Categories
ଆଜିର ଖବର ଜାତୀୟ ଖବର

ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ହେବ ପ୍ରଭାବିତ?: ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଡିଏପିର ଅଭାବ ଏବଂ ରବି ଫସଲ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ନିକଟରେ ଗଣମାଧ୍ୟମରେ ପ୍ରକାଶିତ କିଛି ଖବର ବିଭ୍ରାନ୍ତିକର, ଭୁଲ ଏବଂ ତଥ୍ୟବିହୀନ ବୋଲି କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଥିବା ସ୍ପଷ୍ଟ କରାଯାଇଛି।

ଏହାବ୍ୟତୀତ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ। ବରଂ କୃଷକଙ୍କ ହିତ ପାଇଁ ଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ୨୦୨୪ ପାଇଁ ସବସିଡି ବୃଦ୍ଧି କରାଯାଇଛି।

ପ୍ରଥମତଃ, ମେଟ୍ରିକ ଟନ୍‌ ପିଛା ୩,୫୦୦/- ଟଙ୍କା ଲେଖାଏଁ ସବସିଡି ଦେବା ଲାଗି ୨୬୨୫ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ଯାହାଦ୍ୱାରା ଡିଏପିର କ୍ରୟ ପାଇଁ କମ୍ପାନୀଗୁଡ଼ିକ ଲାଗି ଦରକୁ ସ୍ଥିର ରଖାଯାଇପାରିବ ଏବଂ ମୂଲ୍ୟ ଅସ୍ଥିରତା କାରଣରୁ କମ୍ପାନୀ ସ୍ତରରେ କ୍ରୟ କ୍ଷମତା ପ୍ରଭାବିତ ହେବ ନାହିଁ।

ଦ୍ୱିତୀୟତଃ, ଅନ୍ତର୍ଜାତୀୟ ବଜାରରେ ସାମଗ୍ରିକ ଭାବେ ଦର ବୃଦ୍ଧିକୁ ମୁକାବିଲା ଲାଗି ଅନ୍ୟ ଏକ କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ସମର୍ଥିତ କରାଯାଇଛି, ଯେଉଁଥିରେ ସବସିଡିକୁ ବଜାର ମୂଲ୍ୟ ସହିତ ସଂଯୋଗ କରାଯାଇଛି। ତେଣୁ ବିଶ୍ୱ ବଜାରରେ ଡିଏପି ସମେତ ପିଆଣ୍ଡକେ ସାରର କ୍ରୟ ମୂଲ୍ୟ ବୃଦ୍ଧି ପାଇଲେ କଂପାନିଗୁଡ଼ିକର କ୍ରୟ କ୍ଷମତା ପ୍ରଭାବିତ ହେବ ନାହିଁ ଏବଂ ଚାଷୀ ହିଁ ଏହାର ସର୍ବୋତ୍ତମ ଲାଭ ପାଇପାରିବ।

ଏହାବ୍ୟତୀତ ରବି ୨୦୨୪-୨୦୨୫ ପାଇଁ ମୋଟ ବଜେଟ୍ ଆବଣ୍ଟନକୁ ୨୪,୪୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ ଲୋହିତ ସାଗର ପରିବର୍ତ୍ତେ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଜାହାଜଗୁଡ଼ିକ ଲମ୍ବା ମାର୍ଗରେ ଯାତାୟତ କରିବା ସମେତ ବିଭିନ୍ନ ପ୍ରକାର ଭୂ-ରାଜନୈତିକ କାରଣ ଯୋଗୁଁ ଡିଏପିର ଉପଲବ୍ଧତା କିଛି ମାତ୍ରାରେ ପ୍ରଭାବିତ ହୋଇଛି। ତେବେ ୨୦୨୪ ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଏହାର ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଏବଂ ଏସଏସପି  ସାର 

ନୂଆଦିଲ୍ଲୀ: କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ତାମିଲନାଡ଼ୁର ତ୍ରିଚି ଏବଂ ରାଜସ୍ଥାନରେ ସାର ଅଭାବ ଦେଖା ଦେଇଛି। ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ସ୍ପଷ୍ଟ କରାଯାଉଛି ଯେ ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ଭାରତ ସରକାର ସମସ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସାର ପଠାଉଛି। ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏହା ଦାୟିତ୍ବ ଯେ ସେ ନିଜ ରାଜ୍ୟ ଭିତରେ ଏବଂ ଜିଲ୍ଲା ମଧ୍ୟରେ ବିତରଣ ମାଧ୍ୟମରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବେ।

ଦେଶରେ ସାର ଉପଲବ୍ଧତାର ପରିସଂଖ୍ୟାନ ନିମ୍ନରେ ଦିଆଗଲା :

ୟୁରିଆ: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଭାରତରେ ୟୁରିଆର ଆନୁମାନିକ ଆବଶ୍ୟକତା 180.18 ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) । 16.11.2022 ସୁଦ୍ଧା ଏହାର ଆନୁପାତିକ ଆବଶ୍ୟକତା 57.40 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ  (ଡିଓଏଫ୍‌)  92.54 ଲକ୍ଷ ମେଟ୍ରିକ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ୟୁରିଆର ବିକ୍ରି 38.43 ଲକ୍ଷ ମେଟ୍ରିକ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ 54.11 ଲକ୍ଷ ମେଟ୍ରିକ ଟନ୍ ର କ୍ଲୋଜିଂ ଷ୍ଟକ୍ (ପୂର୍ବରୁ ଉପଲବ୍ଧ) ରହିଛି। ଏହା ବ୍ୟତୀତ ୟୁରିଆ ପ୍ଲାଣ୍ଟରେ 1.05 ଲକ୍ଷ ମେଟ୍ରିକ୍ ଟନ୍ ଓ ବନ୍ଦରରେ 5.03 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ ଉପଲବ୍ଧ ରହିଛି ଯଦ୍ବାରା ୟୁରିଆର ଚାହିଦାକୁ ପୂରଣ କରାଯାଇ ପାରିବ।

ଡିଏପି : ରବି ସିଜିନ୍ 2022-23 ସମୟରେ ସମଗ୍ର ଦେଶରେ ଡିଏପିର ଆନୁମାନିକ ଆବଶ୍ୟକତା 55.38 ଲକ୍ଷ ମେଟ୍ରିକ୍ ଟନ୍। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 26.98 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ 36.90 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ଡିଏପିର ବିକ୍ରି 24.57 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର 12.33 ଲକ୍ଷ ମେଟ୍ରିକ୍ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ଡିଏପିର ଚାହିଦା ପୁରଣ କରିବା ପାଇଁ ଡିଏପି ପ୍ଲାଣ୍ଟରେ 0.51 ଲକ୍ଷ ମେଟ୍ରିକ୍ ଟନ୍ ଏବଂ ପୋର୍ଟରେ 4.51 ଲକ୍ଷ ମେଟ୍ରିକ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏମଓପି : ରବି  ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଓପି (ମ୍ୟୁରେଟ୍ ଅଫ୍ ପଟାସ୍ ବା ପଟ୍ଟାସିୟମ କ୍ଲୋରାଇଡ୍‌) ର ଆନୁମାନିକ ଆବଶ୍ୟକତା 14.35 ଲକ୍ଷ ମେଟ୍ରିକ ଟନ୍ ଅଟେ। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 5.28 ଲକ୍ଷ ମେଟ୍ରିକ୍ ଟନ୍ ର ଅଟେ। ଏଥିପାଇଁ ସାର ବିଭାଗ 8.04 ଲକ୍ଷ ମେଟ୍ରିକ ଟନ୍ ର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର 5.03 ଲକ୍ଷ ମେଟ୍ରିକ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ବନ୍ଦରରେ 1.17 ଲକ୍ଷ ମେଟ୍ରିକ ଟନ୍ ର ଷ୍ଟକ୍ ଉପଲବ୍ଧ ରହିଛି, ଯାହାର ଏମଓପିର ଚାହିଦା ପୁରଣ କରାଯାଇପାରିବ।

ଏନପିକେଏସ୍ : ରବି ଋତୁ 2022-23 ସମୟରେ ସାରା ଦେଶରେ ଏନପିକେଏସ୍ ର ଆନୁମାନିକ ଆବଶ୍ୟକତା 56.97 ଲକ୍ଷ ମେଟ୍ରିକ୍ ଟନ୍ ରହିଛି। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 20.12 ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏହା ପାଇଁ ସାର ବିଭାଗ 40.76 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତାର ସୁନିଶ୍ଚିତ କରିଛି। ଏହି ସମୟରେ ଏନପିକେଏସ୍ ର ବିକ୍ରି 15.99 ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ରାଜ୍ୟ ନିକଟରେ ଏହାର 24.77 ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ ରହିଛି। ଏହା ବ୍ୟତୀତ ଏନପିକେଏସର ଚାହିଦା ପୂରଣ କରିବା ପାଇଁ ପ୍ଲାଣ୍ଟରେ 1.24 ଲକ୍ଷ ମେଟ୍ରିକ୍ ଟନ୍ ଏବଂ ବନ୍ଦରରେ 2.93 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏସଏସପି: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଏସପିର ଆନୁମାନିକ ଆବଶ୍ୟକତା 33.64 ଲକ୍ଷ ମେଟ୍ରିକ୍ ଟନ୍ । 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 14.05 ଲକ୍ଷ ମେଟ୍ରିକ୍ ଟନ୍। ଏଥିପାଇଁ ସାର ବିଭାଗ 24.79 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ଅବଧି ସମୟରେ ଏସଏସପି ର ବିକ୍ରି 9.25 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ରାଜ୍ୟ ନିକଟରେ ଏହାର 15.54 ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ପ୍ଲାଣ୍ଟରେ 1.65 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି, ଯାହାଦ୍ବାରା ଏସଏସପିର ଚାହିଦା ପୂରଣ କରାଯାଇପାରିବ।

ଏହିପରି ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଓ ଏସଏସପି ସାରର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟଗୁଡିକ ସହ ଡିଏପି, ୟୁରିଆ ଉପଲବ୍ଧତା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ସାର ଉପଲବ୍ଧତା ସ୍ଥିତିର ସମୀକ୍ଷା କରିବାବେଳେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉତ୍ପାଦନ ହେଉଛି ଏବଂ ଏହାର ଅଭାବ ନାହିଁ। ସମୀକ୍ଷା ବୈଠକରେ ୧୮ ଟି ରାଜ୍ୟର କୃଷି ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କୃଷକ ଏବଂ କୃଷି କ୍ଷେତ୍ରରେ ସାର ଆବଶ୍ୟକତାର ପରିଚାଳନା କେନ୍ଦ୍ର ଏବଂ ରାଜ୍ୟଗୁଡିକର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡକ୍ଟର ମନସୁଖ ମାଣ୍ଡଭ୍ୟ ଗତ କିଛି ମାସ ମଧ୍ୟରେ ଡିଏପି ପାଇଁ ଚାଷୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମୂହିକ ପ୍ରୟାସର ପରିଣାମ ସ୍ୱରୂପ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିଆସିଛି ବୋଲି ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ଅନେକ ରାଜ୍ୟରେ ଡିଏପିର ଚାହିଦା ବଢିଥିବା ବେଳେ ସେମାନଙ୍କ ସାର ଆବଶ୍ୟକତା ପୂରଣ କରିଥିବାରୁ ରାଜ୍ୟ କୃଷି ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ମନ୍ତ୍ରୀମାନଙ୍କୁ ସେ ଫର୍ଟିଲାଇଜର ଡ୍ୟାସବୋର୍ଡ ସଂକ୍ରାନ୍ତର ଅବଗତ କରିଥିଲେ ଯାହା ଗତ ଦୁଇମାସରୁ କାର୍ଯ୍ୟକ୍ଷମ ରହିଛି ଏବଂ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଅଧିକ ପ୍ରଭାବଶାଳୀ ଏବଂ ଉତ୍ପାଦନକାରୀ ଢଙ୍ଗରେ ସାର ପରିଚାଳନା ପାଇଁ ସେ ପ୍ରତିଦିନ “ଫର୍ଟିଲାଇଜର ଡ୍ୟାସବୋର୍ଡ” ରେ ଆବଶ୍ୟକତା/ଯୋଗାଣ ଉପରେ ନଜର ରଖିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସାପ୍ତାହିକ ଭିତ୍ତିରେ ଜିଲ୍ଲା ୱାରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗୁଆ ଯୋଜନା ପ୍ରସ୍ତୁତ କରିବା ଏବଂ ମୂଲ୍ୟାଙ୍କନ କରିବା ଜରୁରୀ ଅଟେ। ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ବ୍ୟବହାର ହୋଇନଥିବା ସାର ଅଛି। ଦୈନିକ ଏ ସଂକ୍ରାନ୍ତରେ ଆଗୁଆ ସୂଚନା ଆମକୁ ମିଳିପାରିଲେ ଏହାର ଉନ୍ନତ ପରିଚାଳନା ହୋଇପାରିବ। ସେମାନଙ୍କ ଦ୍ୱାରା ସୂଚିତ ଆବଶ୍ୟକତା ଅନୁଯାୟୀ ବିଳମ୍ବ ନକରି କେନ୍ଦ୍ର ସରକାର ରାଜ୍ୟକୁ ସାର ଯୋଗାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର ଉପରେ ସବସିଡି ପ୍ରଦାନ କରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ ଅଟେ ଯାହା ଦ୍ୱାରା ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି। ଆଗାମୀ ରବି ଋତୁରେ ଦେଶର ୟୁରିଆ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ୟୁରିଆ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏହା ଯେଭଳି ଶିଳ୍ପକୁ (ଯେପରିକି ଭିନିର, ପ୍ଲାଇଉଡ ଇତ୍ୟାଦି) କୁ ଚାଲାଣ ନହୁଏ ଏହା ଉପରେ ରାଜ୍ୟଗୁଡିକ ସକ୍ରିୟ ଭାବରେ ନଜର ରଖିବା ଉଚିତ। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଦ୍ୱାରା ସକ୍ରିୟ ତଥା ପ୍ରଭାବଶାଳୀ ନୀରିକ୍ଷଣ ହେତୁ ଉତ୍ତରପ୍ରଦେଶ ଏବଂ ବିହାରରେ ସୀମାନ୍ତରେ ସାର ଚାଲାଣକୁ ରୋକାଯାଇ ପାରିଛି। ସେ କହିଛନ୍ତି, ରାଜ୍ୟଗୁଡିକ ଏହା ଉପରେ ନଜର ରଖିବା ଜରୁରୀ ଯେଭଳି କୃଷକମାନଙ୍କୁ ଯୋଗାଣ ହେଉଥିବା ସାର ଅନ୍ୟ କ୍ଷେତ୍ରକୁ ପଠାଯିବ ନାହିଁ, ଯାହାଦ୍ୱାରା କୃତ୍ରିମ ଅଭାବ ଦେଖାଦେଇଥାଏ। ସଚେତନତା ବୃଦ୍ଧି ତଥା ସାରର ଯଥାର୍ଥ ବ୍ୟବହାର ତଥା ଅପଚୟ ଏବଂ ଅପବ୍ୟବହାର ହ୍ରାସ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଆସନ୍ତୁ ବିକଳ୍ପଗୁଡିକର ଅନୁସନ୍ଧାନ କରିବା ଏବଂ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଯେପରିକି ନାନୋ ୟୁରିଆ ଏବଂ ଜୈବକ ସାର ଯାହା ମାଟିକୁ ସୁରକ୍ଷା ଦେଇଥାଏ ଏବଂ ଅଧିକ ଉତ୍ପାଦନକ୍ଷମ କରିଥାଏ। କମ୍ ପରିମାଣର ନାନୋ ୟୁରିଆ ବର୍ତ୍ତମାନ ଅଧିକ ସାର ବ୍ୟବହାରର ବିକଳ୍ପ ଭାବରେ ବ୍ୟବହୃତ ହେବ ଏବଂ ଅଧିକ ପୁଷ୍ଟିକର ବ୍ୟବହାରରେ ସହାୟକ ହେବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୀକ୍ଷା ବୈଠକରେ କହିଛନ୍ତି। ଆକାର ଅନୁଯାୟୀ ଗୁଣବତ୍ତା, ମୃତ୍ତିକାରେ ଉଚ୍ଚ ଗୁଣ ମାନ ଏବଂ ଅନ୍ୟାନ୍ୟ ଗୁଣ ହେତୁ ନାନୋ-ସାର ଉଦ୍ଭିଦ ପୋଷଣରେ ପ୍ରୟୋଗ ପାଇଁ ପ୍ରତିଶ୍ରୁତିବଦ୍ଧ। ଇଫ୍‍କୋ ନାନୋ ୟୁରିଆର ଉତ୍ପାଦନ ଆରମ୍ଭ କରିଛି ଏବଂ ନାନୋ ଡିଏପି ଉପରେ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।