Categories
ଆଜିର ଖବର

ଆନ୍ଧ୍ରପ୍ରଦେଶର ଯୋଗାନ୍ଧ୍ର ୨୦୨୫ ପଦକ୍ଷେପର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଚିତ୍ତୁର ନିକଟରେ ଆୟୋଜିତ ଯୋଗାନ୍ଧ୍ର ୨୦୨୫ କାର୍ଯ୍ୟକ୍ରମରେ ଯୋଗପ୍ରେମୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ପୁଲିଗୁଣ୍ଡୁ ଟ୍ୱିନ୍ ହିଲ୍ସ ମଧ୍ୟରେ ଆୟୋଜିତ ହୋଇଥିଲା। ସେଠାରେ ୨,୦୦୦ରୁ ଅଧିକ ଯୋଗପ୍ରେମୀ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ପାଇଁ ଆନ୍ଧ୍ରପ୍ରଦେଶରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଏକତ୍ରିତ ହୋଇଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ମନ୍ତ୍ରୀ ପ୍ରତାପରାଓ ଯାଦବଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଯୋଗ ଦିବସ ୨୦୨୫ ପ୍ରତି ବୃଦ୍ଧି ପାଉଥିବା ଉତ୍ସାହ ଦେଖି ଖୁସି ଲାଗୁଛି। ‘ଯୋଗାନ୍ଧ୍ର୨୦୨୫’ ହେଉଛି, ଯୋଗକୁ ଲୋକପ୍ରିୟ କରିବା ପାଇଁ ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରଶଂସନୀୟ ପ୍ରୟାସ। ମୁଁ ୨୧ ତାରିଖରେ ଆନ୍ଧ୍ରପ୍ରଦେଶରେ ଯୋଗ ଦିବସ ପାଳନ କରିବାକୁ ଅପେକ୍ଷା କରିଛି।

ମୁଁ ଆପଣମାନଙ୍କୁ ଯୋଗ ଦିବସ ପାଳନ କରିବାକୁ ଏବଂ ଯୋଗକୁ ଆପଣଙ୍କ ଜୀବନର ଏକ ନିୟମିତ ଅଂଶ କରିବାକୁ ଆହ୍ୱାନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଚିତ୍ତୁରରେ ବସ୍ ଦୁର୍ଘଟଣା: ୭ ଯାତ୍ରୀ ମୃତ୍ୟୁ, ୪୫ ଆହତ

ଚିତ୍ତୁର: ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଯାଇଛି। ଯେଉଁତିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି।

ତିରୁପତି ପୋଲିସ ଅଧୀକ୍ଷକ (ଏସପି) ଙ୍କ କହିବାନୁସାରେ, ଦୁର୍ଘଟଣାର କାରଣ ଡ୍ରାଇଭରଙ୍କ ତ୍ରୁଟି ବୋଲି ଜଣାପଡିଛି। ସେ କହିଛନ୍ତି ଯେ, “ତିରୁପତି ଠାରୁ ୨୫ କିଲୋମିଟର ଦୂରରେ ଥିବା ବକରାପେଟାରେ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ବସ୍ ଏକ ଘାଟିରୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।”