Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ଆଣିଲା ଭାରତର ସବୁଠୁ ଶସ୍ତା ୪ଜି ଫୋନ, ଦାମ୍ ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି। ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍ ଅଧୀନରେ ଆରମ୍ଭ କରାଯାଇଛି।

ନୂଆ ମଡେଲଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। ଗତ ବର୍ଷ ଜିଓଭାରତ ଭି୨ ମଡେଲ୍ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା​​। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି ।

ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍, ଶକ୍ତିଶାଳୀ ୧୦୦୦ ଏମଏଏଚ (mAh) ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍ ଏବଂ ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ ଯେଉଁଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ।

ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍ ଭଳି ଉପଯୋଗୀ ପ୍ରି-ଲୋଡେଡ଼ ଆପ୍ ସହିତ ଆସିବ। ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ଜିଓ-ପେ ସହଜରେ ନିରବଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବା ବେଳେ ଜିଓଚାଟ ଅସୀମିତ ଭଏସ୍ ମେସେଜିଂ, ଫଟୋ ସେୟାର ଏବଂ ଗ୍ରୁପ୍ ଚାଟ୍ ବିକଳ୍ପ ପ୍ରଦାନ କରିଥାଏ ।

ଜିଓଭାରତ ଭି୩ (JioBharat V3) ଏବଂ ଜିଓଭାରତ ଭି୪ (JioBharat V4) ଖୁବ୍ ଶୀଘ୍ର ସମସ୍ତ ମୋବାଇଲ୍ ଷ୍ଟୋର୍ ସହିତ ଜିଓମାର୍ଟ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ହେବ।

Categories
ଆଜିର ଖବର

ବଜାରକୁ ଆସିଲା ‘ଜିଓ ଫୋନ ପ୍ରାଇମା ୨’, ଏହାର ଦାମ୍ ଜାଣିଲେ ଆପଣ ଆଜି ହିଁ କିଣିବେ

ମୁମ୍ବାଇ: ଜିଓ ଏହାର ନୂଆ ଜିଓଫୋନ୍ ପ୍ରାଇମା ୨ କୁ ଭାରତୀୟ ବଜାରରେ ଉପଲବ୍ଧ କରିଛି। ନୂତନ ଜିଓଫୋନ୍ ପ୍ରିମ ୨ ହେଉଛି ଏକ ସ୍ମାର୍ଟ ଫିଚର ଫୋନ୍ ଯାହା ଗ୍ରାହକଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଭିନ୍ନ ପ୍ରିମିୟମ୍ ମୋବାଇଲ୍ ଅଭିଜ୍ଞତା ଦେବାକୁ ଯାଉଛି । ଚମତ୍କାର ଡିଜାଇନ୍ ସାଙ୍ଗକୁ ନୂତନ ଫୋନର ପତଳା ଏବଂ ଚମତ୍କାର ପରିପାଟୀ ଏହାକୁ ଆହୁରି ଆକର୍ଷଣୀୟ କରିଛି । ଲେଦର ପରି ଫିନିଶ୍ ସହିତ ଜିଓଫୋନ୍ ପ୍ରାଇମା ୨ କେବଳ ଦେଖିବା ପାଇଁ ଆକର୍ଷଣୀୟ ନୁହେଁ, ବରଂ ଧରିବାରେ ମଧ୍ୟ ଏକ ଆନନ୍ଦମୟ ଅନୁଭବ ଦେଇଥାଏ।

ନୂତନ ଜିଓଫୋନ୍ ପ୍ରାଇମା ୨ ଫୋନ ଆଧୁନିକ ଜୀବନଶୈଳୀ ସହିତ ମେଳ ଖାଉଥିବା ଏକ ସୁନ୍ଦର ଡିଜାଇନ୍ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଛି।

ଜିଓଫୋନ୍ ପ୍ରାଇମା ୨ ପାରମ୍ପାରିକ ଫିଚର ଫୋନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥିରେ ଭିଡିଓ କଲିଂ ସୁବିଧା ମଧ୍ୟ ରହିଛି, ଯାହା ଗ୍ରାହକଙ୍କୁ ଅଲଗା କୌଣସି ଆପ୍ପ ବିନା ସମ୍ନାସାମ୍ନି ଭିଡିଓ କଲରେ ଯୋଡ଼ିହେବା ସୁବିଧା ଦେଇଥାଏ । ଏହି ଅଭିନବ ପ୍ରଯୁକ୍ତିଯୁକ୍ତ ଫିଚର ନିରବଚ୍ଛିନ୍ନ ଯୋଗାଯୋଗକୁ ସୁନିଶ୍ଚିତ କରି ପ୍ରିୟଜନଙ୍କୁ ଅଧିକ ନିକଟତର କରିଥାଏ ।

ଜିଓଫୋନ୍ ପ୍ରାଇମା ୨ ୪ଜିରେ ୟୁଟ୍ୟୁବ୍, ଫେସବୁକ୍ ଏବଂ ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟ ଭଳି ଲୋକପ୍ରିୟ ଆପ୍ ବ୍ୟବହାର କରାଯାଇପାରିବ। ଏହା ସହିତ ଜିଓ ଟିଭି, ଜିଓ ସାୱନ, ଜିଓ ନିଉଜ ଏବଂ ଜିଓ ସିନେମା ଭଳି ସମସ୍ତ ଜିଓ ଆପ୍ ବ୍ୟବହାର କରିପାରିବା ସହିତ ଗ୍ରାହକମାନେ ଜିଓପେ ମାଧ୍ୟମରେ ୟୁପିଆଇ ଦେୟ ମଧ୍ୟ ପ୍ରଦାନ କରିପାରିବେ। ସ୍ୱତନ୍ତ୍ର ଜିଓ ଚାଟ ଭଳି ଗୁରୁତ୍ୱପୂର୍ଣ୍ଣ ଫିଚର ସହିତ ଗ୍ରୁପ୍ ଚାଟ୍, ଭଏସ୍ ମେସେଜିଂ, ଫଟୋ ଏବଂ ଭିଡିଓ ସେୟାର୍ ମଧ୍ୟ କରାଯାଇପାରିବ।

କୋମଳ ପୁସ୍ ବଟନ୍ ସହିତ ଏହି ଫୋନ୍ ବ୍ୟବହାର କରିବା ଅତି ସହଜ । ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟକୁ ପ୍ରବେଶ କରିବାକୁ ମାଇକ୍ରୋଫୋନ୍ ଆଇକନ୍ ସହିତ ଏକ ବଡ଼ ନାଭିଗେସନ୍ ଉପଲବ୍ଧ ରହିଛି ।

୪ଜି କାଇ-ଓଏସ ରେ କାର୍ଯ୍ୟ କରୁଥିବା ଜିଓଫୋନ୍ ପ୍ରାଇମା ୨ ରେ କ୍ୱାଲକମ୍ ପ୍ରୋସେସର୍ ରହିଛି । ଏଥିରେ ୫୧୨ ଏମବି ରାମ ରହିଛି ଏବଂ ସମସ୍ତ ଆପ୍ପ ଗୁଡ଼ିକୁ ହୋଷ୍ଟ କରିବା ପାଇଁ ୪ ଜିବି ଆଭ୍ୟନ୍ତରୀଣ ମେମୋରୀ ସହିତ ୧୨୮ଜିବି ପର୍ଯ୍ୟନ୍ତ ବାହ୍ୟ ଏସଡି କାର୍ଡ ବ୍ୟବହାର ପାଇଁ ସୁବିଧା ରହିଛି । ଏହି ଫୋନରେ ୨.୪ ଇଞ୍ଚର ଏଲସିଡ଼ି ସ୍କ୍ରିନ ଏବଂ ୨୦୦୦ ଏମଏଏଚ ବ୍ୟାଟେରୀ ମଧ୍ୟ ରହିଛି ।

ଏଥିରେ ଡିଜିଟାଲ୍ ସେଲଫି ଏବଂ ପଛ କ୍ୟାମେରା ମଧ୍ୟ ରହିଛି ଯାହା ଗ୍ରାହକଙ୍କୁ ଫଟୋ ଉଠାଇବା ଏବଂ ଭିଡିଓ କରିବା ସୁବିଧା ଦେଇଥାଏ । ମ୍ୟୁଜିକ୍ ପାଇଁ ବ୍ଲୁଟୁଥ୍ ୫.୦ ଏବଂ ୱାଇ-ଫାଇ ସପୋର୍ଟ ସହିତ ୩.୫ ମିଲିମିଟର ହେଡଫୋନ୍ ଜ୍ୟାକ୍ ରହିଛି । ଏହି ଫୋନ୍ ଇଂରାଜୀ ଏବଂ ୨୨ ଟି ଭାରତୀୟ ଭାଷାକୁ ସପୋର୍ଟ କରୁଛି ।

ଜିଓଫୋନ୍ ପ୍ରାଇମା ୨ ଫିଚର ଫୋନ ବର୍ଗରେ ଏକ ଫ୍ଲାଗସିପ୍ ଫୋନ୍ ଭାବରେ ସବୁଠାରୁ ଆଗରେ ରହିଛି । ଏହା ଫିଚର ଫୋନର ସରଳତା ସାଙ୍ଗକୁ ଆଧୁନିକ ଫିଚର ଗୁଡିକୁ ଯୋଡି ଏକ ଶିଳ୍ପ ମାନକ ସ୍ଥାପିତ କରିଛି। ଏହି ଫୋନଟି ଅତି ସୁଲଭ ମୂଲ୍ୟରେ ମାତ୍ର ୨୭୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି ।