Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି।

ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା ସମ୍ପର୍କିତ ପରାମର୍ଶ ଦେଇଥିଲେ । ଏକ୍ସରେ, ସିଟି ସ୍କାନ୍ ଏବଂ ଏମ୍‌ଆରଆଇ ଭଳି ସ୍ୱାସ୍ଥ୍ୟ ପରୀକ୍ଷା ଗୁଡ଼ିକରେ ରୋଗୀମାନଙ୍କୁ ମଧ୍ୟ ରିହାତି ଦିଆଯାଇଥିଲା।

ହାଡ଼ ଏବଂ ଗଣ୍ଠି ଜନିତ ଚିକିତ୍ସା ଓ ପରୀକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏହି ମାଗଣା ଶିବିରର ଉଦ୍ଦେଶ୍ୟ ବୋଲି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଆର୍‌.ସି. ଦେଓ ସୂଚନା ଦେଇଛନ୍ତି।

ଯେଉଁ ରୋଗୀମାନେ ଏହି ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ଏବଂ ଉତମ ସ୍ୱାସ୍ଥ୍ୟସେବା ଆବଶ୍ୟକ କରନ୍ତି ସେମାନଙ୍କୁ ଚିକିତ୍ସା ଯୋଗାଇଦେବା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ ପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ରୋଗୀମାନେ ଖୁସିବ୍ୟକ୍ତ କରିବା ସହ ହସ୍ପିଟାଲ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । କେବଳ ପରୀକ୍ଷା ନୁହେଁ ଚିକିତ୍ସା ମଧ୍ୟ ପାଇପାରିଲୁ ତେଣୁ ଆମେ ହସ୍ପିଟାଲ୍ ଓ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଉଛୁ ବୋଲି ଜଣେ ବୟସ୍କ ରୋଗୀ କହିଛନ୍ତି।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ଏଭଳି ସ୍ୱାସ୍ଥ୍ୟସେବାର ଆବଶ୍ୟକତା ଥିବା ଦୃଷ୍ଟିରୁ ପ୍ରତ୍ୟେକ ରବିବାର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ। ଫିଜିଓଥେରାପି ବିଭାଗର ଡାକ୍ତର ସୁବାଶିଷ ପଟ୍ଟନାୟକ ଓ ଡାକ୍ତର ସରିତା ପଣ୍ଡା ରୋଗୀମାନଙ୍କୁ ଏହି ଶିବିରରେ ସାହାଯ୍ୟ ଓ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

କ୍ୟୁରୀ ଫିଜିଓଥାରାପି ଏବଂ ପୁନର୍ବାସ କେନ୍ଦ୍ରରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଶ୍ୱ ପକ୍ଷାଘାତ ଦିବସ ଏବଂ ଅଟିଜିମ୍ ସଚେତନତା ମାସ ପରିପ୍ରେକ୍ଷୀରେ ବୈକୁଣ୍ଠନଗରରେ ଥିବା କ୍ୟୁରୀ ଫିଜିଓଥାରାପି ଏବଂ ପୁନର୍ବାସ କେନ୍ଦ୍ରରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅକ୍ଟିଜିମ୍‌, ସେରିବ୍ରାଲ ପଲସି, ମାନସିକ ଅନଗ୍ରସର ଶିଶୁ, ମସ୍ତିଷ୍କ ପକ୍ଷାଘାତ ରୋଗୀ ଚିକିତ୍ସା ସେବା ପାଇଥିଲେ। ସେମାନଙ୍କୁ ପିଜିଓଥାରାପି ଏବଂ ଅକ୍ୟୁପ୍ରେସର ମାଧ୍ୟମରେ ପରାମର୍ଶ ଏବଂ ଚିକିତ୍ସା କରାଯାଇଥିଲା। ଫିଜିଓଥାରାଫିଷ୍ଟ ଡା. ସ୍ମୃତିରେଖା ମହାପାତ୍ର, ଶଶାଙ୍କ ଶେଖର ପରିଡ଼ା, ଅକ୍ରୁପ୍ରେସର ଥେରାପିଷ୍ଟ ବିଶେଷ ମହାନ୍ତି ଚିକିତ୍ସା କରିଥିବାବେଳେ ଶୁଭଙ୍କର ପ୍ରଧାନ ପରିଚାଳନା କରିଥିଲେ।