Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପୂର୍ବତନ ସଂସ୍କୃତି ସଚିବ ତଥା ଗବେଷକ ଗୋପିନାଥ ମହାନ୍ତିଙ୍କ କରୋନାରେ ପରଲୋକ

ଭୁବନେଶ୍ବର, ପୂର୍ବତନ ସଂସ୍କୃତି ସଚିବ ତଥା ଗବେଷକ ଓ ଲେଖକ ଗୋପିନାଥ ମହାନ୍ତିଙ୍କ 72 ବର୍ଷ ବୟସରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସେ ସଂସ୍କୃତି ସଚିବ ଥିବା ବେଳେ ରାଜ୍ୟରେ ନୃତ୍ୟ ଓ ସଂଗୀତକୁ ବିଶ୍ବ ସ୍ତରରେ ପହଁଚାଇବା ପାଇଁ ଚେଷ୍ଠା କରିଥିଲେ।

ସରକାରୀ ଚାକିରୀରୁ ଅବସର ନେବା ପରେ ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ କାର୍ଯ୍ୟ କରୁଥିଲେ। ସେ ଓଡିଶା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଗବେଷଣା କରିଛନ୍ତି। ସେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରି ରାଜ୍ୟରେ ବିଭିନ୍ନ ଉତ୍ସବ ଓ ମହୋତ୍ସବର ଆୟୋଜନ କରିଥିଲେ। ତାଙ୍କର ଧର୍ମପତ୍ନୀ ସଂଚିତା ମହାନ୍ତି କରୋଇରୁ ବିଜେପି ବିଧାୟିକା ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ଦଳ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।