Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି, ଏଣିକି ବିଲିଡିଂ ପ୍ଲାନ ମାସେ ଓ ଟ୍ରେଡ ଲାଇସେନସ ଗୋଟିଏ ଦିନରେ ମିଳିବ

ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ।

ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।

ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି–

(୧) ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ)

(୨) ବିଲ୍ଡିଂ ପ୍ଲାନ୍‌ର ପୁନଃବୈଧିକରଣ ନିମନ୍ତେ ଅନୁମତି (ସମୟ ସୀମା: ୭ ଦିନ)

(୩) ପ୍ଲିନ୍‌ଥ ଅନୁମୋଦନ (ସମୟ ସୀମା: ୭ ଦିନ)

(୪) ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ (ସମୟ ସୀମା: ୧ ଦିନ) ଏବଂ

(୫) ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ (ସମୟ ସୀମା: ୯୦ ଦିନ)

ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦିଆଯିବ ।

ଏହି ୫ ଗୋଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଉକ୍ତ ଅଧିନିୟମ ଅନ୍ତର୍ଭୁକ୍ତ ହେଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଅଧିନିୟମ ଅନ୍ତର୍ଭୁକ୍ତ ବିଜ୍ଞାପିତ ସମସ୍ତ ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଏମସିରୁ ଆପଣଙ୍କର ହୋଲଡିଂ ଟାକ୍ସ, ଟ୍ରେଡ ଏବଂ ଫୁଡ ଲାଇସେନସ ଦରକାର କି? କେମିତି ପାଇବେ ପଢନ୍ତୁ

ଭୁବନେଶ୍ବର, ଭୁବନେଶ୍ୱର ମହାନଗର ନିଗମାଂଚଳରେ ଥିବା ସମସ୍ତ ଘର ମାଲିକ ଏବଂ ବ୍ୟବସାୟୀ ମାନଙ୍କ ସୁବିଧା ଦୃଷ୍ଟିରୁ ତା ୨୭.୦୨.୨୦୨୧ ରିଖ ଠାରୁ ତା ୨୮.୦୩.୨୦୨୧ ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ଼୍ ଲାଇସେନ୍ସ ଏବଂ ଫୁଡ଼୍ ଲାଇସେନ୍ସ ମେଳା ଅନୁଷ୍ଠିତ ହେଉଅଛି ।

କମିଶନର ପ୍ରେମ୍ ଚନ୍ଦ୍ର ଚୌଧାରୀଙ୍କ ନିର୍ଦେଶରେ ଆୟୋଜିତ ଏବଂ ଡେପୁଟି କମିଶନର – ରାଜସ୍ୱଙ୍କ ସଂଯୋଜନାରେ ପରିଚାଳିତ ହେଉଥିବା ଏହିମେଳାର  ସୁଯୋଗ ନେବା ପାଇଁ ବି ଏମ୍ ସି  କର୍ତୃପକ୍ଷ ଅନୁରୋଧ ଜଣାଇଛନ୍ତି । ଏଠାରେ ନୂତନ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ୍ ଏବଂ ଫୁଡ୍ ଲାଇସେନ୍ସ କରିବା ଏବଂ ବକେୟା ତଥା ଚଳିତ ବର୍ଷର ଦେୟ ଦେବା ପାଇଁ ସୁବିଧା ରହିଛି । ୱାର୍ଡ୍ ଅଫିସର୍‌, ମିସ୍ ସରକାର, ଟିଜି ସ୍ୱିକୃତି ଏବଂ ସର୍ବୋପରି  ଜୋନାଲ ଡେପୁଟି କମିଶନରଙ୍କ ତତ୍ୱାବଧାନରେ କ୍ୟାମ୍ପ୍ ଗୁଡିକ ଆୟେଜିତ ହେବ ।ସମସ୍ତ କାରବାର ଅନ୍‌ଲାଇନ୍‌ରେ ହେବ ।

ଲାଇସେନସ ପାଇବା ପାଇଁ ଆପଣ କଣ ଆଣିବେ

1- ସମସ୍ତ ପଇଠ ଅନ୍‌ଲାଇନ୍‌ରେ ହେବ । ଏଥିପାଇଁ  ବ୍ୟାଙ୍କ୍ ଚେକ୍‌, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଆଣିବେ ।

2- ନୂଆ ହୋଲ୍ଡିଂ ଟ୍ୟାକ୍ସ ଆକଳନ ପାଇଁ ଆବଶ୍ୟକତା- ଘରର କବଲା ବା ପଟ୍ଟା, ଆଧାର କାର୍ଡ୍‌, ପାନ୍ କାର୍ଡ୍‌, ଫଟୋ, ହୋଲ୍‌ଡିଂ ନମ୍ବର, ହୋଲ୍ଡିଂ ଟ୍ୟାକ୍ସ ରସିଦ୍ ।

3- ନୂଆ ଟ୍ରେଡ୍ ଲାଇସେନ୍‌ସ୍ ଆକଳନ ପାଇଁ ଆବଶ୍ୟକତା- ଘରର କବଲା ବା ପଟ୍ଟା/ରେଂଟ୍ ଏଗ୍ରିମେଂଟ, ଆଧାର କାର୍ଡ୍‌, ପାନ୍ କାର୍ଡ୍‌, ଫଟୋ, ଦୋକାନର ନାମ ଏବଂ ଠିକଣା, ହୋଲ୍ଡିଂ ଟ୍ୟାକ୍ସ ରସିଦ୍ ।

4- ନୂଆ ଫୁଡ୍ ଲାଇସେନ୍‌ସ୍ ପାଇଁ ଆବଶ୍ୟକତା-  ଘରର କବଲା ବା ପଟ୍ଟା, ଇଲେକ୍ଟ୍ରି ବିଲ୍‌, ଆଧାର କାର୍ଡ୍‌, ପାନ୍ କାର୍ଡ୍‌, ଫଟୋ, ଦୋକାନର ନାମ । ମନେରଖନ୍ତୁ- କାରବାର ଏବଂ ପଇଠ କେବଳ ଅନ୍ ଲାଇନ୍‌ରେ ହେବ । ଚେକ୍‌ରେ ନୁହେଁ ।

5- ଯାହାର ପୂର୍ବରୁ ହୋଲ୍ଡିଂ ନମ୍ବର ରହିଛି ସେମାନେ ବକେୟା ଏବଂ ଚଳିତ ଟ୍ୟାକ୍ସ ଦେଇପାରିବେ ।

6- ପୂର୍ବରୁ ଥିବା ଟ୍ରେଡ଼୍ ଲାଇସେନ୍ସ ରିନ୍ୟୁ କରାଯାଇପାରିବ ।

ଲାଇସେନସ ପାଇବା ପାଇଁ ଆପଣ କେଉଁଠାକୁ ଯିବେ

1-ନର୍ଥ ଜୋନ- ୱାର୍ଡ ନମ୍ବର- ୪,୫,୧୦,୧୧,୧୭,୧୮,୧୯,୨୦ , ସ୍ଥାନ- ଭି ଏସ୍ ଏସ୍ ନଗର କଲ୍ୟାଣ ମଣ୍ଡପ, ତାରିଖ- ୨୭.୦୨.୨୦୨୧ ରୁ ୨୮.୦୨.୨୦୨୧

2-ନର୍ଥ ଜୋନ-  ୱା୍ର୍ଡ ନମ୍ବର- ୧,୨,୩,୬,୭,୮,୯,୧୬,୨୧, ସ୍ଥାନ-ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ,  ତାରିଖ-୦୫.୦୩.୨୦୨୧ ରୁ ୦୭.୦୩.୨୦୨୧

3- ନର୍ଥ ଜୋନ- ୱାର୍ଡ ନମ୍ବର-୧୨,୧୩,୧୪,୨୬ ସ୍ଥାନ- ୱାର୍ଡ଼ ଅଫିସ୍‌, ୱାର୍ଡ଼ ନଂ-୧୪, ନିଳାଦ୍ରି ବିହାର , ତାରିଖ-୧୨.୦୩.୨୦୨୧ ରୁ ୧୪.୦୩.୨୦୨୧

4- ଦକ୍ଷିଣ-ପଶ୍ଚିମ ଜୋନ- ୱାର୍ଡ ନମ୍ବର- ୧୫,୨୨,୨୪,୨୫,୨୭,୩୭,୩୮,୩୯  ସ୍ଥାନ-ଡ଼େ କେୟାର ସେଂଟର ରେଂଟାଲ୍ କଲୋନୀ, ତାରିଖ- ୨୭.୦୨.୨୦୨୧ ରୁ ୨୮.୦୨.୨୦୨୧

5- ଦକ୍ଷିଣ-ପଶ୍ଚିମ ଜୋନ-ୱାର୍ଡ ନମ୍ବର- ୪୬,୪୭,୪୮,୫୦,୫୧,୫୨,୬୨ ସ୍ଥାନ- କମ୍ୟୁନିଟି ସେଂଟର, ୟୁନିଟ୍‌-୮ ତାରିଖ- ୦୫.୦୩.୨୦୨୧ରୁ ୦୭.୦୩.୨୦୨୧

6- ଦକ୍ଷିଣ-ପଶ୍ଚିମ ଜୋନ- ୱାର୍ଡ ନମ୍ବର- ୨୩,୪୯,୬୩,୬୪,୬୫,୬୬  ସ୍ଥାନ- ଡ଼େ କେୟାର ସେଂଟର, ଆଇଗିଣିଆ ତାରିଖ- ୧୨.୦୩.୨୦୨୧ ରୁ ୧୪.୦୩.୨୦୨୧

7- ଦକ୍ଷିଣ- ପୂର୍ବ ଜୋନ- ୱାର୍ଡ ନମ୍ବର- ୨୮,୨୯,୩୦,୩୪,୩୫  ସ୍ଥାନ- ସହିଦନଗର କଲ୍ୟାଣ ମଣ୍ଡପ , ତାରିଖ- ୨୭.୦୨.୨୦୨୧ ରୁ ୨୮.୦୨.୨୦୨୧

8- ଦକ୍ଷିଣ-ପୂର୍ବ ଜୋନ-ୱାର୍ଡ ନମ୍ବର- ୩୧,୩୨,୩୩,୪୨,୪୩    ସ୍ଥାନ-ବିଏମସି ଯାତ୍ରୀନିବାସ, ତାରିଖ-୦୫.୦୩.୨୦୨୧ ରୁ ୦୭.୦୩.୨୦୨୧

9- ଦକ୍ଷିଣ-ପୂର୍ବ ଜୋନ- ୱାର୍ଡ ନମ୍ବର- ୪୪,୪୫,୫୫,୫୬,୫୭,୫୮ , ସ୍ଥାନ- ବରଗଡ଼ କଲ୍ୟାଣ ମଣ୍ଡପ, ତାରିଖ- ୧୨.୦୩.୨୦୨୧ ରୁ ୧୪.୦୩.୨୦୨୧

10- ଦକ୍ଷିଣ-ପୂର୍ବ ଜୋନ-  ୱାର୍ଡ ନମ୍ବର- ୫୪,୫୯,୬୦,୬୧,୬୭ , ସ୍ଥାନ- ଦକ୍ଷିଣଚଣ୍ଡୀ କଲ୍ୟାଣ ମଣ୍ଡପ ତାରିଖ- ୧୯.୦୩.୨୦୨୧ ରୁ ୨୧.୦୩.୨୦୨୧

11- ଦକ୍ଷିଣ-ପୂର୍ବ ଜୋନ-  ୱାର୍ଡ ନମ୍ବର- ୩୬,୪୦,୪୧,୫୩  ସ୍ଥାନ- ୱାର୍ଡ଼ ଅଫିସ୍‌, ୱାର୍ଡ଼ ନଂ-୩୬, କର କ୍ଲିନିକ୍ ପାଖ ତାରିଖ- ୨୬.୦୩.୨୦୨୧ ରୁ ୨୮.୦୩.୨୦୨୧