Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗା ଘାଟିରେ ଓଲଟିଲା ଘୋରଇ ଯାତ୍ରୀବାହୀ ବସ୍ 

ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଖମ୍ବେଶ୍ୱରୀ ବସ୍ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଓଲଟି ପଡ଼ିଛି। ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସମସ୍ତ ଆହତ ଯାତ୍ରୀ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ବସ୍ ଟି ୧୭ ଜଣ ଯାତ୍ରୀଙ୍କୁ ନେଇ ରାୟପୁରରୁ ବ୍ରହ୍ମପୁର ଆସୁଥିବା ବେଳେ ଉକ୍ତ ଘାଟିର ଗୋଲେଇ ରାସ୍ତାରେ ଡ଼୍ରାଇଭର ଭାରସାମ୍ୟ ହରାଇବାରୁ ରାସ୍ତା ଉପରେ ଓଲଟି ଘାଟି ପାର୍ଶ୍ଵରେ ଥିବା ପଥର କାନ୍ଥରେ ପିଟି ହୋଇଯାଇଥିଲା। ଖବର ପାଇ ଦୁର୍ଗା ପ୍ରସାଦ ଓ କଳିଙ୍ଗା ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ପୋଲିସକୁ ସୁଚନା ଦେଇଥିଲେ।

ଖବର ପାଇ ଭଞ୍ଜନଗର ଓ ଜି ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।