ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ଥିବା ପ୍ରଯୁକ୍ତି ବିଦ୍ୟା ବିକାଶ ବୋର୍ଡ (ଟିଡିବି) ପକ୍ଷରୁ ଗତ ୧୧ ତାରିଖରେ ନୂଆଦିଲ୍ଲୀର ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀ (ଇଣ୍ଡିଆନ ନେସନଲ ସାଇନ୍ସ ଏକାଡେମୀ-(ଆଇଏନ୍ଏସ୍ଏ) ସଭାଗୃହରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ୨୦୨୪ ପାଳିତ ହୋଇଯାଇଛି।
‘ସ୍ଥାୟୀ ଭବିଷ୍ୟତ ପାଇଁ ସ୍ୱଚ୍ଛ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଜ୍ଞାନିକ, ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଚିନ୍ତାଧାରାର ଗଣ୍ୟମାନ୍ୟ ବ୍ୟକ୍ତି ନେତାମାନଙ୍କର ସମନ୍ୱୟ ଦେଖିବାକୁ ମିଳିଥିଲା, ଯାହା ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ସହନଶୀଳ ରାଷ୍ଟ୍ର ଦିଗରେ ମାର୍ଗ ନିର୍ଦ୍ଧାରଣ କରିବାକୁ ଲକ୍ଷ୍ୟ ରଖିଥିଲା।
ଏହାବ୍ୟତୀତ ପ୍ରଫେସର ସୁଦ ୨୦୭୦ ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ଆଡ଼କୁ ଭାରତର ଯାତ୍ରାରେ ଜାତୀୟ ହାଇଡ୍ରୋଜେନ୍ ମିଶନର ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅଭିଯାନର ଏକ ପ୍ରମୁଖ ଉପାଦାନ ଭାବରେ ସବୁଜ ହାଇଡ୍ରୋଜେନ ଉତ୍ପାଦନରେ ଯଥେଷ୍ଟ ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ସୁଦ କାର୍ବନ କ୍ୟାପଚର ୟୁଟିଲାଇଜେସନ୍ ଆଣ୍ଡ ଷ୍ଟୋରେଜ୍ (ସିସିୟୁଏସ୍) ଟେକ୍ନୋଲୋଜିରେ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ମୂଲ୍ୟ ଅପ୍ଟିମାଇଜେସନ୍ ଏବଂ ବ୍ୟାପକ ଶିଳ୍ପ ପ୍ରୟୋଗ ଉଦ୍ଦେଶ୍ୟରେ ନୀତି ରହିଛି, ଯାହା ଭାରତର ସ୍ଥାୟୀ ଲକ୍ଷ୍ୟରେ ଆହୁରି ଯୋଗଦାନ କରିବ।
ପ୍ରଫେସର ସୁଦ ଭାରତର ବୈଷୟିକ ଢାଞ୍ଚା ଏବଂ ନିରନ୍ତର ବିକାଶ ଏବଂ ଅନ୍ତର୍ଜାତୀୟ ଜଳବାୟୁ ଲକ୍ଷ୍ୟ ପୂରଣ ପାଇଁ ନୀତିକୁ ବୃଦ୍ଧି କରିବାରେ ଶୂନ୍ୟ ଉତ୍ସର୍ଜନ ଟ୍ରାକିଂ ଉପରେ ରକି ମାଉଣ୍ଟେନ ଇନଷ୍ଟିଚ୍ୟୁଟ (ଆରଏମଆଇ) ସହିତ ଓପିଏସଏର ଭାଗିଦାରୀ ଭଳି ପରାମର୍ଶଦାତା ଗୋଷ୍ଠୀ ଏବଂ ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଡିଏସଟିର ସଚିବ ପ୍ରଫେସର ଅଭୟ କରନ୍ଦିକର ଜାତୀୟ ବିକାଶ ପାଇଁ ଉଦ୍ଭାବନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ଉଦ୍ଭାବନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟକ୍ତିବିଶେଷଙ୍କୁ ଦେଶର ପ୍ରଗତିରେ ଯୋଗଦାନ କରିବାପାଇଁ ସୁଯୋଗ ପ୍ରଦାନ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିଧି ଏବଂ ଟିଡିବି ଭଳି ଯୋଜନା ମାଧ୍ୟମରେ ବିଭିନ୍ନ ଗବେଷଣା ଏବଂ ବିକାଶ କାର୍ଯ୍ୟକ୍ରମକୁ ପାଣ୍ଠି ଯୋଗାଣ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ। ପ୍ରଫେସର କରନ୍ଦିକର ତାଙ୍କ ଅଭିଭାଷଣରେ ସ୍ଥାୟୀ କ୍ଷେତ୍ରରେ ଗବେଷଣା ଏବଂ ବିକାଶ, ବିଶେଷକରି ସ୍ୱଚ୍ଛ ଏବଂ ସବୁଜ ଜ୍ଞାନକୌଶଳ ଯଥା ଜଳ ବିଶୋଧନ ଏବଂ ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ଡିଏସଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି କାର୍ଯ୍ୟକ୍ରମଗୁଡିକରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସ୍ୱଚ୍ଛ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଏମଏସଏମଇକୁ ସମର୍ଥନ କରିବାରେ ଟିଡିବିର ଅଗ୍ରଣୀ ପ୍ରୟାସ ଉପରେ ଆଲୋକପାତ କରିଥିଲେ ।
ପ୍ରଫେସର କରନ୍ଦିକର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ବୈଷୟିକ ଜ୍ଞାନକୌଶଳକୁ ନୀତି ଢାଞ୍ଚାରେ ପ୍ରଯୁକ୍ତି ବିଦ୍ୟାକୁ ଏକୀକୃତ କରିବା ଉପରେ ମହତ୍ଵ ଦେବା ସହ ଏହା ସମ୍ବନ୍ଧିତ ମନ୍ତ୍ରଣାଳୟ ସହିତ ସହଯୋଗ ଏବଂ ସ୍ଥାୟୀତା ଲକ୍ଷ୍ୟ ଦିଗରେ ଅନେକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ୨୦୭୦ ସୁଦ୍ଧା ଶୁଦ୍ଧ ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ଲକ୍ଷ୍ୟ ନେଇ ସେ ସ୍ଥିରତା ପ୍ରୟାସରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ କରିବା ପାଇଁ ଆକାଂକ୍ଷା ବ୍ୟକ୍ତ କରିଥିଲେ।
ପଦ୍ମଶ୍ରୀ ପ୍ରଫେସର ଜିଡି ଯାଦବଙ୍କ ମୁଖ୍ୟ ଅଭିଭାଷଣରେ ୨୦୭୦ ସୁଦ୍ଧା ଶୁଦ୍ଧ ଶୂନ୍ୟ ଉତ୍ସଜନ ହାସଲ କରିବା ପାଇଁ ସ୍ଥାୟୀ ସମାଧାନ, କାର୍ବନ ଅପସାରଣ ଏବଂ ବୈଷୟିକ ଉଦ୍ଭାବନ କୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେ ଧଳା ହାଇଡ୍ରୋଜେନର ସମ୍ଭାବନା ଏବଂ ସବୁଜ ହାଇଡ୍ରୋଜେନର ଭବିଷ୍ୟତ ପ୍ରତିଶ୍ରୁତି ଉପରେ ଆଲୋକପାତ କରିଥିଲେ । ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରୁଥିବା କାରଖାନା, ହାଇଡ୍ରୋଜେନେଟିଂ ପ୍ଲାଷ୍ଟିକ ଏବଂ ବ୍ୟାଟେରୀ ରିସାଇକ୍ଲିଂ କୁ ବିକଳ୍ପ ଉଦ୍ଭାବନର ମାର୍ଗ ଭାବରେ ଆଲୋକପାତ କରିଥିଲେ ।
ଟିଡିବି ର ସଚିବ ଶ୍ରୀ ରାଜେଶ କୁମାର ପାଠକ ଟିଡିବି ଦ୍ୱାରା ଅନୁଦାନପ୍ରାପ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକ ଉପରେ ଆଲୋକପାତ କରି ପରିବେଶ ପରିଚାଳନାକୁ ପ୍ରୋତ୍ସାହିତ କରିବାରେ ଏହି ଜ୍ଞାନକୌଶଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀ (ଇଣ୍ଡିଆନ ନେସନଲ ସାଇନ୍ସ ଏକାଡେମୀ-(ଆଇଏନ୍ଏସ୍ଏ) ର ସଭାପତି ତଥା ଡିଏସଟିର ପୂର୍ବତନ ସଚିବ ପ୍ରଫେସର ଆଶୁତୋଷ ଶର୍ମା ସ୍ଥାୟୀତା ଲକ୍ଷ୍ୟ ହାସଲ ରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନୀତି ନିର୍ଧାରକ ଏବଂ ଅଂଶୀଦାରମାନଙ୍କୁ ଏହାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ । ସେ କହିଛନ୍ତି ଯେ “ଟେକ୍ନୋଲୋଜି ହେଉଛି ଏକ ଦ୍ୱିଧାରୀ ଖଣ୍ଡା: ଏହା ଅପାରଗତାକୁ ହ୍ରାସ କରିଥାଏ କିନ୍ତୁ ବ୍ୟବହାର ମଧ୍ୟ ବଢାଇପାରେ । ଏହାର ମୁକାବିଲା ପାଇଁ ଇଭି, ସବୁଜ ହାଇଡ୍ରୋଜେନ, କାର୍ବନ କ୍ୟାପଚର ଏବଂ ଶକ୍ତି-ଦକ୍ଷ ବାସସ୍ଥାନ ଉପରେ ଧ୍ୟାନ ଦେବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଶ୍ୱସ୍ତରରେ ଅକ୍ଷୟ ଶକ୍ତିକୁ ପରିବର୍ତ୍ତନ କରିବା ଜରୁରୀ । ଆସନ୍ତୁ ସୁନିଶ୍ଚିତ କରିବା ଯେ ଟେକ୍ନୋଲୋଜି ଦ୍ଵାର ସ୍ଥିରତା ପ୍ରାପ୍ତ ହେଉ”।
ଏହି କାର୍ଯ୍ୟକ୍ରମରେ ସମ୍ମାନଜନକ ରିଜେନେରନ୍ ଇଣ୍ଟରନ୍ୟାସନାଲ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଫେୟାର (ଆଇଏସ୍ଇଏଫ୍)ରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ୨୦ଟି ପ୍ରକଳ୍ପର ପ୍ରତିନିଧିତ୍ୱ କରି ୨୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୧୦୦ଟି ଅଭିନବ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିବା ଦେଶବ୍ୟାପୀ ୧୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏହି ଫାଇନାଲିଷ୍ଟମାନେ ମେ ୧୧ରୁ ୧୭, ୨୦୨୪ ପର୍ଯ୍ୟନ୍ତ ଆମେରିକାର କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସରେ ଆୟୋଜିତ ରେଜେନେରନ୍ ଆଇଏସ୍ଇଏଫ୍ ରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ସମ୍ମାନଜନକ ସ୍ଥାନ ହାସଲ କରିଛନ୍ତି। ବିଶ୍ୱର ସର୍ବବୃହତ ପ୍ରାକ୍-ମହାବିଦ୍ୟାଳୟ ବିଜ୍ଞାନ ମେଳା ଭାବେ ପ୍ରସିଦ୍ଧ ରିଜେନେରନ୍ ଆଇଏସ୍ଇଏଫ୍ ରେ ୬୦ରୁ ଅଧିକ ଦେଶର ୧୬୦୦ରୁ ଅଧିକ ଯୁବ ବିଜ୍ଞାନ ପ୍ରେମୀ ଏକାଠି ହୋଇ ଆଇଡିଆ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଅତ୍ୟାଧୁନିକ ବିଜ୍ଞାନ ପ୍ରଦର୍ଶନ କରୁଛନ୍ତି। ପ୍ରାୟତଃ ‘ଅଲିମ୍ପିକ୍ସ ଅଫ୍ ସାଇନ୍ସ ଫେୟାର’ ନାମରେ ପରିଚିତ ଏହି ପ୍ରତିଯୋଗିତା ଯୁବଗୋଷ୍ଟୀ ମାନଙ୍କ ପାଇଁ ବିଶ୍ୱସ୍ତରରେ ଚମକିବା ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥାଏ।