Categories
ଆଜିର ଖବର ଜାତୀୟ ଖବର ଧର୍ମ

ସ୍ନାନପୂର୍ଣ୍ଣିମାରେ କଣ ପାଇଁ ତିନି ଠାକୁରଙ୍କୁ ୧୦୮ କଳସୀ ଜଳରେ କରାଯାଏ ସ୍ନାନ

ଭୁବନେଶ୍ବର: ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି।

ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକୁର ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ।

ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକା: ପ୍ରଥମ ଥର ହେବ ଶ୍ରୀଜଗନ୍ନାଥଙ୍କର ୨୪ ବେଶ ପ୍ରଦର୍ଶନୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ କାମର ହେଲା ଶୁଭ ଅନୁକୂଳ

ଚିଲିକା (ସୀତାରାମ ଅଗ୍ରୱାଲ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଉଳାବନ୍ଧ ଗ୍ରାମରେ ଶ୍ରୀଜଗନ୍ନାଥଙ୍କର ୨୪ ଗୋଟି ବେଶ ପ୍ରଦର୍ଶନୀ ନିମନ୍ତେ ଦାରୁ (ଲିମ୍ବ କାଠ) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ମାଣ କାମର ଶୁଭ ଅନୁକୂଳ ହୋଇଯାଇଅଛି। ପରମ ପୂଜ୍ୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କର ପରାମର୍ଶ କ୍ରମେ, ପୂରୀ ଝାଞ୍ଜପୀଠ ମହନ୍ତ ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାଶ ମହାରାଜ, ଚିନ୍ମୟ ମିଶନ ପଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ବତୀ, ଶ୍ରୀମନ୍ଦିର ଦଇତାପତି ରଘୁନାଥ ଦାଶ ମହାପାତ୍ର ଓ ଅନ୍ୟାନ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ସହିତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଟ୍ରଷ୍ଟର ସଭାପତି ଡ଼ଃ ସୁଶାନ୍ତ କୁମାର ସାହୂ ବିଚାର ବିମର୍ଶ କରି ମହାପ୍ରଭୁଙ୍କର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଶୁଭ ଅନୁକୂଳ କରାଇଥିଲେ।

ବଉଳାବନ୍ଧ ଗ୍ରାମର ନୀଳମଣି ମହାରଣା ଓ ପ୍ରମୋଦ ମହାରଣା ଏହି ୨୪ ଗୋଟି ବେଶକୁ ନିର୍ମାଣ କରିବାକୁ ଭକ୍ତିପୂତ ଭାବରେ ପ୍ରଗଢା ଇଛା ପ୍ରକାଶ କରିଥିଲେ। ଦଇତାପତି ରଘୁନାଥ ଦାଶଙ୍କ ପ୍ରେରିତ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ ପାଟ କୁ କାଙ୍କଣଶିଖରୀର ଆଦ୍ୟ ସେବକ ହାଡୁବନ୍ଧୁ ପଟ୍ଟନାୟକ ଦୁଇ ବିଶ୍ୱକର୍ମାଙ୍କୁ ଲାଗି କରାଇଥିଲେ। ବଉଳାବନ୍ଧ ଗ୍ରାମର ପ୍ରଭୁ ବୃନ୍ଦାବନ ଦେବଙ୍କ ମନ୍ଦିରରେ ଅନୁଷ୍ଠିତ ଏହି ଶୁଭ ଅନୁକୂଳ ଅବସରେ ଶ୍ରୀମନ୍ଦିରରୁ ଦଇତାପତି ରଘୁନାଥ ଦାଶ ମହାପାତ୍ର, ଦୂରଭାସା ଯୋଗେ, ଦୁଇ ବିଶ୍ୱକର୍ମାଙ୍କୁ ନିଷ୍ଠା ଓ ଭକ୍ତିର ସହିତ ମହାପ୍ରଭୁଙ୍କର ଏହି ମହାନ କାମକୁ ଆଗେଇ ନେବାକୁ ଆଶୀର୍ବାଦ ଦେଇଥିଲେ।

ପ୍ରକାଶ ଥାଉକି ଦାରୁ ନିର୍ମିତ ୨୪ ବେଶ ପ୍ରଦର୍ଶନୀ ଜଗନ୍ନାଥ ସଂସ୍କୃତିରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶୁଭ ଅନୁକୂଳ ପୂଜାରେ ନଈରୀ ଗ୍ରାମର ରମେଶ ପଲେଇଙ୍କ ସହିତ ବଉଳବନ୍ଧ ଗ୍ରାମର ଜିତେନ୍ଦ୍ର ନାୟକ, ବୃନ୍ଦାବନ ମହାରଣା, ସନ୍ତୋଷ ନାୟକ, କାଳୁଚରଣ ବେହେରା ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କନ୍ଧରାରେ ଜଗନ୍ନାଥ ସଂସ୍କୃତି ଏବଂ ଶକ୍ତି ତତ୍ତ୍ଵ ବିଷୟରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କନ୍ଧରା ଗ୍ରାମ ସ୍ଥିତ ଭୀମ ଭୋଇ ସ୍ମୃତି ପୀଠ ଠାରେ ମଙ୍ଗଳବାର ଦିନ ରାଉରକେଲା ମହର୍ଷି ବ୍ୟାସଦେବ ରାଷ୍ଟ୍ରୀୟ ପ୍ରାଚ୍ୟ ବିଦ୍ୟା ପ୍ରତିଷ୍ଠାନ ଦ୍ଵାରା ଉତ୍କଳ ପୀଠ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଏବଂ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳିଗଡ ର ମିଳିତ ଆନୁକୁଲ୍ୟରେ ଜଗନ୍ନାଥ ସଂସ୍କୃତି ଏବଂ ପଶ୍ଚିମ  ଓଡ଼ିଶା ର ଶକ୍ତି ତତ୍ତ୍ଵ  ବିଷୟରେ ଏକ ଦିବସୀୟ  ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି। ଏଥିରେ ଅର୍ଜୁନ ଡିଗ୍ରୀ କଲେଜ୍ ର ଅଧ୍ୟକ୍ଷ ଅଖିଳେନ୍ଦ୍ର  ଶାସନୀ  ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ମାନଙ୍କୁ ଛାତ୍ର ଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦାନ କରି ପଶ୍ଚିମ ଓଡ଼ିଶା ର ଦୈବୀ ଶକ୍ତି ତତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ।

ପ୍ରଫେସର୍ ଶତପଥୀ କହିଥିଲେ ଯେ ଦୈବୀ ଶକ୍ତି ବିନା ଜଗନ୍ନାଥ ସଂସ୍କୃତି ଅସମ୍ପୂର୍ଣ୍ଣ। ପଶ୍ଚିମ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ଲୋକ ଦୈବୀ ଶକ୍ତି ଙ୍କୁ ଆରାଧନା କରି ତାଙ୍କର ଜୀବନ ଚର୍ଯ୍ୟା ପରି ପାଳନ କରୁଥିଲେ। ପଶ୍ଚିମ ଓଡ଼ିଶାରେ  ଶକ୍ତି ତତ୍ତ୍ଵ ବିଷୟରେ ଅଧିକ ଗବେଷଣା କରି ଏହାର ପ୍ରଚାର ପ୍ରସାର ନିମନ୍ତେ ପୁସ୍ତକ ପ୍ରକାଶନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ତିରୁପତି  ରେ ସ୍ଥାପିତ ଉତ୍କଳ ପୀଠ ର ନିର୍ଦ୍ଦେଶକ  ପ୍ରଫେସର୍ ଜ୍ଞାନରଞ୍ଜନ ପଣ୍ଡା  ଆଲୋଚନା ଚକ୍ର ର ବୈଶିଷ୍ଟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବକ୍ତା ଭାବରେ ଭୀମଭୋଇ ଡିଗ୍ରୀ କଲେଜ୍ ର ଅଧ୍ୟାପକ ଡଃ ଭୋଜରାଜ୍ ଏବଂ  ବୌଦ୍ଧ ପଞ୍ଚାୟତ କଲେଜ୍ ର ପ୍ରାଧ୍ୟାପକ ଡଃ ପ୍ରତାପ ରଥ ସ୍ଥାନୀୟ ଦୈବୀ ପୀଠ ସହ ଜଗନ୍ନାଥ ସଂସ୍କୃତି ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ବୈନେତେୟ ସାହୁ ଧନ୍ୟବାଦ୍ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ସ୍ନାନପୂର୍ଣ୍ଣିମାରେ କଣ ପାଇଁ ତିନି ଠାକୁରଙ୍କୁ ୧୦୮ କଳସୀ ଜଳରେ କରାଯାଏ ସ୍ନାନ

ଭୁବନେଶ୍ବର: ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି।

ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକୁର ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ।

ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।

Categories
ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ପରଲୋକ

ଭୁବନେଶ୍ବର, ପ୍ରଖ୍ୟାତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସଙ୍କର କରୋନାରେ ପରଲୋକ ହୋଇଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ଦେହତ୍ୟାଗ କରିଛନ୍ତି।

ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ।

କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ମୁଖ୍ୟତଃ ତାଙ୍କର ଉପସ୍ଥାପନା ଶୈଳୀ ଲୋକଙ୍କ ଦ୍ବାରା ବେଶ୍ ଆଦୃତି ହୋଇପାରିଥିଲା। ଉଚ୍ଚ ସ୍ବରରେ ଏବଂ ଶିଘ୍ରଶିଘ୍ର କହିବାର କଳା ତାଙ୍କୁ ବେଶ ଭଲଭାବରେ ଜଣା ଥିଲା।

ଜଣେ ସଂସ୍କୃତି ଗବେଷକ ହୋଇଥିଲେ ମଧ୍ୟ ଲୋକଙ୍କୁ ସାଧାରଣ ଭାଷାରେ ବୁଝାଇ କହିବାର କଳା ଚାରଣ ରାମଦାସଙ୍କୁ ଜଣାଥିଲା। ଏଥିସହିତ ତାଙ୍କର ବେଶ ପୋଷାକ ଜଣେ ସିଦ୍ଧ ପୁରଷ ଭାବରେ ପରିଚିତ କରାଇପାରିଥିଲା। ତାଙ୍କ ଦ୍ବାରା ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ । ଏହ ସିଡିଗୁଡିକ ସେତେବେଳେ ବେଶ୍ ଲୋକପ୍ରିୟ ହୋଇପାରିଥିଲା।

ତାଙ୍କର ବିୟୋଗରେ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମହଲରେ ବେଶ୍ ଶୋକର ଛାୟା ଖେଳିଯାଇଛି।