Categories
ଆଞ୍ଚଳିକ

ଜଗନ୍ନାଥ ସେନା ତରଫରୁ ମହାରଣା ସେବକଙ୍କୁ ସମ୍ବର୍ଦ୍ଧିତ

ରଣପୁର: ଆଜି ସନ୍ଧ୍ୟା ୬ ଘଟିକା ସମୟରେ ରଣପୁର ଜଗନ୍ନାଥ ସେନା ତରଫରୁ ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ରଥକାର୍ଯ୍ୟରେ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖି ରଥ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରିଥିବାରୁ ପ୍ରଥମ ଥର ପାଇଁ ଜଗନ୍ନାଥ ସେନା ତରଫରୁ ମହାରଣା ସେବକଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସେନାର ସଦସ୍ୟ ମନୋରଞ୍ଜନ ମହାପାତ୍ର, ଶ୍ରୀକାନ୍ତ କୁମାର ସାହୁ, ବୁନୁ ପଟ୍ଟନାୟକ, ନିର୍ମଳ ବେହେରା, ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଅଶୋକ କୁମାର ତୋଟାଳ ପ୍ରମୁଖ ସହଯୋଗ କରିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ରଥ ମହାରଣା ସୁରେଶ ଚନ୍ଦ୍ର ମହାରଣା ଜଗନ୍ନାଥ ସେନାର ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନଭଣ୍ଡାର ଖୋଲିବା ନିଷ୍ପତିକୁ ଜଗନ୍ନାଥ ସେନାର ସ୍ୱାଗତ

ରଣପୁର: ଜଗନ୍ନାଥ ସେନା ପକ୍ଷରୁ ଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରତ୍ନଭଣ୍ଡାର ଖୋଲିବା ନିଷ୍ପତିକୁ ସ୍ୱାଗତ କରାଯାଇଛି। ରବିବାର ଦିନ ୧୧ଟା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇ ଆସୁଥିବା ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଗନ୍ନାଥ ମନ୍ଦିର ଚାରି ଦୁଆର ଖୋଲାଯିବା ଓ ରତ୍ନ ଭଣ୍ଡାର କେବେ ଖୋଲିବ ସେ ସମ୍ପର୍କରେ ଜଗନ୍ନାଥ ସେନା ରାଜ୍ୟବ୍ୟାପୀ ଭକ୍ତ ଜନସମ୍ପର୍କ ଧନ୍ୟବାଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜଗନ୍ନାଥ ସେନା ର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କୁ ରଣପୁର ଜଗନ୍ନାଥ ସେନାର ଆବାହକ ବିରଜା ମିଶ୍ର ଉତରୀୟ ପ୍ରଦାନ କରିଥିଲେ। ପରେ ମହାପ୍ରଭୂ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଥିଲା। ଶ୍ରୀମନ୍ଦିର ର ଚାରି ଦୁଆର ଖୋଲିଥିବାରୁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ରତ୍ନ ଭଣ୍ଡାର କିଭଳି ଭାବେ ଶିଘ୍ର ଖୋଲିବ ସେଥିପାଇଁ ସରକାରଙ୍କୁ ନିବେଦନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସେନାର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀର ନାମ ପରିବର୍ତ୍ତନ କରିବା ପାଇଁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜଗନ୍ନାଥ ସେନା

ନୂଆଦିଲ୍ଲୀ: ପୁରୀର ନାମ ପରିବର୍ତ୍ତନ ପାଇଁ ଜଗନ୍ନାଥ ସେନା ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ବହୁତ ସମୟ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ପ୍ରଥମ ପଦକ୍ଷେପରେ ପୁରୀ ରେଳଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଶ୍ରୀ ଜଗନ୍ନାଥ ଧାମ୍ ପୁରୀ ଷ୍ଟେସନ୍ କରାଯିବ ଓ ଏଥିପାଇଁ ପୁରୀରୁ ଲକ୍ଷ ଲକ୍ଷ ଲୋକଙ୍କର ସ୍ୱାକ୍ଷର ଅଣାଯିବ।

ଏହା ସହ ପନ୍ଦର ଦିନ ଭିତରେ ପୁରୀରୁ ଏକ ମୁରବୀ ସ୍ତରୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯିବେ । ଏହା ସହ ଜିଲ୍ଲାର ନିର୍ବାଚିତ ପର୍ତିନିଧି ମାନଙ୍କୁ ସାଥିରେ ଆଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ଜଗନ୍ନାଥ ସେନା କୁ ଅନୁରୋଧ କରିଛନ୍ତି । ଦିଲ୍ଳୀରେ ପହଞ୍ଚିବା ପରେ ସମସ୍ତ ଙ୍କୁ ଧରି ଶ୍ରୀ ପ୍ରଧାନ ନିଜେ ରେଳ ମନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ମନ୍ତ୍ରୀ ମାନଙ୍କ ପାଖକୁ ନେଇ ଏହି ନାମ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ସଫଳ କରାଇବେ ବୋଲି ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।