Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ଗସ୍ତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗର (ରାଜ୍ୟ) ମନ୍ତ୍ରୀ ସାବିତ୍ରୀ ଠାକୁର

ଢେଙ୍କାନାଳ: ଢେଙ୍କାନାଳ ଜ଼ିଲ୍ଲା କୁ ଆଜି ଏକ ଦିନିକିଆ ଗସ୍ତରେ କେନ୍ଦ୍ର ଶିଶୁ ଓ ମହିଳା ବିଭାଗ ର ମିନିଷ୍ଟର ସାବିତ୍ରୀ ଠାକୁର ଆସିଥିଲେ। ଜ଼ିଲ୍ଲାର ବାଞ୍ଝ କୁସୁମ ଠାରେ ଥିବା ଅଙ୍ଗନବାଡି କୁ ଯାଇ ସମସ୍ତ ସୁବିଧାବିଷୟ ରେ ପଚାରିଥିଲେ। ତାପରେ ମହର୍ଷି ଦୟାନନ୍ଦ ସେର୍ଭିସ ମିଶନ କୁ ଯାଇଥିଲେ। ପରେ ୱାନ ଷ୍ଟପ କେନ୍ଦ୍ର (ସଖୀ) କୁ ଯାଇଥିଲେ ଏବଂ ବୃକ୍ଷ ରୋପଣ କରିଥିଲେ।

ଜ଼ିଲ୍ଲାର ବିଭିନ୍ନ ସ୍ଥାନ ବୁଲିବା ପରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ୍ଣ ଭ୍ରଷ୍ଟାଚାର ମୁକ୍ତ ଡବଲ ଇଞ୍ଜିନ ସରକାର ଚାଲିଛି। ମାନ୍ୟବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ଓ ଶିଶୁ ପୋଷଣ ଅଭିଯାନ ତଳ ସ୍ତରରେ କେତେଦୂର ପହଂଚି ପାରୁଛି, ସରକାରୀ ଯୋଜନା ଗୁଡିକ ରେ କେତେ ଫାଇଦା ମିଳୁଛି, କେତେ ଦୂର କାର୍ଯ୍ୟକାରୀ ହେଉଛି ଓ କଣ କଣ ସମସ୍ୟା ଉପୁଜିଛି ତାକୁ ପରଖିବା ପାଇଁ ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରୁଛୁ ବୋଲି କହିଥିଲେ। ଏ ସମ୍ପର୍କରେ ଦିଲ୍ଲୀ ଯିବାପରେ ଏକ ରିପୋର୍ଟ ପ୍ରଦାନ କରିବୁ ବୋଲି ମୁଖ୍ୟ ଚିକିତ୍ସାଳୟ ସଖି କେନ୍ଦ୍ରଠାରେ ନିଜର ପ୍ରତିକ୍ରିୟା ରଖିଥିଲେ। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କର ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା କରିଥିଲେ।

ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।