ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ପୁରୀ ବଡଦାଣ୍ଡରେ ଚାଲିଛି ରଥଟଣା । ମହାରାଜାଙ୍କ ଛେରା ପହଁରା ପରେ ସର୍ବପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟଣାଯାଇଥିଲା । ଏବେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ସେବାୟତମାନେ ଟାଣି ନେଉଛନ୍ତି । ଆଗେ ଆଗେ ତାଳଧ୍ବଜ ଯାଉଥିବାବେଳେ ପଛେପଛେ ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସବା ପଛକୁ ଯିବ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ସୁପ୍ରିମ୍କୋର୍ଟଙ୍କ ଅନୁମତି ପରେ ବିନା ଭକ୍ତରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସର୍ତ୍ତ ମୁତାବକ କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଏହି ରଥଯାତ୍ରାକୁ ପାଳନ କରାଯାଉଛି ।
ଦର୍ପଦଳନ ରଥ ସମ୍ପର୍କରେ ସଂକ୍ଷିପ୍ତ ସୂଚନା :
ଦେବୀ ସୁଭ୍ରଦାଙ୍କ ରଥର ନାମ ହେଉଛି ଦର୍ପଦଳନ । ଏହାର ଉଚ୍ଚତା 31 ହାତ । ଏହା 593 ଖଣ୍ଡ କାଷ୍ଠରେ ନିର୍ମିତ ହୋଇଥିବାବେଳେ ଏହାର ଚକ ହେଉଛି 12ଟି । ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା । ଦର୍ପଦଳନର ସାରଥୀ ହେଉଛନ୍ତି ଅର୍ଜୁନ୍ । ରଥର ନେତର ନାମ ହେଉଛି ନାଦାମ୍ବିକା ।