Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)କୁ ଆହୁରି ସୁଦୃଢ଼ କରିବା ପାଇଁ ଏକ “ବିଚାର ବିମର୍ଶ” ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ମନରେଗା କର୍ମୀ, ସାମାଜିକ ସଂଗଠନର ପ୍ରତିନିଧି ଓ ଅଧିକାରୀ, କମିଶନର ଓ ପ୍ରାୟ ୨୦ଟି ରାଜ୍ୟର ଅନ୍ୟ ଅଧିକାରୀ, ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଅଧିବେଶନରେ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ ଓ ଡ ଚନ୍ଦ୍ରଶେଖର ପେମସାନି, ଗ୍ରାମ୍ୟ ଉନ୍ନୟନ ସଚିବ  ଶୈଳେଶ କୁମାର ସିଂହ, ଅତିରିକ୍ତ ସଚିବ ଟି.କେ ଅନିଲ କୁମାର, ଯୁଗ୍ମ ସଚିବ ରୋହିଣୀ ଆର ଭଜିଭାକରେ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ନାଗରିକ ସମାଜ ସଂଗଠନର ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।

ପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ମନରେଗା ଆମ ଭାଇ ଭଉଣୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା; ଜୀବନଧାରଣର ମାନକୁ ଆହୁରି ଉନ୍ନତ କରିବା ପାଇଁ ସମ୍ପୃକ୍ତ ଲୋକଙ୍କ ସହ ଯୋଗାଯୋଗ କରି ପରାମର୍ଶ ନିଆଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଲୋଚନା ଅଧିବେଶନରେ କହିଥିଲେ ଯେ ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ଗ୍ରାମୀଣ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସ୍ଥିରତା ଏବଂ ସଶକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଦ୍ୱାରା ମନରେଗା ଗରିବଲୋକଙ୍କ ପାଇଁ ବରଦାନ ପାଲଟିଥିଲା । କାରଖାନା ବନ୍ଦ ଥିବାରୁ ମନରେଗା ଜରିଆରେ ଲକ୍ଷ ଲକ୍ଷ ଲୋକ ଜୀବିକା ପାଇଥିଲେ। କେନ୍ଦ୍ର ସରକାର ମନରେଗାକୁ ବିପୁଳ ପରିମାଣର ଅର୍ଥ ଦିଅନ୍ତି, ଯାହାର ସଠିକ ଉପଯୋଗ ହେବା ଦରକାର। ଯେଉଁ ଉଦ୍ଦେଶ୍ୟ ରେ ଏହି ଯୋଜନା ପ୍ରସ୍ତୁତ ହୋଇଛି ତାହା ପୂରଣ ହେବା ଦରକାର । ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ କୌଣସି ଯୋଜନା କରିଥାଉ, ଆମେ କେବଳ ଅଧିକାରୀଙ୍କ ସହ ବସିନଥାଉ ବରଂ ଆମେ ସମ୍ପୃକ୍ତ ସମସ୍ତ ଲୋକଙ୍କ ସହ ଯୋଗାଯୋଗ କରି କାର୍ଯ୍ୟ କରିଥାଉ ଯାହାଦ୍ୱାରା ଏହା ଯଥାସମ୍ଭବ ଫଳପ୍ରଦ ହୋଇପାରିବ । ଏପରିକି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କୃଷକ, ମହିଳା ଓ ଅନ୍ୟାନ୍ୟ ବର୍ଗଙ୍କ ସହ ଆଲୋଚନା କରି ପରାମର୍ଶ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଭୂମିରେ କାର୍ଯ୍ୟ କରୁଥିବା ସଂପୃକ୍ତ ଲୋକଙ୍କ ସହ କଥାହୋଇ ପ୍ରଭାବଶାଳୀ ଯୋଜନା ପ୍ରସ୍ତୁତ କରାଯାଇପାରିବ । ସେମାନଙ୍କ ସହ ଆଲୋଚନା ନକଲେ ଆମେ ସଠିକ୍ ମତାମତ ପାଇପାରିବୁ ନାହିଁ। ଯେଉଁମାନେ କାର୍ଯ୍ୟ କରୁଛନ୍ତି ଏବଂ ତଦାରଖ କରୁଛନ୍ତି ସେମାନେ ଆମକୁ ଭଲ ଭାବରେ କହିପାରିବେ ଯେ ତୃଣମୂଳ ସ୍ତରରେ ସମସ୍ୟା କେଉଁଠାରେ ଅଛି ଏବଂ କ’ଣ ଭଲ ଭାବରେ କରାଯାଇପାରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଏକ ବଡ଼ ଯୋଜନା ଯାହା ହିତାଧିକାରୀଙ୍କୁ ଉପକୃତ କରିଥାଏ। ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାର ଉନ୍ନତି ହୋଇଛି, ବହୁତ ଭଲ କାମ ହୋଇଛି, କିନ୍ତୁ ତଥାପି କିଛି ଅଭିଯୋଗ ଆସୁଛି, ଯାହାର ସମାଧାନ ହେବା ଆବଶ୍ୟକ । ଏହି ସୁଯୋଗ ଆମକୁ ଗ୍ରାମୀଣ ଭାରତର ବିକାଶ ପାଇଁ ଆମର ସଂକଳ୍ପକୁ ସୁଦୃଢ଼ କରିବାର ସୁଯୋଗ ଦେଇଛି । ଆମ ଗ୍ରାମୀଣ ଭାରତକୁ ସଶକ୍ତ କରିବା ଏବଂ ଏହି ଯୋଜନାରେ ଉନ୍ନତି ଆଣିବା ଦିଗରେ ଏହି ଆଲୋଚନା ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ । ଆଜିର ଆଲୋଚନା ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ନୂତନ ପରାମର୍ଶ ଦେବା ଏବଂ ଦିଗ ନିର୍ଦ୍ଧାରଣ କରିବାର ଏକ ସୁଯୋଗ । ଏହି ଅଧିବେଶନରେ ଠିକ୍ ସମୟରେ ମଜୁରି ପ୍ରଦାନ, ବଟମ ଅପ୍ ପ୍ଲାନିଂ, ଯୋଜନା ଅଧୀନରେ ଅଧିକାର, ଟେକ୍ନୋଲୋଜିର ବ୍ୟବହାର, ଜବ୍ କାର୍ଡ ସମ୍ବନ୍ଧୀୟ ସମସ୍ୟା, କାର୍ଯ୍ୟର ଗୁଣବତ୍ତା ଓ ତଦାରଖ ତଥା ଅଭିଯୋଗ ସମାଧାନ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଅଧିବେଶନ ଶେଷ କରି ସମସ୍ତ ଅଂଶୀଦାରମାନଙ୍କୁ ସେମାନଙ୍କ ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ। ଆଲୋଚନା ସମୟରେ ମିଳିଥିବା ପରାମର୍ଶ ମନରେଗାରେ ଆହୁରି ଉନ୍ନତି ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗ୍ରାମୀଣ ଉନ୍ନୟନ ଯୋଜନାଗୁଡିକୁ ୨୦୪୭ ସୁଦ୍ଧା ଅର୍ଥାତ୍ ଅମୃତକାଳ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସହିତ ଯୋଡ଼ିବା ପାଇଁ ମନ୍ତ୍ରଣାଳୟର ବୃହତ ପ୍ରୟାସର ଏକ ଅଂଶ ହେଉଛି ଏହି ବିଚାରବିମର୍ଶ ଅଧିବେଶନ ।

ଏହି ଅଧିବେଶନରେ ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଓଡ଼ିଶା, ହରିୟାଣା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ମେଘାଳୟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟର ଅଧିକାରୀ ଓ ପ୍ରତିନିଧିଙ୍କ ସମେତ ଶ୍ରମିକ, କୃଷକ ଏବଂ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇଥିଲେ।

ମନରେଗା କୋଟି କୋଟି ଶ୍ରମିକଙ୍କୁ ରୋଜଗାର ଯୋଗାଉଛି – ମନରେଗା ଜରିଆରେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୫ କୋଟି ପରିବାରର ୬.୭ କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ମନରେଗା ନିଯୁକ୍ତିର ଅଧାରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା, ଯାହା କି ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମହିଳାଙ୍କ ସହିତ ମନରେଗା ସମାଜର ଅବହେଳିତ ବର୍ଗ ଯଥା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଉପକୃତ କରି ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି, ଯାହା ଆମ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ – ମନରେଗା ଅଧୀନରେ କେବଳ ରୋଜଗାର ଯୋଗାଇ ଦିଆଯାଇନାହିଁ, ବରଂ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି । ଏହା ଅଧୀନରେ ଗରିବ ପରିବାର ଏବଂ ସମ୍ପ୍ରଦାୟମାନଙ୍କ ପାଇଁ ଭିତ୍ତିଭୂମି, ସାମାଜିକ ବିକାଶ ଏବଂ କୃଷି ପଦକ୍ଷେପ ସମ୍ବନ୍ଧୀୟ ବିଭିନ୍ନ ସ୍ଥାୟୀ ଏବଂ ଉତ୍ପାଦକ ସମ୍ପତ୍ତି ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ଗ୍ରାମୀଣ ବିକାଶ ତ୍ୱରାନ୍ୱିତ ହୋଇଛି । ମନରେଗା ଅଧୀନରେ ୯.୩୯ କୋଟି ସମ୍ପତ୍ତି ନିର୍ମାଣ କରାଯାଇଛି ଏବଂ ଚଳିତ ବର୍ଷ ୬୩.୪ ଲକ୍ଷ ବିଭିନ୍ନ ସ୍ଥାୟୀ ଏବଂ ଉତ୍ପାଦନକ୍ଷମ ସମ୍ପତ୍ତି ନିର୍ମାଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆବାସ ଦିବସ ୨୦୨୪ ପାଳନ: ପିଏମଏୱାଇ- ଜି ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ- ଜି)ର ଅଷ୍ଟମ ବାର୍ଷିକୀ ଅବସରରେ ଆଜି ଆବାସ ଦିବସ ୨୦୨୪ ପାଳନ କରାଯାଉଛି। ୨୦୧୬ ନଭେମ୍ବର ୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଆଗ୍ରା ଠାରେ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ- ଜି)ର ଶୁଭାରମ୍ଭ କରିଥିଲେ। ସମସ୍ତଙ୍କ ପାଇଁ ଆବାସ ହାସଲ କରିବା ଦିଗରେ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଏହି  ପ୍ରମୁଖ ଯୋଜନା ଦର୍ଶାଉଛି।

ପିଏମଏୱାଇଜିର ପ୍ରମୁଖ ବୈଶିଷ୍ଟ୍ୟ ଏବଂ ଉପଲବ୍ଧି

ପିଏମଏୱାଇ- ଜି ମାର୍ଚ୍ଚ ୨୦୨୯ ସୁଦ୍ଧା ସମସ୍ତ ଯୋଗ୍ୟ ଗୃହହୀନ ପରିବାର ଏବଂ କଚ୍ଚା କିମ୍ବା ଜରାଜୀର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସୁବିଧା ସହିତ ପକ୍କା ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ୨୦୨୪- ୨୯ ଆର୍ଥିକ ବର୍ଷ ପାଇଁ ମୋଟ ୩,୦୬,୧୩୭ କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନାକୁ ସମ୍ପ୍ରସାରଣ କରାଯାଇଛି ଏବଂ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ୫୪,୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଏହି ପଦକ୍ଷେପ ଗ୍ରାମୀଣ ଗୃହ ନିର୍ମାଣରେ ପରିବର୍ତ୍ତନ ଆଣିବାରେ ଲାଗିଛି।

ପ୍ରଥମେ ୨୦୨୩- ୨୪ ସୁଦ୍ଧା ୨.୯୫ କୋଟି ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ଗ୍ରାମୀଣ ଆବାସ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ତର୍ଭୁକ୍ତିକରଣକୁ ବଢ଼ାଇବା ପାଇଁ ବାଦ୍ ଦିଆଯିବାର ମାନଦଣ୍ଡକୁ ୧୩ ରୁ ୧୦କୁ ହ୍ରାସ କରାଯାଇଛି, ଯେଉଁଥିରେ ମାଛଧରା ଡଙ୍ଗା କିମ୍ବା ମୋଟରଚାଳିତ ଦୁଇ ଚକିଆ ଯାନର ମାଲିକାନା ଭଳି ସର୍ତ୍ତକୁ ହଟାଇ ଦିଆଯାଇଛି ଏବଂ ଆୟ ସୀମାକୁ ମାସିକ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସ୍ୱଚ୍ଛ ରୋଷେଇ ସ୍ଥାନକୁ ମିଶାଇ ଗୃହର ସର୍ବନିମ୍ନ ଆକାର ୨୫ ବର୍ଗ ମିଟର ଧାର୍ଯ୍ୟ କରାଯାଇଥିବା ବେଳେ ସମତଳ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ଏବଂ ଉତ୍ତର-ପୂର୍ବ ଏବଂ ପାହାଡିଆ ରାଜ୍ୟରେ ୧.୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ଜରିଆରେ ଦକ୍ଷତାର ସହ ଦେୟ ପ୍ରଦାନ କରାଯାଉଥିବା ବେଳେ ଭୁବନେଶ୍ୱରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗୋଟିଏ କ୍ଲିକ୍ ଜରିଆରେ ଚଳିତ ବର୍ଷ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କର ପ୍ରଥମ କିସ୍ତି ପାଇଛନ୍ତି।

ଏହି ଯୋଜନା ଅଧୀନରେ ଏସଇସିସି ୨୦୧୧ ଏବଂ ଆବାସ+ (୨୦୧୮) ସର୍ଭେ ମାଧ୍ୟମରେ ହିତାଧିକାରୀ ଚିହ୍ନଟ କରାଯାଏ, ଯାହା ଗ୍ରାମସଭା ଦ୍ୱାରା ଯାଞ୍ଚ କରାଯାଏ । ଗତ ଏକ ଦଶନ୍ଧି ମଧ୍ୟରେ, ଏସଇସିସି ୨୦୧୧ର ସ୍ଥାୟୀ ପ୍ରତୀକ୍ଷା ତାଲିକା ସମ୍ପୂର୍ଣ୍ଣ ହୋଇଛି ଏବଂ ୨୦ରୁ ଅଧିକ ରାଜ୍ୟର ଆବାସ + ୨୦୧୮ ତାଲିକା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ୨୦୨୪ ନଭେମ୍ବର ୩୦ ସୁଦ୍ଧା ସର୍ଭେ ଶେଷ କରିବା ଏବଂ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ ପରିବାରମାନଙ୍କ ପାଇଁ ଘର ମଞ୍ଜୁର କରିବାକୁ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି।

ବୈଷୟିକ ଉଦ୍ଭାବନ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆବାସ+ ୨୦୨୪ ମୋବାଇଲ ୍ ଆପ୍ କେନ୍ଦ୍ରୀୟ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ) ସହଯୋଗରେ ଆଧାର ଭିତ୍ତିକ ଚେହେରା ପ୍ରମାଣୀକରଣ  ଏବଂ ୩ଡି ହାଉସ୍ ଡିଜାଇନ୍ ସହିତ ସ୍ୱଚ୍ଛ ହିତାଧିକାରୀ ଚିହ୍ନଟ ସୁନିଶ୍ଚିତ କରେ, ଯାହା ଦ୍ୱାରା ହିତାଧିକାରୀମାନେ ଉପଯୁକ୍ତ ଡିଜାଇନ୍ ଚୟନ କରିପାରିବେ।

ଏହି ଯୋଜନାରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ମଞ୍ଜୁରୀପ୍ରାପ୍ତ ଘରର ୭୪% କେବଳ କିମ୍ବା ମିଳିତ ଭାବେ ମହିଳାଙ୍କ ମାଲିକାନାରେ ରହିଛି। ଏହି ଯୋଜନାରେ ଏବେ ମହିଳାଙ୍କୁ ଶତ ପ୍ରତିଶତ ମାଲିକାନା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କୁଶଳୀ ନିଯୁକ୍ତିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି, ପ୍ରାୟ ୩ ଲକ୍ଷ ଗ୍ରାମୀଣ ରାଜମିସ୍ତ୍ରୀଙ୍କୁ ବିପର୍ଯ୍ୟୟ ମୁକାବିଲା ନିର୍ମାଣରେ ତାଲିମ ଦିଆଯାଇଛି, ଯାହା ସେମାନଙ୍କ ନିଯୁକ୍ତି କ୍ଷମତାକୁ ବୃଦ୍ଧି କରୁଛି।

ପିଏମଏୱାଇ- ଜି ମନରେଗା, ଏସବିଏମ୍ – ଜି, ଜଳ ଜୀବନ ମିଶନ ଏବଂ ସୂର୍ଯ୍ୟ ଘର ପରି ଯୋଜନା ସହିତ ସମନ୍ଵିତ ହୋଇଛି, ଯାହା ହିତାଧିକାରୀଙ୍କୁ ଜଳ, ଶୌଚାଳୟ, ଏଲପିଜି, ବିଜୁଳି ଏବଂ ସୌର ଶକ୍ତି ଉପଲବ୍ଧ କରାଇବା ସୁନିଶ୍ଚିତ କରେ । ଗତ ଦଶନ୍ଧି ମଧ୍ୟରେ ୨.୮୮ ଲକ୍ଷ ଘର ଓ ଜମି ଯୋଗାଇ ଦିଆଯାଇଥିବା ବେଳେ ଭୂମିହୀନ ହିତାଧିକାରୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଏହି ଯୋଜନାରେ ଏସସି/ଏସଟି ପରିବାର ପାଇଁ ସର୍ବନିମ୍ନ ୬୦% ଲକ୍ଷ୍ୟ ସଂରକ୍ଷିତ ରଖାଯାଇଛି, ଯେଉଁଥିରେ ୫୯.୫୮ ଲକ୍ଷ ଏସସି ଘର ଏବଂ ୫୮.୫୭ ଲକ୍ଷ ଏସଟି ଘର ସମ୍ପୂର୍ଣ୍ଣ ହୋଇଛି। ଲକ୍ଷ୍ୟର ୫% ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଆଉ ୫% ଓଡ଼ିଶାରେ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର ପାଇଁ ଘର ନିର୍ମାଣକୁ ପ୍ରାଥମିକତା ଦିଆଯାଉଛି।

“ସମସ୍ତଙ୍କ ପାଇଁ ବାସଗୃହ”ର ଉଦ୍ଦେଶ୍ୟ ପୂରଣ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଧରତୀ ଆବା ଆଦିବାସୀ ଗ୍ରାମ ଉତ୍କର୍ଷ ଅଭିଯାନ ଯାହା ୬୩,୮୪୩ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରି ଆଦିବାସୀ ବିକାଶ ଉପରେ ଗୁରୁତ୍ୱ ଦେଇଥାଏ, ଯାହା ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫ କୋଟିରୁ ଅଧିକ ଆଦିବାସୀ ଲୋକ ଉପକୃତ ହୋଇଥିଲେ । ଏହି ପଦକ୍ଷେପ ସାମାଜିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକାରେ ଆବାସ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ଦୂର କରିଛି ଏବଂ ୭୨.୩୧ ଲକ୍ଷ ଆଦିବାସୀ ପରିବାର ଉପକୃତ ହୋଇ ସାରିଛନ୍ତି।

ପିଏମଏୱାଇ- ଜି କେବଳ ଏକ ଆବାସ ଯୋଜନା ନୁହେଁ, ଏହା ଗ୍ରାମୀଣ ଭାରତକୁ ସଶକ୍ତ କରିବା, ସାମାଜିକ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଅବହେଳିତ ସମ୍ପ୍ରଦାୟର ଉନ୍ନତି ପାଇଁ ଏକ ଆନ୍ଦୋଳନ । କେବଳ ଘର ନୁହେଁ ବରଂ ଅଧିକ ସୁଦୃଢ଼, ନମନୀୟ ଜୀବନଯାପନ ପ୍ରଦାନ କରି ଏହି ଯୋଜନା ଏକ ସମୃଦ୍ଧ ଓ ସାମଗ୍ରିକ ଭବିଷ୍ୟତର ମୂଳଦୁଆ ପକାଇ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ବୈଠକ

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଜାତୀୟ ଅଭିଯାନର ତୃତୀୟ ସଂସ୍କରଣ ‘ନଇ ଚେତନା ୩.୦’ର ରଣନୈତିକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଗତକାଲି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡାକିଥିଲା।

ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ସୃଷ୍ଟି ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହଯୋଗ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିବା ଲାଗି ସାତଟି ମନ୍ତ୍ରଣାଳୟର ପ୍ରତିନିଧିମାନେ ଏକାଠି ହୋଇଥିଲେ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ସ୍ମୃତି ଶରଣ ଏହି ବୈଠକର ଶୁଭାରମ୍ଭ କରି ନଇ ଚେତନା ଅଭିଯାନର ପୂର୍ବ ସଂସ୍କରଣଗୁଡ଼ିକର ପ୍ରମୁଖ ତଥ୍ୟ ଉପସ୍ଥାପନ କରିବା ସହ ସହଯୋଗୀ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ନଇ ଚେତନା-୩.୦ ର ଲକ୍ଷ୍ୟ ଓ ଢାଞ୍ଚା ସମ୍ପର୍କରେ ସମୀକ୍ଷା କରିଥିଲେ।

ନଭେମ୍ବର ୨୫, ୨୦୨୪ରୁ ଆରମ୍ଭ ହବାକୁଥିବା ଏହି ଅଭିଯାନ ଡିସେମ୍ବର ୨୩, ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିବ। ଜନ ଆନ୍ଦୋଳନ (ଲୋକଙ୍କ ଆନ୍ଦୋଳନ)ର ଭାବନାକୁ ପ୍ରତିଫଳିତ କରି ଡିଏୱାଇ-ଏନଆରଏଲଏମର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନେଟୱାର୍କ ଦ୍ୱାରା ଏହି ପଦକ୍ଷେପ ନିଆଯିବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରସାରଣ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଯୁବ ବ୍ୟାପାର, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବଂ ନ୍ୟାୟ ବିଭାଗ ସମେତ ବିଭିନ୍ନ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଥିଲେ। ପ୍ରତିଷେଧକ ପ୍ରୟାସକୁ ସୁଦୃଢ଼ କରିବା, ସହାୟତା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅଭିଯାନର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟର ଦକ୍ଷତାର ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ମନ୍ତ୍ରଣାଳୟର ଭୂମିକା ନିର୍ଦ୍ଧାରଣ କରି ଏକ ଯୁଗ୍ମ ଉପଦେଷ୍ଟା ଚିଠା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା। ଏହି ଆଲୋଚନାରେ ବିଭିନ୍ନ ପ୍ରକାରହିଂସାକୁ ପ୍ରାଥମିକତା ଦିଆଯାଇପାରିବ ଏବଂ ଏହି ପ୍ରତିବନ୍ଧକଗୁଡ଼ିକର ସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଚରଣଜିତ ସିଂହ ତାଙ୍କ ବକ୍ତବ୍ୟରେ ବୈଠକରେ ଦିଆଯାଇଥିବା ପରାମର୍ଶକୁ ପ୍ରଶଂସା କରିବା ସହ ମିଶନ ମୋଡରେ ଅଭିଯାନକୁ ଆନୁଷ୍ଠାନିକ କରିବା ପାଇଁ ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ।

ଶେଷ ବକ୍ତବ୍ୟରେ ଶୈଳେଶ କୁମାର ସିଂହ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା କରିବା ଏବଂ ବ୍ୟାପକ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟଗୁଡ଼ିକରେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନଇ ଚେତନା ଅଭିଯାନ ତୃଣମୂଳ ସ୍ତରର ପଦକ୍ଷେପ ମାଧ୍ୟମରେ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ସଚେତନତା ବୃଦ୍ଧି କରିବା ଏବଂ ସଚେତନ ପଦକ୍ଷେପ ନେବାକୁ ଚାହୁଁଛି। ଆରମ୍ଭରୁ ନଇ ଚେତନା ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପାଇଁ ଏକ ଯଥେଷ୍ଟ ଆନ୍ଦୋଳନ ସୃଷ୍ଟି କରିଛି। ଏହାର ପ୍ରଥମ ବର୍ଷରେ ଏହି ଅଭିଯାନ ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚଥିବାବେଳେ ଦ୍ୱିତୀୟ ସଂସ୍କରଣ ନଇ ଚେତନା ୨.୦ରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫.୫ କୋଟି ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ଦେଶବ୍ୟାପୀ ଲିଙ୍ଗ ଭିତ୍ତିକ ହିଂସା ଉପରେ ୯ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବନିମ୍ନ ହାରାହାରି ଅଧିସୂଚୀତ ବେତନ ହାର ୭% ବୃଦ୍ଧି

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହା ଲକ୍ଷ୍ୟ କରାଯାଇଛି କିଛି ଗଣମାଧ୍ୟମ କହିଛନ୍ତି ଯେ “ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମନରେଗା ଅଧୀନରେ ଗ୍ରାମୀଣ ନିଯୁକ୍ତି ୧୬% ହ୍ରାସ ପାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଉଦ୍ଦେଶ୍ୟ ହେଉଛି ଦେଶର ଗ୍ରାମାଞ୍ଚଳରେ ଥିବା ପରିବାରଗୁଡ଼ିକର ଜୀବିକା ସୁରକ୍ଷା ବୃଦ୍ଧି କରିବା, ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ଅଣକୁଶଳୀ ମାନୁଆଲ କାମ କରିବାକୁ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତି ସେମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଅତି କମରେ ଶହେ ଦିନର ନିଶ୍ଚିତ ମଜୁରୀ ନିଯୁକ୍ତି ପ୍ରଦାନ କରିବା।

ଉଲ୍ଲେଖଯୋଗ୍ୟ, ୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୨୯୨୩ କୋଟି ରହିଛି। ଯେହେତୁ ମନରେଗା ଏକ ଚାହିଦା ଭିତ୍ତିକ ଯୋଜନା ଏବଂ ବର୍ତ୍ତମାନର ଆର୍ଥିକ ବର୍ଷ ଏବେ ବି ଜାରି ରହିଛି, ତେଣୁ ବ୍ୟକ୍ତି ଦିବସ ଉତ୍ପାଦନର ସଠିକ ଲକ୍ଷ୍ୟ ଧାର୍ଯ୍ୟ କରିବା ସମ୍ଭବ ନୁହେଁ। ତେବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଶ୍ରମ ବଜେଟ୍ ସଂଶୋଧନ ପାଇଁ ପ୍ରସ୍ତାବ ପଠାଇପାରିବେ।

ଡିବିଟି ଓ ଆଧାର ସିଡିଂ

ମହାତ୍ମା ଗାନ୍ଧୀ ନରେଗା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅଧୀନରେ ଶ୍ରମିକମାନଙ୍କୁ  ସମସ୍ତ ଦେୟ ଶ୍ରମିକଙ୍କ ଆକାଉଣ୍ଟରେ ଜମା କରାଯିବ। ହିତାଧିକାରୀଙ୍କ ଆଧାର ନମ୍ବର ବ୍ୟବହାର କରି ପେମେଣ୍ଟର କ୍ରେଡିଟିଂକରାଯାଏ ଯାହା ସହିତ ଆକାଉଣ୍ଟ ଲିଙ୍କ୍ ହୋଇଛି।

ଏବିପିଏସ୍ ରୂପାନ୍ତର ହେଉଛି ଏକ ପ୍ରମୁଖ ସଂସ୍କାର ପ୍ରକ୍ରିୟା ଯେଉଁଠାରେ ମହାତ୍ମା ଗାନ୍ଧୀ ଏନଆରଇଜିଏସ ଅଧୀନରେ ଶ୍ରମିକଙ୍କ ଆଧାର ଆଧାରରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଲାଭ ଜମା କରାଯାଏ, ବିଶେଷକରି ଆଧାର ଆଧାରିତ ଦେୟ, ଯାହା ବିତରଣ ପ୍ରକ୍ରିୟାର ଅନେକ ସ୍ତରକୁ କାଟିଥାଏ। ଏପିବିଏସ୍ ଉତ୍ତମ ଲକ୍ଷ୍ୟ, ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଏବଂ ଦେୟରେ ବିଳମ୍ବ  ହ୍ରାସ କରିବା, ଲିକେଜ୍ କୁ ରୋକିବା ଦ୍ୱାରା ଅଧିକ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଏବଂ ଏହା ଦ୍ୱାରା ବ୍ୟୟକୁ ନିୟନ୍ତ୍ରଣ କରିବା ଏବଂ ଅଧିକ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ।

ମହାତ୍ମା ଗାନ୍ଧୀ ଏନଆରଇଜିଏରେ ଏବିପିଏସ ରୂପାନ୍ତରଣର ମୁଖ୍ୟ ଲାଭ ହେଉଛି ବାରମ୍ବାର ଆକାଉଣ୍ଟ ପରିବର୍ତ୍ତନ ହେତୁ କାରବାର ପ୍ରତ୍ୟାଖ୍ୟାନକୁ ହ୍ରାସ କରିବା। ତଥାପି, ଏହା ଡିବିଟିର କାର୍ଯ୍ୟଦକ୍ଷତାକୁ ସର୍ବାଧିକ କରିବାରେ ମଧ୍ୟ ସାହାଯ୍ୟ କରେ। ୨୬.୧୦.୨୦୨୪ ସୁଦ୍ଧା ୧୩.୧୦ କୋଟି ସକ୍ରିୟ ଶ୍ରମିକଙ୍କ ପାଇଁ ଆଧାର ସିଡିଂ କରାଯାଇଛି, ଯାହା କି ମୋଟ ସକ୍ରିୟ ଶ୍ରମିକ (୧୩.୧୮ କୋଟି)ର ୯୯.୩% ଅଟେ।

ଏହା ଏକ ଭୁଲ୍ ଯୁକ୍ତି ଯେ ଯଦି ଶ୍ରମିକମାନଙ୍କ ଆକାଉଣ୍ଟ ଏବିପିଏସ୍ ସକ୍ଷମ ନୁହେଁ ଏବଂ ଏହି କାରଣରୁ ସେମାନଙ୍କ ମଜୁରି ବକେୟା ରହେ ତେବେ ଶ୍ରମିକମାନଙ୍କ କାମ ପାଇଁ ଚାହିଦା ପଞ୍ଜୀକୃତ ହୁଏ ନାହିଁ। ଅଯୋଗ୍ୟ କର୍ମଚାରୀଙ୍କ କ୍ଷେତ୍ରରେ, ଯେଉଁମାନଙ୍କର ଏବିପିଏସ୍ ଏବେ ବି ବିଚାରାଧୀନ ଅଛି, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ବ୍ୟାଙ୍କକୁ ଏନଆରଇଜିଏସ୍ ହିତାଧିକାରୀଙ୍କ ଆଧାର ନମ୍ବରକୁ ଏନପିସିଆଇ ମ୍ୟାପରରେ ଠିକ୍ ସମୟରେ ଯୋଡ଼ିବା ସୁନିଶ୍ଚିତ କରିବାକୁ ସଚେତନ କରିବାକୁ ଅନୁରୋଧ କରାଯାଇଛି।

ଏହି ପରିପ୍ରେକ୍ଷୀରେ, ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଯଦି ଏବିପିଏସ ଅଧୀନରେ ପ୍ରତ୍ୟାଖ୍ୟାନ ପାଇଁ କୌଣସି ବୈଧ କାରଣ ସହିତ ଏନପିସିଆଇ / ବ୍ୟାଙ୍କରୁ କୌଣସି ଟ୍ରାଞ୍ଜାକ୍ସନ ରିଟର୍ଣ୍ଣ ଥାଏ ତେବେ ସେହି କାରବାରକୁ ଏନଏସିଏଚ (ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ) ପେମେଣ୍ଟ ମୋଡରୁ ପୁନଃସୃଷ୍ଟି କରାଯାଇପାରିବ । ତେଣୁ, ଏବିପିଏସ ଅଧୀନରେ ବିଫଳ କାରବାରର ପୁନରୁଦ୍ଧାର ପାଇଁ ଏନଆରଇଜିଏସଏଚ୍ ପେମେଣ୍ଟ ମୋଡ୍ (ଅର୍ଥାତ୍ ଆକାଉଣ୍ଟ ଆଧାରିତ) ଆକାରରେ ଏନଆରଇଜିଏସଫ୍ଟରେ ଏକ ବିକଳ୍ପ ସମାଧାନ ପୂର୍ବରୁ ବିଦ୍ୟମାନ ଅଛି । ଏ ନେଇ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ କ୍ରମାଗତ ଭାବେ ସଚେତନ କରାଯାଉଛି।

ଜବ୍ କାର୍ଡ ବିଲୋପ

ମହାତ୍ମା ଗାନ୍ଧୀ ଏନଆରଇଜିଏସ ଅଧୀନରେ ଜବ କାର୍ଡ ଯାଞ୍ଚ ଏକ ନିରନ୍ତର ପ୍ରକ୍ରିୟା। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଆଧାର ନମ୍ବର ସହାୟତାରେ ଏହି ଅଭ୍ୟାସକୁ ଡି-ଡୁପ୍ଲିକେସନର ଏକ ଉପକରଣ ଭାବରେ ପରିଚାଳନା କରିଥାନ୍ତି। ନକଲି ଜବ୍ କାର୍ଡ (ଭୁଲ୍ ଜବ୍ କାର୍ଡ)/ଡୁପ୍ଲିକେଟ୍‌ ଜବ୍ କାର୍ଡ/କାମ କରିବାକୁ ଇଚ୍ଛୁକ ନଥିବା ପରିବାର/ଗ୍ରାମପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିବା ପରିବାର/ଜବ୍ କାର୍ଡରେ ଥିବା ଏକକ ବ୍ୟକ୍ତି ଓ ଜବ୍ କାର୍ଡରେ ଥିବା ବ୍ୟକ୍ତିଙ୍କର ଅବଧି ଶେଷ ହେଲେ ହିଁ ଜବ୍ କାର୍ଡ ବାତିଲ/ଡିଲିଟ୍ କରାଯାଇପାରିବ।

ଏନ୍ଆରଇଜିଏସଫ୍‌ଟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଡିଲିଟ୍ ହୋଇଥିବା ଜବ୍ କାର୍ଡ ସଂଖ୍ୟା ୧୦୨.୨୦ ଲକ୍ଷ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୨୬.୧୦.୨୪ ସୁଦ୍ଧା ଏହା ୩୨.୨୮ ଲକ୍ଷ ରହିଛି। ଯେଉଁ ଦସ୍ତାବିଜକୁ ଉଲ୍ଲେଖ କରାଯାଇଛି ସେଥିରୁ ଏହା ସ୍ପଷ୍ଟ ଯେ ଆନ୍ଧ୍ରପ୍ରଦେଶ ରାଜ୍ୟରେ ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୩.୪୩ ଲକ୍ଷ ନୂତନ ଶ୍ରମିକ ଯୋଡ଼ି ହୋଇଥିବା ବେଳେ ୨.୮୫ ଲକ୍ଷ ଶ୍ରମିକ ଙ୍କୁ ଛଟେଇ କରାଯାଇ ୫୮ ହଜାର ଶ୍ରମିକ ଯୋଡ଼ି ହୋଇଛନ୍ତି।

ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନଏମଏମଏସ)ର ଗୁରୁତ୍ବ

ଏହା ଏକ ଭୁଲ ଯୁକ୍ତି ଯେ ଯେଉଁ ଗାଁରେ ସାଥୀମାନଙ୍କ ପାଖରେ ଏନଏମଏମଏସ ଆପ୍ କୁ ସମର୍ଥନ କରୁଥିବା ସ୍ମାର୍ଟଫୋନ୍ ନାହିଁ ସେଠାରେ ଏନଆରଇଜିଏ କାର୍ଯ୍ୟ କରାଯାଏ ନାହିଁ।  ଏନଏମଏମଏସ ଉପସ୍ଥାନ ଗ୍ରାମ ରୋଜଗାର ସେବକ କିମ୍ବା ମେଟ୍ ଦ୍ୱାରା ନିଆଯାଇପାରେ ଯିଏ କାର୍ଯ୍ୟସ୍ଥଳରେ ସହଜରେ ଉପଲବ୍ଧ। ଏନଏମଏମଏସର ପ୍ରଚଳନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମହାତ୍ମା ଗାନ୍ଧୀ ଏନଆରଇଜିଏସ)ର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଆଣିଛି, ଏଥିରେ ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ କରାଯାଇଥିବା ସମସ୍ତ କାର୍ଯ୍ୟ (ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟବ୍ୟତୀତ) ପାଇଁ ଏନଏମଏମଏସ ଆପ୍ ମାଧ୍ୟମରେ ଗୋଟିଏ ଦିନରେ ଶ୍ରମିକମାନଙ୍କର ଜିଓ-ଟ୍ୟାଗ୍, ଦୁଇଟି ଟାଇମ୍ ଷ୍ଟାମ୍ପ ଫଟୋ ସହିତ ରିୟଲ ଟାଇମ୍ ଉପସ୍ଥାନ ସଂଗ୍ରହ କରିବା ଅନ୍ତର୍ଭୁକ୍ତ ଯାହାକୁ ୧ ଜାନୁୟାରୀ ୨୦୨୩ ଠାରୁ ବାଧ୍ୟତାମୂଳକ କରାଯାଇଛି।

ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ, ସର୍ଭର କିମ୍ବା ବୈଷୟିକ ସମସ୍ୟା କାରଣରୁ ଉପୁଜିଥିବା ଆହ୍ୱାନର ମୁକାବିଲା କରିବା ପାଇଁ, ଜିଓ-ଷ୍ଟାମ୍ପ ହୋଇଥିବା ଏବଂ ସମୟ-ଷ୍ଟାମ୍ପ ହୋଇଥିବା ଉପସ୍ଥାନ ଫଟୋଗୁଡିକ ଏକ ଅଫଲାଇନ୍ ମୋଡ୍ ରେ କ୍ୟାପଚର୍ କରାଯାଇପାରିବ ଏବଂ ଡିଭାଇସ୍ ଗୋଟିଏ ଦିନ ମଧ୍ୟରେ ନେଟୱାର୍କ ଅଞ୍ଚଳରେ ପହଞ୍ଚିବା ପରେ ସର୍ଭରରେ ଅପଲୋଡ୍ କରାଯାଇପାରିବ। ଅସାଧାରଣ ପରିସ୍ଥିତିରେ ଯେଉଁଥିପାଇଁ ଉପସ୍ଥାନ ଅପଲୋଡ୍ କରାଯାଇ ପାରିଲା ନାହିଁ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (ଡିପିସି)ଙ୍କୁ ମାନୁଆଲ ଉପସ୍ଥାନ ଅନୁମୋଦନ କରିବାକୁ ଅଧିକାର ଦିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦.୩୫ ଲକ୍ଷ କାର୍ଯ୍ୟସ୍ଥଳୀ (୯୫.୬୬%) ପାଇଁ ଉପସ୍ଥାନ ସଂଗ୍ରହ କରାଯାଇ ପୋର୍ଟାଲରେ ଅପଲୋଡ୍ କରାଯାଇଛି

ମହାତ୍ମା ଗାନ୍ଧୀ ଏନଆରଇଜିଏସ୍ ର ବଜେଟ୍ ରୂପରେଖ

ମନରେଗା ର ବଜେଟ ଓ ଶ୍ରମିକଙ୍କ ମଜୁରି କ୍ରମାଗତ ଭାବେ କଟାଯାଉଛି ବୋଲି କହିବା ଏକ ଭୁଲ ଆକଳନ । ଏହି ଯୋଜନା ପାଇଁ ବଜେଟ୍ ଆକଳନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ କେବଳ ବିଇ ପର୍ଯ୍ୟାୟରେ ୩୩,୦୦୦ କୋଟି ଟଙ୍କା ଥିଲା, ଯାହା ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ୮୬,୦୦୦ କୋଟି ଟଙ୍କା, ଯାହା ଆରମ୍ଭ ପରଠାରୁ ସର୍ବାଧିକ। ଏହାବ୍ୟତୀତ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବନିମ୍ନ ହାରାହାରି ବେତନ ହାର ୭% ବୃଦ୍ଧି ପାଇଛି।

ମହାତ୍ମା ଗାନ୍ଧୀ ଏନ୍ଆରଇଜିଏସ୍ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟଠାରୁ ଅତିରିକ୍ତ ପାଣ୍ଠି ମାଗିଛି। ମହାତ୍ମା ଗାନ୍ଧୀ ଏନ୍ଆରଇଜିଏସ୍ ଅଧୀନରେ ରାଜ୍ୟଗୁଡ଼ିକ ଭାରତ ସରକାରଙ୍କୁ ପାଣ୍ଠି ପ୍ରଦାନ ପ୍ରସ୍ତାବ ପ୍ରଦାନ କରିଥାନ୍ତି। ରାଜ୍ୟମାନଙ୍କୁ ପାଣ୍ଠି ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟା ଏବଂ କେନ୍ଦ୍ର ସରକାର ଜମିର କାମର ଚାହିଦା ଅନୁଯାୟୀ ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟମାନଙ୍କୁ ପାଣ୍ଠି ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତିବଦ୍ଧ।

ଶ୍ରମିକଙ୍କ ମଜୁରି

୧୫ ଦିନର ନିର୍ଦ୍ଧାରିତ ଅବଧି ମଧ୍ୟରେ (ବିଳମ୍ବ ପାଇଁ କୌଣସି କ୍ଷତିପୂରଣ ବିନା) ଶ୍ରମିକଙ୍କ ମଜୁରୀ ପ୍ରଦାନ କରାଯାଏ ନାହିଁ ବୋଲି କହିବା ଠିକ୍ ନୁହେଁ। ବର୍ତ୍ତମାନ ୯୭% ଫଣ୍ଡ ଟ୍ରାନ୍ସଫର ଅର୍ଡର (ଏଫଟିଓ) ଠିକ୍ ସମୟରେ ସୃଷ୍ଟି ହେଉଛି। ଏହାବ୍ୟତୀତ ୨୦୨୪-୨୫ ଆର୍ଥିକ ବର୍ଷରେ ବିଳମ୍ବ ପାଇଁ କ୍ଷତିପୂରଣ ବାବଦରେ ୫.୨୭ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ୨୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ବିଳମ୍ବ କ୍ଷତିପୂରଣ ନିୟମ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୦୮ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଏନ୍ଆରଇଜିଏସ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଆଇନ, ୧୯୪୮ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ ସମାନ “ସର୍ବନିମ୍ନ ମଜୁରି” ଦିଆଯାଉଥିଲା। ସେମାନଙ୍କୁ କୃଷି ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଇଥିଲା। ଜାନୁଆରୀ ୨୦୦୯ରେ କେନ୍ଦ୍ର ସରକାର ଧାରା ୬(୧) ଅଧୀନରେ ଥିବା କ୍ଷମତା ବ୍ୟବହାର କରି ସର୍ବନିମ୍ନ ମଜୁରି ଆଇନକୁ ମନରେଗା ଆଇନ ସହ ସଂଯୋଗ କରିଥିଲେ ଏବଂ ବିଭିନ୍ନ ରାଜ୍ୟରେ ମନରେଗା ଶ୍ରମିକଙ୍କ ପାଇଁ ଲାଗୁ ହେଉଥିବା ମଜୁରୀ ହାରକୁ ଫ୍ରିଜ୍ କରିଥିଲେ।

ତଦନୁଯାୟୀ, ମନ୍ତ୍ରଣାଳୟ ପ୍ରତିବର୍ଷ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମହାତ୍ମା ଗାନ୍ଧୀ ଏନଆରଇଜିଏ ମଜୁରୀ ହାର ସୂଚିତ କରେ। ମୁଦ୍ରାସ୍ଫୀତି ବିରୋଧରେ ମହାତ୍ମା ଗାନ୍ଧୀ ନରେଗା ଶ୍ରମିକମାନଙ୍କୁ କ୍ଷତିପୂରଣ ଦେବା ପାଇଁ, କୃଷି ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ-ଏଏଲ)ରେ ପରିବର୍ତ୍ତନ ଆଧାରରେ ମନ୍ତ୍ରଣାଳୟ ପ୍ରତିବର୍ଷ ମଜୁରି ହାର ସଂଶୋଧନ କରିଥାଏ। ମଜୁରୀ ହାର ପ୍ରତ୍ୟେକ ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଲାଗୁ ହୋଇଥାଏ। କେନ୍ଦ୍ରୀୟ ଭାବରେ, ଏହି ମନ୍ତ୍ରଣାଳୟ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ କ୍ଷେତ୍ରରେ କୃଷି ସର୍ବନିମ୍ନ ମଜୁରି ହାର ବଜାୟ ରଖେ ନାହିଁ।

ତେବେ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞାପିତ ମଜୁରୀ ହାରଠାରୁ ଅଧିକ ମଜୁରି ପ୍ରଦାନ କରିପାରିବେ। ୨୦୧୩-୧୪ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଏନ୍ଆରଇଜିଏ ପାଇଁ ସର୍ବନିମ୍ନ ହାରାହାରି ବିଜ୍ଞାପିତ ମଜୁରି ହାର ୧୫୫ ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବନିମ୍ନ ହାରାହାରି ବିଜ୍ଞାପିତ ମଜୁରି ହାର ୨୭୯ ଟଙ୍କା ରହିଛି।

Categories
ଆଜିର ଖବର ଜାତୀୟ ଖବର

ସପ୍ତମ ରାଷ୍ଟ୍ରୀୟ ପୋଷଣ ମାହ ୨୦୨୪: ଦେଶବ୍ୟାପୀ ୭୫୨ଟି ଜିଲ୍ଲାରୁ ୧.୩୭ କୋଟି କାର୍ଯ୍ୟକ୍ରମ

ଦିଲ୍ଲୀ: ଅଗଷ୍ଟ ୩୧, ୨୦୨୪ରେ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆରମ୍ଭ ହୋଇଥିବା ସପ୍ତମ ରାଷ୍ଟ୍ରୀୟ ପୋଷଣ ମାହରେ ଉନ୍ନତ ଶାସନ ପାଇଁ ଟେକ୍ନୋଲୋଜି ସହିତ ରକ୍ତ ହୀନତା, ଅଭିବୃଦ୍ଧି ତଦାରଖ, ପରିପୂରକ ଆହାର ଏବଂ ପୋଷଣ ଭି , ପଢାଇ ଭି’ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ନିରନ୍ତରତା ଉପରେ ଗୁରୁତ୍ୱାରୋପ କରେ , ଯେଉଁଥିରେ ସମସ୍ତ କାର୍ଯ୍ୟକ୍ଷମ ୧୩.୯୫ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରରେ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରାଯାଏ।

ଦେଶବ୍ୟାପୀ ଏହି ଉତ୍ସବର ଷଷ୍ଠ ଦିନ ସୁଦ୍ଧା ୩୫ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୭୫୨ଟି ଜିଲ୍ଲାରୁ ୧.୩୭ କୋଟି କାର୍ଯ୍ୟକ୍ରମ ରିପୋର୍ଟ କରାଯାଇଛି। ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଏ ପର୍ଯ୍ୟନ୍ତ ସର୍ବାଧିକ ଯୋଗଦାନକାରୀ ରାଜ୍ୟ ମଧ୍ୟରେ ରହିଛନ୍ତି।

ଥିମ୍ (ବା ମୁଖ୍ୟ ବିଷୟ) ଦୃଷ୍ଟିରୁ, ବର୍ତ୍ତମାନ ସୁଦ୍ଧା ରକ୍ତହୀନତା ଉପରେ ୩୯ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ, ଅଭିବୃଦ୍ଧି ନିରୀକ୍ଷଣ ଉପରେ ୨୭ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ, ପରିପୂରକ ଆହାର  ଉପରେ ପାଖାପାଖି ୨୦ ଲକ୍ଷ କାର୍ଯ୍ୟକ୍ରମ, ପୋଷଣ ଭି ପଢ଼ାଇ ଭି’ ରେ ୧୮.୫ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଏବଂ ଏକ ପେଡ୍ ମା କେ ନାମ ମାଧ୍ୟମରେ ପରିବେଶ ନିରନ୍ତରତା ଉପରେ ୮ ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି । ଟେକ୍ନୋଲୋଜି ଫର ବେଟର ଗଭର୍ଣ୍ଣାନ୍ସ (ଉନ୍ନତ ଶାସନ ପାଇଁ ପ୍ରଯୁକ୍ତି) ନାମକ ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ଡବ୍ଲ୍ୟୁସିଡିର ମନୋନୀତ କର୍ମକର୍ତ୍ତାମାନଙ୍କୁ ୧୦ ଲକ୍ଷରୁ ଅଧିକ କାର୍ଯ୍ୟକଳାପ ଚିହ୍ନିତ କରିବାକୁ ଉତ୍ସାହିତ କରିଛି ଯାହାର ଉଦ୍ଦେଶ୍ୟ ଆଇସିଟି ଆପ୍ଲିକେସନ୍ ପୋଷଣ ଟ୍ରାକର ସହିତ ଜଡିତ ପୋଷଣ ସୂଚକାଙ୍କ ଏବଂ କାର୍ଯ୍ୟକ୍ରମଗତ କ୍ଷେତ୍ର ଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଏବଂ ତଦାରଖରେ ସାହାଯ୍ୟ କରିବା ।

୨୦୧୮ ମସିହାରେ ଦେଶର ପ୍ରଥମ ପୋଷଣ କେନ୍ଦ୍ରିତ ଜନ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ମନ୍ତ୍ରଣାଳୟ / ବିଭାଗ ଗୁଡ଼ିକ ସହିତ ସମନ୍ୱୟ ସର୍ବଦା ଜନ ଆନ୍ଦୋଳନର ମୂଳ ଆଧାର ରହି ଆସିଛି । ସମନ୍ୱୟ ବିଭିନ୍ନ ଦର୍ଶକଙ୍କ ନିକଟରେ ବିଶେଷ କରି ତୃଣମୂଳ ସ୍ତରରେ ପହଞ୍ଚିବାରେ ସହାୟକ ହୋଇଥାଏ । ବର୍ତ୍ତମାନ ସୁଦ୍ଧା, ଚଳିତ ପୋଷଣ ମାହରେ ଶୀର୍ଷ ଯୋଗଦାନକାରୀ ମନ୍ତ୍ରଣାଳୟଗୁଡ଼ିକ ହେଉଛନ୍ତି , ୧.୩୮ ଲକ୍ଷ କାର୍ଯ୍ୟକଳାପ ସହିତ ଶିକ୍ଷା ମନ୍ତ୍ରଣାଳୟ (ଏମଓଇ), ୧.୧୭ ଲକ୍ଷ କାର୍ଯ୍ୟକଳାପ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମ୍‌ଓଏଚ୍ ଆଣ୍ଡ ଏଫ୍ଡବ୍ଲ୍ୟୁ), ୧.୦୭ ଲକ୍ଷ କାର୍ଯ୍ୟକଳାପ ସହିତ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ (ଏମଓଆରଡି), ୬୯ ହଜାର କାର୍ଯ୍ୟକଳାପ ସହିତ ଆୟୁଷ ମନ୍ତ୍ରଣାଳୟ ଏବଂ ୬୪ ଲକ୍ଷ କାର୍ଯ୍ୟକଳାପ ସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟ (ଏମଓପିଆର) ପୋଷଣ ମାହ ୨୦୨୪ର ଗୋଟିଏ କିମ୍ବା ଅନ୍ୟ ବିଷୟବସ୍ତୁକୁ ସମର୍ଥନ କରି କାର୍ଯ୍ୟ କରୁଛନ୍ତି ।

ପ୍ରତ୍ୟେକ ବିଷୟଗତ କ୍ଷେତ୍ରରେ ଉଲ୍ଲେଖ ହୋଇଥିବା କାର୍ଯ୍ୟକଳାପ ବ୍ୟତୀତ, ଯଦିଓ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କ ସ୍ଥାନୀୟ ପରିବେଶରେ ସର୍ବୋତ୍ତମ ଉପଯୁକ୍ତ ଅନ୍ୟାନ୍ୟ ସମ୍ବେଦନଶୀଳ କାର୍ଯ୍ୟକଳାପ ଗ୍ରହଣ କରିବାକୁ ସ୍ୱାଧୀନ ଅଟନ୍ତି, ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ଶୀର୍ଷ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ଶିଶୁମାନଙ୍କ ପାଇଁ ରକ୍ତହୀନତା ଶିବିର, କିଶୋରୀମାନଙ୍କ ପାଇଁ ରକ୍ତହୀନତା ଶିବିର (୧୪ – ୧୮ ବର୍ଷ), ଅଭିବୃଦ୍ଧି ତଦାରଖ ପ୍ରୋତ୍ସାହନ ଉପରେ ସମ୍ବେଦନଶୀଳତା ଅଧିବେଶନ, ଅଭିବୃଦ୍ଧି ମାପ ଯାଞ୍ଚ, ମହିଳାମାନଙ୍କ ପାଇଁ ପ୍ରଜନନ ବୟସରେ ରକ୍ତହୀନତା ଶିବିର, ଅଭିବୃଦ୍ଧି ମାପ ଅଭିଯାନ (ସାମ୍ / ଏମଏଏମ ଯାଂଚ), ପରିପୂରକ ଖାଦ୍ୟ ଉପରେ କାର୍ଯ୍ୟକଳାପ / ଶିବିର (୬ ମାସରେ ସୁରକ୍ଷିତ, ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ପରିପୂରକ ଖାଦ୍ୟ), ସହରାଞ୍ଚଳ ବସ୍ତି ଭିତ୍ତିକ ରକ୍ତହୀନତା ଶିବିର ତଥା ବ୍ୟାପକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ସାମଗ୍ରୀ ମାଧ୍ୟମରେ ପରିପୂରକ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରଦର୍ଶନ ଅଧିବେଶନ, ଏସଏଚଜି, ଏନଏସଏସ / ଏନୱାଇକେ ଇତ୍ୟାଦି ରକ୍ତହୀନତା ସମ୍ବନ୍ଧୀୟ ପ୍ରଚାର କାର୍ଯ୍ୟକଳାପ, ପରିପୂରକ ଖାଦ୍ୟରେ ଖାଦ୍ୟ ବିବିଧତା ପାଇଁ ସଚେତନତା ଶିବିର, ଶିକ୍ଷା ଚୌପାଲ ବିଶେଷ କରି ଏଡବ୍ଲ୍ୟୁସିରେ ଇସିସିଇ ଶିକ୍ଷଣ କର୍ଣ୍ଣରକୁ ପ୍ରୋତ୍ସାହିତ କରିବା, ଏକ୍ ପେଡ୍ ମା କେ ନାମ – ପରିବେଶ ସୁରକ୍ଷା ଉପରେ ପ୍ରତିଶ୍ରୁତି ସହିତ ବୃକ୍ଷରୋପଣ, ଦେଶୀ ଖେଳନାକୁ ପ୍ରୋତ୍ସାହିତ କରୁଥିବା ଖେଳ ଭିତ୍ତିକ ଶିକ୍ଷା ଉପରେ ପିଲା ଏବଂ ଅଭିଭାବକଙ୍କ ପାଇଁ ପ୍ରଦର୍ଶନ ଅଧିବେଶନ / କାର୍ଯ୍ୟକଳାପ ପ୍ରଦର୍ଶନ ଅଧିବେଶନ / କାର୍ଯ୍ୟକଳାପ, ସହରାଞ୍ଚଳ ବସ୍ତି ଭିତ୍ତିକ ଅଭିବୃଦ୍ଧି ମାପ ଅଭିଯାନ (ସାମ୍ / ଏମଏଏମ୍ ଯାଂଚ), ଟୟାଥନ୍ – ଡିଆଇୱାଇ / ଏଡବ୍ଲ୍ୟୁମାନଙ୍କ ସହିତ ସ୍ୱଦେଶୀ ଖେଳନା ନିର୍ମାଣ କର୍ମଶାଳା, ଖେଳନା ଭିତ୍ତିକ ଏବଂ ଖେଳ ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୋଷ୍ଠୀ କେନ୍ଦ୍ରିକ ଖେଳ ଏବଂ ପଢ଼ କାର୍ଯ୍ୟକ୍ରମ, ଗର୍ଭବତୀ ମହିଳାଙ୍କ ଓଜନ ବୃଦ୍ଧି ପାଇଁ ମାପ ଅଭିଯାନ (ଗର୍ଭାବସ୍ଥାର ଓଜନ ବୃଦ୍ଧି) ଏବଂ ପୋଷଣ ଟ୍ରାକରରେ ଏହାର ତଥ୍ୟକୁ ଉଲ୍ଲେଖ କରିବା, ଗାଁ ସୀମା ମଧ୍ୟରେ ଉପଲବ୍ଧ ବିଭିନ୍ନ ଖାଦ୍ୟ ଉପରେ ଆଲୋକପାତ କରିବା ପାଇଁ ଏଡବ୍ଲ୍ୟୁସିର ଫ୍ଲୋରରେ ଫୁଡ୍ ରିସୋର୍ସ ମ୍ୟାପିଂ ଏବଂ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରିବେଶ ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟକଳାପ ସମୁଦାୟ ଅଂଶଗ୍ରହଣ ଏବଂ ସରକାରୀ ସହଯୋଗକୁ ନେଇ ଦେଶବ୍ୟାପୀ ସମନ୍ୱିତ ଆଭିମୁଖ୍ୟ ସହିତ ଚାଲିଥିବା ପୋଷଣ ମାହ ଦେଶର ଦୁର୍ଗମ ଅଂଚଳରେ ପହଂଚି “ସୁପୋଷିତ କିଶୋରୀ ସଶକ୍ତ ନାରୀ” ବିଷୟରେ ଆଲୋଡନ ସୃଷ୍ଟି କରୁଛି ଏବଂ ପୋଷଣ କେନ୍ଦ୍ରିକ ଜନ ଆନ୍ଦୋଳନ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟୋଜିତ ଏବଂ ସଚେତନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ ସଫଳତା: ୪୦,୦୦୦ ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ

ଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ଦେଶର ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ କରାଯାଇଛି।

୫୦,୦୦୦ ଅମୃତ ସରୋବର ନିର୍ମାଣର ଏକ ଲକ୍ଷ୍ୟ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଶେଷ ହେବାକୁ ସ୍ଥିର ହୋଇଥିଲା। ୧୧ ମାସର ସ୍ୱଳ୍ପ ଅବଧି ମଧ୍ୟରେ, ଏପର୍ଯ୍ୟନ୍ତ ୪୦,୦୦୦ ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇସାରିଛି, ଯାହା ମୋଟ ଲକ୍ଷ୍ୟର ୮୦% ଅଟେ।
‘ଜନ ଭାଗିଦାରୀ’ ଏହି ମିଶନର ମୂଳ ହୋଇ ରହିଆସିଛି ଏବଂ ସବୁ ସ୍ତରରେ ଲୋକଙ୍କ ଅଂଶଗ୍ରହଣକୁ ଜଡିତ କରିଛି। ପ୍ରତ୍ୟେକ ଅମୃତ ସରୋବର ପାଇଁ ଏପର୍ଯ୍ୟନ୍ତ ୫୪୦୮୮ ଉପଭୋକ୍ତା ଗୋଷ୍ଠୀ ଗଠନ କରାଯାଇଛି। ଏହି ଉପଭୋକ୍ତା ଗୋଷ୍ଠୀଗୁଡ଼ିକ ଅମୃତ ସରୋବରର ବିକାଶର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ସବୁ ଦିଗରୁ ଯଥା, ଉପାଦେୟତା ମୂଲ୍ୟାଙ୍କନ, କାର୍ଯ୍ୟ ଆରମ୍ଭ କରିବା ଏବଂ ଏହାର ଉପଯୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟା ଇତ୍ୟାଦି ସହିତ ସଂଲଗ୍ନ ରହିବ।

ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ନିର୍ଦ୍ଦିଷ୍ଟ ଅମୃତ ସରୋବର ସ୍ଥଳୀ ଗୁଡିକରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା, ୨୬ ଜାନୁଆରୀ ଏବଂ ୧୫ ଅଗଷ୍ଟ ପରି ଗୁରୁତ୍ୱପୂର୍ଣ୍ଣ ତାରିଖରେ ପତାକା ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ବରିଷ୍ଠ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀ ତଥା ସହିଦଙ୍କ ପରିବାର ସଦସ୍ୟ, ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରୁଛନ୍ତି। ଏହି ମିଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୮୪ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ୧୮,୧୭୫ ବୟସ୍କ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ୪୪୮ ସଦସ୍ୟ, ସହିଦ ପରିବାରର ୬୮୪ ସଦସ୍ୟ ଏବଂ ୫୬ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି।

ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ମିଶନ ଅମୃତ ସରୋବର ଗ୍ରାମାଞ୍ଚଳର ଜୀବିକା ବୃଦ୍ଧି କରୁଛି , କାରଣ ଜଳସେଚନ, ମତ୍ସ୍ୟ ଚାଷ, ବତକ ଚାଷ, ପାଣି ସିଙ୍ଗଡା ଚାଷ ଏବଂ ପଶୁ ପାଳନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ସମ୍ପନ୍ନ ସରୋବର ମାନଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୬% ଉପଭୋକ୍ତା ସମୂହ କୃଷି, ୨୧% ମତ୍ସ୍ୟ ଚାଷରେ, ୬% ପାଣି ସିଙ୍ଗଡା ଏବଂ ପଦ୍ମ ଚାଷରେ ଜଡିତ ଏବଂ ୭% ଗୋଷ୍ଠୀ ପଶୁପାଳନ ସହିତ ଜଡିତ ଅଛନ୍ତି। ଏହି କାର୍ଯ୍ୟକଳାପ ଗୁଡିକ ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ପ୍ରତ୍ୟେକ କୌଣସି ନା କୌଣସି ଅମୃତ ସରୋବର ସହିତ ଜଡିତ।

‘ସମ୍ପୂର୍ଣ୍ଣ ସରକାର’ର ଆଭିମୁଖ୍ୟ ହେଉଛି ଏହି ମିଶନର ପ୍ରାଣ, ଯେଉଁଥିରେ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଜଳ ଶକ୍ତି ମନ୍ତ୍ରଣାଳୟ, ପଞ୍ଚାୟତି ରାଜ ମନ୍ତ୍ରଣାଳୟ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବୈଷୟିକ ସଂଗଠନ ଯଥା ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ-ଇନଫର୍ମେଟିକ୍ସ (ବିଆଇଏସ୍ଏଜି – ଏନ୍) ଏବଂ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ସହିତ ମିଳିତ ଭାବରେ କାର୍ଯ୍ୟକ୍ଷମ ହେବା।

ଏହି ସଂଯୁକ୍ତ କାର୍ଯ୍ୟପ୍ରଣାଳୀର ମୁଖ୍ୟ ଆକର୍ଷଣ ହେଉଛି ରେଳ ମନ୍ତ୍ରଣାଳୟ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଖନନ ହୋଇଥିବା ମୃତ୍ତିକା ଅମୃତ ସରୋବର ସୀମାଙ୍କିତ ସ୍ଥଳ ପରିସରରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବ୍ୟବହାର କରୁଛନ୍ତି।

ସାର୍ବଜନୀନ ଏବଂ ସିଏସଆର ସଂସ୍ଥା ସମଗ୍ର ଦେଶରେ ଅନେକ ଅମୃତ ସରୋବର ନିର୍ମାଣ/ନବୀକରଣରେ ସହଯୋଗ କରି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

ମିଶନ୍ ଅମୃତ ସରୋବରର ଏହା ମଧ୍ୟ ଲକ୍ଷ୍ୟ ଯେ, ଅମୃତ ସରୋବର ଗୁଣବତ୍ତାପୂର୍ଣ୍ଣ କାର୍ଯ୍ୟନ୍ୱୟନ ଏବଂ ବିକାଶ ଏହି ଭଳି କରାଯିବ ଯେ, ତାହା ସ୍ଥାନୀୟ ସାମୁଦାୟିକ କାର୍ଯ୍ୟକଳାପ ଗୁଡିକର କେନ୍ଦ୍ର ହୋଇ ଯିବ ତଥା ଅମୃତ ସରୋବର କାର୍ଯ୍ୟ ପାଇଁ ବିଭିନ୍ନ ମନ୍ତ୍ରଣାଳୟକୁ ସଂଲଗ୍ନ କରାଯିବ।