Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ପଞ୍ଚାୟତ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଖୋର୍ଦ୍ଧା: ଆସନ୍ତା ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ପଞ୍ଚାୟତ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସୁଛନ୍ତି। ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ସଦ୍ଭାବନା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଗମନ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ୧୧୦୦୦ ଲୋକଙ୍କ ସମାଗମ ହେବାକୁ ସବୁ ବ୍ଲକର ବିଡିଓ, ମୁନିସିପାଲିଟିଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଥି ପାଇଁ ବସ୍ ସେବା ଯୋଗାଇଦେବାକୁ
ଆର୍ ଟିଓ ଭୂବନେଶ୍ୱର ଏବଂ ଖୋର୍ଦ୍ଧା ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ସେହିପରି ପୂର୍ତ୍ତ ବିଭାଗ, ଟିପିସିଓଡିଏଲ, ବିଭିନ୍ନ ବିଭାଗୀୟ ଅଧିକାରୀ, ପ୍ରମୁଖ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଲୋକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନଙ୍କ ର ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯିବାକୁ ଏସବୁ ର ତଦାରଖ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରିଛନ୍ତିି।

ସୋସିଆଲ ମିଡ଼ିଆ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ/ ପ୍ରିଣ୍ଟ ଇଲେକ୍ଟ୍ରୋନିକ ମିଡିଆ ରେ ପ୍ରଚାର ପ୍ରସାର କରାଯିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ସେହିପରି, ଆମ୍ବୁଲାନ୍ସ ସେବ। ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅଗ୍ନିଶମ ନିରାପତ୍ତା ସେବା ଯୋଗାଇଦେବାକୁ ଏବଂ ଅନ୍ୟ ସମସ୍ତ ବିଭାଗ ସମସ୍ତ ତହସିଲଦାର, ଙ୍କୁ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ (ରାଜସ୍ୱ)/ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା (ପ୍ରଶାସନ)/ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ,ଜ୍ୟୋତି ଶଙ୍କର ସାହୁ/ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ,କିଶୋର ପଣ୍ଡା/ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ।