Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଦିନିଆ ବର୍ଷାରେ ଫସଲ କ୍ଷତି ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ଜଣକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪)। ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷତି ହେବାରୁ ଏହା ସହି ନ ପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ତାଙ୍କର ୪ ଝିଅ, ଗୋଟେ ପୁଅ ବିବାହ କରି ସାରିଛନ୍ତି।

୫ ଏକର ଜମିରେ ଧାନ ଫସଲ ଭାଗ ଚାଷୀ ହିସାବରେ ଚାଷ କରିଥିଲେ ଏବଂ ନିଜର ୨ ଭରଣ ଜମିରେ ମଧ୍ୟ ଧାନ ଚାଷ କରିଥିଲେ। ସମସ୍ତ ଧାନ ଫସଲ ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି। କ୍ଷେତରେ କଟା ହେବା ଧାନ ପଡ଼ି ରହି ଗଜା ହୋଇଯାଇଛି।

ପ୍ରାୟ ୨ ଲକ୍ଷ ଟଙ୍କା ଅନ୍ୟ ଠାରୁ ଧାର କରଜ କରି ସେ ଚାଷ କରିଥିଲେ ବୋଲି ଜଣାଯାଇଛି। କ୍ଷତି ସହି ନପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ପୋଲିସ ଓ ରାଜସ୍ବ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ଋଣ ଭାରରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ରଣପୁର: ଜଳ ଅଭାବରୁ ଧାନ ଫସଲ ଉଜୁଡ଼ି ଯିବାରୁ ଆତ୍ମହତ୍ୟା କଲେ ଚାଷୀ। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଓସ୍ତପଡାର ଚାଷୀ ଗୋବିନ୍ଦ ସାହୁ ଧାର କରଜା କରି ଚାଷ କରିଥିବା ବେଳେ ଜଳ ସେଚନ ଅସୁବିଧାରୁ ଧାନ ଫସଲ ମରି ଯାଇଥିବାରୁ କେମିତି ଋଣ ପରିଶୋଧ କରିବେ ତାକୁ ନେଇ କିଛି ଦିନ ହେବ ଗୋବିନ୍ଦ ଚିନ୍ତାରେ ଥିବାବେଳେ ଆଜି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଖବର ସଂଗ୍ରହରୁ ଜଣା ପଡେ ଯେ, ଓସ୍ତପଡ଼ା ଧାନବିଲ ନିକଟ ଗଛରୁ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଗ୍ରାମବାସୀ କହିଛନ୍ତି। ମୃତକ ଚାଷୀ ହେଲେ ଚାନ୍ଦପୁର ଥାନା ଓସ୍ତପଡ଼ା ଗାଁର ଗୋବିନ୍ଦ ସାହୁ। ବିଲ ପାଖରେ ଥିବା ଏକ ଗଛରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଚାଷୀଙ୍କ ମୁଣ୍ଡରେ ଦେଢ଼ ଲକ୍ଷ ଋଣ ଭାର ଥିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ। ଚାଷ ଜମିକୁ ପାଣି ଅଭାବରୁ ଚାଷ ଅବସ୍ଥା ଭଲ ନଥିଲା । ତେଣୁ ଋଣ ଭାର ସୁଝି ପାରିବେନି ବୋଲି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ।

Categories
ବିଶେଷ ଖବର

ଚାଷୀଙ୍କ ଆତ୍ମହତ୍ୟା ଏବଂ ସିପିଂ ୟାର୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିଜେପି ସାଂସଦ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ବିରୋଧୀ ସ୍ୱର ଉଠାଇଛନ୍ତି। ଏଥର ସେ କୃଷକମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ଏହି ବିଷୟରେ ବରୁଣ ଗାନ୍ଧୀ ଏକ ଟୁଇଟ୍ କରିଛନ୍ତି।

ବରୁଣ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି ଯେ, “ଯଦି ଦେଶର କୃଷକ କିମ୍ବା ଛୋଟ ଦୋକାନୀ ହଜାର ଟଙ୍କା ଫେରସ୍ତ କରିବାକୁ ଅସମର୍ଥ, ତେବେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଯେଉଁମାନେ ହଜାର ହଜାର କୋଟି ଟଙ୍କା ଚୋରି କରନ୍ତି, ସେମାନଙ୍କୁ ସହଜରେ ଜାମିନୀ ମିଳିପାରୁଛି। ପରେ ଏହି ଲୋକମାନେ ପୁନର୍ବାର ମନଇଚ୍ଛା କାରବାର କରି ସେମାନଙ୍କର ବିଳାସପୂର୍ଣ୍ଣ ଜୀବନକୁ ଫେରିଯାଆନ୍ତି।

ବରୁଣ ଗାନ୍ଧୀ ମଧ୍ୟ ତାଙ୍କ ଟ୍ୱିଟ୍ ସହିତ ଦୁଇଟି ଖବରକାଗଜ କ୍ଲିପିଂ ସଂଲଗ୍ନ କରିଛନ୍ତି। ଋଣ ହେତୁ ଜଣେ କୃଷକ ଆତ୍ମହତ୍ୟା କରିଛନ୍ତି। ଏଥିରେ ବ୍ୟାଙ୍କ ଋଣ ଏବଂ ଫସଲ ନଷ୍ଟ ହେତୁ ଚାଷୀଙ୍କ ଆତ୍ମହତ୍ୟା ଖବର ରହିଛି। ଏହି ଖବର ଉତ୍ତରପ୍ରଦେଶର ଜାଲୋନ୍ ଜିଲ୍ଲାରୁ ଆସିଛି। ଅନ୍ୟପକ୍ଷରେ, ବ୍ୟାଙ୍କଗୁଡିକ ସହିତ ୨୮ ହଜାର କୋଟି ଟଙ୍କାର ଜାଲିଆତି ବିଷୟରେ ଦ୍ୱିତୀୟ କଟିଙ୍ଗ ସଂଲଗ୍ନ କରିଛନ୍ତି।

ଏହି ସିପ ୟାର୍ଡ ସ୍କାମ ବିଷୟରେ ଦେଖାଯାଇଛି। ଏହି ଅନୁଯାୟୀ, ଏବିଜି ସିପିୟାର୍ଡ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଋଷି ଅଗ୍ରୱାଲଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ବ୍ୟାଙ୍କିଙ୍ଗ ଇତିହାସରେ ଏହା ସବୁଠାରୁ ବଡ ଠକେଇ ବୋଲି ବିଶ୍ୱାସ କରାଯାଏ।