Categories
ଆଜିର ଖବର ରାଜ୍ୟ ଖବର

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି।

ଶ୍ରୀଜଗନ୍ନାଥଙ୍କର ମନ୍ଦିର ଦିଘାଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି କରିଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରିଛନ୍ତି।

ଏହି ରିପୋର୍ଟ ଗ୍ରହଣ ପରେ ଗଣମାଧମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା। ଆଜି ଏହାର ରିପୋର୍ଟ ଆମର ହସ୍ତଗତ ହୋଇଛି। ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦାଇତାପତି ନିଯୋଗ ଓ ଯେଉଁମାନେ ଦିଘା ମନ୍ଦିର ଯାଇଥିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଏବଂ ବିସ୍ତୃତ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ଦାଖଲ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ କିଛି ଅସୁବିଧା ନାହିଁ ତେବେ ଅନେକ ସ୍ଥାନରେ ନୀତିକାନ୍ତି ନେଇ ତାଳମେଳ ରହୁନି। ତେଣୁ ମହାପ୍ରଭୁଙ୍କ ଦୈନିଦିନ କ’ଣ କାର୍ଯ୍ୟ ରହିବ ଏ ନେଇ ଶ୍ରୀମନ୍ଦିର ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜରିହେବ। ଏଥି ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଦେଶରେ କେବଳ ଚାରିଟି ଧାମ ରହିଛି। ତେଣୁ କେବଳ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ “ଧାମ” ଶବ୍ଦର ନାମ ଲାଗିପାରିବ ନାହିଁ। ତେଣୁ ଦିଘାରେ “ଜଗନ୍ନାଥ ଧାମ” ବୋଲି ଯାହା ଉଲ୍ଲେଖ କରାଯାଇଛି ତାହା ଠିକ ନୁହେଁ, ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହେବ। ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ପତ୍ର ଲେଖାଯିବ ଏବଂ ଦିଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ମଧ୍ୟ କୁହାଯିବ।

ଅନ୍ୟପକ୍ଷରେ ସେବାୟତମାନେ କୌଣସି ସ୍ଥାନକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ବିଧି ନାହିଁ। ଏଥି ସହିତ ଜଗନ୍ନାଥଙ୍କ ବିଭିନ୍ନ ନୀତିକାନ୍ତି ବିଷୟରେ ବାହାରେ କ’ଣ ସବୁ ପ୍ରକାଶ କରି ପାରିବେ ଓ ନ କରିପାରିବେ ସେଥିନେଇ ମାର୍ଗଦର୍ଶିକା ଜାରି ହେବ।

ରିପୋର୍ଟରୁ ଯାହା ଜଣାପଡିଛି ବଳକା ଦାରୁ କାଠ ବାହାରକୁ ଯିବା ଏବଂ ଏଥିରେ ବିଗ୍ରହ ନିର୍ମାଣ ହେବା ସମ୍ଭବ ନୁହେଁ ଏବଂ ଏହା ସମ୍ପୂର୍ଣ୍ଣ ମିଛ ବୋଲି ନିଯୋଗମାନେ ଉଲ୍ଲେଖ କରିଛନ୍ତି। ଦାରୁ ଘର ଭିତରେ କାଠ ସୁରକ୍ଷିତ ଅଛି। ୧୯୯୫-୯୬ ରେ ସେତବେଳେର ସରକାରଙ୍କ ନିଷ୍ପତ୍ତି କ୍ରମେ କିଛି ଦଇତାପତି ନିଯୋଗ ଘରେ କିଛି କାଠ ରହିଛି। ସେ ସମସ୍ତ କାଠ ଦାରୁ ଘରକୁ ଆଣିବା ଏବଂ ଏହାର ଗଣତି ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି।

ଦାଇତାପତି ନିଯୋଗ ସମ୍ପାଦକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ ଦିଆଯାଇଥିଲା। ଏଥିରେ ସେ ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନ ନିଆଯିବ ସେଥିନେଇ ଆଗାମୀ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିର୍ଦେଶ ଦିଆଯାଇଛି।

ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା ଏବଂ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିହାରର ଦିଘା ଓ ସୋନପୁରକୁ ସଂଯୋଗ କରୁଥିବା ଗଙ୍ଗା ନଦୀ ଉପରେ ସେତୁ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଗଙ୍ଗା ନଦୀ ଉପରେ ନୂତନ ୪୫୫୬ ମିଟର ଲମ୍ବ, ୬-ଲେନ୍ ହାଇ ଲେଭଲ/ ଏକ୍ସଟ୍ରା ଡୋଜ୍ କେବୁଲ୍ ଷ୍ଟେଡ୍ ବ୍ରିଜ୍ (ଦୀଘା-ସୋନପୁର ରେଳ-ତଥା ରୋଡ୍ ସେତୁର ପଶ୍ଚିମ ପାର୍ଶ୍ୱର ସମାନ୍ତରାଳ) ଏବଂ ବିହାର ରାଜ୍ୟର ପାଟନା ଏବଂ ସାରଣ (ଜାତୀୟ ରାଜପଥ-୧୩୯ଡବ୍ଲ୍ୟୁ)ରେ ଉଭୟ ପାର୍ଶ୍ୱରେ ଇପିସି ମୋଡରେ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଛି।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ପ୍ରକଳ୍ପ ପାଇଁ ମୋଟ ୩,୦୬୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଏଥିରେ ୨,୨୩୩.୮୧ କୋଟି ଟଙ୍କାର ବେସାମରିକ ନିର୍ମାଣ ଖର୍ଚ୍ଚ ରହିଛି।

ହିତାଧିକାରୀଙ୍କ ସଂଖ୍ୟା:

ଏହି ସେତୁ ଯାତାୟତକୁ ଦ୍ରୁତ ଏବଂ ସହଜ କରିବ ଯାହା ଫଳରେ ରାଜ୍ୟ, ବିଶେଷ କରି ଉତ୍ତର ବିହାରର ସାମଗ୍ରିକ ବିକାଶ ହୋଇପାରିବ।

ବିବରଣୀ:

ଦୀଘା (ଗଙ୍ଗା ନଦୀର ପାଟନା ଏବଂ ଦକ୍ଷିଣ କୂଳରେ ଅବସ୍ଥିତ) ଏବଂ ସୋନପୁର (ସାରଣ ଜିଲ୍ଲାର ଗଙ୍ଗା ନଦୀର ଉତ୍ତର କୂଳରେ ଅବସ୍ଥିତ) ବର୍ତ୍ତମାନ କେବଳ ହାଲୁକା ଯାନ ପରିବହନ ପାଇଁ ଏକ ରେଳ ତଥା ରୋଡ୍ ବ୍ରିଜ୍ ଦ୍ୱାରା ସଂଯୁକ୍ତ। ତେଣୁ ବର୍ତ୍ତମାନର ରାସ୍ତାକୁ ସାମଗ୍ରୀ ପରିବହନ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ, ଯାହା ଏକ ବଡ଼ ଅର୍ଥନୈତିକ ଅବରୋଧ। ଦୀଘା ଓ ସୋନପୁର ମଧ୍ୟରେ ଥିବା ଏହି ପୋଲ ନିର୍ମାଣ ହେଲେ ପ୍ରତିବନ୍ଧକ ଦୂର ହେବ। ସେତୁ ନିର୍ମାଣ ହେବା ପରେ ଦ୍ରବ୍ୟ ଏବଂ ସାମଗ୍ରୀ ପରିବହନ କରାଯାଇପାରିବ, ଯାହା ଏହି ଅଞ୍ଚଳର ଅର୍ଥନୈତିକ ସମ୍ଭାବନାକୁ ବୃଦ୍ଧି କରିବ।

ଏହି ସେତୁ ପାଟନାରୁ ସୁବର୍ଣ୍ଣ ଚତୁର୍ଭୁଜ କରିଡରକୁ ଔରଙ୍ଗାବାଦ ଏବଂ ସୋନପୁର (ଜାତୀୟ ରାଜପଥ-୩୧), ଛପ୍ରା, ମୋତିହାରୀ (ପୂର୍ବ-ପଶ୍ଚିମ କରିଡର ପୁରୁଣା ଜାତୀୟ ରାଜପଥ-୨୭), ବେଟିଆ (ଜାତୀୟ ରାଜପଥ-୭୨୭)ରେ ଜାତୀୟ ରାଜପଥ-୧୩୯ ମାଧ୍ୟମରେ ସିଧାସଳଖ ସଂଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ ବୁଦ୍ଧ ସର୍କିଟର ଏକ ଅଂଶ ଅଟେ। ଏହା ବୈଶାଳୀ ଏବଂ କେଶରୀୟାଠାରେ ଥିବା ବୁଦ୍ଧ ସ୍ତୁପକୁ ଉନ୍ନତ ସଂଯୋଗ ପ୍ରଦାନ କରେ। ଏହାବ୍ୟତୀତ ଜାତୀୟ ରାଜପଥ-୧୩୯ଡବ୍ଲୁ ଅତ୍ୟନ୍ତ ପ୍ରସିଦ୍ଧ ଅରେରାଜ ସୋମେଶ୍ୱର ନାଥ ମନ୍ଦିରକୁ ସଂଯୋଗ ପ୍ରଦାନ କରିଥାଏ ଏବଂ ପୂର୍ବ ଚମ୍ପାରଣ ଜିଲ୍ଲାର କେଶରିଆଠାରେ ପ୍ରସ୍ତାବିତ ବିରାଟ ରାମାୟଣ ମନ୍ଦିର (ବିଶ୍ୱର ସର୍ବବୃହତ ଧାର୍ମିକ ସ୍ମାରକୀ) କୁ ସଂଯୋଗ କରେ।

ଏହି ପ୍ରକଳ୍ପ ପାଟନାରେ ଆସୁଛି ଏବଂ ଏହା ରାଜ୍ୟ ରାଜଧାନୀ ମାଧ୍ୟମରେ ଉତ୍ତର ବିହାର ଏବଂ ବିହାରର ଦକ୍ଷିଣ ଭାଗକୁ ଉନ୍ନତ ସଂଯୋଗ ପ୍ରଦାନ କରିବ। ଏହି ସେତୁ ଯାନବାହନ ଚଳାଚଳକୁ ତ୍ୱରାନ୍ୱିତ ଓ ସହଜ କରିବ ଯାହା ଫଳରେ ଏହି ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିବ । ଅର୍ଥନୈତିକ ବିଶ୍ଳେଷଣ ଫଳାଫଳ ଆଧାର ମାମଲାରେ ଇଆଇଆରଆର ୧୭.୬% ଏବଂ ୧୩.୧% ସବୁଠାରୁ ଖରାପ ମାମଲା ଯାହା ଦୂରତା ଏବଂ ସମୟର ସଞ୍ଚୟ ପାଇଁ ଦାୟୀ ହୋଇପାରେ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ନିର୍ମାଣ ଓ କାର୍ଯ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ୫ଡି-ବିଲ୍ଡିଂ ଇନଫର୍ମେସନ୍ ମଡେଲିଂ (ବିଆଇଏମ୍), ବ୍ରିଜ୍ ହେଲ୍ଥ ମନିଟରିଂ ସିଷ୍ଟମ୍ (ବିଏଚ୍ଏମ୍ଏସ୍), ମାସିକ ଡ୍ରୋନ୍ ମ୍ୟାପିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଇପିସି ମୋଡରେ ଏହି କାର୍ଯ୍ୟ କାର୍ଯ୍ୟକାରୀ କରାଯିବ।

ନିର୍ଦ୍ଧାରିତ ତାରିଖଠାରୁ ୪୨ ମାସ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରୋଜଗାର ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ:

୧- ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଦ୍ରୁତ ଯାତାୟାତ ପ୍ରଦାନ କରିବା ଏବଂ ବିହାରର ଉତ୍ତର ଏବଂ ଦକ୍ଷିଣ ଭାଗ ମଧ୍ୟରେ ଉନ୍ନତ ସଂଯୋଗ ପ୍ରଦାନ କରିବା। ଏହିପରି, ସମଗ୍ର ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।

୨- ପ୍ରକଳ୍ପର ନିର୍ମାଣ ଓ ରକ୍ଷଣାବେକ୍ଷଣ ସମୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଅନ୍ତର୍ଭୁକ୍ତ ରାଜ୍ୟ/ଜିଲ୍ଲା:

ଏହି ସେତୁ ବିହାରର ଗଙ୍ଗା ନଦୀ ଦେଇ ଦକ୍ଷିଣ ପାର୍ଶ୍ୱରେ ପାଟନା ଓ ଉତ୍ତର ପାର୍ଶ୍ୱର ସାରଣ ଜିଲ୍ଲାକୁ ସଂଯୋଗ କରିବ।

ପୃଷ୍ଠଭୂମି:

ପାଟନା (ଏମ୍ସ) ନିକଟରେ ଥିବା ୧୩୯ ନମ୍ବର ଜାତୀୟ ରାଜପଥରୁ ଆରମ୍ଭ ହୋଇ ବକରପୁର, ମାଣିକପୁର, ସାହେବଗଞ୍ଜ, ଅରେରାଜକୁ ସଂଯୋଗ କରୁଥିବା ଏହି ରାଜପଥକୁ ବିହାର ରାଜ୍ୟର ବେଟିୟା ନିକଟରେ ଜାତୀୟ ରାଜପଥ-୭୨୭ ସହିତ ସଂଯୋଗ କରି ଶେଷ ହୋଇଥିବା ଏହି ରାଜପଥକୁ ସରକାର ୨୦୨୧ ଜୁଲାଇ ୮ ତାରିଖରେ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ଜାତୀୟ ରାଜପଥ-୧୩୯(ପଶ୍ଚିମ) ଭାବେ ଘୋଷଣା କରିଛନ୍ତି।