Categories
ଆଜିର ଖବର ରାଜ୍ୟ ଖବର

ନଅଗାଁ (ଖ) ରେ ମାଗଣା ଆୟୁର୍ବେଦିକ ସ୍ବାସ୍ଥ୍ୟ ଶିବିର: ଯୋଗ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ସଂଜୀବନୀ ସେବା ସଂଗଠନର ମିଳିତ ଆନୁକୁଲ୍ୟରେ ଏକ ମାଗଣା ଆୟୁର୍ବେଦିକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଲୋଇସିଂହା ହସ୍ପିଟାଲର ଆୟୁଷ ଡାକ୍ତର ଡ ସଞ୍ଜୀବ କୁମାର ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ପ୍ରାୟ ୫ ଶହରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ।

ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯୋଗଦେଇ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ଏହି ସେବା ଯୋଗାଇ ଦେବା କ୍ଷେତ୍ରରେ ଉଦ୍ୟୋକ୍ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଆୟୁର୍ବେଦିକ ହସ୍ପିଟାଲର ଅଧ୍ୟକ୍ଷ ଡ ମନୋଜ ସାହୁ, ସଂଜୀବନୀ ସେବା ସଂଗଠନର ଉପଦେଷ୍ଟା ସୁନିଲ କୁମାର ବେହେରା, ଲୋଇସିଂହା ଡାକ୍ତରଖାନାର ଅଧିକ୍ଷକ ଡ ଶେଖରଲାଲ ପଧାନ, ଆୟୁଷ ଡାକ୍ତର ତଥା ଶିବିରର ମୁଖ୍ୟ ଉଦ୍ୟୋକ୍ତା ଡ ସଞ୍ଜୀବ କୁମାର ବିଶ୍ବାଳ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ଥାନୀୟ ଶିବିରରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ଡ଼ାକ୍ତର ମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ସାମ୍ପ୍ରସାରିତ ଗୃହ ଉଦଘାଟିତ

ଭୁବନେଶ୍ଵର: ରୋଗୀ ସେବାରେ ସୁଧାର ଆଣିବା ସହ ଅତ୍ୟାଧୁନିକ ରୋଗୀସେବା ଯୋଗାଇବା ଉଦ୍ଧେଶ୍ୟରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ସାମ୍ପ୍ରସାରିତ ଗୃହ ଉଦଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଯୋଗଦେଇ ଅନୁଷ୍ଠାନିକ ଭାବେ ନୂତନ ସାମ୍ପ୍ରସାରିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୃହ ଉଦଘାଟନ କରିଥିବା ବେଳେ ଏଥିରେ ଭବିଷ୍ୟତରେ କେନ୍ସର କେମୋ ଚିକିତ୍ସା କରାଯିବ ବୋଲି କହିଛନ୍ତି।

ଏହି ଅବସରରେ ରାୟଗଡା ବିଧାୟକ ଆପୁଲସ୍ୱାମୀ କାଡ୍ରାକା, ଜିଲ୍ଲାପାଳ ତଥା ଏସପି ପ୍ରମୁଖ ଉପସ୍ଥିତି ଥିଲେ। ଏହାସହ ମନ୍ତ୍ରୀ କୋଲନରା ଠାରେ ନୂତନ ଚିକିତ୍ସାଳୟ ମଧ୍ୟ ଉଦଘାଟନ କରିଛନ୍ତି।