ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅଞ୍ଚଳର ମିଲନ୍ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ ଟାଉନ ଥାନା ପୋଲିସ୍ ଦୁଇ ଅଭିଯୁକ୍ତ ରୀତ ଦଳେଇ ଓ ସଂଜୀବ ନଭନିତ୍ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୁଚନା ଥାଊକି ଗାନ୍ଧୀ ନଗର ଅଞ୍ଚଳର ଏକ ଗୃହପଯୋଗୀ ଜମିକୁ କିଣିବା ପାଇଁ ଜଳନ୍ଧର ଦଳେଇ ନାମକ ଜଣେ ମାଲିକକୁ ଅଭିଯୋଗକାରୀ ଯୁବକ ଉକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟସ୍ଥି ରେ ନଗଦ ୬୬ ଲକ୍ଷରୁ ଅଧିକ ଦେଇଥିଲେ। କିନ୍ତୁ ସଠିକ ଜମି ପ୍ରଦାନରେ ଚଞ୍ଚକତା ହେତୁ ସେ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ। ତଥାପି ଟଙ୍କା ନପାଇ ମାନସିକ ଭାରସାମ୍ୟ ହରାଇ ଆଇନ୍ ର ଆଶ୍ରୟ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଜମି ମାଲିକ ଜଳନ୍ଧର ଦଳେଇ, ଉକ୍ତ ଦୁଇ ଅଭିଯୁକ୍ତ ସହ ମନୋଜ୍ ପଣ୍ଡା ନାମକ ଜଣେ ଯୁବକ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ମକଦ୍ଦମା ରୁଜୁ କରି ଆଜି ଉକ୍ତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।