Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଣ୍ଡା ଅଳଙ୍କାରରେ ଡକାୟତି ଉଦ୍ୟମ, ଲୁଟେରାଙ୍କ ଗୁଳି ମାଡରେ ୩ଆହତ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଡକାୟତିରେ ସାମିଲ ୫ ଡକାୟତଙ୍କ ମଧ୍ୟରୁ ଦୁଇ ଡକାୟତଙ୍କୁ ଲୋକେ କାବୁ କରି ପୁଲିସର ଜିମା ଦେଇଛନ୍ତି।

ପୁଲିସ ଏସପି ଘଟଣାସ୍ଥଳରେ ପହ଼ଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl ଡକାୟତିରେ ବ୍ୟବହୃତ ଗୋଟିଏ ବନ୍ଧୁକ,ଖୋକା ଓ ଗୋଟିଏ ମୋଟର ସାଇକେଲକୁ ପୁଲିସ ଜବତ କରିଛି। ଏଯାବତ ଦୁଇ ଡକାୟତଙ୍କୁ ଲୋକେ ଅଳଙ୍କାର ଦୋକାନ ମଧ୍ୟରେ ତାଲା ପକାଇ ରଖି ଥିବାରୁ ଘଟଣାସ୍ଥଳରେ ଉତେଜନା ଲାଗି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଳି ମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲୀ ଗ୍ରାମର ନିଲୁ ବିଷୋୟୀ ନାମକ ଜଣେ ଯୁବକକୁ ଗୁଳି ମାଡ଼ ହୋଇଛି ଓ ସେ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ ଆହତ ନିଲୁ ରାସ୍ତାରେ ଛିଡା ହୋଇଥିବା ବେଳେ ହଠାତ୍ କିଛି ଯୁବକ ଆସି ତାଙ୍କ ଉପରକୁ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଳି ମାଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମୃତ

ବେଗୁନିଆପଡା: ଗୁଳି ମାଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ଗୁଳି ମାଡରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି ୯ ଟା ସମୟରେ ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଦେବେନ୍ଦ୍ର ସାହୁ ଚା ପିଉଥିଲେ। ହଠାତ ୨ଟି ବାଇକରେ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।