Categories
ଆଜିର ଖବର ଜାତୀୟ ଖବର

ବାଣ ବିସ୍ଫୋରଣରେ ୪ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଦୀପାବଳୀ ଅମାବାସ୍ୟା ପୁର୍ବରୁ ଅଘଟଣ ଘଟିଛି। ଯାହାକି ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ନାବାଳକ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ବାବୁଲା ଗୌଡ, ବାଦଲ ଗୌଡ଼, ସମୀର ଦିହୁଡି ଓ ଅନ୍ୟ ଜଣେ ନାବାଳକ ମିଶି ଆଗାମୀ ଦୀପାବଳି ଅମାବାସ୍ୟା ଉପଲକ୍ଷେ ବାଣ ତିଆରି କରୁଥିବାବେଳେ ଅସାବଧାନତା ବଶତଃ ବିସ୍ପୋରଣ ଘଟି ଏହି ଭଳି ଅଘଟଣ ଘଟିଛି। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।