Categories
ଆଜିର ଖବର ଜାତୀୟ ଖବର

ଡିପିଆଇଆଇଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ପାଳିତ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନର ୧୦ମ ବାର୍ଷିକୀ ପାଳନ ଅବସରରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ଅଭିଯାନ ୨୦୨୪କୁ ସଫଳତାର ସହ ପାଳନ କରିଛି। ୧୭ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତରେ ୫୧୯ଟି ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ) ଗ୍ରହଣ ଏବଂ ପରିବର୍ତନ ସହିତ ୨୩୬ଟି ଜନଭାଗିଦାରୀ କାର୍ଯ୍ୟକ୍ରମ (ସ୍ୱଚ୍ଛତା ମେ ଜନ ଭାଗିଦାରୀ) ଏବଂ ସଫେଇ କର୍ମଚାରୀଙ୍କ ଜୀବନ ଧାରଣରେ ଉନ୍ନତି ପାଇଁ ୩୭ଟି ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଛି।

‘ସ୍ୱଭାବ ସ୍ୱଚ୍ଛତା- ସଂସ୍କାର ସ୍ୱଚ୍ଛତା’ ଶୀର୍ଷକ ଉପରେ ଆଧାରିତ ଏହି ଏସ୍ଏଚ୍ଏସ୍ ଅଭିଯାନରେ ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦିଆଯାଇଥିଲା: ଅବହେଳିତ ଅଞ୍ଚଳକୁ ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସହିତ ପରିବର୍ତ୍ତନ କରିବା, ସ୍ୱଚ୍ଛତା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସଫେଇ କର୍ମଚାରୀଙ୍କ କଲ୍ୟାଣରେ ଉନ୍ନତି ଆଣିବା। ଡିପିଆଇଆଇଟିର ସମ୍ପାଦକ ଅମରଦୀପ ସିଂ ଭାଟିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସଚିବଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ସ୍ୱଚ୍ଛତା ଦୌଡ଼ ଏବଂ ଡିପିଆଇଆଇଟିର ଉଦ୍ୟୋଗ ଭବନରେ ଏକ ରିକ୍ରିଏସନ୍ କ୍ଲବ୍ ଉଦ୍ ଘାଟନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନରେ ଜନସାଧାରଣଙ୍କ ସଂପୃକ୍ତି ବଢ଼ାଇବା ପାଇଁ “ଏକ ପେଡ୍ ମା ନାମ” ବୃକ୍ଷରୋପଣ ଅଭିଯାନ, ସ୍ୱଚ୍ଛତା ଦୌଡ଼, ଶ୍ରମଦାନ ଏବଂ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ଅତିରିକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏହି ଅଭିଯାନର ସଫଳତାରେ ଡିପିଆଇଆଇଟିର କ୍ଷେତ୍ରୀୟ ଦପ୍ତରଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଦେଶର ୫୫ଟି ସ୍ଥାନରେ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ସ୍ୱଚ୍ଛ ଭାରତ ଦିବସରେ ଅଂଶଗ୍ରହଣକୁ ରାଜ୍ୟସ୍ତରରେ ପ୍ରୋତ୍ସାହିତ କରାଯାଇଥିଲା, ଯାହା ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧର ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାରିତ କରିବାରେ ସହାୟକ ହୋଇଥିଲା। ବ୍ୟାପକ ଜନସଚେତନତା ଏବଂ ସଂପୃକ୍ତି ସୁନିଶ୍ଚିତ କରିବା ପାଇଁ ସ୍ୱଚ୍ଛତା ଲାଗି ବୃହତ ଜନ ଆନ୍ଦୋଳନର ଏକ ଅଂଶ ଭାବରେ ସ୍ଥାନୀୟ ଖବରକାଗଜ ସମେତ ଗଣମାଧ୍ୟମରେ ଏହି ଅଭିଯାନର କାର୍ଯ୍ୟକଳାପ ବ୍ୟାପକ ଭାବରେ ପ୍ରଦର୍ଶିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସିମେଣ୍ଟ ଏବଂ ଭବନ ସାମଗ୍ରୀ ପରିଷଦରେ ଇନ୍‌କ୍ୟୁବେସନ ସେଣ୍ଟର ଉଦଘାଟିତ

ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟିର ସଂଯୁକ୍ତ ସଚିବ ସଞ୍ଜୀବଙ୍କ କର ମଣ୍ଡଳରେ କମଳରେ ଜାତୀୟ ସିମେଣ୍ଟ ଏବଂ ଭବନ ସାମଗ୍ରୀ ପରିଷଦରେ ଇନ୍‌କ୍ୟୁବେସନ ସେଣ୍ଟର (ଏନ.ସି.ବି.-ଆରସି)ର ଉଦ୍‌ଘାଟନ ହୋଇଛି। ଏହି ଅବସରରେ, ଏନ୍‌ସିିବିର ଉପାଧ୍ୟକ୍ଷ ଏବଂ ଷ୍ଟାର ସିମେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଏବଂପ୍ରବନ୍ଧ ନିର୍ଦ୍ଦେଶକ ରାଜେନ୍ଦ୍ର ଚମାରିୟା, ଡାଲମିୟା ସିମେଣ୍ଟ (ବି) ଲିମିଟେଡର ରଣନୀତିକ ପରାମର୍ଶଦାତା ମହେନ୍ଦ୍ର ସିଂଧି ଏବଂ ଏନସିବି ବଲ୍ଲଭ ଗଡରେ ଏନସିବିର ମହାନିର୍ଦ୍ଦେଶକ ଡକ୍ଟର ଏଲ.ପି ସିଂହ ଉପସ୍ଥିତ ଥିଲେ।

 

ଶ୍ରୀ ସଂଜୀବ ଏନସିବି ସହିତ କାର୍ଯ୍ୟ କରୁଥିବା ବିକଳ୍ପ ଇନ୍ଧନ, ପ୍ରାକ୍ ଦହନ ପ୍ରଯୁକ୍ତି, ଥ୍ରୀଡି ପ୍ରିଣ୍ଟିଂ ଟେକ୍ନୋଲୋଜି, କାର୍ବନ କ୍ୟାପଚର ଏବଂ ଉପଯୋଗ ଇତ୍ୟାଦି ପ୍ରତିଶତବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କ୍ଷେତ୍ରରେ   ଲିଭ୍ ଏନସେନସ ଟେକ୍ନୋଲୋଜି, ଅଟୋବୋଡ, ଏଏଲଟିସ୍ଏଫ୍, ଓ୍ଵାନଲେମେଣ୍ଟ ଏବଂ ବାୟୋ ସହିତ ଆଲୋଚନା କରିଥିଲେ।

ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ସେ ଏନସିବିକୁ ପ୍ରଶଂସା କରିଥିଲେ। ମାନୁଫାକ୍ଚରିଂ ସେକ୍ଟର ପାଇଁ ୫୦ଟି ଇନକ୍ୟୁବେଟର ପ୍ରତିଷ୍ଠା ପାଇଁ ସେ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଥିଲେ ଏବଂ ଏନସିବି ଇନକ୍ୟୁବେସନ ସେଣ୍ଟର ଏହାର ଏକ ଜ୍ୱଳନ୍ତ ଉଦାହରଣ। ଦେଶର ଅଭିବୃଦ୍ଧି ଓ ବିକାଶ ପାଇଁ ସିମେଣ୍ଟ କ୍ଷେତ୍ର ଭାରତ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ସେ କହିଥିଲେ । ପ୍ରଯୁକ୍ତିବିଦ୍ୟାର ଉନ୍ନତି, ସ୍ଥାୟୀତା ଏବଂ ଶକ୍ତି ଦକ୍ଷତା ଦ୍ୱାରା ପରିଚାଳିତ ସିମେଣ୍ଟ କ୍ଷେତ୍ର କ୍ରମାଗତ ଭାବରେ ବିକଶିତ ହେଉଛି । ସିମେଣ୍ଟ ଶିଳ୍ପରେ ଅଭିନବତା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଜାରି ରହିଥିବା ପ୍ରୟାସରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଅଭିନବତା, ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ଏବଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସୁଦୃଢ଼ ଇକୋସିଷ୍ଟମ୍ ନିର୍ମାଣ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୧୬ ଜାନୁଆରୀ ୨୦୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଆରମ୍ଭ କରିଥିଲେ । ନିରନ୍ତର ପ୍ରୟାସ ଯୋଗୁଁ ଆଜି ସୁଦ୍ଧା ଡିପିଆଇଆଇଟି ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୧,୩୬,୫୮୪କୁ ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ସମସ୍ତ ସାମଗ୍ରିକ ପ୍ରୟାସ ୨୦୪୭ ପୂର୍ବରୁ   ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଆଗେଇ ନେବ।

ଏନସିବିଆଇସିରେ ଇନକ୍ୟୁବେଟି ଷ୍ଟାର୍ଟଅପ୍ /ଉଦ୍ୟୋଗୀମାନଙ୍କୁ ଏନସିବିର ବୈଜ୍ଞାନିକ ଏବଂ ସିମେଣ୍ଟ ଏବଂ ବିଲ୍ଡିଂ ମ୍ୟାଟେରିଆଲ ଶିଳ୍ପର ବିଶେଷଜ୍ଞମାନେ ବାଣିଜ୍ୟୀକରଣ ପାଇଁ ବଜାର ପ୍ରସ୍ତୁତ ଉତ୍ପାଦଗୁଡିକର ଅଧିକ ଉନ୍ନତି କରଣ ଏବଂ ବିକାଶ ପାଇଁ ପରାମର୍ଶ ଦେବେ। ଇନକ୍ୟୁବେଟି ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ବିକାଶ କାର୍ଯ୍ୟ କରିବା ପାଇଁ ଏନସିବିର ଉନ୍ନତ ପରୀକ୍ଷାଗାରର ସହାୟତା ପାଇବେ।

ଆସନ୍ତା ୧୮ତମ ଏନସିବି ଆନ୍ତର୍ଜାତିକ ସମ୍ମିଳନୀ ଏବଂ ସିମେଣ୍ଟ, କଂକ୍ରିଟ ଏବଂ ବିଲ୍ଡିଂ ସାମଗ୍ରୀ ଉପରେ ପ୍ରଦର୍ଶନୀ ୨୭ରୁ ୨୯ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଆଇଆଇସିସି ଦ୍ୱାରକାସ୍ଥିତ ଯଶୋଭୂମିଠାରେ ଅନୁଷ୍ଠିତ ହେବାକୁ ଥିବା ଅଫିସିଆଲ୍ ୱେବ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା। ପୂର୍ବରୁ ଆୟୋଜିତ ୧୭ଟି ଏନସିବି ଅନ୍ତର୍ଜାତୀୟ ସମ୍ମିଳନୀର ଅନୁସରଣ ଭାବରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ନେଟ୍ ଜିରୋ ଫ୍ୟୁଚରକୁ ସୁଦୃଢ଼ କରିବା’।

ଜାତୀୟ ସିମେଣ୍ଟ ଏବଂ ଭବନ ନିର୍ମାଣର ସାମଗ୍ରୀ ପରିଷଦ (ଏନସିବି) ସମ୍ପର୍କୀତ :ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସ (ଏନସିବିହେଉଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟିର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଏକ ସର୍ବୋଚ୍ଚ ଗବେଷଣା ଓ ବିକାଶ ସଂସ୍ଥା। ଏନସିବି ସିମେଣ୍ଟ, ଆନୁଷଙ୍ଗିକ ନିର୍ମାଣ ସାମଗ୍ରୀ ଏବଂ ନିର୍ମାଣ ଶିଳ୍ପ ପାଇଁ ଗବେଷଣା, ପ୍ରଯୁକ୍ତି ବିକାଶ ଏବଂ ସ୍ଥାନାନ୍ତର, ଶିକ୍ଷା ଏବଂ ଶିଳ୍ପ ସେବା ପାଇଁ ସମର୍ପିତ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନ ଏନ୍‌ପିିଜି ପକ୍ଷରୁ ଛ’ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ସୁପାରିସ

ନୂଆଦିଲ୍ଲୀ: ଡିପିଆଇଆଇଟିର ସ୍ୱତନ୍ତ୍ର ସଚିବ ସୁମିତ୍ରା ଦୱରାଙ୍କ ଅଧ୍ୟକ୍ଷତାରେ ଚଳିତମାସ ୧୨ତାରିଖରେ ନୂଆଦିଲ୍ଲୀଠାରେ ୫୫ତମ ନେଟୱାର୍କର୍ ପ୍ଲାନିଂ ଗ୍ରୁପ (ଏନ୍‌ପିିଜି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଡକ ପରିବହନ, ବେସାମରିକ ଉଡାଣ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ଅକ୍ଷୟ ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଟେଲିଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ଶ୍ରୀମତୀ ଦୱରା କହିଥିଲେ ଯେ ପ୍ରକଳ୍ପ ଯୋଜନା ପ୍ରସ୍ତୁତିରେ ସରକାର ସାମୁହିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଏଥିରେ ସବୁ ମନ୍ତ୍ରଣାଳୟ ଓ ବିଭାଗ ସବୁମନ୍ତେ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଏହା ଫଳରେ ପ୍ରକଳ୍ପ ପ୍ରସ୍ତୁତି ବା ପ୍ରୋଜେକ୍ଟ ପ୍ଲାନିଂ ଏବଂ ଏହାର କାର୍ଯ୍ୟକାରିତାରେ ନୂଆ ଦିଶା ମିଳିଛି। ସବୁ ମନ୍ତ୍ରଣାଳୟ ଓ ବିଭାଗର ସହଯୋଗରେ ପିଏମ୍ ଗତିଶକ୍ତି ଯୋଜନାର କାର୍ଯ୍ୟକାରିତା ତ୍ୱରାନ୍ୱିତ ହେଉଛି । ଏହି ବୈଠକ ଅବସରରେ ପିଏମ୍ ଗତିଶକ୍ତି ଯୋଜନାର ବିଭିନ୍ନ ଲାଭ ସମ୍ପର୍କରେ ତଥ୍ୟାବଳୀ ଉପସ୍ଥାପିତ ହୋଇଥିଲା। ଏଥିରେ ଏନ୍‌ଏସ୍‌ପିର ଡିଜିଟାଲ ସର୍ଭେ, ଡିପିଆର ପ୍ରସ୍ତୁତି ବାବଦ ସମୟ ହ୍ରାସ, ଟେକ୍‌ନୋଲୋଜି ସହାୟତାରେ ଦକ୍ଷ ପ୍ରକଳ୍ପର ପ୍ରଶାସନ ବ୍ୟବସ୍ଥା ତଥା ସାମାଜିକ କ୍ଷେତ୍ର ପାଇଁ ସୃଷ୍ଟି ହୋଇଥିବା ସମ୍ବଳ ଆଦି ସ୍ଥାନ ପାଇଥିଲା।

ବୈଠକରେ ଛ’ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ତାହାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କୁ ସୁପାରିସ କରାଯାଇଛି । ଏଥିରେ ରହିଛି ତିନିଟି ରେଳବାଇ ଓ ତିନିଟି ସଡକ ପ୍ରକଳ୍ପ । ଏଥିରେ ଓଡିଶାରେ ଏକ ନୂଆ ରେଳପଥ ନିର୍ମାଣ ସହିତ ଓଡିଶା ଦେଇ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ସଂଯୁକ୍ତ କରିବା ପାଇଁ ଏକ ନୂଆ ରେଳପଥ ନିର୍ମାଣ ହେବ ।  ଏହାକୁ ମିଶାଇ ଏନ୍‌ପିଜି ଦ୍ୱାରା ଏଯାଏ ମୋଟ ୧୦୬ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସୁପାରିସ କରାଯାଇଥିବାବେଳେ ଏ ବାବଦରେ ମୋଟ ଖର୍ଚ୍ଚ ଆକଳନ ହୋଇଛି ୧୧ଲକ୍ଷ କୋଟି ଟଙ୍କା ।

ଯେଉଁ ତିନିଟି ରେଳ ପ୍ରକଳ୍ପକୁ ଏନ୍‌ପିଜି ସୁପାରିସ କରିଛି ସେଗୁଡିକ ହେଲା ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଏକ ସମ୍ପୂର୍ଣ୍ଣ ନୂଆ ରେଳପଥ ନିର୍ମାଣ, କେବଳ ଓଡିଶାରେ ଏକ ସ୍ୱତନ୍ତ୍ର ରେଳପ୍ରକଳ୍ପ ନିର୍ମାଣ ଯାହା ବର୍ତ୍ତମାନର ରେଳପଥର ଭିଡ ହ୍ରାସ କରିବାକୁ ଉଦ୍ଧିଷ୍ଟ ଏବଂ ତୃତୀୟଟି ଗୁଜରାଟରେ ନିର୍ମିତ ହେବାକୁ ଥିବା ଏକ ରେଳ ପ୍ରକଳ୍ପ । ଏସବୁ ନୂଆ ରେଳପ୍ରକଳ୍ପ ଇସ୍ପାତ, ସିମେଣ୍ଟ ଓ ଶକ୍ତି ଉଦ୍ୟୋଗକୁ ଲାଭନ୍ୱିତ କରିବ । ଏହା ଦ୍ୱାରା କୋଇଲା, ଚୂନପଥର, ଲୁହାପଥର ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ପରିବହନ ସୁଗମ ହେବ । ଏହାଛଡା ଏହି ନୂଆ ରେଳପଥ ଯାତ୍ରୀ ପରିବହନ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ । ଏସବୁ ରେଳପ୍ରକଳ୍ପ ଖଣି ଓ ଶିଳ୍ପାଞ୍ଚଳ ମଧ୍ୟରେ ଦୂରତ୍ୱ ହ୍ରାସ କରିବା ସହ ବର୍ତ୍ତମାନର ରେଳପଥ ଉପରୁ ଚାପ କମାଇବ । ଏହି ତିନି ପ୍ରକଳ୍ପ ପାଇଁ ୫୩୭୪.୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି । ରେଳବାଇ ଏହି ଅର୍ଥ ଖର୍ଚ୍ଚ କରିବ ।

ସେହିଭଳି ତିନିଟି ସଡକ ପ୍ରକଳ୍ପ ପାଇଁ ୮୭୦୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସଡକ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରିବ । ଏହି ତିନିଟି ପ୍ରକଳ୍ପ ହେଲା ଧ୍ରୁବୀ ବ୍ରିଜ-ଗୋଏରାଗ୍ରେ, ଖଡଗପୁର-ମୋରେଗ୍ରାମ୍ ଓ ଦେଓଘର ବାଇପାସ୍ । ପ୍ରଥମ ପ୍ରକଳ୍ପଟି  ଏହା ଏବେ ନିର୍ମାଣଧୀନ ୪ଲେନ ବିଶିଷ୍ଟ ଧ୍ରୁବ୍ରୀ-ଫୁଲବାଡି ସେତୁକୁ ସଂଯୋଗ କରି  ପୂର୍ବ-ପଶ୍ଚିମ ରୋଡ କରିଡର ସହିତ ସଂଯୁକ୍ତ ହେବ । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ସହିତ ଦେଶର ମୁକ୍ୟ ଭୂଖଣ୍ଡକୁ ଉତ୍ତମ ସଡ ସଂଯୋଗ ସ୍ଥାପିତ ହୋଇପାରିବ । ଭାରତ ସରକାର ଏହା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଏହା ମଧ୍ୟ ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ସୁଗମ କରିବ । ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଏହା ଦ୍ୱାରା ବିଶେଷ ଉପକୃତ ହେବେ।

ସେହିଭଳି ଖଡଗପୁର ଓ ମୋରେଗ୍ରାମ ମଧ୍ୟରେ ଏକ ନୂଆ ରାଜପଥ ନିର୍ମାଣ ହେବ  ।ଏହା ଖଡଗପୁର-ସିଲିଗୁଡି ରାଜପଥର ଅଂଶ ବିଶେଷ ପାଲଟିବ । ଏହାଫଳରେ ଖଡଗପୁର ଓ ସିଲିଗୁଡି ମଧ୍ୟରେ ଦୂରତ୍ୱ ୧୧୨କିଲୋମିଟର ଓ ଯାତ୍ରା ସମୟ ସାତଘଣ୍ଟା ହ୍ରାସ ପାଇବ । ଏହି ପ୍ରକଳ୍ପ ଦ୍ୱାରା ଏକାଧିକ ଆକାଂକ୍ଷୀ ଜିଲ୍ଲା  ଏବଂ ମାସ ଅଧୁଷିତ ପଶ୍ଚିମ ମେଦିନୀପୁର ଜିଲ୍ଲାକୁ ଲାଭ ମିଳିବ । ଏହି ନୂଆ ସଡକପଥ ମଧ୍ୟ କୋଲକାତା- ହଳଦିଆ ମଧ୍ୟରେ ଆର୍ନ୍ତଜାତିକ ବାଣିଜ୍ୟ କାରବାରକୁ ସୁଗମ ହେବ । ଏହି ସଡକ ପ୍ରକଳ୍ପ ଦ୍ୱାରା ଏକାଧିକ ଅ

ତୃତୀୟ ସଡକ ପ୍ରକଳ୍ପଟି ଝାଡଖଣ୍ଡର ଦେଓଘର ଦେଇ ନିର୍ମିତ ହେବ । ଏହା ମୁଖ୍ୟତଃ ଏକ ବାଇପାସ୍ ସଡକ ହେବ  ଏବଂ ଦେଓଘର ସହର ନିକଟ ଦେଇ ଯିବ । ଏହା ଦ୍ୱାରା ସେହି ସହରର ଟ୍ରାଫିକ ବୋଝ ହ୍ରାସ ପାଇବା ସହ ସ୍ଥାନୀୟ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗ ଲାଭ ପାଇବେ ।

ଏସବୁ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ପାଇଁ ମଲ୍‌ଟି ମୋଡାଲ ସଂଯୋଗ ବ୍ୟବସ୍ଥା ଯୋଗାଇବ ।

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପୁରସ୍କାର ଘୋଷଣା କଲା ଡିପିଆଇଆଇଟି

ନୂଆଦିଲ୍ଲୀ: ସନ୍ତୁଳିତ ଆଞ୍ଚଳିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଡିପାର୍ଟମେଣ୍ଟ ଫର୍ ପ୍ରମୋସନ୍ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ୍‌ (ଡିପିଆଇଆଇଟି) ଜୁନ୍ 15 ରେ ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) ରାଷ୍ଟ୍ରୀୟ ପୁରସ୍କାର ସମ୍ପର୍କରେ ଘୋଷଣା କରିଛି। ଏହି ସମ୍ମାନଜନକ ପୁରସ୍କାରଗୁଡିକ ଓଡିଓପି ଆଭିମୁଖ୍ୟ ମାଧ୍ୟମରେ ଅର୍ଥନୈତିକ ବିକାଶ ହାସଲ କରିବାରେ ନିଜ ନିଜ ଜିଲ୍ଲା, ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଦେଶରେ ଆନ୍ତର୍ଜାତୀୟ ମିଶନ ମଧ୍ୟରେ ଅତୁଳନୀୟ ସଫଳତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ସମ୍ମାନିତ କରିବାକୁ ଲକ୍ଷ୍ୟ ରଖିଛି।

ପୁରସ୍କାରଗୁଡ଼ିକ ନିମ୍ନଲିଖିତ ଉପରେ ଧ୍ୟାନ ଦିଅନ୍ତି: (i) ସଫଳ ଓଡିଓପି ହସ୍ତକ୍ଷେପରେ ଗଠନମୂଳକ ପ୍ରତିଯୋଗିତା, ନବସୃଜନ ଏବଂ ଦକ୍ଷ ଜନସେବା ବିତରଣକୁ ଉତ୍ସାହିତ କରିବା; (ii) ଅଭିଜ୍ଞତା ବାଣ୍ଟିବା ମାଧ୍ୟମରେ ସର୍ବୋତ୍ତମ ଅଭ୍ୟାସଗୁଡିକର ନକଲ ଏବଂ ଅନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବା ଏବଂ (iii) ଓଡିଓପି ଉତ୍ପାଦଗୁଡିକର ଯୋଗାଣ ଶୃଙ୍ଖଳରେ ସଫଳ ଚିହ୍ନଟ ଏବଂ ସମସ୍ୟାର ସମାଧାନ ପାଇଁ କରାଯାଇଥିବା ନୂତନତାକୁ ଚିହ୍ନଟ କରିବା।

ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା 25 ଜୁନ୍ 2023 ରୁ ଆରମ୍ଭ ହୋଇଥିଲା ଏବଂ ଆବେଦନଗୁଡିକ 31 ଜୁଲାଇ 2023 ପର୍ଯ୍ୟନ୍ତ ଖୋଲା ରହିବ। ବିଦେଶରେ ଥିବା ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ, ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ମିଶନ ଏଥିରେ ଭାଗ ନେବାକୁ ଯୋଗ୍ୟ ଅଟନ୍ତି ଏବଂ ଆବେଦନ କରିବାକୁ ଦୃଢ଼ ଭାବରେ ଉତ୍ସାହିତ କରାଯାଉଛି।

ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ, ଏବଂ ବିଦେଶରେ ମିଶନଗୁଡିକ ପୁରସ୍କାର ପାଇଁ ସକ୍ରିୟ ଭାବରେ ଆବେଦନ କରିବାକୁ ଉତ୍ସାହିତ ହୁଅନ୍ତି ଯାହା ଦ୍ବାରା ଏକ ଉଦାହରଣ ସୃଷ୍ଟି ହୋଇପାରିବ ଯାହା ଓଡିଓପି ଅଧୀନରେ ନୂତନତ୍ୱ ଏବଂ ପ୍ରଭାବଶାଳୀ ଜନସେବା ବିତରଣକୁ ପ୍ରୋତ୍ସାହନ ଦେଇପାରେ।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି। ଏହିପରି ଏକ ପଦକ୍ଷେପ ହେଉଛି ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) କାର୍ଯ୍ୟକ୍ରମ ଯାହାକି ଡିପାର୍ଟମେଣ୍ଟ ଫର୍ ପ୍ରମୋସନ୍ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ୍‌ (ଡିପିଆଇଆଇଟି) ଦ୍ୱାରା ପରିଚାଳିତ।

ଓଡିଓପି ପଦକ୍ଷେପ ଦେଶର ସମସ୍ତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଲକ୍ଷ୍ୟ ରଖିଛି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଉତ୍ପାଦ ଚୟନ, ବ୍ରାଣ୍ଡ ଏବଂ ପ୍ରୋତ୍ସାହିତ କରିବା, ସେମାନଙ୍କର ବଜାର ସୁବିଧା ଉପଲବ୍ଧତା ବୃଦ୍ଧି ଏବଂ ରପ୍ତାନି ସମ୍ଭାବନାକୁ ବଢ଼ାଇବା ପାଇଁ ନିଜ ନିଜ ଯୋଗାଣ ଶୃଙ୍ଖଳାର ସମସ୍ତ ପଏଣ୍ଟରେ ପ୍ରତ୍ୟେକ ମନୋନୀତ ଓଡିଓପି ଉତ୍ପାଦ ସହିତ ଜଡିତ ସମସ୍ୟାର ଚିହ୍ନଟ ଏବଂ ସମାଧାନ କରିବା।

ଉତ୍ପାଦକୁ ବଢ଼ାଇବା, ଉତ୍ପାଦକଙ୍କ ଜୀବନକୁ ଉନ୍ନତ କରିବା ଏବଂ ପ୍ରକ୍ରିୟାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ, ଓଡିଓପି ଟିମ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଜିଲ୍ଲାର ସମସ୍ତ ଦିଗର ବିକାଶକୁ ଅନ୍ତର୍ଭୁକ୍ତ କରେ।