Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ଜଳଛତ୍ର କେନ୍ଦ୍ର ଉଦଘାଟିତ

ବାଲୁଗାଁ: ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ତଥା ପଥଚାରୀଙ୍କୁ ସାମାନ୍ୟ ତୃଷ୍ଣା ମେଣ୍ଟେଇବା ପାଇଁ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏନଏସି ଅନ୍ତର୍ଗତ ସୋମନାଥ ବସ ଷ୍ଟାଣ୍ଡ, ଚିଲିକା କୁଳ ଜେଟି, ମାଛ ମାର୍କେଟ, ଉମାମହେଶ୍ୱର ମନ୍ଦିର ନିକଟ, ବାଣପୁର ରୋଡ଼, କଲ୍ୟାଣମଣ୍ଡପ ନିକଟରେ ସର୍ବସାଧାରଣ ତଥା ପଥଚାରୀଙ୍କ ନିମିତ୍ତ ଜଳଛତ୍ର ମାନ ଖୋଲାଯାଇଥିବା ବେଳେ ପଶୁପକ୍ଷୀଙ୍କ ନିମିତ୍ତ ସୋମନାଥ ବସ ଷ୍ଟାଣ୍ଡ, ଅଡିଟୋରୀୟମ ହଲ, ଚିଲିକା କୁଳ, ଉମାମହେଶ୍ୱର ମନ୍ଦିର ନିକଟ, ରାମପୁର ଛକ ଆଦି ସ୍ଥାନରେ ୭ ଗୋଟି ପାନୀୟଜଳ ଷ୍ଟାଣ୍ଡ କରାଯାଇଛି।

ଉକ୍ତ ଜଳଛତ୍ର କେନ୍ଦ୍ର ଗୁଡିକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିବା ବେଳେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ସ୍ୱପ୍ନା ବଡ଼ଜେନା, ସମସ୍ତ କାଉନସିଲର, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସମସ୍ତ ପରିଷଦ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠାରୁ ଖରାର ପ୍ରକୋପ ହ୍ରାସ ନହେବା ପର୍ଯ୍ୟନ୍ତ ସମସ୍ତ ଜଳଛତ୍ର କେନ୍ଦ୍ର ଗୁଡିକ ସୁଚାରୁରୂପେ ପରିଚାଳିତ ହେବାନେଇ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ତାତି ବେଳେ କେମିତ ହେବ ନିର୍ବାଚନ ସଭା, ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ପରାମର୍ଶ

ଭୁବନେଶ୍ବର: ବର୍ତ୍ତମାନର ଗ୍ରୀ​‌ଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ  ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ  ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍‌  ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ  ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଜେନା ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ  ଦଳ ମାନେ ପର୍ଯ୍ୟାପ୍ତ  ପରିମାଣରେ  ପାନୀୟ ଜଳ ଓ ଓଆରଏସ୍‌ର  ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ  ସୁନିଶ୍ଚିତ  କରିବା ପାଇଁ  ପରାମର୍ଶ ଦେଇଛନ୍ତି ।ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ  ଜିଲ୍ଲାପାଳମାନେ  ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ  ସହ ନିୟମିତ ଆଲୋଚନା କରିବାକୁ ଶ୍ରୀ  ଜେନା ପରାମର୍ଶ ଦେଇଛନ୍ତି ।

ଜଳଛତ୍ରକୁ ଅଧିକ ବ୍ୟାପକ  କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି।ଗଣମାଧ୍ୟମ ମାଧ୍ୟମରେ ଅଂଶୁଘାତ ଓ ଅଦିନିଆ ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ  ସତର୍କ  ଓ ସଚେତନ କରିବା ପାଇଁ  ସେ ବିଭିନ୍ନ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପ୍ରକାର  ବିପର୍ଯ୍ୟୟର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ମାନେ  ଓଡ଼ିଶା ଡିଜାଷ୍ଟର ରିସୋର୍ସ  ନେଟଓ୍ୱାର୍କ (ଓଡ଼ିଆରଏନ୍‌) ପୋର୍ଟାଲର ସାହାଯ୍ୟ ନେବା ପାଇଁ  ସେ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଜଙ୍ଗଲରେ ନିଆଁ ଲାଗୁଥିବା ସ୍ଥାନ ଓ ତାହାର  ପ୍ରଶମନ ପାଇଁ ନିଆଯାଉଥିବା ପଦକ୍ଷେପ , ପ୍ରତ୍ୟେକ ବୁଥ କାନ୍ଥରେ ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ସଂପର୍କିତ ସଚେତନତା ବାର୍ତ୍ତା ଲଗାଇବା, ଡାକ୍ତରଖାନା ମାନଙ୍କର ଆଇସିୟୁ  ଗୁଡିକର ସୁବ୍ୟବସ୍ଥା ଆଦି ସଂପର୍କରେ  ବିଷଦ ଆଲୋଚନା ହୋଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ  ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ  ବିଭାଗର ଅତିରିକ୍ତ  ମୁଖ୍ୟ ଶାସନ ସଚିବ  ଶ୍ରୀ ସତ୍ୟବ୍ରତ  ସାହୁଙ୍କ ସମେତ ବିଭିନ୍ନ ବିଭାଗର  ପ୍ରମୁଖ ଶାସନ ସଚିବ , ବରି​ଷ୍ଠ  ଅଧିକାରୀ ଓ ଜିଲ୍ଲାପାଳମାନେ  ଆଭାସୀ ମାଧ୍ୟମରେ ଏହି ବୈଠକରେ  ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତାତିଲା କଡେଇରେ ଭାଜି ହେଉଛି ଓଡିଶା, ଆଜି ବାରିପଦାରେ ସର୍ବାଧିକ ତାପମାତ୍ର

ଭୁବନେଶ୍ବର: ଦୀର୍ଘ ଦିନ ଧରି ଏକ ତାତିଲା କଡେଇରେ ଭାଜି ହେଉଛି ଓଡିଶା। ତାପମାତ୍ରା ହ୍ରାସ ପାଇବାର ନାଁ ଧରୁ ନାହିଁ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଆଜି ଓଡିଶାର ବାରିପଦା ସହରରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଏହି ସହରରେ ଆଜି 44. 8 ଡିଗ୍ରୀ ତାପମାତ୍ରା ପ୍ରବାହିତ ହୋଇଛି। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା

ଆଜି ପାଣିପାଗ ବିଭାଗ ତରଫରୁ କଟକରେ ରେଡ ଆଲର୍ଟ ଜାରୀ କରାଯାଇଥିଲା।  ସେଠାରେ 42. 5 ଡିଗ୍ରୀ ତାପମାତ୍ରା ଥିଲା। ଏହିପରି ଗ୍ରୀଷ୍ମ ପ୍ରବାହ ଆହୁରି ତିନିଦିନ ଲାଗି ରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗ୍ରୀଷ୍ମ ପ୍ରବାହ ନେଇ ଆସିଲା ତତଲା ଖବର, ଏହି ସହରରେ ଆଜି ଅନୂଭୂତ ହେଲା ଚଳିତ ବର୍ଷର ସବୁଠୁ ଅଧିକ ତାପମାତ୍ରା

ଭୁବନେଶ୍ବର: ଆଜି ରାଜ୍ୟରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟରେ ପରିଲକ୍ଷିତ ହୋଇଛି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ର। ଆଜି ରାଜ୍ୟର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଛି। ଯାହା ଏ ପର୍ଯ୍ୟନ୍ତ ପ୍ରବାହିତ ହୋଇଥିବା ସର୍ବାଧିକ ତାପମାତ୍ର। ଆଜି ବାରିପଦାରେ ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ହୋଇ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ସେହିପରି ଆଜି ରାଜ୍ୟର ୨୯ ସହର ରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ୧୮ଟି ସହରରେ ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ତାତି ଆହୁରି ଲାଗି ରହିବ। ଏପରିକି ଦିନର ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି କୁହାଯାଉଛି।