Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସଚେତନତା ଦ୍ଵାରା ଲୋପ ପାଇବ କର୍କଟ ରୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କର୍କଟ ରୋଗ ଜୀବନ ଘାତ ହେଲେ ମଧ୍ୟ ଜନସଚେତନତା ସୃଷ୍ଟି କରିପାରିଲେ ରୋଗରୁ ମୁକ୍ତ ସୁନିଶ୍ଚିତ ବୋଲି ଆରୋଗ୍ୟ ଲାଭ କରିଥିବା ସାମାଜିକ ଓ ସଂସ୍କୃତି ପ୍ରେମୀ ଡଃ ଦେବାନନ୍ଦ ଦାସ ଏହାର ଉଦାହରଣ ସୃଷ୍ଟି କରିଛନ୍ତି।

ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ମହାନଗର ପୁସ୍ତକ ମେଳା କାର୍ଯ୍ୟକ୍ରମରେ ଡଃ ଦେବାନନ୍ଦ ଦାସ ଓ ଅନ୍ୟ କିଛି ବ୍ୟକ୍ତି ବିଶେଷ ଏକାଠି ହୋଇ ଏହି ଭଳି ସଚେତନତା କାର୍ଯ୍ୟକ୍ରମରେ ଆଗନ୍ତୁକ ସ୍ରୋତା ମାନଙ୍କୁ ରୋଗର କାରଣ ଓ ନିରାକରଣ ବିଷୟରେ ବୁଝାଇଥିଲେ।

Categories
ଆଞ୍ଚଳିକ

ଶିଶୁ ଦିବସ ଅବସରରେ ‘କ୍ରାନ୍ତି’ ଅନୁଷ୍ଠାନ ପକ୍ଷରୁ ଅଭିନବ ପ୍ରୟାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କ୍ରାନ୍ତି’ ପକ୍ଷରୁ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ ପୌରହିତ୍ୟ ରେ ଖଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ଜଙ୍କ୍ ଫୁଡ୍ ରୁ ଦୁରେଇ ରୁହନ୍ତୁ ଓ ସୁସ୍ଥ ଶରୀର ଅତିବାହିତ କରିବା ପାଇଁ ଉପଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ରିସର୍ଚ୍ଚ ସେଣ୍ଟର ର ରେଡିଏସନ୍ ଆଙ୍କୋଲଜି ଡାକ୍ତର କାହ୍ନୁ ଚରଣ ପାତ୍ର, ଏମ୍ କେ ସି ଜି ଡାକ୍ତରଖାନାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡଃ ରାଜେନ୍ଦ୍ର ପ୍ରସାଦ ବେହେରା,ଏସ୍ ଏମ୍ ଆଇ ଟି ସଭାପତି ଡ଼ଃ ଭଗବାନ ଗନ୍ତାୟତ ଓ ସି ଏମ୍ ଏ ଧର୍ମେନ୍ଦ୍ର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ। ଡଃ କାହ୍ନୁଚରଣ ପାତ୍ର କର୍କଟ ରୋଗର ଲକ୍ଷଣ,କାରଣ ଓ ନିରାକରଣ ବିଷୟରେ ବୀବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ କର୍କଟ ମୁକ୍ତ ଭାରତ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଥିଲେ।

ଅନୁଷ୍ଠାନର କଳାକାର ଚିନ୍ମୟାନନ୍ଦଙ୍କର ଚଢ଼େଇଆ ନାଚ ବହୁତ ମନଛୁଆଁ ହୋଇଥିଲା। ଏତଦବ୍ୟତୀତ କିଡଜୀ,ସନରାଇଜ୍,କିଡ୍ସ ପ୍ଲେ ଓ ନବଜୀବନ ଆଶ୍ରମର ଶିଶୁ କଳାକାର ମାନଙ୍କର ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କ୍ରୁତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଛି। ଦେବରାଜ ରାଉତ ଓ ଶୁଭ୍ରାଂଙ୍ଗୀ ଉଦଘୋଷକ କାର୍ଯ୍ୟକ୍ରମ ତୁଲାଇଥିଲେ। ଅନୁଷ୍ଠାନର ନିର୍ମଳା ଦାସ, ଅନୀଲ କୁମାର ସେଠୀ, ସଞ୍ଜୟ ରଥ, ସରୋଜ କୁମାର ସାହୁ ଓ ରାଜାରାମ ପାଢ଼ୀ ଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।