Categories
ବିଶେଷ ଖବର ରାଜ୍ୟ ଖବର

ଶାହଙ୍କ ଗସ୍ତ ପ୍ରସ୍ତୁତି ବୈଠକର ପୁରା ପଛରେ କାହିଁକି ବସିଲେ ବିଧାୟକ ଜୟ ନାରାୟଣ ମିଶ୍ର, ଅଭିମାନ ???

ଭୁବନେଶ୍ବର: ଆସନ୍ତା 22 ତାରିଖରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ବିଜେପି। ସେ ପ୍ରଥମେ ସମ୍ବଲପୁର ଆସିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଭୁବନେଶ୍ବର ଆସିବେ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

ତେବେ ତାଙ୍କ ଗସ୍ତକୁ ଦେଖି ଆଜି ସମ୍ବଲପୁରରେ ଏକ ବୈଠକ ହୋଇଥିଲା। ଏଥିରେ ସଭାପତି ମନମୋହନ ସାମଲ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ସହିତ ସମ୍ବଲପୁର ଜିଲ୍ଲାର ବିଧାୟକ ଏବଂ ପ୍ରାର୍ଥୀ ଯୋଗ ଦେଇଥିଲେ। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।

ହେଲେ ଜୟନାରାୟଣ ବୈଠକର ପୁରା ପଛରେ ବସିଥିଲେ। ତାଙ୍କୁ ଆଗକୁ ଆସିବା ପାଇଁ ଯେତେ କୁହାଗଲେ ମଧ୍ୟ ସେ ଆସିଲେ ନାହିଁ। ଏହାପରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ ଯେ, ଆଗରେ ବସିବାର ମୋର ଯୋଗ୍ୟତା ନାହିଁ। ସେଠାରେ ସଭାପତି ମନ୍ତ୍ରୀ ଏବଂ ବରିଷ୍ଠଙ୍କ ଆସନ ରହିଛି। ମୁଁ ସେଥିମଧ୍ୟରୁ କିଛି ନୁହେଁ ବୋଲି କହିଥିଲେ।

ଏହାପରେ ଆପଣ ବରିଷ୍ଠ ବିଧାୟକ ବୋଲି ପଚାରିବାରୁ ସେ ଉତକ୍ଷିପ୍ତ ହୋଇପଡିଥିଲେ। ସେ କହିଥିଲେ ଯେ, ବରିଷ୍ଠଙ୍କ କଣ ଭ୍ୟାଲୁ ରହିଛି। ମୋର ଯୋଗ୍ୟତା ନାହିଁ ସେଥିପାଇଁ ମୁଁ ଗଲି ନାହିଁ। ଯେଉଁମାନଙ୍କର ଯୋଗ୍ୟତା ରହିଛି ସେମାନେ ବସନ୍ତୁ। ଏଥିରେ ମୋର କିଛି କହିବାର ନାହିଁ ବୋଲି ସେ କହିଥିଲେ।

ଘଟଣାଟି ହେଲା ଯେ, ଶାହଙ୍କ ପ୍ରସ୍ତୁତି ବୈଠକରେ ମଞ୍ଚ ଉପରେ ସଭାପତି ଓ ମନ୍ତ୍ରୀଙ୍କ ସହିତ ଜୟନାରାୟଣ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ତଳେ ବିଧାୟକ ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ ଆସନ ପଡିଥିଲା। ହେଲେ ଜୟନାରାୟଣ ମଞ୍ଚ ଉପରକୁ ନ ଯାଇ ତଳେ ଥିବା ବିଧାୟକଙ୍କ ଆସନର ପଛରେ ବସିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।