହ ବିଶ୍ୱବ୍ୟାପୀ ଗ୍ରହଣଯୋଗ୍ୟ ଟୀକା ପ୍ରମାଣପତ୍ର ପ୍ରଦାନ କରିଛି । ଡିଜିଟାଲ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ବୈଶ୍ୱିକ ପଦକ୍ଷେପ ବିଭିନ୍ନ ସ୍ୱାସ୍ଥ୍ୟଗତ ଡିଜିଟାଲ ପଦକ୍ଷେପକୁ ଏକ ସମଭାବାପନ୍ନ ମଞ୍ଚକୁ ନେଇ ଆସିବ।

“ଆସନ୍ତୁ ଆମେ ଆମର ନବୋନ୍ମେଷକୁ ଜନହିତରେ ଉପଯୋଗ କରିବା। ପାଣ୍ଠି ଯୋଗାଣରେ ଦୋହରା ମାନଦଣ୍ଡ ଗ୍ରହଣ କରିବା ନାହିଁ। ପ୍ରଯୁକ୍ତିବିଦ୍ୟାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା” ବୋଲି ପ୍ରଧାନମନ୍ତ୍ରୀ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ। ଏହି ପଦକ୍ଷେପ ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ସେବା ଯତ୍ନ କ୍ଷେତ୍ରରେ କ୍ରମଶଃ ସମକ୍ଷକ ହୋଇ ଏହାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଫଳତା ହାସଲ ଦିଗରେ ସହାୟକ ହେବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମାନବ ଜଗତ ପାଇଁ ଏକ ପ୍ରାଚୀନ ଭାରତୀୟ ଶୁଭକାମନା ସଂସ୍କୃତିରେ ଆବୃତ୍ତି କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ଓ ତାହାର ମର୍ମ ହେଉଛି “ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ”। ମୁଁ ଆପଣମାନଙ୍କ ଆଲୋଚନାର ସଫଳତା କାମନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ମାଇକ୍ରୋନ୍ ଟେକ୍ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରେ ମାଇକ୍ରୋନ୍ ଟେକ୍‌ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମି କଣ୍ଡକ୍‌ଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ମାଇକ୍ରୋନ୍ ଟେକ୍‌ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ୍ କରି କହିଛି ଯେ, “@ମାଇକ୍ରୋନ ଟେକର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ସଞ୍ଜୟ ମେହରୋତ୍ରା ପିଏମ @ ନରେନ୍ଦ୍ର ମୋଦୀଙ୍କ ସହିତ ଗାନ୍ଧୀ ନଗରରେ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମିକଣ୍ଡକଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ୍ କରିବା ପାଇଁ ମାଇକ୍ରୋନ ଟେକ୍‌ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।’’

Categories
ଆଜିର ଖବର ଜାତୀୟ ଖବର

ଆୟୁଷ କ୍ଷେତ୍ରରେ ନିବେଶ ଓ ନବୋନ୍ମେଷ ପାଇଁ ଅସୀମ ସୁଯୋଗ ରହିଛି: ସର୍ବାନନ୍ଦ ସୋନୋୱାଲ୍‌

ଗାନ୍ଧୀନଗର: ଗାନ୍ଧୀନଗରରେ ପ୍ରଥମ ଥର ବଡ଼ ସ୍ତରରେ ଆୟୋଜନ କରାଯାଇଥିବା ବିଶ୍ବ ଆୟୁଷ ନିବେଶ ଏବଂ ନବୋନ୍ମେଷ ଶିଖର ସମ୍ମିଳନୀ (ଜିଏଆଇଆଇଏସ୍) ଗତକାଲି ଉଦ୍‌ଯାପନ ହୋଇଛି। ଆୟୁଷ କ୍ଷେତ୍ର ପାଇଁ 9000 କୋଟି ଟଙ୍କାରୁ ଅଧିକ ଲେଟର ଅଫ୍ ଇଣ୍ଟେଣ୍ଟ (ଏଲଓଆଇଏସ୍‌)  ମିଳିଛି। ଏହି ନିବେଶ ପ୍ରସ୍ତାବ ଏଫଏମସିଜି, ମେଡିକାଲ୍ ଭାଲ୍ୟୁ ଟ୍ରାଭେଲ୍ (ଏମଭିଟି) ଏବଂ ସେବା,  ଫାର୍ମାସ୍ୟୁଟିକାଲ୍, ପ୍ରଯୁକ୍ତି ଏବଂ ଡାଏଗ୍ନୋଷ୍ଟିକ୍ ଏବଂ କୃଷି ପରି ପ୍ରମୁଖ ଶ୍ରେଣୀ ଅଧୀନରେ ଆସିଛି।

ଏହି ଶିଖର ସମ୍ମିଳନୀ ସମୟରେ ବିଭିନ୍ନ ଦେଶ, ପ୍ରତିଷ୍ଠାନ, ଗବେଷଣା ସଂସ୍ଥାନ, କୃଷକ ଗୋଷ୍ଠୀ ଏବଂ ଉଦ୍ୟୋଗଙ୍କ ମଧ୍ୟରେ 70 ରୁ ଅଧିକ ବୁଝାମଣା ପତ୍ରରେ ସ୍ବାକ୍ଷର କରାଯାଇଛି। ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ଆଦାନ ପ୍ରଦାନ ବ୍ୟତୀତ, ସାରା ଭାରତରେ 35 ରୁ ଅଧିକ କ୍ୟାଣ୍ଟନମେଣ୍ଟ ଏରିଆରେ ଆୟୁଷ ସୁବିଧାର ଶୁଭାରମ୍ଭ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରାଯାଇଛି।

ଉଦ୍‌ଯାପନୀ ସମାରୋହରେ ନିଜର ସମ୍ବୋଧନରେ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ କହିଛନ୍ତି ଯେ ଏହି ଶିଖର ସମ୍ମିଳନୀ ଆୟୁଷ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ପାଇଁ ସକ୍ଷମ ଢାଞ୍ଚା ବିକଶିତ କରିବାରେ ସହାୟକ ରହିଛି। ସେ କହିଛନ୍ତି ଯେ ସାରା ଦୁନିଆର ନିବେଶକ ଏବଂ ଉଦ୍ୟୋଗ ଆୟୁଷର ତୁଳନାତ୍ମକ ଲାଭ ଏବଂ ଏହାର କ୍ଷମତାକୁ ଅନୁଭବ କରିଛନ୍ତି। ଶ୍ରୀ ସୋନୋୱାଲ୍‌ କହିଛନ୍ତି ଯେ ଆୟୁଷ କ୍ଷେତ୍ରରେ ନିବେଶ ଏବଂ ନୂତନତାର ଅବସର ଅସୀମିତ ଅଟେ।

ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆୟୁଷ ବଜାରର ବ୍ୟାପକତା 2014 ରେ 3 ବିଲିୟନ ଡଲାରରୁ ବୃଦ୍ଧି ପାଇ ଆଜି 18 ବିଲିୟନ ଡଲାର ହୋଇଯାଇଛି ଓ ଏହା 75 ପ୍ରତିଶତର ଏକ ଅଭୂତପୂର୍ବ ବାର୍ଷିକ ବୃଦ୍ଧି ଅଟେ। ଶ୍ରୀ ଅନୁରାଗ ଠାକୁର ଆଶା ପ୍ରକାଶ କରିଛନ୍ତି ଯେ ଦେଶ ଖୁବ୍ ଶୀଘ୍ର ଏହି କ୍ଷେତ୍ରରେ ଅନେକ ଷ୍ଟାର୍ଟ ଅପ୍ ଏବଂ ବ୍ୟବସାୟରେ ନିବେଶର ସାକ୍ଷୀ ରହିବ। ପ୍ରତିଯୋଗୀତାକୁ ପ୍ରୋତ୍ସାହନ ଦେବା ପାଇଁ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆମକୁ ଆମର ଉତ୍ପାଦର ଉନ୍ନତ ପ୍ୟାକେଜିଂ କରିବାର ଆବଶ୍ୟକତା ରହିଛି ଓ ଏହାକୁ ଉତ୍ସାହପୂର୍ଣ୍ଣ ବିପଣନ ଏବଂ ବ୍ରାଣ୍ଡିଂ ସହିତ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ।

ସେ କହିଛନ୍ତି ଯେ ଭାରତ ପାଇଁ ପାରମ୍ପରିକ ଚିକିତ୍ସାରେ ବିଶ୍ବ ଗୁରୁ ହେବାର ସମୟ ଆସି ଯାଇଛି। ଆମକୁ ଏକ ପୃଥିବୀ, ଏକ ସ୍ବାସ୍ଥ୍ୟର ଭାବନାରେ କାମ କରିବା ଆବଶ୍ୟକ ଏବଂ ଭାରତରେ ସ୍ବାସ୍ଥ୍ୟକୁ ବୃଦ୍ଧି କରିବା ଆବଶ୍ୟକ, ଯଦ୍ବାରା ଆମର ଦେଶ ଚିକିତ୍ସା ପର୍ଯ୍ୟଟନର କେନ୍ଦ୍ର ହୋଇ ପାରିବ।

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏହି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରହିଥିଲେ। ସମାରୋହ ସମୟରେ ପର୍ଯ୍ୟଟନ ରାଷ୍ଟ୍ର  ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାୟକ ଏବଂ ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଡା. ମହେନ୍ଦ୍ର ମୁଞ୍ଜାପାରା ମଧ୍ୟ ଉପସ୍ଥିତ ରହିଥିଲେ।

ବିଶ୍ବ ଆୟୁଷ ନିବେଶ ଏବଂ ନୂତନତା ଶିଖର ସମ୍ମିଳନୀ (ଜିଏଆଇଆଇଏସ୍) 2022 ଭାରତ ସରକାର ଦ୍ବାରା ଭାରତର ପ୍ରାଚୀନ ଏବଂ ପାରମ୍ପରିକ ଜ୍ଞାନ ଏବଂ ଦୁନିଆଁର ଧ୍ୟାନ ଆକର୍ଷଣ କରିବା ଏବଂ ଏହି ଦିଗରେ ଏକ ସ୍ଥାୟୀ ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିବା ପାଇଁ ଏହାର ଲାଭ ଉଠାଇବାର ଏକ ପ୍ରମୁଖ ପ୍ରୟାସ ଅଟେ। ଶିଖର ସମ୍ମିଳନୀର ଆୟୋଜନ ‘‘ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ’’ କୁ ବୃଦ୍ଧି କରିବାର ଲକ୍ଷ୍ୟ ସଂଖ୍ୟା 3 ଅନୁରୂପ କରାଯାଇଛି।

ଶିଖର ସମ୍ମିଳନୀର ସମାପନ ଅବସରରେ ପାଞ୍ଚଟି ପ୍ଲେନାରି ସେସନ, ଆଠଟି ରାଉଣ୍ଡ ଟେବୁଲ୍, ଛଅଟି ୱାର୍କସପ୍ ଓ ଦୁଇଟି ସିମ୍ପୋଜିୟମକୁ ତିନି ଦିନର ସମୟ ସୀମା ମଧ୍ୟରେ କରାଯାଇଛି। ଶିଖର ସମ୍ମିଳନୀରେ 90 ଜଣ ପ୍ରଖ୍ୟାତ ବକ୍ତା ଏବଂ 100 ଜଣ ପ୍ରଦର୍ଶକ ଉପସ୍ଥିତ ରହିଥିଲେ। ଏଥିରେ ଅମୁଲ, ଡାବର, କାମା ଆୟୁର୍ବେଦ, ଆକର୍ଡ଼, ଆୟୁର୍ବେଦ, ନ୍ୟାଚୁରାଲ୍ ରେମେଡିଜ୍, ଆମ୍ବ୍ରୋ ଫାର୍ମା ଓ ପତଞ୍ଜଳି ସାମିଲ୍ ହୋଇଥିଲେ।

ବିଶ୍ବ ଆୟୁଷ ନିବେଶ ଏବଂ ନୂତନତା ଶିଖର ସମ୍ମିଳନୀର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 20 ଏପ୍ରିଲରେ ଗାନ୍ଧୀ ନଗର ମହାତ୍ମା ମନ୍ଦିରରେ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶକ ଡା. ଟେରଡସ୍ ଘେବ୍ରେୟେସୁସ୍ ଙ୍କ ଉପସ୍ଥିତିରେ କରାଯାଇଥିଲା।